ଭୁବନେଶ୍ବର: ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଗଣଶିକ୍ଷା ମନ୍ତ୍ରୀ ଛତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି। ଏହାସହ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । କପି କିମ୍ବା ପ୍ରଶ୍ନପତ୍ର ଭାଇରାଲ କଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ। ଏଥର କପି ଓ ପ୍ରଶ୍ନପତ୍ର ଭାଇରାଲ ହେବନି ବୋଲି ମନ୍ତ୍ରୀ ଦୃଢ଼ ଆଶାବାଦୀ ଅଛନ୍ତି । ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
୧ ଲକ୍ଷ ଟଙ୍କା ଟପିବ ସୁନା ଦର ! କୋଭିଡ ପରେ କାହିଁକି ବଢୁଛି ସୁନା ଦର ?
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ୧ଲକ୍ଷ ଟଙ୍କା ଟପିବ ସୁନା ଦର । କୋଭିଡ-୧୯ ପରଠୁ ଲଗାତାର ସୁନା ଦର ବୃଦ୍ଧି ପାଉଛି । ତେବେ କାହିଁକି ହୁ ହୁ ହୋଇ ବଢୁଛି ସୁନା ମୂଲ୍ୟ ? ଏହାର ମୁଖ୍ୟ କାରଣ କଣ ରହିଛି ଜାଣି ରଖନ୍ତୁ।
ଜେମ୍ସ ଆଣ୍ଡ ଜୁଏଲରୀର ଅଧ୍ୟକ୍ଷ ମୟୁର ଆଡେସର ସୁନା ଏବଂ ରୁପା ଦର ବଢୁଥିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁନା ମୂଲ୍ୟ ବୃଦ୍ଧି ପାଇଁ ଅନେକ ଆନ୍ତର୍ଜାତୀୟ କାରଣ ଦାୟୀ। ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଏବଂ ଆମେରିକା ଦ୍ୱାରା ମେକ୍ସିକୋ ଏବଂ କାନାଡା ଉପରେ ଲାଗୁ କରାଯାଇଥିବା ଶୁଳ୍କ ଏହାର ପ୍ରମୁଖ କାରଣ।
ଜେମ୍ସ ଆଣ୍ଡ ଜୁଏଲରୀର ଅଧ୍ୟକ୍ଷ ଆହୁରୀ ମଧ୍ୟ କହିଛନ୍ତି, କରୋନା ମହାମାରୀ ସହିତ ଆରମ୍ଭ ହୋଇଥିବା ଏହି ମୂଲ୍ୟ ବୃଦ୍ଧି ଏବେ ବି ଜାରି ରହିଛି। ବଢୁଥିବା ମୂଲ୍ୟ ଉପରେ କୌଣସି ପରିବର୍ତ୍ତନ ନହୁଏ, ତେବେ ସୁନାର ମୂଲ୍ୟ ଆଗକୁ ୧ ଲକ୍ଷ ଟଙ୍କା ଅତିକ୍ରମ କରିବ। ବଢୁଥିବା ମୂଲ୍ୟ ଯୋଗୁଁ ସାଧାରଣ ଲୋକେ ସୁନା କିଣିବା ଠାରୁ ଦୂରେଇ ଯାଉଛନ୍ତି ।
ସୁନ୍ଦରଗଡ଼ରେ ବାଟବଣା ହୋଇଛି ବିକାଶ: ପୋଖରୀ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ
ସୁନ୍ଦରଗଡ଼: ବିକାଶ ଯେଉଁଠି ବାଟବଣା । ଆଜି ବି ବିକାଶର ଦିଗ ଖୋଜୁଛନ୍ତି ଉପାନ୍ତବାସୀ । ପୋଖରୀ ପାଣି ପିଇ ମେଣ୍ଟାଉଛନ୍ତି ଶୋଷ । ଆମେ କହୁଛୁ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର କନ୍ଦାଧୁଆ ଗାଁ କଥା । ଏଠାରେ ୫୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ଏହି ଗାଁକୁ ରାସ୍ତା ଖଣ୍ଡିଏ ନାହିଁ । ଜଙ୍ଗଲ ମଧ୍ୟ ଦେଇ ମାଟି ରାସ୍ତାରେ ଗାଁକୁ ଯିବା ବେଳେ ପଡେ ଏକ ନାଳ । ଏବେ ନାଳରେ ପାଣି ନାହିଁ ତଥାପି ଏହାକୁ ପାରି ହେବା କେତେ ମୁସ୍କିଲ ତାହା ଏ ଚିତ୍ର ଦେଖି ଜାଣିପାରୁଥିବେ । ଖାଲି ଏତିକି ନୁହେଁ କେବଳ ବିଜୁଳି ଛାଡି ଦେଲେ ଗାଁରେ କୌଣସି ମୌଳିକ ସୁବିଧା ନାହିଁ । ସରକାରୀ ଯୋଜନା କହିଲେ ସ୍କୁଲଟିଏ ଥିଲା କିନ୍ତୁ ତାହା ମଧ୍ୟ ବନ୍ଦ ହୋଇପଡିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଆଦି ସମସ୍ତ ମୌଳିକ ସୁବିଧା ଏଠି ଅପହଞ୍ଚ ବୋଲି କହିଛନ୍ତି ଗ୍ରାମବାସୀ ।
