spot_img
Home Blog Page 1062

ରାଜ୍ୟପାଳଙ୍କ ଅଭିଭାଷଣକୁ ନବୀନଙ୍କ ସମାଲୋଚନା: କହିଲେ- ଶ୍ରେୟ ନେବାକୁ ଉଦ୍ୟମ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି ।

ନବୀନ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କେବଳ ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି । ବିଜେଡି ସରକାର ଅମଳର ସଫଳତାର ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି । ହେଲେ ଅନେକ କଥା ସେମାନେ ଉଠାଇ ନାହାଁନ୍ତି । ଯେଉଁଠି ସେମାନେ ଫେଲ ମାରିଛନ୍ତି, ସେହି କ୍ଷେତ୍ର କଥା କହିନାହାଁନ୍ତି । ଆଇନ ଶୃଙ୍ଖଳା ହେଉ କିମ୍ବା ଦରବୃଦ୍ଧି, ବେକାରୀ ପ୍ରସଙ୍ଗ ସେମାନେ ଉଠାଇ ନାହାଁନ୍ତି ବୋଲି ସମାଲୋଚନା କରି କହିଛନ୍ତି ନବୀନ ।

କିଛି ନୂତନତ୍ବ ନାହିଁ

ଅନ୍ୟପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନୂତନତ୍ବ ନାହିଁ । ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ନାହିଁ । ଯେଉଁ ସଫଳତା ବିଷୟରେ ରାଜ୍ୟପାଳ କହିଲେ ତାହା ନବୀନ ସରକାର ଅମଳରେ ହୋଇଥିଲା ।

ଫମ୍ପା ମାଠିଆର ଶବଦ ବେଶୀ

ସେପଟେ ରାଜ୍ୟପାଳଙ୍କ ଅଭିଭାଷଣକୁ ସମାଲୋଚନା କରିଛି ବିଜେଡି । ଫମ୍ପା ମାଠିଆର ଶବଦ ବେଶୀ ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ପୁରୁଣା କାମକୁ ନେଇ ରାଜ୍ୟ ସରକାର ବାହାଦୂରୀ ମାରୁଛନ୍ତି । ଲୋକମାନଙ୍କ ଲାଗି ଭାଷଣରେ କିଛିନାହିଁ । ବ୍ଲେମ ଗେମର ହୋଇଛି ରିପିଟି । ନବୀନ ସରକାରଙ୍କ ଅମଳରେ ଯାହା କିଛି ବିକାଶ ହୋଇଥିଲା ତାହାକୁ ନେଇ ପ୍ରଚାର କରୁଛନ୍ତି ବିଜେପି ସରକାର । ପୁରୁଣା କାମକୁ ରଙ୍ଗ ମାରି ସରକାର ବାହାଦୁରୀ ନେଉଛନ୍ତି । ସେହିପରି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଗେଷ୍ଟ ହାଉସରେ ସେକ୍ସ ରାକେଟ ଠାବ: ଜଣେ ଦେହଜୀବୀଙ୍କ ସମେତ ୩ ଯୁବକ ଗିରଫ

ବଲାଙ୍ଗିର: ବଲାଙ୍ଗୀର ରାଜେନ୍ଦ୍ର ପାର୍କ ତିରୁପତି ଗେଷ୍ଟ ହାଉସରେ ସେକ୍ସ ରାକେଟ ଠାବ । ଖବର ପାଇ ଠାବ କଲା ବଲାଙ୍ଗୀର ଟାଉନ୍ ପୋଲିସ । କଟକର ଜଣେ ଦେହଜୀବୀଙ୍କ ସହ କନ୍ଧମାଳ ଜିଲ୍ଲାର ତିନି ଜଣ ଯୁବକ ଗିରଫ ହୋଇଛନ୍ତି। ଦୀର୍ଘ ଦିନ ଧରି ଗେଷ୍ଟ ହାଉସରେ ଅଣଓଡିଆ ବ୍ୟବସାୟୀଙ୍କ ଚାଲିଥିଲା ଦେହ କାରବାର । ଦୀର୍ଘ ଦିନ ଧରି ଗେଷ୍ଟ ହାଉସରେ ଚାଲିଥିଲା ଅଣଓଡିଆ ବ୍ୟବସାୟୀଙ୍କ ସେକ୍ସ ରାକେଟ ।

ରାଜ୍ୟ ସରକାରଙ୍କ ବିରୋଧରେ ବିଧାନସଭା ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଗର୍ଜନ

