spot_img
Home Blog Page 1108

ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ। ଆନ୍ଧ୍ରପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ନାକ୍ ଟିମରେ ସମ୍ବଲପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର  ଜଣେ ପ୍ରଫେସର ଥିବା ସୂଚନା ମିଳିଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ୧୦ ଜଣଙ୍କୁ ଆନ୍ଧ୍ରରେ ସିବିଆଇ ଅଟକ ରଖିଥିବା ସୂଚନା ମିଳିଛି। ଆନ୍ଧ୍ରର ଲିଙ୍କ ସମ୍ବଲପୁରରେ ମିଳିବା ପରେ ପ୍ରଫେସରଙ୍କ ଘରେ ଖୋଳତାଡ଼ କରୁଛି ସିବିଆଇ।

ଆଜି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଆଜି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସଜେଇ ହୋଇଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତର ଜାମୁକଣ ପାହାଡ଼ । ଆଜି ବିରାଜମାନ କରିବେ ମାତା ବୈଷ୍ଣାେଦେବୀ । ଗୁମ୍ଫା ଭିତରେ ରହିଛି ମା’ଙ୍କ ଆସ୍ଥାନ । ପ୍ରାକୃତିକ ପରିବେଶ ଘଞ୍ଚ ଜଙ୍ଗଲ ଭରା ପାହାଡ଼ ଶୀର୍ଷରେ ୧୮୦ ଫୁଟର ଗୁମ୍ଫା ଭିତରେ ବିରାଜମାନ କରିବେ ମା’ ବୈଷ୍ଣୋଦେବୀ । ମା’ଙ୍କ ପ୍ରତିମୂର୍ତ୍ତିର ଓଜନ ୧୮ କୁଇଣ୍ଟାଲ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ  । ପ୍ରାୟ ୨ ଶହ କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିଲା  । ବହୁ ସାଧୁସନ୍ଥଙ୍କ ଉପସ୍ଥିତିରେ ମହାଆଡ଼ମ୍ବରରେ ମା’ ଜଗତଜନନୀଙ୍କ ବିଗ୍ରହ ସ୍ଥାପନ ପାଇଁ ୨୯ ତାରିଖରୁ ଚାଲିଛି ହୋମଯଜ୍ଞ, ନାମ ସଂକୀର୍ତ୍ତନ । ମାଆଙ୍କ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି ।

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜିଠାରୁ ବାରବାଟୀରେ ଆରମ୍ଭ ହେବ ଟିକେଟ ବିକ୍ରି

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜିଠାରୁ ବାରବାଟୀରେ ଆରମ୍ଭ ହେବ ଟିକେଟ ବିକ୍ରି । ଅନଲାଇନରେ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟିକେଟ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ ଗୁଡିକୁ ପ୍ରାୟ ୧୪ ହଜାର ଟିକେଟ ବିକ୍ରି କରାଯିବ । ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ବିକ୍ରିହେବ ପ୍ରାୟ ୧୨ ହଜାର ଟିକେଟ । ହର୍ସଗେଟ ପାଖ କାଉଣ୍ଟରରେ ୬ ହଜାର ଟଙ୍କାରୁ ଅଧିକ ମୂଲ୍ଯର ଟିକେଟ ବିକ୍ରି କରାଯିବ । ଅନ୍ଯ ଗ୍ଯାଲେରୀ ପାଇଁ ୪ଟି କାଉଣ୍ଟରରେ ମିଳିବ ଟିକେଟ ।  ସକାଳ ୧୦ଟା ରୁ କାଉଣ୍ଟରରେ ମିଳିବ ଟିକେଟ । ପରିଚୟପତ୍ର ଦେଖାଇ ଜଣକ ପିଛା ଦୁଇଟି ଟିକେଟ କିଣିପାରିବେ ଦର୍ଶକ । ୫ ଟିକିଆ ଟି-୨୦ ସିସିଜ ଜିତିବା ପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବା ଭାରତ-ଇଂଲଣ୍ଡ ମଧ୍ଯରେ ଦିନିକିଆ ମୁକାବିଲା । ୩ଟିକିଆ ଏହି ସିରିଜର ଦ୍ବିତୀୟ ମ୍ଯାଚ ଆସନ୍ତା ୯ ତାରିଖରେ ବାରବାଟୀରେ ଖେଳାଯିବ । ଏଥିପାଇଁ ୭ ତାରିଖରେ ଉଭୟ ଟିମ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖ ପୂର୍ବହ୍ଣରେ ଇଂଲଣ୍ଡ ଓ ଅପରାହ୍ନରେ ଭାରତୀୟ ଟିମ୍ ଅଭ୍ଯାସ କରିବେ । ସେପଟେ ସଜେଇ ହେଲାଣି ବାରବାଟୀ ଷ୍ଟାଡିୟମ । ମର୍ଡନ ଗ୍ରାସ କଟକରେ ପଡ଼ିଆର ଘାସ ସବୁ କଟାଯାଇଥିବାବେଳେ ଆଜି ଏହାକୁ ଚେସବୋର୍ଡ ସେପ୍ ଦିଆଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଭାରତ-ଇଂଲଣ୍ଡ ଶେଷ ଟି-ଟ୍ବେଣ୍ଟି ମୁକାବିଲା