ବିଡମ୍ବନା ହେଉଛି ଏହି ଗାଁର ଚାରିପଟେ ରହିଛି କୋଇଲା ଖଣି । କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଛି ଏହି ଜିଲ୍ଲାରୁ । ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କୋଟି କୋଟି ଟଙ୍କା ରହିଛି । ହେଲେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଗାଁ । ଗାଁ ପାଇଁ ଦୁଃଖ ସାଜିଛି ଗାଁ ମୁଣ୍ଡରେ ବହି ଯାଉଥିବା ନାଳ । ବର୍ଷା ହେଲେ ଜଳବନ୍ଦୀ ହୋଇଯାଏ ସମ୍ପୁର୍ଣ୍ଣ ଗାଁ । ଏପରିକି ପିଲା ମାନଙ୍କ ପାଠ ପଢାରେ ମଧ୍ୟ ଡୋରି ପଡିଯାଏ । ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଗାଁରେ ସମସ୍ୟା ଅଛି। ସମସ୍ତ ବିଭାଗ ସମନ୍ୱୟରେ ଗାଁର ବିକାଶ କରାଯିବ । କନ୍ଦାଧୁଆ ଗାଁର କେବେ ବିକାଶ ହେଉଛି । ଲୋକେ ସମସ୍ତ ସୁବିଧା ସୁଯୋଗ ପାଇପାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ରାଜ୍ୟରେ ଆରମ୍ଭ ହେଲା ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ: ଶୁଭାରମ୍ଭ କଲେ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ। ତୋଷାଳୀ ଭବନରେ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଦିବ୍ୟାଙ୍ଗମାନେ ମେଡିକାଲ ସହ ସରକାରୀ କାର୍ଯ୍ୟାଳୟରେ କିଭଳି ସୁରୁଖୁରୁରେ ପହଁଚିବେ ସେଥିନେଇ ଭୁବନେଶ୍ୱରରେ ତିନୋଟି ଜୋନ ପାଇଁ ତିନୋଟି ଟିମ ଗଠନ କରାଯାଇଛି। ଏହି ଟିମଗୁଡିକ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବୁଲି ଦିବ୍ୟାଙ୍ଗଙ୍କ ପାଇଁ କେଉଁଠି କଣ ବ୍ୟବସ୍ଥା ରହିଛି ତାହା ଅନୁଧ୍ୟାନ କରିବ। ଟିମ ରିପୋର୍ଟ ଦେବା ପରେ ଆବଶ୍ୟକ ସ୍ଥଳେ ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ କାର୍ଯ୍ୟାଳୟରେ ଉଚିତ ବ୍ୟବସ୍ଥା କରାଯିବ। ଜିଲ୍ଲା ଗୁଡିକରେ ଜିଲ୍ଲାପାଳମାନେ ଏହି କାର୍ଯ୍ୟକ୍ରମ ତଦାରଖ କରିବେ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଧାନ ସଂଗ୍ରହକୁ ନେଇ ଜନ ଅସନ୍ତୋଷ ବୃଦ୍ଧି: ଚାଷୀ, ପୋଲିସ ଓ ଜିଲ୍ଲା ପ୍ରଶାସନ ମୁଁହାମୁହିଁ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ତାତିଲେ ଚାଷୀ । ଚାଷୀନେତା ଅକ୍ଷୟ କୁମାରଙ୍କ ନେତୃତ୍ଵରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଟ୍ରାକ୍ଟରରେ ଶହ ଶହ କୁଇଣ୍ଟାଲ ଧାନ ନେଇଯାଉଥିଲେ ଚାଷୀ । ଖେରସ ଛକରୁ ବାହାରିବା ସମୟରେ ନବନିର୍ମାଣ କୃଷକ ସଂଗଠନକୁ ଅଟକାଇଥିଲା ପୋଲିସ । ଚାଷୀ ଓ ପୋଲିସ ପ୍ରଶାସନ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଉପୁଜିଥିଲା । ଜଣେ ପୋଲିସ ଅଧିକାରୀ ଯୁବ ଚାଷୀଙ୍କ ଠାରୁ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ ବେଳେ ଚାଷୀମାନେ ପୋଲିସ ଅଧିକାରୀଙ୍କୁ ଘେରିଯାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତି ବର୍ଷ ଜାନୁଆରୀ ୮ରେ ମଣ୍ଡି ଖୋଲାଯାଉଥିବା ବେଳେ ଚଳିତ ବର୍ଷ ବହୁ ବିଳମ୍ବରେ ମଣ୍ଡି ଖୋଲିଛି । ଜିଲ୍ଲାର ଅନେକ ସ୍ଥାନରେ ଏବେବି ମଣ୍ଡି ଖୋଲିନାହିଁ । ଶେଷରେ ଆଜି ଜଗତସିଂହପୁର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶତାଧିକ ଚାଷୀ ନିଜ ନିଜର ଅମଳ ଧାନକୁ ଟ୍ରାକ୍ଟର ଦ୍ୱାରା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଦାକରିବାର କାର୍ଯ୍ୟକ୍ରମ ରହିଥିଲା । ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଧାନ ମଣ୍ଡିକୁ ଯିବା ସମୟରେ ବହୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବାଧ୍ୟ ହୋଇ କମ୍ ଦାମରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଛନ୍ତି ଚାଷୀ । ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଧାନ ସଂଗ୍ରହକୁ ନେଇ ଗାଁ ଗାଁରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି ଭାରତୀୟ ସେନା
ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାଙ୍କୁ ସଫଳତା। ୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି ଭାରତୀୟ ସେନା । ୭ ଜଣ ପାକିସ୍ତାନୀ LoC ନିକଟରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଭାରତୀୟ ସେନୀ ଗୁଳିରେ ଟଳିପଡିଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନ ସେନାର ୩ ଜଣ ଯବାନ ଅଛନ୍ତି । ଏହି ଘଟଣା ଫେବୃୟାରୀ ୪ ତାରିଖ ରାତିରେ ପୁଞ୍ଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଘଟିଥିଲା ।
ସୂତ୍ର ଅନୁସାରେ, ପାକିସ୍ତାନୀ ଅନୁପ୍ରବେଶକାରୀମାନେ କୁଖ୍ୟାତ ବର୍ଡର ଆକ୍ସନ ଟିମ୍ ସହାୟତାରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ। ବର୍ଡର ଆକ୍ସନ ଟିମ୍ LoCରେ ଗୁପ୍ତ ତରିକାରେ ଆକ୍ରମଣ କରିବା ପାଇଁ ତାଲିମପ୍ରାପ୍ତ । ପାକିସ୍ତାନର ଏହି ଏଜେନ୍ସି ପୂର୍ବରୁ ମଧ୍ୟ ସୀମାରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିଛି, ଯାହାର ଫାଇଦା ନେଇ ଟିମ୍ ପୁଣି ଥରେ ସେନାକୁ ଟାର୍ଗେଟ କରିବାକୁ ଚାହୁଁଥିଲା ।