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଗର୍ଜନ । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ଆଜି ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି । ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ମାନଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି । ପୂର୍ବ ସରକାର ମହିଳାଙ୍କୁ ସ୍ଵାବଲମ୍ବି କରିବା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରୁଥିଲେ । ବିଜେପି ସରକାର ଏହାକୁ କାହିଁକି ବନ୍ଦ କରିବା ପାଇଁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୀବିକା ମିଶନ ମହିଳା ।

ବିରାଟ କୋହଲିଙ୍କୁ କାହିଁକି RCBର ଅଧିନାୟକ କରାଗଲାନି: ଜାଣନ୍ତୁ ୫ଟି ବଡ଼ କାରଣ

ଆଇପିଏଲ ୨୦୨୫ ପାଇଁ ଆରସିବି ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି । ରଜତ ପାଟୀଦାରଙ୍କୁ ଟିମର ଦାୟିତ୍ବ ଦିଆଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ବିରାଟ  କୋହଲି ମଧ୍ୟ ଅଧିନାୟକ ରେସରେ ରହିଥିଲେ । ଏହା ପରେ ବି ବିରାଟଙ୍କ ପରି ଜଣେ ଅଭିଜ୍ଞ ତଥା ଦକ୍ଷତାସମ୍ପନ୍ନ କ୍ରିକେଟରଙ୍କୁ କ’ଣ ପାଇଁ ଅଧିନାୟକ କରାଗଲାନି ସେନଇ ଫ୍ୟାନ୍ସଙ୍କ ମନରେ ଉଠିଛି ପ୍ରଶ୍ନ । ବିରାଟଙ୍କୁ ଅଧିନାୟକ କରା ନଯିବା ପଛରେ ରହିଛି ୫ଟି ବଡ଼ କାରଣ ।

୧- ବିରାଟ ଆରସିବିର ଅଧିନାୟକ ନ ହେବାର ଏକ ବଡ଼ କାରଣ ହୋଇପାରେ ବୟସଗତ ସମସ୍ୟା । ବିରାଟ ଏବେ ୩୭ ବର୍ଷ ବୟସରେ ଉପନୀତ ହୋଇ ସାରିଥିବା ବେଳେଟିମ୍ ମ୍ୟାନେଜମେଣ୍ଟ ଜଣେ ଯୁବ ଖେଳାଳିଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲା । ଏଥିସହିତ ବିରାଟଙ୍କ ଖେଳ ପୂର୍ବପରି ରହିନାହିଁ । କ୍ୟାପ୍ଟେନ ପଦ ସମ୍ଭାଳି ଖେଳକୁ ପ୍ରଭାବିତ କରିବାକୁ ବିରାଟ ଚାହିଁବେ ନାହିଁ ।

୨- ରଜତ ପଟୀଦାର ଅଧିନାୟକ ହେବାର ସବୁଠାରୁ ବଡ଼ କାରଣ ହେଉଛନ୍ତି ବିରାଟ । ନିଜେ ବିରାଟ ଏହି ରୋଲ ପାଇଁ ଇଚ୍ଛୁକ ନଥିଲେ । ବିରାଟଙ୍କ ପରେ ସବୁଠାରୁ ଶାନଦାର ବ୍ୟାଟ୍ସମ୍ୟାନ ଭାବେ ରଜତଙ୍କ ନାମ ସାମ୍ନାକୁ ଆସିଥିଲା । ସେଥିପାଇଁ ରଜତଙ୍କ ନାମରେ ମୋହର ବାଜିଥିଲା ।

୩- ରଜତ ଦୀର୍ଘସମୟ ଧରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ମଧ୍ୟପ୍ରଦେଶର ଅଧିନାୟକ ରହିଥିଲେ । ଟି-୨୦ ଫର୍ମାଟରେ ତାଙ୍କର ନେତୃତ୍ବକୁ ସର୍ବଦା ପ୍ରଶଂସା କରାଯାଇଥାଏ । ସେ ଜଣେ ଆକ୍ରାମକ ଅଧିନାୟକ ଭାବେ ବେଶ ଜଣାଣୁଣା ଅଟନ୍ତି । ରଜତ ୧୬ଟି T-20ରେ ଅଧିନାୟକ ପଦ ସମ୍ଭାଳିଥିବା ବେଳେ ସେଥିରୁ ୧୨ଟିରେ ଦଳକୁ ବିଜୟୀ କରାଇଥିଲେ । ତାଙ୍କର ବିଜୟ ହାର ୭୫ ପ୍ରତିଶତ ରହିଛି ।

