spot_img
Home Blog Page 1076

ବିବାହ ପାଇଁ ପୁଅର ଜିଦ୍, ମନାକରିବାରୁ ପୁଅର କାଠ ଫାଳିଆ ମାଡରେ ବାପା ମୃତ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ପୁଅର କାଠ ଫାଳିଆ ମାଡରେ ବାପା ମୃତ  । ମୃତକ ଜଣକ ହେଉଛନ୍ତି ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ ବାଂଶପାଣି ଅଞ୍ଚଳର ଅଜୟ ସେଠୀ । ପୁଅର ଏକା ଜିଦ୍ ବାହା ହେବ। ହେଲେ ବାପା ଚାହୁଁଥିଲେ ପୁଅ ଆଗ ଭଲକରି କାମ ଧନ୍ଦା କରୁ, ତା’ ପରେ ଯାଇ ବାହା ହେବ । ତେବେ ଏହି କଥାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ ହୋଇଥିଲା ଜୋରଦାର ବଚସା ।  ଗତକାଲି ରାତିରେ ଏହି କଥାକୁ ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆଉ ତା’ପରେ ଉତକ୍ଷିପ୍ତ ସୈତାନ୍ ପୁଅ କେହି କିଛି ବୁଝିବା ଆଗରୁ ଏକ କାଠ ଫାଳିଆ ନେଇ ସିଧା ବାପାଙ୍କ ମୁଣ୍ଡକୁ ପିଟିଦେଇଥିଲା । ଘଟଣାଟି ଘଟିଛି ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ ବାଂଶପାଣି ଅଞ୍ଚଳରେ ।

ପରିବାର ଲୋକେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ହେଉଛନ୍ତି ଯୋଡ଼ା ଥାନା ବାଂଶପାଣି ଟୋଲ ଗେଟ୍ ଅଞ୍ଚଳର ଅଜୟ ସେଠୀ । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣାର କରି ଛାନବିନ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ବାରବାଟୀ ଲଜ୍ଜା : ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ କଡା ସମାଲୋଚନା

ଭୁବନେଶ୍ବର: ବାରବାଟୀରେ ଘୋର ଲଜ୍ଜା । କାହିଁକି ୨୮ ମିନିଟ୍ କଟିଗଲା ଫ୍ଲଡ୍ ଲାଇଟ୍ । ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ?  କାହିଁକି ଅନ୍ଧାର ହେଲା ବାରବାଟୀ ? ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କେମିତି କଟିଗଲା ଲାଇଟ୍ ? ସାରା ବିଶ୍ବରେ ଓଡ଼ିଶା ମ୍ୟାଚକୁ ନେଇ ଉଠିଲା ପ୍ରଶ୍ନ । ତେବେ ଏହି ମାମଲାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା କଡା ନିନ୍ଦା କରିଛନ୍ତି ବରିଷ୍ଠ ନେତାମାନେ । ଏହା ଓଡିଆ ଅସ୍ମିତା ନା ଅଭିଶାପ କହି ରାଜ୍ୟ ସରକାରଙ୍କ କଟାକ୍ଷ କରିଛନ୍ତି ବିରୋଧୀ ନେତାମାନେ ।

ତେବେ ଏହାକୁ କଡା ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  । ଓଡିଆ ଅସ୍ମିତାକୁ ଅଭିଶାପ ବୋଲି ସେ କହିଛନ୍ତି । ବାରବାଟୀ ଫ୍ଲଡ୍ ଲାଇଟ୍ ବନ୍ଦ ହେବାକୁ ନେଇ ସେ ଅଭିଶାପ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅନ୍ତର୍ଜାତୀକ କ୍ରିକେଟ ମ୍ୟାଚ୍ ବେଳେ ବାରବାଟୀ ଅନ୍ଧାର ପାଇଁ ପୁରା ବିଶ୍ୱରେ ଲଜ୍ଜିତ ହେଲା ଓଡ଼ିଶା  । ବିଶ୍ଵ ଦେଖିଲା ଖେଳ ଚାଲୁଥିବା ବେଳେ ବାରବାଟୀ ଅନ୍ଧାର  । ଆଉ ବାରବାଟୀକୁ ଖେଳ ଆସିବ କି ନାହିଁ ସନ୍ଦେହ  । ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ତାରା ବାହିନୀପତି ।

ସେପଟେ କଂଗ୍ରେସ ବିଧାୟିକ ସୋଫିଆ ଫିର୍ଦ୍ଦୋଷ ଏ ଘଟଣାକୁ ନିନ୍ଦା କରିଥିବା ବେଳେ କହିଛନ୍ତି କାହିଁକି ଏପରି ତ୍ରୁଟି ହେଲା ଏହାର ତଦନ୍ତ ହେବ । ଏଭଳି ଘଟଣାର ପୁନରାବୃତ୍ତି ନ ହେଉ ତାହା ପାଇଁ ବିଧାନସଭାରେ ଲଢେଇ କରିବି ।

ବାରବାଟୀ ଅନ୍ଧାର ଘଟଣା ଆମକୁ ଆଘାତ ଦେଇଛି ।  କଟକର ଐତିହ୍ୟକୁ ଆଞ୍ଚ ଆଣିଛି ବାରବାଟୀ ଅନ୍ଧାର ଘଟଣା । ସମସ୍ତେ ଥାଇ ଏପରି ତ୍ରୁଟି କେମିତି ହେଲା ? କଠୋର ପଦକ୍ଷେପ ନିଆଯାଉ ଯେପରି ଭବିଷ୍ୟତରେ ଏପରି ପୁନରାବୃତ୍ତି ନହୁଏ ବୋଲି ଦାବି କରିଛନ୍ତି କଟକ ମେୟର ସୁବାସ ସିଂ । ତେବେ ଏହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । କାହିଁକି ମ୍ୟାଚ ମଝିରେ ଲାଇନ୍ କଟିଲା ? କିଏ ଏହି କାରଣ ପାଇଁ ଦାୟୀ । ଏହି କାରଣରୁ ଓଡି଼ଶା ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି। ଓଡିଶାକୁ ଅପଦସ୍ତ କରନ୍ତୁନି ବୋଲି କହିଛନ୍ତି ।

ସେପଟେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ମ୍ୟାଚ ଦାୟିତ୍ଵରେ ଥିଲେ ଅନେକ ସବ୍ କମିଟି । ବିଦ୍ୟୁତ ଦାୟିତ୍ୱବି ଗୋଟେ କମିଟି ନେଇଥିଲା। କେଉଁ ସଂସ୍ଥା ଓ କିଏ କେଉଁ କମିଟି ଦାୟିତ୍ୱରେ ଥିଲେ, OCA ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । DG ଡ୍ରାଇଭର କି ବ୍ୟାକ ଅପ ଡ୍ରାଇଭର କାହିଁକି ନଥିଲା ? ବିଦ୍ୟୁତ କାଟ ବଡ଼ କଥା ନୁହେଁ, ବିଳମ୍ବ ହେବା ବଡ଼ କଥା। ୨୦ ସେକେଣ୍ଡରେ ବିଦ୍ୟୁତ ପୁନଃ ସୁଯୋଗ ହୋଇ ପାରିଥାନ୍ତା। ନ ହେବାରୁ ଏହା ସମସ୍ତଙ୍କୁ ଆଘାତ ଦେଇଛି। ମୁଁ DCP ଙ୍କୁ କହିଥିଲି, ସେହି ବ୍ୟକ୍ତିଙ୍କୁ ଗିରଫ କରିବାକୁ। କେଉଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଓ ପରିବହନ ଦାୟିତ୍ୱ ନେଇଥିଲେ, ତାର ଉତ୍ତର ବି ମଗାଯାଇଛି । ମୁଁ ଆଶ୍ୱାସନା ଦେଉଛି ଓଡ଼ିଶାକୁ ଆହୁରି ମ୍ୟାଚ ଆସିବ ବୋଲି କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ।

ଆପଣ କ’ଣ ମରିଯିବେ ? ରକ୍ତରେ ଭିଜିଥିବା ସୈଫଙ୍କୁ ପ୍ରଶ୍ନ କରିଥିଲେ ତୈମୁର ..

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ମାସରେ ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଏକ ବଡ ଆକ୍ରମଣ ହୋଇଥିଲା। ଜଣେ ଚୋର ତାଙ୍କ ଘରେ ପଶି ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପ୍ରଥମ ଥର ପାଇଁ, ସୈଫ ଅଲ୍ଲୀ ଖାନ ଏହି ଘଟଣା ସମ୍ପର୍କରେ ଏକ ସାକ୍ଷାତକାର ଦେଇଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ ବହୁତ ଭୟଭୀତ ଥିଲେ। ଯେତେବେଳେ ତାଙ୍କ ଶରୀରରୁ ରକ୍ତ ବହିଯାଉଥିଲା, ସେ ତାଙ୍କ ସହିତ ଥିଲେ। ପୁଅ ଅଭିନେତାଙ୍କୁ ପଚାରିଥିଲା ​​ଯେ ତାଙ୍କର କିଛି ହେଇଯିବକି ? ଆପଣ କଣ ମରିଯିବେ କି ? ତେବେ ଆସନ୍ତୁ ଜାଣିବା ତୈମୁର ତାଙ୍କ ବାପାଙ୍କୁ କ’ଣ ପଚାରିଥିଲେ ?

ଘଟଣାଟି ଜାନୁଆରୀ ୧୬ ତାରିଖରେ ଘଟିଥିଲା, ଯେତେବେଳେ ଜଣେ ଚୋର ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁରଙ୍କ ମୁମ୍ବାଇ ସ୍ଥିତ ଘରେ ପଶିଥିଲା। ଅଭିଯୁକ୍ତ ଅଭିନେତାଙ୍କୁ ୬ ଥର ଛୁରୀ ମାରିଥିଲେ ଏବଂ ଏହି କାରଣରୁ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଏନେଇ ଚିନ୍ତିତ ଥିଲେ। ତାଙ୍କର ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା ଏବଂ ତାଙ୍କ ପିଠିରୁ ଛୁରୀ ଖଣ୍ଡ ବାହାର କରାଯାଇଥିଲା। ଏବେ ସେ ଭଲ ଅଛନ୍ତି। ତେବେ ଘଟଣାର ତଦନ୍ତ ପରେ ପୋଲିସ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା ।

ସେଦିନ ରାତିରେ କ’ଣ ଘଟିଥିଲା :
ସୈଫ୍ ଅଲ୍ଲୀ ଖାନ ମିଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ସେ ରାତିରେ ଘଟିଥିବା ସମସ୍ତ ଘଟଣା କହିଛନ୍ତି । ସେ ମନେ ପକାଇଥିଲେ ଯେ ସେ ତାଙ୍କ ପରିବାରର ସୁରକ୍ଷା ପାଇଁ ଚୋର ସହିତ କିପରି ଲଢ଼ିଥିଲେ। ଏହି ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଲଗାତାର ରକ୍ତସ୍ରାବ ହେଉଥିଲା ଏବଂ କୁର୍ତ୍ତା ରକ୍ତରେ ଭିଜି ଯାଇଥିଲା। ସେଦିନ ଘରେ କରୀନା କପୁର, ଉଭୟ ପିଲା ତୈମୁର-ଜେହ ଏବଂ ସେମାନଙ୍କ ନାନି ଥିଲେ। ସୈଫଙ୍କ ଅବସ୍ଥା ଦେଖିବା ପରେ ତୈମୁର ବହୁତ ଭୟଭୀତ ହୋଇଯାଇଥିଲେ ।