ଭାରତୀୟ ସୈନିକମାନେ ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଅଲ୍ ବଦର୍ ସଙ୍ଗଠନର ଆତଙ୍କବାଦୀମାନେ ମଧ୍ୟ ଅଛନ୍ତି ।
ବିଧାନସଭା ରେଜଲ୍ଟ ପ୍ରକାଶ ପୂର୍ବରୁ ଦିଲ୍ଲୀ ହଲଚଲ: ପ୍ରାର୍ଥୀଙ୍କୁ କିଣିବା ଅଭିଯୋଗରେ ACBକୁ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆସନ୍ତାକାଲି ଫଳାଫଳ ବାହାରିବା ପୂର୍ବରୁ ଦିଲ୍ଲୀରେ ହାଇଡ୍ରାମା। ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ବିଜେପି କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ପରେ ଏହାର ତଦନ୍ତ ଲାଗି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବିକୁ ନିର୍ଦ୍ଦେଶ ଦେଇଛନ୍ତି ଲେଫଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା। ଏସିବିର ଏକ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ତେବେ ଏହି ଟିମକୁ କେଜରିୱାଲ ଘରେ ପ୍ରବେଶ କରିବାକୁ ଦେଇ ନଥିବା ସୂଚନା ମିଳିଛି। ଛାନବିନ କରିଛନ୍ତି। ଆପର ୭ ପ୍ରାର୍ଥୀଙ୍କୁ ୧୫ କୋଟି ଲେଖାଏ ଟଙ୍କାରେ କିଣିବାକୁ ବିଜେପି ଥୋପ ପକାଉଥିବା ନେଇ ଆପ୍ ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିବା ପରେ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏପରିକି ଏହି ପ୍ରାର୍ଥୀମାନଙ୍କ ନିକଟକୁ ଫୋନ କଲ୍ ଆସିଥିବା ବିଷୟ କହିଥିଲେ ସଞ୍ଜୟ। ସେପଟେ କେଜରିୱାଲ ବି ଅଭିଯୋଗ କରିଥିଲେ ମନ୍ତ୍ରୀ କରିବା ଲାଗି ଆପର ୧୬ ପ୍ରାର୍ଥୀଙ୍କୁ ବିଜେପି ପକ୍ଷରୁ ୧୫ କୋଟି ଲେଖାଏ ଟଙ୍କା ଯଚାଯାଉଛି। ଦିଲ୍ଲୀ ବିଜେପି ସମ୍ପାଦକ ବିଷ୍ଣୁ ମିତ୍ତଲଙ୍କ ଅବିଯୋଗ କ୍ରମେ ଲେଫଟନାଣ୍ଟ ଗଭର୍ଣ୍ଣର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ଶାଶୂ ଡେନିସଙ୍କ ଆଗରେ ଫିକା ପଡିଲେ ପ୍ରିୟଙ୍କା
ନନ୍ଦିଘୋଷ ବ୍ୟୁରୋ: ବଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ଶାଶୁଘର ପରିବାର ସହ ଭାରତ ଆସିଛନ୍ତି । ଭାଇ ସିଦ୍ଧାର୍ଥଙ୍କ ବାହାଘରରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଏବଂ ତାଙ୍କର ପୁରା ପରିବାର । ସିଦ୍ଧାର୍ଥ ଏବଂ ନୀଲମଙ୍କ ବିବାହ ସମାରୋହକୁ ବହୁତ ଉପଭୋଗ କରୁଛନ୍ତି ପ୍ରିୟଙ୍କା। ସୋସିଆଲ ମିଡିଆରେ ବିବାହ ସମାରୋହର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ଏବଂ ଶାଶୂ ଡେନିସ ଓ ଶଶୂର କେବିନ ଜୋନସଙ୍କ ସହିତ ନଜର ଆସିଛନ୍ତି । ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ଏବଂ ଅନ୍ୟ ୟୁଜର୍ସ କହିଛନ୍ତି ଯେ, ପ୍ରିୟଙ୍କାଠୁ ବି ସୁନ୍ଦର ତାଙ୍କ ଶାଶୂ । ଡେନିସ୍ ସୁନ୍ଦରତାରେ ପ୍ରିୟଙ୍କାକୁ ବି ପଛରେ ପକାଇ ଦେିଛନ୍ତି ।