୪- ଆରସିବି କେବଳ ଗୋଟିଏ ସିଜିନ ପାଇଁ ନୁହେଁ, ଆଗାମୀ ୩-୪ ସିଜନ ପାଇଁ ଅଧିନାୟକ ଚୟନ କରିବାକୁ ଚାହୁଁଥିଲା । ସେଥିପାଇଁ ରଜତ ବିଲକୁଲ ଫିଟ ଥିଲେ । ଅନ୍ୟ କୌଣସି ଖେଳାଳି ତାଙ୍କର ସମକକ୍ଷ ନଥିଲେ ।

୫- ରଜତ ଜଣେ ଭଲ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ଅଧିନାୟକ ଦାୟିତ୍ବ ତାଙ୍କ ଉପରେ ଚାପ ସୃଷ୍ଟି କରିନଥାଏ । ନିକଟରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେ ଏହା ପ୍ରମାଣ କରି ଦେଖାଇଛନ୍ତି । ମଧ୍ୟପ୍ରଦେଶର ଏହି ଖେଳାଳି ୧୮୬ ଷ୍ଟ୍ରାଇକ ରେଟରେ ୪୨୮ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।

କାହିଁକି ପାଳନ ହୁଏ ଭାଲେଣ୍ଟାଇନ୍ ଡେ’; ଜାଣନ୍ତୁ ଏହାର ଇତିହାସ ..

ନନ୍ଦିଘୋଷ ବ୍ୟୁରୋ: ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ । ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି ପ୍ରେମୀଯୁଗଳ । ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ଏହା ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ୭ଫେବୃଆରୀରୁ ଆରମ୍ଭ ହୁଏ । ଭାଲେଣ୍ଟାଇନ୍ ସପ୍ତାହ ୭ ଫେବୃଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ପାଳନ କରାଯାଏ । ତେବେ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି କଣ ରହିଛି ମହତ୍ତ୍ବ । ଏହାକୁ ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଅଛି ?

ଭାଲେଣ୍ଟାଇନ୍ସ ଡେ’ର ଇତିହାସ କ’ଣ ?

ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍‌ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍‌ ଭାଲେଣ୍ଟାଇନ୍ ଥିଲା । ଏହାର ଇତିହାସ ସହିତ ଜଡିତ ଅନେକ କାହାଣୀ ଅଛି, କିନ୍ତୁ ସବୁଠାରୁ ପ୍ରସିଦ୍ଧ କାହାଣୀଟି ତୃତୀୟ ଶତାବ୍ଦୀର ରୋମ ସହିତ ଜଡିତ। ରୋମ ସମ୍ରାଟ କ୍ଲାଉଡିୟସ୍ ଦ୍ୱିତୀୟ ବିଶ୍ୱାସ କରୁଥିଲେ ଯେ ବିବାହ ସୈନିକମାନଙ୍କୁ ଦୁର୍ବଳ କରିଥାଏ, ତେଣୁ ସେ କମ୍ ବୟସର ସୈନିକମାନଙ୍କର ବିବାହକୁ ନିଷେଧ କରିଥିଲେ। କିନ୍ତୁ ସନ୍ଥ ଭାଲେଣ୍ଟାଇନ୍ ରାଜାଙ୍କ ଆଦେଶକୁ ଅବମାନନା କରି ଗୁପ୍ତ ଭାବରେ ଅନେକ ସୈନିକଙ୍କୁ ବିବାହ କରାଇଥିଲେ । ଯେତେବେଳେ ରାଜା ଏହା ଜାଣିପାରିଲେ, ସେ ଫେବୃଆରୀ ୧୪ ତାରିଖରେ ସନ୍ଥ ଭାଲେଣ୍ଟାଇନଙ୍କୁ ମୃତ୍ୟୁଦଣ୍ଡ ଦେଲେ। କୁହାଯାଏ ଯେ ସନ୍ଥ ଭାଲେଣ୍ଟାଇନଙ୍କୁ ଯେଉଁ ଜେଲରେ ବନ୍ଦୀ କରାଯାଇଥିଲା, ସେହି ଜେଲରଙ୍କ ଝିଅକୁ ସେ ପ୍ରେମ କରି ବସିଥିଲେ । ତାଙ୍କୁ  ଫାଶୀ ହେବା ପୂର୍ବରୁ, ସନ୍ଥ ଭାଲେଣ୍ଟାଇନ ଜେଲରଙ୍କ ଝିଅକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଶେଷରେ ସେ “ତୁମର ଭାଲେଣ୍ଟାଇନ” ଲେଖିଥିଲେ । ସେବେଠାରୁ, ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା । ଏବଂ  ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବରେ ପାଳନ ଆରମ୍ଭ ହେଲା ।

ଭାଲେଣ୍ଟାଇନ୍ ଡେ’ ଆରମ୍ଭ:

ରୋମାନ୍‌ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ ଡେ’ ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ।

ଏହି ଦିବସ କାହିଁକି ପାଳନ କରାଯାଏ?

ଭାଲେଣ୍ଟାଇନ୍ସ ଡେ’ କେବଳ ଦମ୍ପତିଙ୍କ ପାଇଁ ନୁହେଁ; ଏହା ପ୍ରେମ ଏବଂ ବନ୍ଧୁତାରେ ଗଭୀରତା ଦେଖାଇବାର ଦିନ। ଏହି ଦିନଟି ଆମକୁ ଶିଖାଏ ଯେ ଆମ ପ୍ରିୟଜନଙ୍କ ପ୍ରତି ଆମର ପ୍ରେମ ପ୍ରକାଶ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ସାରା ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ ଏବଂ ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଦମ୍ପତିମାନେ ପରସ୍ପରକୁ ଉପହାର, କାର୍ଡ, ଫୁଲ ଏବଂ ରୋମାଣ୍ଟିକ ଶୁଭେଚ୍ଛା ପଠାନ୍ତି। ଆପଣ ମଧ୍ୟ ଆପଣଙ୍କ ଜୀବନର ସେହି ବିଶେଷ ବ୍ୟକ୍ତିଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’କୁ ମଧ୍ୟ ସ୍ୱତନ୍ତ୍ର କରିପାରିବେ।

ଭାଲେଣ୍ଟାଇନ୍ସ ଡେ କିପରି ପାଳନ କରିବେ?

ଆପଣ ଆପଣଙ୍କ ସାଥୀଙ୍କ ସହିତ ଭାଲେଣ୍ଟାଇନ୍ସ ଡେକୁ ଅନେକ ସୁନ୍ଦର ଉପାୟରେ ପାଳନ କରିପାରିବେ। ଏହି ଦିନଟିକୁ ସ୍ୱତନ୍ତ୍ର କରିବା ପାଇଁ, ଆପଣ ଏକ ରୋମାଣ୍ଟିକ ଡେଟ୍ ଯୋଜନା କରିପାରିବେ, ଯେପରିକି କ୍ୟାଣ୍ଡେଲଲାଇଟ୍ ଡିନର, ଲଙ୍ଗ ଡ୍ରାଇଭ୍ କିମ୍ବା ସିନେମା ଦେଖିବା ପାଇଁ ଯାଇପାରିବେ । ଆପଣଙ୍କ ସାଥୀଙ୍କୁ ସରପ୍ରାଇଜ ଦେବା ପାଇଁ ଆପଣ ଫୁଲ, ଚକୋଲେଟ୍, ଏବଂ ଅନ୍ୟାନ୍ୟ ଉପହାର ଦେଇପାରିବେ। ଭାଲେଣ୍ଟାଇନ୍ସ ଡେ କେବଳ ଉପହାର ଦେବା କିମ୍ବା ଡେଟରେ ଯିବା ନୁହେଁ, ବରଂ ଏହା ପରସ୍ପର ପ୍ରତି ପ୍ରେମ ଏବଂ ସମ୍ମାନ ପ୍ରକାଶ କରିବାର ଦିନ। ତୁମେ ଏହାକୁ ସରଳ ଉପାୟରେ ମଧ୍ୟ ସ୍ୱତନ୍ତ୍ର କରିପାରିବ । ଆପଣ ଏହାକୁ ଆପଣଙ୍କ ସାଥୀ, ବନ୍ଧୁଙ୍କ ସହିତ ପାଳନ କରିପାରିବେ । ଏହି ଦିନଟି ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗ ଦିଏ।

ମହିଳାମାନେ ୫୦ବର୍ଷ ବୟସ ପରେ କାହିଁକି ନେବେ ସପ୍ଲିମେଣ୍ଟ, ଜାଣନ୍ତୁ କାରଣ ..