ସେହି ସମୟରେ କରୀନା କ’ଣ କରୁଥିଲେ
ସୈଫ ଅଲ୍ଲୀ ଖାନ କହିଥିଲେ ଯେ ଯେତେବେଳେ ସେ ଆହତ ହୋଇଥିଲେ, ତୈମୁର, କରୀନା ଏବଂ ସାନ ପୁଅ ଜେହ ଏକାଠି ସିଡ଼ି ଦେଇ ତଳକୁ ଓହ୍ଲାଇ ଆସିଥିଲେ। ସେ ତୁରନ୍ତ ଅଟୋ ଖୋଜିବା ଆରମ୍ଭ କରିଥିଲେ । ସୈଫ୍ କହିଛନ୍ତି , ‘ମୁଁ କରୀନାଙ୍କୁ କହିଥିଲି ଯେ ମୁଁ ଯନ୍ତ୍ରଣା ଅନୁଭବ କରୁଛି।’ ମୋ ପିଠିରେ କଷ୍ଟ ଅନୁଭବ ହେଉଛି । ତେଣୁ କରିନା  ମୋତେ ହସ୍ପିଟାଲ ଯିବାକୁ କହିଥିଲେ ଏବଂ ସେ କରିସ୍ମାଙ୍କ ଘରକୁ ପଳାଇଥିଲେ । ସେ ନିରନ୍ତର ସମସ୍ତଙ୍କୁ ଡାକୁଥିଲେ। କିନ୍ତୁ ରାତି ଅଧିକା ହୋଇଥିବାରୁ କେହି ଫୋନ୍ ଉଠାଇ ନଥିଲେ ।

ତୈମୁର ସୈଫ ଅଲ୍ଲୀ ଖାନଙ୍କୁ କ’ଣ ପଚାରିଥିଲେ?
ସୈଫ କହିଥିଲେ ଯେ ଘରେ ସମସ୍ତେ ଚିନ୍ତିତ ଥିଲେ। ସମସ୍ତଙ୍କ କଥା ଭାବି ସେ କହିଲେ, ‘ମୁଁ ସମସ୍ତଙ୍କୁ କହିଲି ଚିନ୍ତା କର ନାହିଁ, ମୁଁ ଠିକ୍ ଅଛି।’ ମୋର କିଛି ହେବ ନାହିଁ। ମୁଁ ମରୁନାହିଁ। ସେହି ସମୟରେ ତୈମୁର ପଚାରିଥିଲେ, ‘ତୁମେ କ’ଣ ମରିଯିବ?’

ସୈଫଙ୍କ ସହ କିଏ ହସ୍ପିଟାଲ ଯାଇଥିଲେ?
ପ୍ରଥମେ ଦାବି କରାଯାଉଥିଲା ଯେ ସୈଫ ଅଲ୍ଲୀ ଖାନଙ୍କ ବଡ଼ ପୁଅ ଇବ୍ରାହିମ ତାଙ୍କ ସହିତ ହସ୍ପିଟାଲ ଯାଇଥିଲେ। କିନ୍ତୁ ପରେ ଲୀଳାବତୀ ହସ୍ପିଟାଲର ଡାକ୍ତରମାନେ କହିଥିଲେ ଯେ ସୈଫ ଅଲ୍ଲୀ ଖାନ ତାଙ୍କ ୮ ବର୍ଷର ପୁଅ ସହିତ ହସ୍ପିଟାଲ ଆସିଥିଲେ ଏବଂ ତାଙ୍କ ସହିତ ଜଣେ କର୍ମଚାରୀ ମଧ୍ୟ ସେଠାକୁ ଆସିଥିଲେ।

କାହିଁକି ୮ ବର୍ଷର ପୁଅ ସୈଫକୁ ଡାକ୍ତରଖାନା ନେଇଥିଲା ?
ସୈଫ୍ କହିଥିଲେ ଯେ ତୈମୁର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲେ। ସେ ଶାନ୍ତ ଦେଖାଯାଉଥିଲେ। ତୈମୁର ନିଜେ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ମଧ୍ୟ ତାଙ୍କ ସହିତ ହସ୍ପିଟାଲ ଯିବାକୁ ଯାଉଛନ୍ତି। ତା’ପରେ ସୈଫ୍ ଅନୁଭବ କରିଥିଲେ ଯେ ତାଙ୍କ ପୁଅକୁ ଦେଖିବା ପରେ ତାଙ୍କୁ ଭଲ ଅନୁଭବ ହେଉଛି । ମୁଁ ଆରାମ ଅନୁଭବ କରୁଥିଲି। ସେ ନିଜେ ହସ୍ପିଟାଲକୁ ଏକା ଯିବାକୁ ଚାହୁଁ ନଥିଲେ। ସୈଫ୍ କହିଥିଲେ, ‘ସେ ଜାଣିଥିଲେ ଯେ ତୈମୁର ବହୁତ ଛୋଟ ଥିଲା।’ ସେ କିଛି କରିପାରିବେନି ..କିନ୍ତୁ ସତ କଥା ହେଉଛି ଯେ, ସେ  ପୁଅ ସହିତ ରହିବାକୁ ଚାହୁଁଥିଲେ । ଭଗବାନ ନ କରନ୍ତୁ, ଯଦି କିଛି ହେଇଥାଆନ୍ତା ତେବେ ମୁଁ ଚାହିଁବି ଯେ, ମୋ ପୁଅ ମୋ ସହିତ ରହୁ ।