ପ୍ରିୟଙ୍କା ତାଙ୍କ ଭାଇଙ୍କ ସଙ୍ଗୀତ ସମାରୋହରେ ତାଙ୍କ ସ୍ୱାମୀଙ୍କ ସହ ଅନେକ ଫଟୋ କ୍ଲିକ୍ କରିଥିଲେ । ଏହି ସମୟରେ, ଦମ୍ପତି ବ୍ଲୁ ମେଚିଂ ଆଉଟଫିଟ ସହ ନଜର ଆସିଥିଲେ ।
ଡେନିସଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ସେ ନିଜକୁ ଫିଟ୍ ରଖିଛନ୍ତି । ଡେନିସଙ୍କୁ ଦେଖି ସମସ୍ତଙ୍କ ହୋସ୍ ଉଡିଯାଇଛି। କେହି କେହି କମେଣ୍ଟରେ ଲେଖିଛନ୍ତି ଯେ, ଡେନିସ୍ ପ୍ରିୟଙ୍କାକ ଭଉଣୀ ଭଳି ଦେଖାଯାଉଛନ୍ତି। ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, ‘ସେ ପ୍ରିୟଙ୍କାଙ୍କୁ ସୁନ୍ଦରତାରେ ମାତ୍ ଦେବେ । ଅନ୍ୟ ଜଣେ ଲେଖିଛନ୍ତି, ‘ଦେଶୀ ଲୁକ୍ ହେଉ କି ପାଶ୍ଚାତ୍ୟ ଲୁକ୍, ଡେନିସ୍ ପ୍ରତ୍ୟେକ ଶୈଳୀରେ ସୁନ୍ଦର ଦେଖାଯାଉଛନ୍ତି।’
ଦେଶଦ୍ରୋହ ଅଭିଯୋଗରେ ଗିରଫ ହେଲେ ବାଂଲାଦେଶ ଅଭିନେତ୍ରୀ ମେହେର ଅଫରୋଜ୍ ଶାଓନ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପ୍ରସିଦ୍ଧ ଅଭିନେତ୍ରୀ ମେହେର ଅଫରୋଜ୍ ଶାଓନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ। ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶ ପୋଲିସ ମୋହର ଅଫରୋଜଙ୍କୁ ଗିରଫ କରିଛି । ଏହି ମାମଲାରେ, ବାଂଲାଦେଶ ପୋଲିସର ଡିଟେକ୍ଟିଭ୍ ବ୍ରାଞ୍ଚ ଗୁରୁବାର ପଚରାଉଚରା ପାଇଁ ଅଭିନେତ୍ରୀଙ୍କୁ ଅଟକ ରଖିଥିଲା ।
ଡିଟେକ୍ଟିଭ୍ ବ୍ରାଞ୍ଚର ଅତିରିକ୍ତ ପୋଲିସ ରେଜାଉଲ କରିମ ମଲିକ କହିଛନ୍ତି, ମେହେରଙ୍କ ବିଷୟରେ କିଛି ସୂଚନା ମିଳିଥିଲା, ଯାହା ପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା। ତାଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ହୋଇଛି । ସେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ସମାଲୋଚନା କରିଥିଲେ ।
ମେହେର ବାଂଲାଦେଶର ପ୍ରସିଦ୍ଧ ଲେଖକ ହୁମାୟୁନ୍ ଅହମ୍ମଦଙ୍କ ପତ୍ନୀ । ଅଭିଯୋଗ ଅନୁସାରେ, ମେହେର ନିଜ ସୋସିଆଲ ମିଡିଆ ପେଜରେ ମହମ୍ମଦ ୟୁନୁସ୍ ଶାସନ ଏବଂ ଖାସ୍ କରି ତାଙ୍କ ପ୍ରେସ୍ ପରାମର୍ଶଦାତାଙ୍କୁ ଖୋଲାଖୋଲି ଭାବରେ ସମାଲୋଚନା କରିଥିଲେ ।
ମେହେର ଅଫରୋଜ୍ କେବଳ ଜଣେ ପ୍ରସିଦ୍ଧ ବାଂଲାଦେଶୀ ଅଭିନେତ୍ରୀ ନୁହନ୍ତି, ସେ ଜଣେ ନିର୍ଦ୍ଦେଶକ, ନୃତ୍ୟଶିଳ୍ପୀ ଏବଂ ପ୍ରଚ୍ଛଦପଟ୍ଟ ଗାୟିକା ମଧ୍ୟ । ୨୦୧୬ରେ ଫିଲ୍ମ ‘କୃଷ୍ଣୋପୋଖୋ’ ପାଇଁ ତାଙ୍କୁ ଶ୍ରେଷ୍ଠ ମହିଳା ଗାୟିକା ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