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ଯରେ ପଞ୍ଚମ ତଥା ଶେଷ ଟି-ଟ୍ବେଣ୍ଟି ମୁକାବିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ । ୩ଟି ମ୍ଯାଚ ଜିତି ଭାରତ ସିରିଜ୍ ହାତେଇ ସାରିଥିବାବେଳେ ଏହି ପଞ୍ଚମ ମ୍ଯାଚକୁ ଜିତି ନିଜର ମନୋବଳ ଦୃଢ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ୫ ଟିକିଆ ସିରିଜରେ ୩-୧ରେ ଅଗ୍ରଣୀ ରହିଛି ମ୍ଯାନ ଇନ୍ ବ୍ଲୁ । ସୂର୍ଯ୍ଯକୁମାର ଯାଦବଙ୍କ ନେତୃତ୍ବରେ ଟିମ ଏହି ସିଜନରେ ଭଲ ପ୍ରଦର୍ଶନ କରିଛି । ସେପଟେ ଏହି ମ୍ଯାଚ ଜିତି ଆଗାମୀ ସିରିଜ ପାଇଁ ନିଜର ବ୍ଯାଟିଂକୁ ସୁଦୃଢ କରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେଣୁ ୱାଙ୍ଖଡେରେ ଆଜି ମ୍ଯାଚ ରୋମାଞ୍ଚକ ହେବା ଆଶା କରିଛନ୍ତି କ୍ରିକେଟପ୍ରେମୀ । ଏହାପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଏକଦୀବସୀୟ ସିରିଜ । ୩ ଟିକିଆ ସିରିଜର ଦ୍ବିତୀୟ ମ୍ଯାଚ ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ।

ଆଜି ପବିତ୍ର ବସନ୍ତ ପଞ୍ଚମୀ

ନନ୍ଦିଘୋଷ ବ୍ୟୁରୋ: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ବେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ । ଏହାସହ ଆଜି  ୩ ରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।

ଆସନ୍ତାକାଲି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣାଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣାଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ । ଏଥିପାଇଁ ସଜେଇ ହୋଇଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତର ଜାମୁକଣ ପାହାଡ଼ । ଆସନ୍ତାକାଲି ବିରାଜମାନ କରିବେ ମାତା ବୈଷ୍ଣାଦେବୀ । ଗୁମ୍ଫା ଭିତରେ ରହିଛି ମା’ଙ୍କ ଆସ୍ଥାନ । ପ୍ରାକୃତିକ ପରିବେଶ ଘଞ୍ଚ ଜଙ୍ଗଲ ଭରା ପାହାଡ଼ ଶୀର୍ଷରେ ୧୮୦ ଫୁଟର ଗୁମ୍ଫା ଭିତରେ ବିରାଜମାନ କରିବେ ମା’ ବୈଷ୍ଣଦେବୀ l ମା’ଙ୍କ ପ୍ରତିମୂର୍ତ୍ତିର ଓଜନ ୧୮ କୁଇଣ୍ଟାଲ l ସେଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ l ପ୍ରାୟ ୨ ଶହ କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିଲା l ବହୁ ସାଧୁସନ୍ଥଙ୍କ ଉପସ୍ଥିତିରେ ମହାଆଡ଼ମ୍ବରରେ ମା’ ଜଗତଜନନୀଙ୍କ ବିଗ୍ରହ ସ୍ଥାପନ ପାଇଁ ୨୯ ତାରିଖରୁ ଚାଲିଛି ହୋମଯଜ୍ଞ, ନାମ ସଂକୀର୍ତ୍ତନ l ମାଆଙ୍କ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି ।.

