spot_img
Home Blog Page 1129

ଅବହେଳିତ ଅବସ୍ଥାରେ ଦ୍ଵିତୀୟ ଉଚ୍ଚତମ ଶ୍ରୀଜଗନ୍ନାଥ ମନ୍ଦିର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ଚଳନ୍ତି ଠାକୁର ଶ୍ରୀ ଜଗନ୍ନାଥ ।ପ୍ରକୃତି କୋଳରେ ପାହାଡ ପରିବେଷ୍ଟିତ ପୁରୀ ଶ୍ରୀମନ୍ଦିର ପରି ଜଗନ୍ନାଥ ମନ୍ଦିର। ନୀତି କାନ୍ତି ବି ସମାନ ରହିଛି । ରାଜ୍ୟ ସରକାରଙ୍କ ଅବହେଳାରୁ ଗଞ୍ଜାମ ଖଲ୍ଲିକୋଟର ଦ୍ବିତୀୟ ଉଚ୍ଚତମ ଶ୍ରୀଜଗନ୍ନାଥ ମନ୍ଦିର ଅବହେଳିତ ହୋଇ ପଡ଼ିରହିଛି । ପୁରୀ ଜଗନ୍ନାଥ ମନ୍ଦିର ପରି ପ୍ରତିକୃତି ସହ କାରୁକାର୍ଯ୍ୟ ନୀତିକାନ୍ତି ଥିବା ବେଳେ ଆଜି ଜରାଜିନ୍ନ ହୋଇ ପଡ଼ିରହିଛି । ୧୭୩୦ ଖୀଷ୍ଟାଦ୍ଧରୁ ଖଲିକୋଟରେ ନିର୍ମାଣ ହୋଇଛି ଏହି ଜଗନ୍ନାଥ ମନ୍ଦିର ମନ୍ଦିର । ଦେବତ୍ତୋର ବିଭାଗର ଅଣଦେଖା ଯୋଗୁଁ ଅବହେଳିତ ହୋଇ ଜରାଜୀନ୍ନ ହୋଇ ପଡ଼ିରହିଛି ମନ୍ଦିର । ଯାହାକୁନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି।