ନନ୍ଦିଘୋଷ ବ୍ୟୁରୋ: ୫୦ ବର୍ଷ ବୟସ ପରେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଏହି ବୟସରେ ମହିଳାଙ୍କ ଶରୀରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ବୟସ ୫୦ ଅତିକ୍ରମ କରିବା ପରେ ମହିଳାମାନେ ସେମାନଙ୍କର ହାଡ଼, ଚର୍ମ, ମାଂସପେଶୀ ଏବଂ ହୃଦୟର ବିଶେଷ ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ଲୋକଙ୍କ ଜୀବନଶୈଳୀ ଖରାପ ଆଡକୁ ଗତି କରୁଥିବା ବେଳେ ମହିଳାମାନେ ନିଜ ଶରୀରର ବିଶେଷ ଧ୍ୟାନ ନେବା ଆବଶ୍ୟକ । ବ୍ୟସ୍ତବହୁଳତା ଜୀବନରେ ମହିଳାମାନେ ନିଜର ଯତ୍ନ ନେଇପାରନ୍ତି ନାହିଁ  । ଯାହାଫଳରେ ସେମାନଙ୍କ ଶରୀରରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ପ୍ରୋଟିନର ଅଭାବ ପରିଲିକ୍ଷିତ ହୋଇଥାଏ । ସେଥିପାଇଁ ନିଜକୁ ସୁସ୍ଥ ରଖିବା ପାଇଁ ମହିଳାମାନେ ସପ୍ଲିମେଣ୍ଟ ନେଇପାରିବେ । ଡାକ୍ତରଙ୍କ ଅନୁଯାୟୀ ସପ୍ଲିମେଣ୍ଟ ନେବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଶକ୍ତି ମଧ୍ୟ ମିଳିଥାଏ । ବିଶେଷଜ୍ଞମାନେ ମହିଳାମାନଙ୍କୁ ୫୦ବର୍ଷ ବୟସ ପରେ ସେମାନଙ୍କ ଖାଦ୍ୟରେ ସପ୍ଲିମେଣ୍ଟକୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସପ୍ଲିମେଣ୍ଟ ନେବା ଜରୁରୀ ଅଟେ ।

କ୍ୟାଲସିୟମ

୫୦ ବର୍ଷ ବୟସ ପରେ, ମହିଳାମାନଙ୍କଠାରେ ହାଡ଼ର ଘନତ୍ୱ ହ୍ରାସ ପାଇବାକୁ ଲାଗେ । ପରେ, ଏହା ଅଷ୍ଟିଓପୋରୋସିସ୍ ଭଳି ସମସ୍ୟା ସୃଷ୍ଟି କରିପାରେ। ସୁସ୍ଥ ହାଡ଼ ପାଇଁ କ୍ୟାଲସିୟମ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ଯଦି ଆପଣଙ୍କ ଖାଦ୍ୟରେ କ୍ୟାଲସିୟମର ଅଭାବ ଅଛି, ତେବେ କ୍ୟାଲସିୟମ ସପ୍ଲିମେଣ୍ଟ ନେବା ଗୁରୁତ୍ୱପୂର୍ଣ୍ଣ । ସାଧାରଣତଃ, ଜଣେ ମହିଳାଙ୍କୁ ଦୈନିକ ୧୨୦୦ ମିଗ୍ରା କ୍ୟାଲସିୟମ ଆବଶ୍ୟକ ହୁଏ ।

ଓମେଗା-୩ ଫ୍ୟାଟି ଏସିଡ୍

ଓମେଗା-୩ ଫ୍ୟାଟି ଏସିଡ୍ ହୃଦୟ ଏବଂ ମସ୍ତିଷ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୫୦ ବର୍ଷ ବୟସ ପରେ, ହୃଦରୋଗର ଆଶଙ୍କା ମଧ୍ୟ ବୃଦ୍ଧି ପାଏ । ଏହା ଦରଜ ଏବଂ ଫୁଲା କମ କରିବା ବ୍ୟତୀତ ହୃଦରୋଗରୁ ମଧ୍ୟ ରକ୍ଷା କରେ। ଫିସ୍ ଅଏଲ ଏବଂ ଚିଆ ସିଡସରେ ଓମେଗା 3 ଭରପୂର ମାତ୍ରାରେ ଥାଏ। କିନ୍ତୁ ଏହାକୁ ସପ୍ଲିମେଣ୍ଟ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଭିଟାମିନ୍ ବି୧୨

ଶରୀରରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ B12 ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଶକ୍ତି ସ୍ତର, ମସ୍ତିଷ୍କର କାର୍ଯ୍ୟ ଏବଂ ଲାଲ ରକ୍ତ କଣିକା ଗଠନରେ ସାହାଯ୍ୟ କରେ। ବିଶେଷଜ୍ଞମାନେ କୁହନ୍ତି ଯେ ବୟସ ବୃଦ୍ଧି ସହିତ, ଭିଟାମିନ୍ B12ର ଅଭାବ ପରିଲିକ୍ଷିତ ହୋଇଥାଏ । ଏହା ଦୁର୍ବଳତା, ଥକ୍କାପଣ ଏବଂ ମାନସିକ ଅସ୍ଥିରତା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହାର ସପ୍ଲିମେଣ୍ଟ ନେବା ଉଚିତ୍ ।