ମହାକୁମ୍ଭକୁ ଯିବାର ଯୋଜନା ଅଛି କି ? ତା’ଆଗରୁ ପଢିନିଅନ୍ତୁ ଏହି ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼ । ମାଘ ପୂର୍ଣ୍ଣିମାରେ ବୁଡ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଭିଡ଼ ଏତେ ଅଧିକ ଥିଲା ଯେ ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନ ବନ୍ଦ ହୋଇଗଲା । ଗତକାଲିଠୁ ଉତ୍ତରପ୍ରଦେଶ ସରକାର ଷ୍ଟେସନ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ବଢୁଥିବା ଭିଡ଼ ଓ ସୁରକ୍ଷାକୁ ଦୃଷ୍ଟିରେ ରହିଛି ଷ୍ଟେସନ ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଇଛି । ଏହି ଅସ୍ଥାୟୀ ବନ୍ଦକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ବିକଳ୍ପ ଷ୍ଟେସନ କିମ୍ବା ରୁଟ୍ ବାଛିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି । ତେବେ ଫଟୋ ମାଧ୍ୟମରେ ଦେଖନ୍ତୁ ପ୍ରୟାଗରାଜରେ କିଭଳି ରହିଛି ସ୍ଥିତି ..

ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବା ପରେ ରାତିସାରା ଟ୍ରାଫିକ ଜାମ ସମସ୍ୟା ଦେଖାଦେଇଛି । ଶ୍ରଦ୍ଧାଳୁଙ୍କୁ ଟ୍ରେନ ଟିକେଟ ନମିଳିବା କାରଣରୁ ବ୍ୟକ୍ତିଗତ ଗାଡିରେ ଆସୁଛନ୍ତି ଭକ୍ତ । ଯାହାଫଳରେ କି ମାତ୍ରାଧିକ ଯାନବାହନ କାରଣରୁ ରାସ୍ତାରେ ଭିଡ ପରିସ୍ଥିତି ସୃଷ୍ଟି ହୋଇଛି । ଫଟୋରେ ଆପଣ ଦେଖିପାରୁଥିବେ କିଭଳି ଭାବରେ ରାସ୍ତାରେ କାର ଗୁଡିକ ଫସିରହିଛି ।

ଘଣ୍ଟାଘଣ୍ଟା ଧରି ଲୋକମାନେ ଟ୍ରାଫିକରେ ଫସି ରହୁଛନ୍ତି । ମାତ୍ରାଧିକ ଭିଡ ହେତୁ ବୃଦ୍ଧ ଏବଂ ଛୋଟ ପିଲାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ପରିସ୍ଥିତି ଏତେ ଗମ୍ଭୀର ହେଇଯାଉଛି କି ଚାଳକ ମାନେ ଗାଡି ଥୋଇଦେଇ ଚାଲି ଚାଲି ଭିଡ ବାହାରକୁ ପଳାଉଛନ୍ତି ।

ଶ୍ରଦ୍ଧାଳୁଙ୍କ ଭିଡରେ ଆକ୍ତମାକ୍ତା ସହର । ଏ ଦୃଶ୍ୟଟି ହେଉଛି ମେଳା କ୍ଷେତ୍ରର । ଦେଖିପାରୁଥିବେ କେତେ ମାତ୍ରାରେ ଏଠାରେ ଭକ୍ତଙ୍କର ଭିଡ ପରିଲିକ୍ଷିତ ହୋଇଛି ।

ଏ ଦୃଶ୍ୟ ହେଉଛି ପ୍ରୟାଗରାଜ ଷ୍ଟେସନର । ସେଠାରେ ଶ୍ରଦ୍ଧାଳୁଙ୍କ ଅତ୍ୟାଧିକ ଭିଡ ପରିଲିକ୍ଷିତ ହେବା ପରେ ଅଧିକାରୀ ଜଣକ ସେମାନଙ୍କୁ ଷ୍ଟେସନ ବନ୍ଦର ଖବର ଦେବା ସହିତ ରାସ୍ତା ବତାଉଛନ୍ତିି । କିପରି ସେମାନେ ମହାକୁମ୍ଭରେ ପହଞ୍ଚିପାରିବେ । ଏବଂ ସୁରକ୍ଷିତ ଭାବରେ ଷ୍ଟେସନରୁ କେମିତି ବାହାରିବେ ।

ଏ ଦୃଶ୍ୟ ହେଉଛି ପ୍ରୟାଗରାଜ ଜଙ୍କସନର ମୁଖ୍ୟ ରାସ୍ତା । ଏଠାରେ ଶ୍ରଦ୍ଧାଳୁ ଯେମିତି ଭିଡ ନଲଗାଇବେ ଏବଂ ଆଗକୁ ବଢି ରାସ୍ତା ଫାଙ୍କା କରିବେ ସେନେଇ ପୋଲିସ ଅଧିକାରୀ ଜଣକ ସୂଚନା ଦେଉଛନ୍ତି । ଗୋଟିଏ ଜାଗାରେ ଏକତତ୍ରିତ ନହୋଇ ଅଗକୁ ବଢିବାକୁ ପରାମର୍ଶ ଦେଉଛନ୍ତି ।