ଅବହେଳିତ ଅବସ୍ଥାରେ ଦ୍ଵିତୀୟ ଉଚ୍ଚତମ ଶ୍ରୀଜଗନ୍ନାଥ ମନ୍ଦିର । ଲତା ବୁଦାରେ ପରିପୂର୍ଣ୍ଣ ହୋଇଛି ମନ୍ଦିର ପରିସର । ଧିରେ ଧିରେ ଭାଙ୍ଗିବାକୁ ବସିଲାଣି ମନ୍ଦିର । ଜଗନ୍ନାଥ ମନ୍ଦିର ଚୁଡା ଭାଗରେ ବର୍ଷା ହେଲେ ମନ୍ଦିର ଭିତରେ ପାଣି ଝରୁଛି । ଦେବୋତ୍ତର ବିଭାଗର ଅବହେଳା ଯୋଗୁଁ ମନ୍ଦିର ଏବେ ଜରାଜୀନ୍ନ ହୋଇପଡ଼ିଛି । ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିର ଭାବେ ଗଞ୍ଜାମ ଜିଲ୍ଲାର ଖଲିକୋଟ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ରହିଛି । ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ନଷ୍ଟ ହେବାକୁ ବସିଛି । ଯାହାକୁନେଇ ଜଗନ୍ନାଥ ପ୍ରେମିକଙ୍କ ମନରେ ଗଭୀର ଆଘାତ ଲାଗିଛି। ଶ୍ରୀଜଗନ୍ନାଥ ମନ୍ଦିରର ଗୁମୁଟରୁ ଏକ ଦେଢ଼ କିଲୋ ଓଜନର ପଥର ଖସି ପଡ଼ିଥିଲା। ଏହା ସହିତ ଗତ ଦୁଇ ବର୍ଷ ତଳେ ସିଂହଦ୍ୱାର ଗୁମୁଟରୁ ସାତ କିଲୋ ଓଜନର ପଥର ଖସିଥିଲା। ଧିରେ ଧିରେ ମନ୍ଦିର ଭାଙ୍ଗିବାକୁ ବସିଥିବା ବେଳେ ସ୍ଥାୟିତ୍ବକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଗଞ୍ଜାମ ଜିଲ୍ଲା ମାନଚିତ୍ରରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ରହିଛି  । ଖଲିକୋଟ ସହର ଠାରୁ ଅନତି ଦୂରରେ ରହିଛି ପର୍ଯ୍ୟଟନ ସ୍ଥଳୀ ନିର୍ମଳ ଝର ସହ ନାରାୟଣୀ ମନ୍ଦିର ଓ କାଳିଜାଇ ମନ୍ଦିର । ୧୭୩୦ ଖୀଷ୍ଟାଦ୍ଧରେ ଏହି ଜଗନ୍ନାଥ ମନ୍ଦିରକୁ ନିର୍ମାଣ କରାଇଥିଲେ ଖଲ୍ଲିକୋଟ ଗଡ଼ର ରାଜା । ପୁରୀ ଶ୍ରୀମନ୍ଦିର ପରି ଏହି ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ହୋଇଥାଏ । ପତ୍ନତତ୍ତ୍ଵ ଯୁଗର ଏହି ମନ୍ଦିର ଏବେ ଅବହେଳିତ ଏବସ୍ଥାରେ ରହିଛି ।  ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ମହଲରେ ଦାବି ପରେ ପ୍ରଶାସକ ଓ ଏପରି କି ପୁରୀ ଗଜପତି ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ପରିଦର୍ଶନ କରି ଫେରିଛନ୍ତି । ମନ୍ଦିର ଭାଙ୍ଗିବାକୁ ବସିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗର ଆଖିଆଢୁଆଳରେ ପଡୁନଥିବା ଅଭିଯୋଗ ହୋଇଛି ।

ଦିନକୁ ଦିନ ମନ୍ଦିର କ୍ଷୟହୋଇ ଚାଲିଛି । କେବଳ ମୁଖ୍ୟ ମନ୍ଦିରର ଅଁଳାଶ୍ରୀକୁ ମରାମତି କରାଯାଇଛି । ଦିନକୁ ଦିନ ମନ୍ଦିରର ସୁରମ୍ୟ ଖଚିତ ଭାସ୍କର୍ଯ୍ୟ ନଷ୍ଟ ହେବାକୁ ବସିଥିବା ବେଳେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଦୃଷ୍ଟି ନ ଦେବା ଫଳରେ ମର୍ଦ୍ଦରାଜ ବଂଶର ଏହି ଅକ୍ଷୟ କୀର୍ତ୍ତି ଦିନେ ମାଟିରେ ମିଶିବାର ସମ୍ଭାବନା ଦେଖାଦେଇଛି ।

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା

ନନ୍ଦିଘୋଷ ବ୍ୟୁରୋ: ଶନିବାର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଅପରାଜିତ ୭୨ ରନ୍ କରି ଭାରତ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ତିଲକ ବର୍ମା । ଏହି ମ୍ୟାଚରେ ତିଲକ ବର୍ମା ଦର୍ଶକଙ୍କ ମନମୋହିମା ସହ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟି-ଟ୍ୱେଣ୍ଟିରେ ସର୍ବାଧିକ ରନ୍ ସଂଗ୍ରହ କରି ବିଶ୍ୱ ରେକର୍ଡ କରି ପାରିଛନ୍ତି। ତିଲକ, ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି କ୍ରମାଗତ ଚାରିଟି ଟି-୨୦ ଇନିଂସରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସଫଳ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ତିଲକ ବର୍ମା (318), ବିରାଟ କୋହଲି (258), ସଞ୍ଜୁ ସାମସନ (257), ରୋହିତ ଶର୍ମା (253) ଏବଂ ଶିଖର ଧାୱନ (252) ଙ୍କ ପୂର୍ବ ରେକର୍ଡ ଅତିକ୍ରମ କରିଛନ୍ତି ତିଲକ ବର୍ମା।