ମ୍ୟାଗ୍ନେସିୟମ୍

ହାଡ଼ ଏବଂ ମାଂସପେଶୀ ସ୍ୱାସ୍ଥ୍ୟ ପାଇଁ ମ୍ୟାଗ୍ନେସିୟମ୍ ଅତ୍ୟନ୍ତ ଜରୁରୀ। ଏହା ଚାପ କମାଇବା, ନିଦ ହେବା ଏବଂ ମାଂସପେଶୀ କ୍ରାମ୍ପକୁ ରୋକିବାରେ ସାହାଯ୍ୟ କରେ। ୫୦ ବର୍ଷ ପରେ ମହିଳାମାନେ ପ୍ରାୟତଃ ନିଦ ସମସ୍ୟା ଏବଂ ମାଂସପେଶୀ ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି, ଏବଂ ଏହି ପରିସ୍ଥିତିରେ ମ୍ୟାଗ୍ନେସିୟମ୍ ସପ୍ଲିମେଣ୍ଟ ନେବା ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

ଦିନ ଦ୍ଵିପ୍ରହରରେ ପଟ୍ଟାମୁଣ୍ଡାଇ ବଜାରରେ ଆତଙ୍କରାଜ: ଭୟର ବାତାବରଣ ସୃଷ୍ଟି କଲେ କିଛି ଅସାମାଜିକ ଯୁବକ

ପଟ୍ଟାମୁଣ୍ଡାଇ: ଦିନ ଦ୍ଵିପ୍ରହରରେ ପଟ୍ଟାମୁଣ୍ଡାଇ ବଜାରରେ ଆତଙ୍କରାଜ । ବାଇକରେ ଆସି କିଛି ଅସାମାଜିକ ଯୁବକଙ୍କ ଠେଙ୍ଗା ତରୁଆଲ ଭଳି ମାରମାସ୍ତ୍ର ଦେଖାଇ ଅସଭ୍ୟ ଭାଷାରେ ଗାଳିଗୁଲଜ । ଅସାମାଜିକ ଯୁବକଙ୍କ ଆତଙ୍କରାଜରେ ବଜାର ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତକାଲି ପ୍ରାୟ ଦିନ ଗୋଟାଏ ୩୦ ମିନିଟ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଆତଙ୍କରାଜରେ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପୋଲିସ ଖବର ପାଇ ଉକ୍ତ ଅସମାମାଜିକ ଯୁବକଙ୍କ ପିସିଆର ଭ୍ୟାନରେ ପିଛା କରିଥିବା ଆଇଆଇସି କହିଛନ୍ତି । ତେବେ ପୋଖରୀଆପଡାର ୧୯ ବର୍ଷର ଯୁବକ ବିଶ୍ଵଜିତ ମଳିକଙ୍କୁ ଜୀବନରୁ ମାରିଦେବାକୁ ମାରଣାସ୍ତ୍ର ଧରି ଗୋଡ଼ାଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିବାଦ ଥିବାରୁ ପୋଲିସ ସୁରକ୍ଷା ଦେଉବୋଲି ସେ କହିଛନ୍ତି । ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀଙ୍କ ମହଲରେ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ପୋଲିସ ନିରପକ୍ଷ ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ କରିବା ଆବଶ୍ୟକ ରହିଛି ।