ସହରରେ ଅତ୍ୟାଧିକ ଭିଡ ହେବାରୁ ଷ୍ଟେସନ ସହ ଅଟୋ ଏବଂ ରିକ୍ସା ସେବାଗୁଡିକ ମଧ୍ୟ ବନ୍ଦ କରିଦିଆଯାଇଛି । ଲୋକମାନେ ଚାଲି ଚାଲି ମହାକୁମ୍ଭ ସ୍ଥଳକୁ ଯାଉଛନ୍ତି । ଭିଡ ଏତେମାତ୍ରାରେ ହୋଇଛି ଯେ ୨୦ମିନିଟର ରାସ୍ତା ଅତିକ୍ରମ କରିବା ପାଇଁ ଲୋକଙ୍କୁ ୩ଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି ।

ଷଣ୍ଢ ଆକ୍ରମଣରେ ଚାଲିଗଲା ଜୀବନ, ସ୍ଥାନୀୟବାସିନ୍ଦାଙ୍କ ରାସ୍ତାରୋକ

ଭୁବନେଶ୍ବର: ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣକର ଜୀବନ । ଷଣ୍ଢଙ୍କ ଆତଙ୍କରେ ଲୋକ ଭୟଭୀତ ଥିବା ବେଳେ ଏହାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକ । ଷଣ୍ଢ ଆତଙ୍କର ପ୍ରତିବାଦ କରିବା ପାଇଁ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଘଟଣା ହେଉଛି ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ଇଂଜଣା ଓ ବରିମୁଣ୍ଡ ଅଞ୍ଚଳର । ବୁଲା ଷଣ୍ଢର ଦୌରାତ୍ମରେ ଲୋକେ ଅତିଷ୍ଠ । ବୁଲା ଗାଈଗୋରୁ ଓ କୁକୁରଙ୍କ ଯୋଗୁଁ ପ୍ରତିଦିନ ଛୋଟ ମୋଟ ଅଘଟଣ ଘଟୁଛି। ଗତ ସପ୍ତାହରେ ୫ ଜଣ ଆହତ ହୋଇଥିଲେ ।

ଗତକାଲି ରାତିରେ ଆଉ ଜଣକୁ ଷଣ୍ଢ ଆକ୍ରମଣ କରିଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଲୋକଙ୍କ ସହିବାର ସୀମା ଟପିଛି । ସ୍ଥାୟୀ ପ୍ରତିକାର ଦାବିରେ ରାସ୍ତାରେ ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ । ପ୍ରଶାସନ ପକ୍ଷରୁ ସମାଧାନ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ବାରବାଟୀରେ କାହିଁକି ମ୍ୟାଚ ମଝିରେ କଟିଲା ବିଜୁଳି ? ଦାୟୀ କିଏ ଉତ୍ତର ଦିଅ …

କଟକ: ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଲିଭିବା ଘଟଣାରେ ଓସିଏକୁ ନୋଟିସ । OCAକୁ କାରଣ ଦର୍ଶାଅ ନୋଟିସ ଜାରି କଲା କ୍ରୀଡ଼ା ବିଭାଗ । OCA ସମ୍ପାଦକ ସଞ୍ଜୟ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ମ୍ୟାଚ ମଝିରେ ବିଜୁଳି କଟିଲା, ଏଥି ପାଇଁ ଦାୟୀ କିଏ, କର୍ମଚାରୀ କି ସଂସ୍ଥାଙ୍କ ବିରୋଧରେ ଦଶ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଧା ପାଇଁ କାରଣ ଦର୍ଶାନ୍ତୁ ବୋଲି OCA କୁ ଚିଠି ଲେଖିଛନ୍ତି କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ।

କଟକର ବାରବାଟୀ ଷ୍ଟାଡିୟମରେ ଗତକାଲି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ସମୟରେ, ଗୋଟିଏ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ଯୋଗୁଁ ପ୍ରାୟ ୩୦ ମିନିଟ୍ ପାଇଁ ମ୍ୟାଚ୍ ବନ୍ଦ ରହିଥିଲା । ଯାହା ଫଳରେ ଖେଳାଳି ଏବଂ ଦର୍ଶକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଏହି ବ୍ୟାଘାତର କାରଣ ପାଇଁ ଏକ ବିସ୍ତୃତ ବ୍ୟାଖ୍ୟା ଦାଖଲ କରିବା ଏବଂ ଏପରି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତି ଏଜେନ୍ସିଗୁଡ଼ିକୁ ଚିହ୍ନଟ କରିବାକୁ ଏବଂ ଭବିଷ୍ୟତରେ ସମାନ ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ରୂପରେଖା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଚିଠି ପାଇବାର ୧୦ ଦିନ ମଧ୍ୟରେ ନିଷ୍କର୍ଷ ଦାଖଲ କରିବାକୁ OCAକୁ ନିର୍ଦ୍ଦେଶ ଦିଆଯାଇଛି।

ହରଭଜନ ସିଂଙ୍କୁ ଶୋଏବ ଅଖତରଙ୍କ ଧକ୍କା, ଭିଡିଓ ଭାଇରାଲ ..

