ନୂଆଦିଲ୍ଲୀ : ଦିଲ୍ଲୀରେ ୪ ମହଲା କୋଠା ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ। ଅନେକ ଆହତ ହୋଇଥିବା ଜଣାପଡିଛି। ବୁରାଡ଼ି ଅଞ୍ଚଳରେ ଥିବା ଏହି କୋଠା ଭୁଶୁଡି ପଡିଥିଲା। ଗତକାଲି ରାତିରେ ଘଟିଥିଲା ଏ ଅଘଟଣ। ୨ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଅନ୍ଯପଟେ ଗୁରୁତର ଆହତ ଥିବା ବ୍ଯକ୍ତିଙ୍କୁ ୫ ଲକ୍ଷ ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏ ସହାୟତା ଦେବାକୁ ଘୋଷଣ କରିଠଛନ୍ତି। ବୁରାଡ଼ି ଅଂଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଥିଲା। ଦୁଃଖଦ ଘଟଣାରେ ୮ ଜଣ ଦବି ରହିଥିବା ଆଶଂକା କରାଯାଉଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। କୋଠାର ଭଗ୍ନାବଶେଷରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ: ’ସମର୍ଥ’ର ସମ୍ପାଦକ ଗିରଫ
ଭୁବନେଶ୍ବର: ସମ୍ବଲପୁରରେ ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ। ସମର୍ଥର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ବାଗତିକା ପ୍ରଧାନଙ୍କୁ ଗିରଫ କଲା ପୋଲିସ। ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ସମ୍ପାଦକଙ୍କୁ ଗିରଫ ପରେ ଜେଲକୁ ପଠାଇ ଦିଆଯାଇଛି। ଦୁଇ ଜଣଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ମହିଳା ସହାୟିକାଙ୍କ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଏହାସହ ଖୁବଶୀଘ୍ର ବନ୍ଦ ହେବ ସମର୍ଥ ଅନୁଷ୍ଠାନ। ଦୀର୍ଘ ଦିନ ହେବ ଅନ୍ତେବାସୀଙ୍କୁ ସେ ଅକଥନୀୟ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ବାସି ଖାଦ୍ୟ ଦିଆଯାଉଥିବା ସହ ମାଡ ମରାଯାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଚଢ଼ାଉ କରିଥିଲା ପୋଲିସ। ବିଭିନ୍ନ ଭିଡିଓ ଫୁଟେଜକୁ ଅନୁଧ୍ୟାନ କରିବା ପରେ ଜିଲ୍ଲା ପ୍ରଶାସନ ନିଜ ଆଡୁ ଲିଖିତ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି ସମ୍ବଲପୁର ପୋଲିସ। ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ନିଜଆଡୁ ଲିଖିତ ଅଭିଯୋଗ କରିବା ପରେ ଘଟଣାକୁ ଗୁରୁତର ସହ ନେଇଛି ସମ୍ବଲପୁର ପୋଲିସ। ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଓ ସହାୟିକା ଏଏନମ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ଜାଗାରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଛି । ଖାଲି ସେତିକି ନୁହେଁ ପ୍ରତିଦିନ ମାତ୍ରାଧିକ ନିଶା ଡୋଜ ଦେବାରୁ ତିନି ଦିନ ଧରି ଅନ୍ତେବାସୀ ଅଚେତ ହୋଇ ରହୁଥିଲେ। ଘରକୁ ଯିବାକୁ ଚାହୁଁଥିଲେ ମଧ୍ୟ ମାଡ଼ମାରି ଅଚେତ କରି ପକେଇ ଦେଉଥିଲେ ପରିଚାଳକ । ନିର୍ଯାତନା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି ।
ଶିମିଳିପାଳ ଅଭୟାରଣ୍ୟରେ ଥିବା ଅନ୍ୟତମ ପୋଷା ହାତୀ ଭବାନୀ ଆଖି ବୁଜିଲା
ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଥିବା ଅନ୍ୟତମ ପୋଷା ହାତୀ ଭବାନୀର ମୃତ୍ୟୁ। ୬୨ ବର୍ଷ ବୟସରେ ଜେନାବିଲ ଠାରେ ତାର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟ ଯୋଗୁଁ ତାକୁ ନରମ ଖାଦ୍ୟ ଦିଆଯାଉଥିଲା। ଆଜି ସକାଳେ ତାର ମୃତ୍ୟୁ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶଵ ଵ୍ୟଵଚ୍ଛେଦ ପରେ ପୋତା ଯିବ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଗତ ୨୦୦୧ ମସିହାରେ କର୍ଣ୍ଣାଟକରୁ ଶିମିଳିପାଳକୁ ତିନୋଟି ହାତୀ ଶୋଭା, ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା। ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା। ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି।