ଡ୍ୟାମରେ ବୁଡ଼ି ୨ ଜଣ ଛାତ୍ର ନିଖୋଜ

ନନ୍ଦିଘୋଷ ବ୍ୟୁରୋ: କୋରାପୁଟ ଜିଲ୍ଲା ଜଲାପୁଟ ଡ୍ୟାମ ଉପର ମୁହାଣରେ ଅଘଟଣ । ଡ୍ୟାମରେ ବୁଡ଼ି ୨ ଜଣ ଛାତ୍ର ନିଖୋଜ । ଦେଶୀ ଡଙ୍ଗାରେ ୩ଜଣ ଯୁବକ ଯାଉଥିବାବେଳେ ଡ଼ଙ୍ଗାଟି ବୁଡି ଯାଇଥିଲା । ଘଟଣା ସ୍ଥଳରେ ଜଳାପୁଟ ପୋଲିସ ସହ ସ୍ଥାନୀୟ ଲୋକେ ଡ୍ୟାମ ମୁହାଣ ରେ ଖୋଜାଖୋଜି କରିବା ସହ ଜଣକୁ ଉଦ୍ଧାର କରିଛନ୍ତି । ୩ଜଣ  ନବମ ଶ୍ରେଣୀ ଛାତ୍ର ସନ୍ଧ୍ୟା ସମୟରେ ଏକ ବାଇକ୍ ଯୋଗେ ଜଲାପୁଟ ଡ୍ୟାମ ଉପର ମୁହାଣରେ ଯାଇ ନଦୀ ଘାଟରେ ଥିବା ଏକ ଦେଶୀ ଡଙ୍ଗାରେ ବୁଲି ଯାଇଥିଲେ । ତେବେ ଡଙ୍ଗାଟି ଡ୍ଯାମରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା

0

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମରେ ଅଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ ଗିଲ, ଶ୍ରେୟାସ ଆୟାର, ଯଶସ୍ଵୀ ଜୟସ୍ଵାଲ, ରିଷଭ୍ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ. ରାହୁଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଳଦୀପ ଯାଦବ ଓ ମହମ୍ମଦ ସାମି। ବିଦର୍ଭ ଓ ବାରବାଟୀ ମ୍ୟାଚ ପାଇଁ ଏହି ଟିମ୍ ଘୋଷଣା କରାଯାଇଥିବାର ସୂଚନା ମିଳିଛି। ଫେବୃଆରି ୯ ତାରିଖରେ ବାରବାଟୀ ୱାନ ଡେ ହେବ।

ବିକାଶଠୁ ବହୁ ଦୂରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତର ରେସବାହାଲି ଗାଁ..

ନନ୍ଦିଘୋଷ ବ୍ୟୁରୋ: ଆଜି ବି ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା ସୁଯୋଗ । ରାସ୍ତାଘାଟ, ସ୍ଵଚ୍ଛ ପାଣି, ଅଙ୍ଗନବାଡି, କ୍ଳବ ଘର ସବୁ ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ନା ପଡୁଚି ସରକାରଙ୍କ ନଜର ନା ପଶୁଛି ପ୍ରଶାସନର ଚେତା।

ବିକାଶଠୁ ବହୁ ଦୂରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତର ରେସବାହାଲି ଗାଁ। ଅଞ୍ଚଳକୁ ନା ଅଛି ରାସ୍ତା , ନା ଲୋକଙ୍କୁ ମିଳୁଛି ସ୍ଵଚ୍ଛ ପାଣି । ଏହି ଗାଁରେ ୨୫ଟି ପରିବାରର ୧୦୦ରୁ ଅଧିକ ଲୋକେ ବସବାସ କରୁଛନ୍ତି । ହେଲେ ଗାଁକୁ ପକ୍କା ରାସ୍ତା ତ ଦୂରର କଥା ଭଲ ମାଟି ରାସ୍ତା ଟିଏ ମଧ୍ୟ ନାହିଁ । କେବଳ ରହିଛି ଏକ ପାଦ ଚଲା ରାସ୍ତା । ସେହିପରି ଗାଁରେ ବିଦ୍ଯାଳୟ କି ଅଙ୍ଗନବାଡି ଟିଏ ମଧ୍ଯ ନାହିଁ । ପିଲାମାନେ ପ୍ରତିଦିନ ଜଙ୍ଗଲ ଘେରା ପରିବେଶ ଦେଇ ପ୍ରାୟ ୩ କିଲୋମିଟର ବାଟ ଚାଲି ଗ୍ରିନଡୋଲା ଗାଁକୁ ପାଠ ପଢ଼ିବାକୁ ଯାଉଛନ୍ତି  । ରାସ୍ତା ଟିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ମେଡିଲାକକୁ ନେଉଥିବା ନେଇ ଗ୍ରାମବାସୀ କହିଛନ୍ତି । ଖାଲି ଏତିକି ନୁହେଁ ଗାଁରେ କ୍ଳବ ଘର କି ପୋଖରୀ ଟିଏ ମଧ୍ଯ ନାହିଁ  ।

ଅନ୍ୟପଟେ ଗାଁକୁ କେବଳ ଭୋଟ ସମୟରେ ନେତା ମାନେ ଆସନ୍ତି । ଗାଁର ଅବସ୍ଥା ଦେଖି ଜିତିବା ପରେ ସମସ୍ତ ସମସ୍ୟାର ସମାଧାନ କରିଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଛନ୍ତି ଗ୍ରାମବାସୀ । କିନ୍ତୁ ପ୍ରତିଶ୍ରୁତି ଆଜିଯାଏ ବାସ୍ତବତାରେ ପରିଣତ ହୋଇନଥିବା ବେଳେ ଆଜିବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ରେସବାହାଲି ଗାଁ । ତେଣୁ ଗାଁକୁ ପକ୍କା ରାସ୍ତା, ଏକ ଅଙ୍ଗନବାଡି ସହ କ୍ଳବ ଘର ଏବଂ ପୋଖରୀ ଗୋଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ଯପଟେ ଗ୍ରାମବାସୀଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ଗାଁର ସମସ୍ଯା ପ୍ରତି ସରକାର ଦୃଷ୍ଟି ଦେଇ ସମସ୍ଯାର ସମାଧାନ କରିବା ନିହାତି ଜରୁରୀ ହୋଇପଡିଛି ।

୨ ବର୍ଷୀୟ ଶିଶୁ ଶିବ କିସ୍କୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନନ୍ଦିଘୋଷ ବ୍ୟୁରୋ: ଖେଳକୁଦ କରିବା ବୟସରେ ଅଜଣା ରୋଗରେ ପୀଡିତ । ବୟସ ବଢିବା ସହ ବଢୁଛି ଶିଶୁ ପୁତ୍ରର ମୁଣ୍ଡ । ପୁଅକୁ ଭଲ କରିବା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲି ନିରାଶ ହୋଇପଡିଛନ୍ତି ବାପା ମାଆ । ହେଲେ ପୁଅ ଭଲ ହୋଇପାରିନାହିଁ । ଏବେ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବାରୁ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଛନ୍ତି ପରିବାର ଲୋକେ ।

ଖେଳକୁଦ କରିବା ବୟସରେ ଅଜଣା ରୋଗରେ ପୀଡିତ । ବୟସ ବଢିବା ସହିତ ବଢୁଛି ଶିଶୁ ପୁତ୍ରର ମୁଣ୍ଡ । ଫଳରେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଯାଇ ହତାଶ ହୋଇପଡିଣେନି ବାପା ମାଆ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଚିମିନିଭାଟି ଅଞ୍ଚଳରେ । ଗାଁର ବାପି କିସ୍କୁ ଓ ବୁଦୁନୀ ସିଂଙ୍କ ଏକମାତ୍ର ପୁଅ ଶିବ କିସ୍କୁ । ପୁଅଟିଏ ଜନ୍ମ ହେବାବେଳେ ପରିବାରରେ ଖୁସିର ମାହୋଲ ଖେଳିଯାଇଥିଲା । ହେଲେ ଏବେ ପୁଅର ବୟସ ବଢିବା ସହିତ ତା ମୁଣ୍ଡ ବଢୁଥିବାରୁ ଚିନ୍ତାରେ ପୂରା ପରିବାର ।

୨ ବର୍ଷୀୟ ଶିଶୁ ପୁତ୍ର ଚିକିତ୍ସା ନିମନ୍ତେ ଲକ୍ଷାଧିକ ଟଙ୍କା ଆବଶ୍ଯକ ବୋଲି ଡାକ୍ତର କହିଛନ୍ତି । ହେଲେ ବାପା ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କ ପକ୍ଷେ ପଇସା ଏକଜୁଟ କରିବା ସମ୍ଭବପର ହୋଇପାରୁନି । ଫଳରେ ପିଲାଟି କେବଳ ଘରେ ଶୋଇ ରହୁଛି । ଯଦି ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବେ ଅସ୍ତ୍ରୋପଚାର ମାଧ୍ୟମରେ ଏଭଳି ଅସାଧ୍ୟ ରୋଗରୁ ଶିଶୁଟି ଆରୋଗ୍ଯ ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।