ପୂର୍ବ ତିନୋଟି ଟି-୨୦ ଇନିଂସରେ 19 ରନ୍ ନଟଆଉଟ,120 ରନ୍ ଏବଂ 107 ରନ୍ ନଟଆଉଟ  ସ୍କୋର କରିଥିବା ଏହି ବାମହାତି ବ୍ୟାଟସମ୍ୟାନ ଚେନାଇ ଟି-୨୦ ମ୍ୟାଚରେ 72 ରନ୍ କରି ଅପରାଜିତ ରହିଥିଲେ। ତିଲକଙ୍କ ଏହି ଇନିଂସ ଭାରତକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ରେ ଭାରତକୁ ୨/୦ ଲିଡ୍ ଦେବାରେ ସାହାଯ୍ୟ କରିଥିଲା । ଏହି ରେକର୍ଡ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ମାର୍କ ଚାପମ୍ୟାନ୍ଙ୍କର ଥିଲା, ଯିଏ ୱିକେଟ୍ ହରାଇ 271 ରନ୍ ସଂଗ୍ରହ କରିଥିଲେ। ସର୍ବକାଳୀନ ରେକର୍ଡ଼ ତାଲିକାରେ ଶ୍ରେୟସ୍ ଆୟର (240), ଆରୋନ ଫିଞ୍ଚ୍ (240) ଏବଂ ଡେଭିଡ ୱାର୍ଣ୍ଣର (239) ରନ୍ କରିଛନ୍ତି।

ଜମୁଛି ଓଳାଶୁଣୀ ଗୁମ୍ଫା ମେଳା

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇଛି ବହୁ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା । ମାଘମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲିନ ଦିବସରୁ ଆରମ୍ଭ ହୋଇଛି ବହୁ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା। ଚଳିତ ବର୍ଷ ୧୮୮ ତମ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲିନ ଦିବସ ଅନୁଷ୍ଠିତ ହେଉଛି। ସବୁଜ ବନାନୀ ଭରା ପାହାଡର ଶୀର୍ଷରେ ଓଳାଶୁଣୀ ପୀଠରେ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥଙ୍କ ଆଗମନରେ ନାମ ସଙ୍କୀର୍ତ୍ତନରେ ଭକ୍ତିମୟ ହୋଇ ପଡିଛି ସମଗ୍ର ପରିବେଶ। ସନ୍ଥ ଅରକ୍ଷିତ ଦାସଙ୍କ ପ୍ରିୟ ଖାଦ୍ୟ ପୋଡ଼ପିଠା ଭୋଗ ଲାଗି କରାଯାଇଥାଏ। ଅରକ୍ଷିତ ଦାସଙ୍କ ପୀଠରେ ପୋଡ଼ପିଠା ଭୋଗ ଲାଗି କଲେ ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଆଜିର ଦିନରେ ଅରକ୍ଷିତ ଦାସଙ୍କୁ ଦର୍ଶନ କଲେ ଶ୍ରୀକ୍ଷେତ୍ର ଦର୍ଶନର ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ ପକ୍ଷରୁ ଓଳାଶୁଣୀ ମହୋତ୍ସବ ଉଦଘାଟିତ ହୋଇଛି । ଏଥିରେ ବହୁ ସାଧୁ ସନ୍ଥଙ୍କୁ ସମ୍ମାନିତ କରାଯାଇ ଥିଲା । ଦୀର୍ଘ ୧୦ ଦିନ ଧରି ଏହି ଓଳାଶୁଣୀ ଗୁମ୍ଫା ମେଳା ଅନୁଷ୍ଠିତ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆ ଯାଇଛି।