ନନ୍ଦିଘୋଷ ବ୍ୟୁରୋ : ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି  ।  ଯାହା ରାୱଲପିଣ୍ଡି, କରାଚୀ ଏବଂ ଲାହୋର ସହିତ ଦୁବାଇରେ ଖେଳାଯିବ। ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବ, ତେବେ ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୋଏବ ଅଖତର ଏବଂ ହରଭଜନ ସିଂହ ଲଢ଼ୁଥିବାର ଦେଖିବାକୁ ମିଳୁଛି । ସେମାନେ ପରସ୍ପରକୁ ରାଗରେ ଚାହୁଁଥିବା ଦେଖିବାକୁ ମିଳୁଛି ।  ସେହି ସମୟରେ, ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଅଖତାର ହରଭଜନ ସିଂହଙ୍କୁ ଠେଲା ମାରିଥିଲେ । ଏବେ ଯଦି ଆପଣ ଭାବୁଛନ୍ତି ଯେ ଦୁବାଇରେ ଅଖତର ଏବଂ ହରଭଜନଙ୍କ ମଧ୍ୟରେ ଝଗଡା ପ୍ରକୃତରେ ହୋଇଥିଲା, ତେବେ ଏହା ସତ ନୁହେଁ। ସେମାନଙ୍କ ମଧ୍ୟରେ ଯାହା ଘଟିଥିଲା, ତାହା ଏକ ଇଭେଣ୍ଟର ଅଂଶ ଥିଲା।

ଦୁବାଇରେ ଅଖତାର ଏବଂ ହରଭଜନଙ୍କ ମଧ୍ୟରେ କ’ଣ ଘଟିଥିଲା?

ସୋଏବ ଅଖତର ଏବଂ ହରଭଜନ ସିଂହଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥାଏ । ପଡିଆରେ ମ୍ୟାଚ ଚାଲୁଥିବା ସମୟରେ ଦୁଇଜଣ ସଦା ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ସେହିଭଳି ଦୁବାଇରେ ତାହା ଦେଖିବାକୁ ମିଳିଛି । ଦୁହେଁ ଏକ ଇଭେଣ୍ଟ ପାଇଁ ପଡିଆକୁ ଓହ୍ଲାଇଥିଲେ । ଏବଂ ପଡିଆରେ ଝଗଡା କରୁଥିବା ଦେଖିବାକୁ ମିଳିଥିଲା ।

https://www.instagram.com/reel/DF2zNBzymkw/?utm_source=ig_web_copy_link

ଶୋଏବ ଅଖତାର ହରଭଜନ ସିଂହଙ୍କୁ ଠେଲିଦେଲେ !

ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି ଯେ ଉଭୟ କ୍ରିକେଟର ପରସ୍ପର ସହିତ ଟକ୍କର ଦେବାକୁ କିପରି ବ୍ୟାକୁଳ। ହରଭଜନଙ୍କ ହାତରେ ବ୍ୟାଟ୍ ଅଛି ଏବଂ ସୋଏବ ଅଖତରଙ୍କ ହାତରେ ବଲ ଅଛି। ଦୁହେଁ ପରସ୍ପରକୁ ଚ୍ୟାଲେଞ୍ଜ କରି ଆଗକୁ ବଢ଼ୁଛନ୍ତି। ଏବଂ, ଯେତେବେଳେ ଦୁହେଁ ପରସ୍ପରର ବହୁତ ନିକଟତର ହୁଅନ୍ତି, ଅଖତର ହରଭଜନଙ୍କୁ ଠେଲି ଦେଉଛନ୍ତି । ପରେ ହରଭଜନଙ୍କ ମୁହଁର ହାବଭାବ ଦେଖି ଏପରି ମନେ ହେଉଥିଲା ଯେପରି ସେ ଅଖତରଙ୍କୁ ବଲ ପକାଇବାକୁ କହୁଛନ୍ତି ଏବଂ ସେ ତାଙ୍କ ବଲରେ ଛକା ଚୌକା ମାରି ତାଙ୍କୁ ଜବାବ ଦେବାକୁ ଚାହୁଁଛନ୍ତି ।

ILT20 ଫାଇନାଲ ପାଇଁ ଦୁହେଁ ଦୁବାଇରେ ଥିଲେ 

ହରଭଜନ ଏବଂ ସୋଏବ ଅଖତର ଉଭୟ ILT20 ଫାଇନାଲ ପାଇଁ ଦୁବାଇରେ ଥିଲେ। ସେହି ମ୍ୟାଚ୍ ସମୟରେ, ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା, ଯାହା ଇଭେଣ୍ଟ କିମ୍ବା ପ୍ରମୋସନର ଏକ ଅଂଶ ଥିଲା । ଏହି ସମୟରେ ଉଭୟ ଖେଳାଳିଙ୍କୁ ଦୁବାଇର ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା ।

ମାଘ ପୂର୍ଣ୍ଣିମାରେ କରନ୍ତୁ ଏହି ଉପାୟ, ଦୂର ହେବ ଦାରିଦ୍ରତା

ନନ୍ଦିଘୋଷ ବ୍ୟୁରୋ : ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଥାଏ । ପ୍ରତି ମାସ ଶୁକ୍ଳ ପକ୍ଷ ଅନ୍ତିମ ତିଥିକୁ ପୂର୍ଣ୍ଣିମା କୁହାଯାଏ । ଏହି ତିଥିରୁ ନୂଆ ମାସ ଆରମ୍ଭ ହୋଇଥାଏ । ବର୍ଷକୁ ୧୨ଟି ପୂର୍ଣ୍ଣିମା ପଡେ କିନ୍ତୁ ମାଘ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । ମାଘ ମାସର ଶେଷ ଦିନକୁ ମାଘ ପୂର୍ଣ୍ଣିମା କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହିଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପର୍ବ ମାଘ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହୁଏ । ଏହି ଦିନରେ ଗଙ୍ଗା ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ଲୋକମାନଙ୍କର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ସେମାନେ ମୋକ୍ଷ ପ୍ରାପ୍ତ କରନ୍ତି । ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବତାମାନେ ମଧ୍ୟ ଗଙ୍ଗାରେ ସ୍ନାନ କରିବାକୁ ପୃଥିବୀକୁ ଆସନ୍ତି । ଏହି ଦିନ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୁଏ ଏବଂ ଦାନ କରିବା ଦ୍ୱାରା ଧନ ବୃଦ୍ଧି ହୁଏ ।