ପୁରୀ ଉପକୂଳରେ ବିରଳ ପ୍ରଜାତିର କଇଁଛ ମଡ଼କ: ଚରମ ଅବହେଳା ନେଇ ପ୍ରଶ୍ନ ଉଠାଇଲେ ପରିବେଶବିତ୍

ପୁରୀ: ପୁରୀ ଉପକୂଳରେ ବିରଳ ପ୍ରଜାତିର କଇଁଛ ମଡକ । ପୁରୀ ବେଳାଭୂମିରେ ଅନେକ ସ୍ଥାନରେ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ପ୍ରାୟ ସବୁ କଇଁଛଙ୍କ ଠାରେ କ୍ଷତ ଚିହ୍ନ ରହିଛି । କଇଁଛ ମାନଙ୍କ ଶବ ବ୍ୟବଚ୍ଛେଦ ନକରି ମୃତ ଶରୀରକୁ ଲୁଚାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ସୂଦୁର ପ୍ରଶାନ୍ତ ମହାସାଗରରୁ ମିଳନ ଓ ଅଣ୍ଡାଦାନ ପାଇଁ ଭାରତ ମହାସାଗରକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ତେବେ ଏକାସାଥିରେ ଏତେ ଗୁଡାଏ କଇଁଛଙ୍କ ମୃତ୍ୟୁ ହେଲା କିପରି ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଅତ୍ୟଧିକ ଯାତ୍ରା, ଟ୍ରଲର ମାଡ଼ କିମ୍ବା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏଭଳି ଚରମ ଅବହେଳାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପର୍ଯ୍ୟଟକ ଓ ପରିବେଶବିତ୍ ।ସେପଟେ ଏନେଇ ଡ଼ିଏଫଓ ଫୋନ ଯୋଗେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବାରବାଟୀରେ ଲାଇଟ ଲିଭିଯିବା ଘଟଣା ପାଇଁ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ : ଦେବାଶିଷ ସାମନ୍ତରାୟ

କଟକ: ବାରବାଟୀରେ ଲାଇଟ ଲିଭିଯିବାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅସନ୍ତୋଷ । କହିଲେ, ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ। ବାରବାଟୀ ଷ୍ଟାଡିୟମ ଏବେ ମଣ୍ଡପରେ ପରିଣତ ହୋଇଗଲାଣି । ଟିକେଟ କଳାବଜାରୀ ପାଇଁ ପୋଲିସକୁ ଦାୟୀ କଲେ ଦେବାଶିଷ । ବାରବାଟୀରେ ଲାଇଟ ଲିଭିଯିବା ପରେ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଛି । କ୍ରୀଡା ମନ୍ତ୍ରୀ ଆକ୍ସନ କଥା କହୁଛନ୍ତି କିନ୍ତୁ ଆକ୍ସନ ଦେଖାନାହିଁ ବୋଲି କହି କଡା ଭାଷାରେ ସମାଲୋଚନା କରିଛନ୍ତି ଦେବାଶିଷ ।

ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ମିଠା ଫେରାଇଦେଇଥିଲେ ଏହି ସୁପରଷ୍ଟାର, ଜାଣନ୍ତୁ କାରଣ ..

ନନ୍ଦିଘୋଷ ବ୍ୟୁରୋ: ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ମିଠା ଫେରାଇଦେଇଥିଲେ ଏହି ସୁପରଷ୍ଟାର । ବିବାହକୁ ତାଙ୍କୁ ନିମନ୍ତ୍ରଣ ମିଳିନଥିବାରୁ ସେ ରାଗିକି ମିଠା ଫେରେଇଦେଇଥିଲେ । ଅଭିଷେକ ଏବଂ ଐଶ୍ୱର୍ଯ୍ୟା ‘ଗୁରୁ’ ଫିଲ୍ମର ସୁଟିଂ ସମୟରେ ପ୍ରେମରେ ପଡ଼ିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ବିବାହ ମଧ୍ୟ ଏକ ବ୍ୟକ୍ତିଗତ ଉତ୍ସବ ଥିଲା, ଯେଉଁଥିରେ କେବଳ କିଛି ବଛା ବଛା ଲୋକ ଆସିଥିଲେ । କିନ୍ତୁ ତାଙ୍କ ବିବାହରେ ଅମିତାଭ ବଚ୍ଚନ ଜଣେ ସୁପରଷ୍ଟାରଙ୍କୁ ନିମନ୍ତ୍ରଣ କରିନଥିଲେ, ଯାହା ଫଳରେ ସେ ରାଗିଯାଇଥିଲେ ଏବଂ ତାଙ୍କ ବିବାହ ମିଠାକୁ ମଧ୍ୟ ଫେରାଇ ଦେଇଥିଲେ । ସେହି ସୁପରଷ୍ଟାର ଜଣକ ଆଉ କେହି ନୁହେଁ ଅମିତାଭ ବଚ୍ଚନଙ୍କ ପୁରୁଣା ବନ୍ଧୁ ଥିଲେ । ବହୁ କାଳରୁ ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା ବହୁତ ଭଲ ବନ୍ଧୁ ଥିଲେ । ଦୁହେଁ  ସିନେମା ଜଗତରେ ଏକାଠି ସଂଘର୍ଷ କରିଛନ୍ତି ଏବଂ ନିଜ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି । କିନ୍ତୁ ସେମାନଙ୍କ ଭଲ ବନ୍ଧୁତା ସତ୍ତ୍ୱେ, ଅମିତାଭ ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବିବାହକୁ ଅମିତାଭ ଶତ୍ରୁଘ୍ନଙ୍କୁ ନିମନ୍ତ୍ରଣ କରିନଥିଲେ, ଯାହା କାରଣରୁ ସେ ବହୁତ ରାଗିଯାଇଥିଲେ । ବିବାହକୁ ନିମନ୍ତ୍ରିତ ହୋଇନଥିବାରୁ ସେ ତାଙ୍କର ବିବାହ ମିଠା ଫେରାଇଦେଇଥିଲେ ।

ଶତ୍ରୁଘ୍ନ ସିହ୍ନା ମିଠା ଫେରାଇ ଦେଇଥିଲେ

ଶତ୍ରୁଘ୍ନ ସିହ୍ନା ଏହି ଅସନ୍ତୋଷକୁ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲେ। ମିଡ୍ ଡେ ସହିତ ଏକ ସାକ୍ଷାତକାର ସମୟରେ ଶତ୍ରୁଘ୍ନ ସିହ୍ନାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଥିଲେ, “ଅମିତାଭ ବଚ୍ଚନ କହିଥିଲେ ଯେ ବିବାହକୁ ନିମନ୍ତ୍ରିତ ହୋଇନଥିବା ଲୋକମାନେ ତାଙ୍କର ବନ୍ଧୁ ନୁହନ୍ତି । ତେବେ ତୁମେ ଯେତେବେଳେ ମୋତେ ନିମନ୍ତ୍ରଣ କରିନାହଁ ଏବଂ ମୁଁ ତୁମର ବନ୍ଧୁ ନୁହେଁ , ତେବେ ମିଠା କାହିଁକି ? ଏବଂ ମୁଁ ମିଠା ଗ୍ରହଣ କରି ସେମାନଙ୍କୁ ଲଜ୍ଜିତ କରିବାକୁ ଚାହୁଁନଥିଲି । ମୁଁ ଆଶା କରିଥିଲି ଯେ ମିଠା ପଠାଇବା ପୂର୍ବରୁ ଅମିତାଭ କିମ୍ବା ତାଙ୍କ ପରିବାରର କେହି ସଦସ୍ୟ ଥରେ ଫୋନ୍ କରିବେ। କିନ୍ତୁ ଯେତେବେଳେ କେହି ଫୋନ କଲେନି, ତେବେ ମିଠାର ଅର୍ଥ କ’ଣ ?” ଶତ୍ରୁଘ୍ନ ସିହ୍ନା ସେତେବେଳେ ବହୁତ ରାଗିଥିଲେ ଏବଂ ହୁଏତ ତାଙ୍କର ଏହି ମାମଲାରେ ରାଗିବା ସ୍ୱାଭାବିକ ଥିଲା।

ଅଭିଷେକଙ୍କ ବିବାହରେ କାହିଁକି କମ୍ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ?

ଯେତେବେଳେ ଅଭିଷେକ ବଚ୍ଚନ ‘କଫି ୱିଥ୍ କରଣ’ରେ ଆସିଥିଲେ, ତାଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚରାଯାଇଥିଲା। ଏହା ଉପରେ ଅଭିଷେକ କହିଥିଲେ, “ବିବାହ ସମୟରେ ତାଙ୍କ ଜେଜେମା ତେଜି ବଚ୍ଚନ ଅସୁସ୍ଥ ଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିପାଇଁ କମ୍ ଲୋକଙ୍କୁ ନିମନ୍ତ୍ରଣ କୀରଯାଇଥିଲା । ଯଦିଓ ପରେ ସମସ୍ତଙ୍କ ଘରକୁ ଆଶୀର୍ବାଦ ନେବା ପାଇଁ ମିଠା ପହଞ୍ଚାଇ ଦିଆଯାଇଥିଲା, କିନ୍ତୁ ଶତ୍ରୁଘ୍ନ ଅଙ୍କଲ ମିଠା ଫେରାଇ ଦେଇଥିଲେ। ଆମେ ସେତେବେଳେ ଏହାକୁ ଗ୍ରହଣ କରିଥିଲୁ କାରଣ ତୁମେ ସମସ୍ତଙ୍କୁ ଖୁସି କରିପାରିବ ନାହିଁ। ସେ ଜଣେ ବହୁତ ମହାନ ବ୍ୟକ୍ତି ଏବଂ ତାଙ୍କର ଅସନ୍ତୋଷ ପ୍ରକାଶ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି।”