ରାଜନୀତି ମଇଦାନରେ ପାଦ ଦେବେ କି ନିଶାନ୍ତ ? ନୀତିଶ କୁମାରଙ୍କ ପୁଅଙ୍କୁ ନେଇ ଏମିତି କହିଲେ ଜେଡିୟୁ ନେତା

ନନ୍ଦିଘୋଷ ବ୍ୟୁରୋ: ବିହାରରେ ନିର୍ବାଚନ ହେବାକୁ ଥିବାବେଳେ ଦିନକୁ ଦିନ ନୂଆ ନୂଆ କାହାଣୀମାନ ସାମନାକୁ ଆସୁଛି । ତେବେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ରାଜନୈତିକ ମଇଦାନରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି । ତେବେ ନିକଟରେ ନୀତିଶଙ୍କ ପିତାଙ୍କ ପ୍ରତିମୂର୍ତ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ସମୟରେ ନଜର ଆସିଥିଲେ ନିଶାନ୍ତ । ରାଜନୀତି ସହ ଜଡ଼ିତ ନଥିବା ନିଶାନ୍ତ କହିଥିଲେ କି, ଆପଣମାନେ ଜେଡିୟକୁ ଭୋଟ୍ ଦିଅନ୍ତୁ । ସେମାନେ ଭଲ କାମ କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି କି, ନିଶାନ୍ତ ରାଜନୀତିରେ ଏଣ୍ଟ୍ରି କରିବେ ।

କୁହାଯାଉଛି କି, ଜେଡିୟୁ ନେତାମାନେ ଚାହୁଁଛନ୍ତି କି, ନିଶାନ୍ତ ରାଜନୀତିରେ ଆସନ୍ତୁ । ତାଙ୍କୁ ଜଣେ ଭଲ ନେତୃତ୍ବ ମିଳିବେ । ମାତ୍ର ଏନେଇ ନୀତିଶ କୁମାର କୌଣସି ଗ୍ରୀନ ସିଗନାଲ ଦେଇ ନାହାନ୍ତି । ବିହାରରେ ଏଭଳି ପରିବାର ରାଜନୀତି ଚାଲିଥିବାବେଳେ ଏଥିରେ ନିଶାନ୍ତ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି । କାରଣ ଲାଲୁଙ୍କ ସାନ ପୁଅ ତେଜସ୍ବୀ ରାଜନୀତିରେ ଉତ୍ତରାଧିକାରୀ ହୋଇଥିବାବେଳେ ଚିରାଗ ପାଶଓ୍ବାନ ରାମ ଭିଲାସ ପାଶଓ୍ବାନଙ୍କ ପରେ ଦଳର ଭାର ସମ୍ଭାଳୁନ୍ତି ।

କେମିତି ବଲିଉଡରେ କରିଥିଲେ ଏଣ୍ଟ୍ରି ? ସଂଘର୍ଷମୟ କାହାଣୀ କହିଲେ ସାହିଦ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା କଳାକାର ସାହିଦ କପୁରଙ୍କୁ କିଏ ବା ନଜାଣେ । ତାଙ୍କର ଷ୍ଟାଇଲକୁ ଯୁବପିଢ଼ୀମାନେ ଫଲୋ କରିଥାନ୍ତି । କିନ୍ତୁ ଏମିତି ଦିନ ଥିଲା ଯେବେ ସେ ଭଡ଼ା ଘରେ ରହୁଥିଲେ ଏବଂ ଡ୍ରେସ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିବା । ସେ ଏକ ପୋଡକାଷ୍ଟରେ ଏଭଳି ଅନେକ ସତ କହିଛନ୍ତି । ଆଜିକାଲି ଅଡିସନ ଦେବାକୁ ବିଏମଡବ୍ଲୁରେ ଆସୁଛନ୍ତି । ଷ୍ଟାର କିଡମାନଙ୍କ ନିର୍ଦ୍ଦେଶକମାନେ ସୁଯୋଗ ଦେଉଛନ୍ତି । ମାତ୍ର ମୁଁ ଏହି ଲାଇନକୁ ଆସିବାକୁ କେତେ ଅଡିସନ ଦେଇଛି ଭାବିଲେ କଷ୍ଟ ଲାଗୁଛି । ମୁଁ ୨୫୦ରୁ ଅଧିକ ଅଡିସନ ଦେବା ପରେ ମୋତେ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ମୁଁ ଯେତେବେଳେ ୩ ବର୍ଷର ହୋଇଥିଲି ସେତେବେଳେ ମୋ ବାପା ଏବଂ ମା ଅଲଗା ହୋଇଥିଲେ । ମୋ ମାଆ ଏବଂ ମୁଁ ଭଡ଼ା ଘରେ ରହିଥିୁଲୁ । ଯଦିଓ ମୋ ବାପା ଫିଲ୍ମରେ କାମ କରୁଥିଲେ କିନ୍ତୁ ମୋତେ ପିଲାଦିନରୁ ବହୁ କଷ୍ଟ ସହିବାକୁ ପଡ଼ିଥିଲା । ମା ଜଣେ କଥକ ନୃତ୍ୟ ଶିଳ୍ପୀ ।

ମୋତୋ ବଡ଼ କରିବା ପାଇଁ ମା ବହୁତ କଷ୍ଟ କରିଛନ୍ତି । ତେବେ ସାହିଦଙ୍କ ଫ୍ୟାସନକୁ ନେଇ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି କି, ଏମିତି ଦିନ ଥିଲା ମୁଁ ପିନ୍ଧିବାକୁ କପଡ଼ା ପାଉନଥିଲି । ୨୫୦ରୁ ଅଧିକ ଅଡ଼ିସନ ପରେ ଯେବେ ସୁଯୋଗ ମିଳିଥିଲା ବେଶ ଖୁସି ଅନୁଭବ କରିଥିଲି ।

ଛାତରୁ ଠେଲିଦେଲା ମାଙ୍କଡ, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରୀର ଜୀବନ

ନନ୍ଦିଘୋଷ ବ୍ୟୁରୋ: ଛାତରୁ ଠେଲିଦେଲା ମାଙ୍କଡ। ଚାଲିଗଲା ଦଶମ ଶ୍ରେଣୀ ଛାତ୍ରୀର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବିହାର ସିଓ୍ବାନ ଜିଲ୍ଲାରେ। ଶନିବାର ଅପରାହ୍ନରେ ଭଗବାନପୁର ଥାନ ଅଧୀନ ମାଗର ଗ୍ରାମରେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀଙ୍କ ନାମ ପ୍ରିୟା । ପ୍ରିୟା ଛାତ ଉପରେ ପଢୁଥିବା ବେଳେ ଏଭଳି ଅଘଟଣ ଘଟିଛି। ଛାତ ଉପରେ ଏକ ମାଙ୍କଡ ଦଳ ଆସି ତାଙ୍କୁ ହଇରାଣ କରିବାକୁ ଲାଗିଲେ। ଯେତବେଳେ ଗ୍ରାମବାସୀମାନେ ହୋହଲା କରିଥିଲେ ସେତବେଳେ ପ୍ରିୟା ପାହାଚ ଆଡକୁ ଦୌଡିଥିଲେ। ଏହାରି ଭିତରେ ଏକ ମାଙ୍କଡ ପ୍ରିୟାଙ୍କ ଉପରକୁ ଡିଆଁ ମାରି ତାଙ୍କୁ ଧକ୍କା ଦେଇଥିଲା। ଯାହାଦ୍ବାରା କି ପ୍ରିୟା ଛାତରୁ ତଳକୁ ଖସିପଡିଥିଲେ। ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଗୁରୁତର ଆଘାତ ଲାଗିବ ସହ ସେ ଗୁରୁତର ହୋଇପଡିଥିଲେ। ସଙ୍ଗେସଙ୍ଗେ ତାଙ୍କ ପରିବାର ପ୍ରିୟାଙ୍କୁ ସିଓ୍ବାନ ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି

ନନ୍ଦିଘୋଷ ବ୍ୟୁରୋ: ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପୁଣି ଆକ୍ତାମାକ୍ତା କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ୧୪ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ନବରଙ୍ଗପୁର, କେରାପୁଟ କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୨୮ ତାରିଖରେ ବି ଘନ କୁହୁଡି ନେଇ କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ,  କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ବର, କଟକ, ପରାଦୀପ, ଗୋପାଳପୁର, ଅନୁଗୁଳ, କେନ୍ଦୁଝର, ଛତ୍ରପୁର, ଢେଙ୍କାନାଳ ଏବଂ ଖୋର୍ଦ୍ଧାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଭିଜିବିଲିଟି ରହିଥିଲା । ସେହିପରି ଜି ଉଦୟଗିରିରେ ସର୍ବନିମ୍ନ ୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଉ ମାତ୍ର ୩୨୯ ରନ, କୋହଲି ବନେଇବେ ବିରାଟ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲି ଅନେକ ରେକର୍ଡର ଅଧିକାରୀ । ତେବେ ଆଉ ଏକ ରେକର୍ଡ ବିରାଟ ନାମରେ ଯୋଡ଼ି ହେବାକୁ ଯାଉଛି । ମାତ୍ର ୩୨୯ ରନ ପଛରେ ରହିଥିବା ବିରାଟ ସାଙ୍ଗାକାରଙ୍କ ରେକର୍ଡକୁ ଅତିକ୍ରମ କରିବେ । ଦିନିକିଆରେ ସର୍ବାଧିକ ସ୍କୋର କରିବାର ଦ୍ବିତୀୟ ସ୍ଥାନରେ ରହିବେ ବିରାଟ । ଏକ ନମ୍ବରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରହିଛନ୍ତି । କୁମାର ସାଙ୍ଗାକାରା ୧୪,୨୩୪ ରନ କରିଥିବାବେଳେ ବିରାଟ ଏବେ ୧୩,୯୦୬ ରନ କରିଛନ୍ତି । ମାତ୍ର ୩୨୯ ରନ କଲେ ଦ୍ବିତୀୟ ସ୍ଥାନରେ ରହିବେ । ସବୁଠାରୁ ଗୁରୁତ୍ବୂପର୍ଣ୍ଣ କଥା ହେଉଛି କି, କୋହଲି ଏବେ ଫର୍ମରେ ନାହାନ୍ତି । ନିକଟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ତେବେ ଆଗାମି ଦିନରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।

ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରେ । ସିନିୟର ଖେଳାଳି ଭାବେ ସେ ଭଲ ପ୍ରଦର୍ଶନ କରିବେ ବୋଲି କୁହାଯାଉଛି । ମାତ୍ର ଏବେ ୧୩ ବର୍ଷ ପରେ ରଣଜୀ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବେ କୋହଲି । ଏଣୁ ସେ ନିଜର ଫର୍ମ ଫେରି ପାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ଲୋକଙ୍କୁ ସୁରକ୍ଷା ଦେବାକୁ ଡବଲ ଇଂଜିନ ସରକାର ବିଫଳ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ୭୬ତମ ସାଧାରଣତନ୍ତ୍ର ପାଳନ ହେଉଥିବାବେଳେ ଖୋଦ୍ ରାଜଧାନୀରେ ଭିଆଇପି ଅଞ୍ଚଳରେ ଲୁଟପାଟ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ବସଭବନରେ ଡକାୟତି ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ରାଜଧାନୀ ସୁରକ୍ଷା ବଳୟରେ ଥିବାବେଳେ ଚୋରି କେମିତି ହେଲା ବୋଲି କହିଛି ବିଜେଡି। ରାଜ୍ଯରେ ଆଇନଶୃଙ୍ଖଳା ଭୁଶୁଡିଛି। VIP ଘରୁ ଚୋରି ହେଲେ ସାଧାରଣ ଲୋକ କେମିତି ସୁରକ୍ଷିତ ରହିବେ?  ସୁଭଦ୍ରା ପାଇଁ ମୋଦି ଆସିଥିଲେ। ହେଲେ ଭରତପୁର ଘଟଣା ଘଟିଲା। ପ୍ରବାସୀ ଭାରତୀୟ ଦିବସ ପାଳନ ବେଳେ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ପୋଲିସ ମିତ୍ର ସହଦେଵ ନାୟକଙ୍କୁ ହତ୍ୟା କରାଗଲା। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଡବଲ ଇଂଜିନ ସରକାର ବିଫଳ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ଯରେ ସୁବର୍ଣ୍ଣ ଯୁଗ ଥିଲା।  ଏବେ ଚୋର ବଲାତ୍କାରୀଙ୍କ ସୁବର୍ଣ୍ଣ ଯୁଗ ଚାଲିଛି ବୋଲି ବିଜେଡି କହିଛି।

IIT ବାବାଙ୍କ ଆଖିରେ ଲୁହ, ଜାଣନ୍ତୁ କାହିଁକି କାନ୍ଦିଲେ ?

ନନ୍ଦିଘୋଷ ବ୍ୟୁରୋ: କୁମ୍ଭମେଳାଙ୍କୁ ଆସିଥିବା IIT ବାବା ବେଶ ଭାଇରାଲ ହୋଇଛନ୍ତି । ତାଙ୍କୁ ନେଇ ଗଣମାଧ୍ୟମରେ ବହୁ ଖବରମାନ ପ୍ରକାଶ କରାଯାଉଥିବାବେଳେ ଏବେ ସେ କାନ୍ଦୁଥିବାର ଏକ ଭିଡିଓ ସାମନାକୁ ଆସିଛି । ତେବେ ସେ କହିଛନ୍ତି କି ମୁଁ IIT ବାବା ବୋଲି ସମ୍ବୋଧନକୁ ପସନ୍ଦ କରୁନି । ମୋତେ ଏହି ନାମରେ ଦୟାକରି ସମ୍ବୋଧନ କରନ୍ତୁ ନାହିଁ । ମୁଁ ପୂର୍ବରୁ ଯେଭଳି ଥିଲି ସେମିତି ରହିବା ପାଇଁ ଚାହୁଁଛି । ମୋତେ କେହି ଚିହ୍ନି ନଥିଲେ ମୁଁ ସେମିତି ରହିବା ପାଇଁ ଚାହୁଁଛି । କିନ୍ତୁ IIT ବାବାର ଟ୍ୟାଗ ଲଗାଇବା ପରେ ଲୋକେ ମୋତେ ସେହି ନାମରେ ସମ୍ବୋଧନ କରୁଛନ୍ତି । ଯାହାକି ମୋତେ ଜମା ଭଲ ଲାଗୁନି । ଏପରିକି ତାଙ୍କ ବାପାଙ୍କ ଦୁଃଖ କଥା ଶୁଣିବା ପରେ ମଧ୍ୟ କଷ୍ଟ ଅନୁଭବ କରିଛନ୍ତି । ଏହାସହ ସେ କହିଛନ୍ତି କି, ମୁଁ ପୂର୍ବରୁ ମଧ୍ୟ ଦୁଃଖରେ ରହୁଥିଲି ଏବଂ କାନ୍ଦୁଥିଲି କିନ୍ତୁ କେହି ଜାଣି ପାରୁନଥିଲେ । ଏବେ ଭାଇରାଲ ହେବା ପରେ ସବୁ ଅସୁବିଧା ହେଉଛି ।