ପଞ୍ଚାଙ୍ଗ ଅନୁସାରେ, ମାଘ ମାସର ପୂର୍ଣ୍ଣିମା ତିଥି ଫେବୃଆରୀ ମାସ୧୧ ତାରିଖ ମଙ୍ଗଳବାର ସନ୍ଧ୍ୟା ୬:୫୫ ରେ ଆରମ୍ଭ ହେବ। ଏହା ୧୨ଫେବୃଆରୀ  ବୁଧବାର, ସନ୍ଧ୍ୟା ୭.୨୨ ରେ ଶେଷ ହେବ। ତେବେ ଏଥର ମାଘ ପୂର୍ଣ୍ଣିମାର ବ୍ରତ ୧୨ ଫେବୃଆରୀରେ ପାଳନ କରାଯିବ।

ଏମିତି କରନ୍ତୁ ମନୋସ୍କାମନା ହେବ ପୂର୍ଣ୍ଣ

-ମାଘ ପୂର୍ଣ୍ଣିମା ଦିନ, ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ ଏବଂ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

-ଯଦି ସମ୍ଭବ ହୁଏ, ତେବେ ଗଙ୍ଗା ନଦୀରେ ସ୍ନାନ କରନ୍ତୁ । ଯଦି ତୁମେ ଗଙ୍ଗା ନଦୀକୁ ଯାଇପାରିବ ନାହିଁ, ତେବେ ଘରେ ଗଙ୍ଗା ଜଳକୁ ପାଣିରେ ମିଶାଇ ସ୍ନାନ କରନ୍ତୁ ।

-ମାଘ ପୂର୍ଣ୍ଣିମା ଦିନ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।  ଆପଣ ଗରିବ ଲୋକଙ୍କୁ ଖାଦ୍ୟ, ପୋଷାକ କିମ୍ବା ଟଙ୍କା ଦାନ କରିପାରିବେ ।

-ଓସ୍ତ ବୃକ୍ଷରେ ଜଳ ଅର୍ପଣ କରନ୍ତୁ ଏବଂ ଦୀପ ଜାଳି ରାତିରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।

-ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ, ଏବଂ ତାଙ୍କୁ ମିଠା ମଧ୍ୟ ଅର୍ପଣ କରନ୍ତୁ ।

-ତୁଳସୀ ଗଛକୁ ଜଳ ଅର୍ପଣ କରନ୍ତୁ ଏବଂ ଦୀପ ଜାଳି ଆପଣଙ୍କର ଇଚ୍ଛା ପୂରଣ ପାଇଁ ପ୍ରାର୍ଥନା କରନ୍ତୁ ।

ମାଘ ପୂର୍ଣ୍ଣିମାରେ କ’ଣ କରିବେ ନାହିଁ

-ମାଘ ପୂର୍ଣ୍ଣିମା ଦିନ ମିଛ କହିବାରୁ ଦୂରେଇ ରୁହନ୍ତୁ ।

-ଏହି ଦିନ କାହା ସହିତ ଝଗଡା କିମ୍ବା ଯୁକ୍ତି କରନ୍ତୁ ନାହିଁ ।

-ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ ।

ମାଘ ପୂର୍ଣ୍ଣିମାର ମହତ୍ତ୍ୱ

ହିନ୍ଦୁ ଧର୍ମରେ ମାଘ ପୂର୍ଣ୍ଣିମାର ବହୁତ ମହତ୍ତ୍ୱ ଅଛି। ଏହି ଦିନ ସ୍ନାନ, ଦାନ ଏବଂ ପୂଜା କରିବା ଦ୍ୱାରା ବ୍ୟକ୍ତି ବହୁ ଗୁଣ ଅଧିକ ପୁଣ୍ୟ ପ୍ରାପ୍ତ କରନ୍ତି। ମାଘ ପୂର୍ଣ୍ଣିମା ଦିନ ନିଆଯାଇଥିବା ପଦକ୍ଷେପ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ମାଘ ପୂର୍ଣ୍ଣିମା ଦିନ ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ ଏବଂ ଘରେ ସୁଖ ଏବଂ ଶାନ୍ତିର ପରିବେଶ ସୃଷ୍ଟି ହୁଏ। ମାଘ ପୂର୍ଣ୍ଣିମା ଦିନ ପୂର୍ବପୁରୁଷଙ୍କୁ ତର୍ପଣ ଅର୍ପଣ କରିବା ଦ୍ୱାରା ପିତୃ ଦୋଷ ଦୂର ହୁଏ ଏବଂ ଏହି ଦିନ କରାଯାଇଥିବା ଶୁଭ କାର୍ଯ୍ୟ ସଫଳ ହୁଏ।

ନାଚୁ ନାଚୁ ଟଳିପଡିଲେ ଯୁବତୀ, ହାର୍ଟଆଟାକରେ ଚାଲିଗଲା ଜୀବନ !

ନନ୍ଦିଘୋଷ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ଭଉଣୀ ବାହାଘରରେ ଖୁସିରେ ନାଚୁଥିବା ବେଳେ ହଠାତ ଟଳିପଡିଲେ ଯୁବତୀ ।  ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।  ଭାରତରେ କରୋନା ପରେ ହାର୍ଟଆଟାକ ଜନିତ ମୃତ୍ୟୁ ବଢିବାରେ ଲାଗିଛି । ହାର୍ଟଆଟାକରେ ଚାଲିଯାଉଛି ଯୁବପିଢିଙ୍କ ଜୀବନ । ତେବେ ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବିଦିଶାରେ । ପ୍ରତିଦିନ ହୃଦଘାତରେ ମୃତ୍ୟୁବରଣ କରିଥିବା ଲୋକଙ୍କ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କିଛି ଲୋକମାନେ ଚାଲିବା ସମୟରେ ହୃଦଘାତର ଶିକାର ହେଉଛନ୍ତିତ କିଏ ନାଚିବା ସମୟରେ ।

ବିଦିଶାର ଏକ ରିସର୍ଟରେ ବିବାହ ଶୋଭାଯାତ୍ରାରେ ଶୋକର ଛାୟା ଖେଳିଯାଇଛି । ଯୁବତୀ ଜଣକ ସମ୍ପର୍କୀୟ ଭଉଣୀଙ୍କ ବାହାଘରରେ ଷ୍ଟେଜରେ ନାଚୁଥିବା ବେଳେ ହଠାତ ମୁହଁମାଡି ତଳେ ପଡିଯାଇଥିଲେ । ପଡିବାପରେ ଆଉ ଉଠିନଥିଲେ ।  ପରେ ସେଠାରେ ଉପସ୍ଥିତ ପରିବାର ସଦସ୍ୟମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦେଖନ୍ତୁ ଭିଡିଓ ..

ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଯୁବତୀ ଜଣକ ଖୁସିରେ ନାଚୁଛନ୍ତି । ଝିଅଟି ଏତେ ସୁନ୍ଦର ନୃତ୍ୟ ପରିବେଷଣ କରୁଥିଲା ଯେ, ଆଖି ଖୋସି ହେଇଯାଉଥିଲା । କିଛି ସମୟ ନାଚିବା ପରେ ହଠାତ  ଝିଅଟି ତଳେ ପଡ଼ିଯାଇଥିଲା । ପରେ ସେଠାରେ ଉପସ୍ଥିତ ଲୋକ ଝିଅଟିକୁ ଯେତେ ଡାକିଥିଲେ ମଧ୍ୟ ଶୁଣିନଥିଲେ ।  ସେଠାରେ ଉପସ୍ଥିତ ତାଙ୍କ ସମ୍ପର୍କୀୟମାନେ କିଛି ବୁଝିପାରିଲେ ନାହିଁ, କିନ୍ତୁ ଯେତେବେଳେ ବହୁତ ସମୟ ପର୍ଯ୍ୟନ୍ତ କୌଣସି ଗତିବିଧି ନ ଥିଲା, ଲୋକମାନେ ମଞ୍ଚ ଉପରକୁ ଆସିଥିଲେ ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ ।

ରିପୋର୍ଟ ଅନୁସାରେ, ଏହି ଭିଡିଓଟି ବିଦିଶାର ଏବଂ ମୃତ ଝିଅଟିର ନାମ ପରିଣୀତା ଜୈନ ଯିଏ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ବିବାହ ପାଇଁ ମଗଧାମ ରିସର୍ଟ ଆସିଥିଲେ। ତେବେ ଝିଅଟିକୁ ହାର୍ଟ ଆଟାକ ହୋଇଥିବା ସନ୍ଦେହ କରାଯାଉଛି ।

 

ତିରୁପତି ଲଡ଼ୁ ବିବାଦ : ଘିଅ ଯୋଗାଉଥିବାର ସଂସ୍ଥାର ୪ ଜଣ ଗିରଫ

ତାମିଲନାଡୁ: ତିରୁପତି ଘିଅ ବିବାଦରେ ୪ ଜଣଙ୍କୁ ଗିରଫ କରିଛି ସିବିଆଇ। ମନ୍ଦିରକୁ ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବାର ସନ୍ଧାନ ପାଇବା ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ସଂସ୍ଥାଗୁଡ଼ିକ ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିଲେ। ସେହି ସଂସ୍ଥାଗୁଡ଼ିକ ହେଲା ତାମିଲନାଡୁର ଏଆର୍ ଡାଏରି, ଉତ୍ତର ପ୍ରଦେଶର ପ୍ରୟାଗ ଡାଏରି, ପ୍ରିମିୟର ଏଗ୍ରି ଫୁଡସ ଓ ଆଲଫା ମିଲ୍କ ଫୁଡସ।

କାଗଜପତ୍ରରେ ବ୍ୟାପକ ଜାଲିଆତି କରି ଏମାନେ ଟେଣ୍ଡର ପାଇଥିବାର ସୂଚନା ମିଳିଛି। କିଛି ଦିନ ତଳେ ତିରୁପତି ମନ୍ଦିରର ଲଡୁକୁ ନେଇ ବଡ଼ ବିବାଦ ହୋଇଥିଲା। ପ୍ରସାଦମ୍ ଲଡୁ ଯେଉଁ ଘିଅରେ ତିଆରି ହେଉଛି, ସେଥିରେ ପ୍ରାଣୀଜ ଚର୍ବି ମିଶିଥିବାରୁ ଅଭିଯୋଗ ହୋଇଥିଲା। ଏପରିକି ସୁପ୍ରିମକୋର୍ଟ ଯାଏ କଥା ଯାଇଥିଲା। ଅଭିଯୋଗର ସତ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ରାଜନୈତିକ କାରଣରୁ ଏପରି କରାଯାଇଥିବାର ଅଭିଯୋଗ ହୋଇଥିଲା। ଶେଷରେ ସିବିଆଇକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ଵ। ଅନୁସନ୍ଧାନରୁ ସିବିଆଇ ଜାଣିବାକୁ ପାଇଛି, ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଛି।