spot_img
Home Blog Page 1050

ପାତ୍ରପଡାରେ ମୋ ବସ ଦୁର୍ଘଟଣା : ଝିଅ ପରେ ଚାଲିଗଲା ମା’ର ଜୀବନ

ଭୁବନେଶ୍ବର: ମାଆକୁ ଡାକିନେଲା ଝିଅ । ଗତ ଶୁକ୍ରବାର ‘ମୋ ବସ୍’ ଦୁର୍ଘଟଣାରେ ଝିଅର ମୃତ୍ୟ ହୋଇଥିବା ବେଳେ ଆଜି ମାଆ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି । ଶେଷରେ ‘ମୋ ବସ’ ମାଆ ଏବଂ ଝିଅଙ୍କର ମିଶି ଦୁଇଜଣଙ୍କର ଜୀବନ ନେଇଗଲା । ଗତ ଶୁକ୍ରବାର ଦିନ ପାତ୍ରପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଗୋଟିଏ ସ୍କୁଟିକୁ ‘ମୋ ବସ’ ପ୍ରାୟ ଅଧବାଟ ଘୋଷାଡି ନେଇଥିଲା । ସେହି ସମୟର ଦୃଶ୍ୟ ଦେଖିଲେ ଛାତି ଥରିଉଠିବ । ତେବେ ମୃତକ ଫୁଳବାଣୀର ମୂଳବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ବରରେ ବସବାସ କରୁଥିଲେ ।

ଗତ ଶୁକ୍ରବାର ଭୁବନେଶ୍ଵର ପାତ୍ରପଡ଼ାରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ସେଦିନ ଯେଉଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା, ଏବେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ମୃତକ ହେଲେ ଫୁଲବାଣୀର ରାଜକୁମାରୀ ପ୍ରଧାନ । ଶୁକ୍ରବାର ଦିନ ଗୋଟିଏ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍ ।  ଅଧ କିଲୋମିଟର ଧରି ସ୍କୁଟିକୁ ଭିଡ଼ିନେଇଥିଲା ‘ମୋ ବସ’ । ଲୋକେ ପାଟି କରିବା ସତ୍ତ୍ଵେ ଡ୍ରାଇଭର୍ ବସକୁ ଅଟକାଇ ନଥିଲେ । ସେଦିନ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ମାଆ ବି ଚାଲି ଯାଇଥିବାର ଖବର ଆସିଛି।

ଚାଷୀଙ୍କ କଲର ଟାଣି ଅସମ୍ମାନ କଲେ ସରକାରୀ ବାବୁ…ଭିଡ଼ିଓ ହେଲା ଭାଇରାଲ, ନିଲମ୍ବିତ ହେଲେ ସରକାରୀ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ଭାରତ ହେଉଛି ଏକ କୃଷି ପ୍ରାଧାନ୍ୟ ଦେଶ । କୃଷକ ଟିଏ ଖରା, କାକର, ବର୍ଷା ସହି ନିଜର ଝାଳବୁହା ପରିଶ୍ରମ ରେ ଯୋଗାଇଥାଏ ଦାନା । ଆମ ଦେଶରେ ଚାଷୀଙ୍କୁ ଦିଆଯାଏ ଉଚିତ୍ ସମ୍ନାନ, ସରକାର ମଧ୍ୟ କୃଷକଙ୍କ ପରିଶ୍ରମକୁ ନଚରରେ ରଖି ଆଣିଛନ୍ତି ଅନେକ ଯୋଜନା । କିନ୍ତୁ ମଧ୍ୟପ୍ରଦେଶରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ଜଣେ ସରକାରୀ ଅଧିକାରୀ ରାସ୍ତା ଉପରେ ଜଣେ ନୀରିହ ଚାଷୀଙ୍କୁ କରିଛନ୍ତି ଦୁର୍ବବ୍ୟବହାର । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ଚାଷୀଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ମଧ୍ୟପ୍ରଦେଶ ଜଳ ସମ୍ପଦ ବିଭାଗର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଚାଷୀମାନଙ୍କ ସହ ତାଙ୍କ କଥାବାର୍ତ୍ତାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଦାୟିତ୍ୱରେ ଥିବା ଉପ-ବିଭାଗୀୟ ଅଧିକାରୀ ଶ୍ରୀରାମବାଘେଲଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି।ଭିଡିଓରେ, ସରକାରି କର୍ମୀ ଜଣେ ଚାଷୀଙ୍କୁ ଦୁର୍ବ୍ୟବହାର କରୁଥିବା ଏବଂ ତାଙ୍କୁ କାରର ଟାଙ୍କି ଭିତରକୁ ଠେଲି ଦେଉଥିବା ଦେଖିବାକୁ ମିଳିଛି। ସୂଚନାରୁ ଜଣାପଡ଼ିଛି ଯେ କେନାଲରୁ ପାଣି ବଣ୍ଟନକୁ ନେଇ ବିବାଦ ପରେ ବାଘେଲ କିଛି ଚାଷୀଙ୍କ ଉପରେ ରାଗିଥିଲେ। ଭିଡିଓଟି ସାମ୍ନାକୁ ଆସିବା ପରେ ଏବଂ ବିଧାନସଭାର ବିରୋଧୀ ଦଳ ନେତା ଉମଙ୍ଗ ସିଂହାରଙ୍କ ଦ୍ୱାରା ସେୟାର କରାଯିବା ପରେ, ବିଭାଗର ମୁଖ୍ୟ ଯନ୍ତ୍ରୀ ବିନୋଦ କୁମାର ଦେବଦା ବାଘେଲଙ୍କୁ ନିଲମ୍ବିତ କରିଛନ୍ତି।

ଭିଡିଓଟି ସେୟାର କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ, ବାଘେଲଙ୍କ ଏଭଳି ଆଚରଣକୁ ସମ୍ବେଦନହୀନ ଏବଂ ଚାଷୀ ବିରୋଧୀ ବୋଲି କହିଛନ୍ତି। ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଥିଲେ। ଅନ୍ୟପକ୍ଷରେ, କେଓଲାରି ଥାନା ପ୍ରଭାରୀ ବ୍ରିଜେଶ ସିଂହ ଉଇକେ କହିଛନ୍ତି ଯେ ରାମଦାସ ଚୌରାସିଆଙ୍କ ଅଭିଯୋଗ କ୍ରମେ ବାଘେଲ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବାଘେଲ ଏବଂ ବିଭାଗର କିଛି କର୍ମଚାରୀ ପୋଲିସକୁ ଏକ ଚିଠି ମଧ୍ୟ ଲେଖିଛନ୍ତି ଯେଉଁଥିରେ ସେମାନେ ସେମାନଙ୍କ ସହିତ ଖରାପ ବ୍ୟବହାର କରିବା ଏବଂ ସରକାରୀ କାମରେ ବାଧା ସୃଷ୍ଟି କରିବାର ଅଭିଯୋଗ ଆସିଛି। ତଦନ୍ତ ପରେ ଏ ସମ୍ପର୍କରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

କୋଳରେ ଛୁଆକୁ ଧରି ଷ୍ଟେସନରେ ଭିଡକୁ ଜଗିଛି ମାଆ

ନନ୍ଦିଘୋଷ ବ୍ୟୁରୋ: ମା ତୁଝେ ସଲାମ..ହୁଏତ ଏହି ଶବ୍ଦ ସେ ମା’ ରୀନା ପାଇଁ…ହାତରେ ନବଜାତ ଆଖିଆଗରେ ଭୟଙ୍କର ପରିସ୍ଥିତି । ତଥାପି ନିର୍ଡର ଭାବରେ ଛିଡାହେଇଥିଲେ ରୀନା । ଗୋଟିଏ ଜୀବନ ଦୁଇଟି କର୍ମ । ଆଜ୍ଞ ହଁ ଗୋଟେ ପଟେ ଦେଶକୁ ଦେଇଥିବା ପ୍ରତିଶ୍ରୁତି ଓ ଅନ୍ୟପଟେ ଛୁଆକୁ ଦେଇଥିବା ପ୍ରତିଶ୍ରୁତି । ଦୁଇଟି କର୍ତ୍ତବ୍ୟକୁ ଖୁବ ନିଖୁଣ ଭାବରେ ତୁଲାଇଥିଲେ ରୀନା  । ଘଟଣାଟି ଥିଲା ଏମିତି ଯାହା ରୀନାଙ୍କୁ ସାଲ୍ୟୁଟ ମାରିବାକୁ ବାଧ୍ୟ କରେଇଛି ।

ଗତ ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ଖଚାଖଚ ଭିଡ । ସମସ୍ତଙ୍କର ଗନ୍ତବ୍ୟସ୍ଥଳ ହେଉଛି ମହାକୁମ୍ଭ । ହଠାତ ଏକ ଘୋଷଣା ହେଲା କୁମ୍ଭ ଯାଉଥିବା ଟ୍ରେନର ପ୍ଲାଟଫର୍ମ ପରିବର୍ତ୍ତନ ହୋଇଛି । ଶବ୍ଦଟି ଯେତେବେଳେ ସମସ୍ତଙ୍କ କାନରେ ପଡିଲା ସିଡ଼ିରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭିଡ଼ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା ।  ଲୋକମାନେ ଟ୍ରେନ ଛୁଟିବା ଭୟରେ ଟ୍ରେନ୍ ଧରିବା ପାଇଁ ଦୌଡ଼ିବାକୁ ଲାଗିଲେ। କିଛି ସମୟ ମଧ୍ୟରେ, ବିଶୃଙ୍ଖଳା ଏତେ ତୀବ୍ର ହୋଇଗଲା ଯେ ଏହା ଦଳାଚକଟାର ରୂପ ନେଇଗଲା ଆଖି ପିଛୁଳାକେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଆରମ୍ଭ ହୋଇଗଲା । ରେଳବାଇ ପ୍ରଶାସନ ଦଳାଚକଟାକୁ ରୋକିବା ପାଇଁ ଚେଷ୍ଟା କରିବାରେ ବ୍ୟସ୍ତ ଥିଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ୧୮ ଜଣ ଲୋକ ପ୍ରାଣ ହରାଇସାରିଥିଲେ ।

ତେବେ ଏହାରି ଭିତରେ ଏକ ଚିତ୍ର ଲୋକଲୋଚନକୁ ଆସିଥିଲା ଯାହା ଲୋକଙ୍କୁ ଜଣେ ମାଆର କାର୍ଯ୍ୟ ଏବଂ କର୍ତ୍ତବ୍ୟ ମନେ ପକାଇ ଦେଇଥିଲା । ଜଣେ ମହିଳା RPF ଯବାନଙ୍କୁ ଡବଲ୍ ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଥିଲା । ଗୋଟିଏ ତାଙ୍କ ଛୁଆ ପାଇଁ ଏବଂ ଅନ୍ୟଟି ତାଙ୍କ ଚାକିରି ପାଇଁ । ସେ ତାଙ୍କର ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିବାକୁ ଚେଷ୍ଟା କରିଥିଲେ।

RPF ମହିଳା  କିଏ ?
ପ୍ରକୃତରେ, ସେ ବୀର ନାରୀ ହେଉଛନ୍ତି ରୀନା । ସେ RPFରେ କାର୍ଯ୍ୟରତ । ଡ୍ୟୁଟି ସମୟରେ ରେଳ ପ୍ଲାଟଫର୍ମରେ ଦଳାଚକଟାକୁ ରୋକିବା ପାଇଁ କନଷ୍ଟେବଳ ରୀନା ଯାତ୍ରୀମାନଙ୍କୁ ସଚେତନ କରୁଛନ୍ତି। ସେ ତାଙ୍କ ନବଜାତ ଶିଶୁକୁ ଛାତିରେ ଜାବୁଡି ଧରିଛନ୍ତି । ପିଲାଟିକୁ କୋଳରେ ବୋହି ନିଜର କର୍ତ୍ତବ୍ୟ ପାଳନ କରି, ରୀନା ‘ନାରୀ ଶକ୍ତିର ପ୍ରଦର୍ଶନ କରୁଛନ୍ତି । RPF କନଷ୍ଟେବଳ ରୀନା  କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଲେ।

ସମସ୍ତେ ତାଙ୍କୁ ସାଲ୍ୟୁଟ୍ କରୁଥିଲେ
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହି ମହିଳାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କୁ ସାଲ୍ୟୁଟ୍ କରୁଥିଲେ। ଏହି ମହିଳା ସୈନିକଙ୍କୁ କୋଳରେ ଏକ ପିଲାକୁ ଧରି ଡ୍ୟୁଟିରେ ଥିବା ଏବଂ ଲୋକମାନଙ୍କୁ ସଚେତନ କରୁଥିବା ଦେଖିବା ପରେ, ସାଧାରଣ ଲୋକମାନେ ତାଙ୍କୁ ସାଲ୍ୟୁଟ୍ କରୁଥିବାର ଦେଖାଯାଇଥିଲା । ଏପରି ଭୟଙ୍କର ଦଳାଚକଟା ବେଳେ ମଧ୍ୟ ସେ ତାଙ୍କ ଡ୍ୟୁଟିରୁ ନିବୃତ୍ତ ହେଇନଥିଲେ । ଭିଡ ଭିଡରେ ଛୁଆକୁ ଧରି ସେ ତଶଙ୍କର କାର୍ଯ୍ୟ କରୁଥିଲେ । ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛି ।

ଘଟଣାଟି କିପରି ଘଟିଲା
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାକୁ ଯିବା ପାଇଁ ଟ୍ରେନ୍ ଧରିବା ଆଶାରେ ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ପ୍ଲାଟଫର୍ମ ନମ୍ବର ୧୪-୧୫ ରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ଏହି ଘଟଣାଟି ଘଟିଥିଲା। ମହାକୁମ୍ଭ ଯିବା ପାଇଁ ଟ୍ରେନ୍ ଧରିବାକୁ ଚେଷ୍ଟା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଲା, ଯାହା ଫଳରେ ଭିଡ଼ ଏବଂ ବିଶୃଙ୍ଖଳାର ପରିସ୍ଥିତି ସୃଷ୍ଟି ହେଲା। ଏହି ସମୟରେ ଦଳାଚକଟା ହୋଇଥିଲା।

ଶନିବାରେ ଦିଲ୍ଲୀରେ ଘଟିଥିବା ଦଳାଚକଟା ପରେ, ରେଳବାଇ ସତର୍କ ହୋଇଯାଇଛି । RPF ନିୟୋଜିତ ବୃଦ୍ଧି କରାଯାଇଛି । କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ RPF ଏବଂ ଦିଲ୍ଲୀ ପୋଲିସ ପ୍ରସ୍ତୁତ ଅଛନ୍ତି । ରବିବାର, ଫେବୃଆରୀ ୧୬ ତାରିଖରେ, RPF ଏବଂ ଦିଲ୍ଲୀ ପୋଲିସ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ସତର୍କ କରାଯାଇଛି ।

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା: ଫେବୃଆରୀ ୨୬ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ପ୍ଳାଟଫର୍ମ ଟିକେଟ ବ୍ୟବସ୍ଥା…

ନନ୍ଦିଘୋଷ ବ୍ୟୁରୋ:  ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ଫେବୃଆରୀ ୨୬ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହା ସହିତ, ପ୍ରୟାଗରାଜ ଯାଉଥିବା ସମସ୍ତ ଟ୍ରେନଗୁଡ଼ିକୁ କେବଳ ପ୍ଲାଟଫର୍ମ ନମ୍ବର 16 ରୁ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣାର ତଦନ୍ତ ପାଇଁ ରେଳବାଇ ପୂର୍ବରୁ ଏକ ଦୁଇ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲା। ଏହି କମିଟିର ରିପୋର୍ଟ ଆଜି କିମ୍ବା କାଲି ଆସିବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପଛରେ କ’ଣ କାରଣ ଥିଲା ଏବଂ ଏଥିରେ କୌଣସି ରେଳ କର୍ମଚାରୀ ଦୋଷୀ କି ନାହିଁ ତାହା କମିଟି କହିବ।

ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦାବି କରିଥିଲେ ଯେ ଦଳାଚକଟା ରାତିରେ କୌଣସି ଟ୍ରେନ୍ ବିଳମ୍ବ କିମ୍ବା ବାତିଲ ହୋଇନଥିଲା କିମ୍ବା କୌଣସି ଟ୍ରେନ୍‌ର ପ୍ଲାଟଫର୍ମ ପରିବର୍ତ୍ତନ କରାଯାଇ ନଥିଲା। ଦିଲ୍ଲୀ ପୋଲିସ ଦଳାଚକଟା ଘଟଣାର ପ୍ରାଥମିକ ତଦନ୍ତ ପରେ କହିଥିଲା ​​ଯେ ସମାନ ନାମ ଥିବା ଦୁଇଟି ଟ୍ରେନର ଘୋଷଣା ଯାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା ​​ଏବଂ ପ୍ଲାଟଫର୍ମରେ ପହଞ୍ଚିବା ପାଇଁ ଶୀଘ୍ରତା ଯୋଗୁଁ ଦଳାଚକଟା ହୋଇଥିଲା। ଅନ୍ୟପକ୍ଷେ, ଅନେକ ଯାତ୍ରୀ ଅଭିଯୋଗ କରିଥିଲେ ଯେ ଟ୍ରେନ୍‌ର ପ୍ଲାଟଫର୍ମ ପରିବର୍ତ୍ତନ କରିବାର ଘୋଷଣା ନୂଆଦିଲ୍ଲୀ ଷ୍ଟେସନ୍‌ରେ କରାଯାଇଥିଲା।

ନୂଆଦିଲ୍ଲୀ ରେଳ ଷ୍ଟେସନର ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ଏଠାରେ ବହୁ ସଂଖ୍ୟକ RPF ନିୟୋଜିତ କରାଯାଇଛି। ସେହିପରି, ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ ରେଳ ଷ୍ଟେସନରେ ନିଜର 6 ଜଣ ଅଧିକାରୀଙ୍କୁ ନିୟୋଜିତ କରିଛି। ଏହା ପୂର୍ବରୁ ମଧ୍ୟ, ଛଠ ପୂଜା ସମୟରେ, ରେଳବାଇ ନୂଆଦିଲ୍ଲୀ ରେଳ ଷ୍ଟେସନ ସମେତ ରାଜଧାନୀର ସମସ୍ତ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ବନ୍ଦ କରିଦେଇଥିଲା। ଏହାର କାରଣ ହେଉଛି ପୂର୍ବ ଦୁର୍ଘଟଣା। ଏହା ମଧ୍ୟ ଖବର ଅଛି ଯେ ରେଳବାଇ ପ୍ରୟାଗରାଜର ସଙ୍ଗମ ଷ୍ଟେସନକୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ପ୍ରୟାଗରାଜ ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ଷ୍ଟେସନ ଖୋଲା ଅଛି। ଏହା ସହିତ, ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ପ୍ରୟାଗରାଜ ପାଇଁ ଅଧିକ ଟ୍ରେନ୍ ମଧ୍ୟ ଚଲାଯାଉଛି।

 

ଦିଲ୍ଲୀ-ଏନସିଆର ସମେତ ଓଡ଼ିଶାରେ ୪.୭ ତୀବ୍ରତାର ଭୂକମ୍ପ ଝଟକା

ନନ୍ଦିଘୋଷ ବ୍ୟୁରୋ: ଆଜି ସକାଳେ ଦିଲ୍ଲୀ, ୟୁପି ଏବଂ ବିହାର ପରି ଓଡିଶାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ପାଖାପାଖି ସମସ୍ତ ସ୍ଥାନରେ ୪.୦ରହିଛି । ଭୂମିକମ୍ପର ଝଟକା ଏତେ ପ୍ରଭାବଶାଳୀ ଥିଲା ଯେ ସମସ୍ତେ ଭୟଭୀତ ହୋଇପଡିଛନ୍ତି । ବହୁ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକମାନେ ଭୟଭୀତ ଅବସ୍ତାରେ ଅଛନ୍ତି । ଯେଉଁମାନେ ଶୋଇଥିଲେ ଭୂମିକମ୍ପ ପରେ ଉଠି ବାହାରକୁ ପଳେଇ ଆସିଛନ୍ତି । ଦିଲ୍ଲୀ-ଏନସିଆର ପରେ ବିହାର ଏବଂ ଓଡ଼ିଶାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮.୦୨ରେ ରେ ବିହାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ଥିଲା। ଏହାର କେନ୍ଦ୍ର ସିୱାନରେ ଭୂମି ଭିତରେ ୧୦ କିଲୋମିଟର ଗଭୀରରେ ଥିଲା । ତେବେ ସିୱାନ ଆଖପାଖ ଜିଲ୍ଲାଗୁଡ଼ିକରେ ଭୂମିକମ୍ପର କୌଣସି ରିପୋର୍ଟ ନାହିଁ । ଏହି ଭୂମିକମ୍ପ ଯୋଗୁଁ ବର୍ତ୍ତମାନ କୌଣସି କ୍ଷୟକ୍ଷତିର ଖବର ନାହିଁ।

ଓଡ଼ିଶାରେ ଭୂମିକମ୍ପ  

ଦିଲ୍ଲୀ-ଏନସିଆର ଏବଂ ବିହାର ପରେ, ସକାଳ ପ୍ରାୟ ୮.୧୫ ସମୟରେ ଓଡ଼ିଶାର ପୁରୀ ଜିଲ୍ଲାରେ ୪.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ତଥାପି, ଏହି ଭୂମିକମ୍ପର ଝଟକା ଅନ୍ୟ ସହରରେ ଅନୁଭୂତ ହୋଇଛି କି ନାହିଁ ଏ ବିଷୟରେ କୌଣସି ସୂଚନା ନାହିଁ । ତେବେ ଏହି ଭୂମିକମ୍ପରେ ଓଡିଶାରେ କୌଣସି କ୍ଷୟକ୍ଷତିର ହୋଇଥିବାର ରିପୋର୍ଟ ନାହିଁ ।

ଦିଲ୍ଲୀ ସମେତ ୟୁପି-ହରିୟାଣାରେ ଭୂମିକମ୍ପ

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଦିଲ୍ଲୀ-ୟୁପି-ହରିୟାଣାରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ମାପ କରାଯାଇଥିଲା। ଏହାର କେନ୍ଦ୍ର ଧୌଲା କୁଆଁ ନିକଟସ୍ଥ ହ୍ରଦ ପାର୍କ ନିକଟରେ ଭୂମିର ପାଞ୍ଚ କିଲୋମିଟର ଗଭୀରରେ ହୋଇଥିଲା। ଏହାର ଗଭୀରତା କମ୍ ଥିବାରୁ, ଦିଲ୍ଲୀ ଏବଂ ଆଖପାଖ ସହରଗୁଡ଼ିକରେ ଏହାର ଭୂମିକମ୍ପ ଅଧିକ ଅନୁଭୂତ ହୋଇଥିଲା। ତେବେ ଏହାର ପ୍ରଭାବରେ ଉତ୍ତର ପ୍ରଦେଶର ମୁରାଦାବାଦ, ସହାରନପୁର, ଅଲୱର, ମଥୁରା ଏବଂ ଆଗ୍ରାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ହରିୟାଣାର କୁରୁକ୍ଷେତ୍ର, ହିସାର, କୈଥଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା । 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ – ଲୋକମାନେ ସତର୍କ ରହିବା ଉଚିତ

ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ପରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି ଯେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସମସ୍ତଙ୍କୁ ଶାନ୍ତ ରହିବାକୁ ଏବଂ ସୁରକ୍ଷା ସତର୍କତା ପାଳନ କରିବାକୁ ଏବଂ ସମ୍ଭାବ୍ୟ ଭୂମିକମ୍ପ ପ୍ରତି ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଅଧିକାରୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । 

ପାକିସ୍ତାନରେ ଆଉ ଜଣେ ଭାରତ ବିରୋଧୀ ଆତଙ୍କବାଦୀର ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଆତଙ୍କବାଦୀ ମୌଲାନା କାଶିଫ ଅଲ୍ଲିଙ୍କୁ ଗୁଳି କରି ହତ୍ୟା । କାଶିଫ ଅଲ୍ଲି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାରର କମାଣ୍ଡର ଥିଲେ । ଜଣେ ବାଇକଆରୋହୀ ତାଙ୍କୁ ହତ୍ୟା କରିଛନ୍ତି । ଗୋଟେ ପରେ ଗୋଟେ ପାକିସ୍ତାନରେ ନିପାତ ହେଉଛନ୍ତି ଭାରତର ଶତ୍ରୁ । ଖାଇବର ପସ୍ତୁନଖ୍ବା ସ୍ୱାବି ଜିଲ୍ଲାରେ ଜଣେ ଅଜ୍ଞାତ ମୋଟରସାଇକେଲ ଆରୋହୀ ଏହି କୁଖ୍ୟାତ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । 

ଆତଙ୍କବାଦୀ କାଶିଫ ଅଲ୍ଲି ଯୁବକମାନଙ୍କୁ ବ୍ରେନୱାସ୍ କରୁଥିଲା । ସେ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦେଉଥିଲା। କାଶିଫ ଅଲ୍ଲି ଅନେକ ମସଜିଦ ଏବଂ ମଦ୍ରାସାର ଦାୟିତ୍ୱରେ ମଧ୍ୟ ଥିଲେ। ସେ ଆତଙ୍କବାଦ ଶିକ୍ଷା ଦେଉଥିଲା ଏବଂ ନିଜ ଉଦ୍ଦେଶ୍ୟ ପାଇଁ ପାକିସ୍ତାନୀ ଯୁବକମାନଙ୍କୁ ଭ୍ରମିତ କରୁଥିଲା ଏବଂ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦେଉଥିଲା। ଏହା ବ୍ୟତୀତ ସେ ଆତଙ୍କବାଦ ତାଲିମ କେନ୍ଦ୍ରଗୁଡ଼ିକରେ ଜିହାଦୀ ବକ୍ତୃତା ମଧ୍ୟ ଦେଉଥିଲେ। କାଶିଫ ଅଲ୍ଳି ଆତଙ୍କବାଦୀ ସଂଗଠନ ଲସ୍କରର ଏକ ରାଜନୈତିକ ସଂଗଠନ ପିଏମଏମଏଲ ସହିତ ମଧ୍ୟ ଜଡିତ ଥିଲା ।

ହତ୍ୟା ପରେ ପାକିସ୍ତାନରେ ଅସ୍ଥିରତା
କାଶିଫ ଅଲ୍ଲିଙ୍କ ହତ୍ୟା ପରେ, ଆତଙ୍କବାଦୀ ସଂଗଠନ ସହିତ ଜଡିତ ଅନେକ ସଂଗଠନ ପାକିସ୍ତାନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହା ସହିତ, ସେ କାଶିଫ ଅଲ୍ଲିଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି । କେବଳ ଏତିକି ନୁହେଁ, ଏଥର ସେ କାଶିଫ ଅଲ୍ଲିଙ୍କ ହତ୍ୟାକାରୀମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ସୋସିଆଲ ମିଡିଆରେ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି । ଏପରିକି ସୋସିଆଲ ମିଡିଆର ଏକ ପୋଷ୍ଟରେ କୁହାଯାଇଛି ଯେ କାଶିଫ ଅଲିଙ୍କ ଏକମାତ୍ର ଦୋଷ ଥିଲା ଯେ ସେ ପାକିସ୍ତାନକୁ ଭଲ ପାଉଥିଲେ ।

ଗୋଟିଏ ମାସରେ ଚତୁର୍ଥ ଆତଙ୍କବାଦୀ ନିହତ
ଗତ ଗୋଟିଏ ମାସ ମଧ୍ୟରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପରେ କାଶିଫ ଅଲ୍ଲୀଙ୍କୁ ଗୁଳି କରି ହତ୍ୟା କରାଗଲା ଏବଂ ଏହା ଚତୁର୍ଥ  ଘଟଣା ଅଟେ । କାଶିଫ ଅଲିଙ୍କ ହତ୍ୟା ପରେ ଆତଙ୍କବାଦୀ ସଂଗଠନର ଶୀର୍ଷ ନେତାମାନଙ୍କ ମଧ୍ୟରେ ପୁଣି ଥରେ ଆତଙ୍କ ଖେଳିଯାଇଛି । ଏହି କାଣ୍ଡ ପରେ ସମସ୍ତ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ପାକିସ୍ତାନ । ତାଙ୍କ ନଜର ଏବେ ଏଜେନ୍ସିର ଏକ ବଡ ଅଫିସରଙ୍କ ଉପରେ ଅଛି । ଏହି କାରଣରୁ ଏଥର ସେ ସୋସିଆଲ ମିଡିଆରେ କାଶିଫ ଅଲ୍ଲୀଙ୍କ ଉପରେ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି ।

ମହାଶିବରାତ୍ରି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ , ବଦଳିଯିବ ଭାଗ୍ୟ !

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମରେ ମହାଶିବରାତ୍ରିର ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଶିବଭକ୍ତମାନେ ବର୍ଷସାରା ମହାଶିବରାତ୍ରି ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ପ୍ରତିବର୍ଷ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ତିଥିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମହାଶିବରାତ୍ରି ପୂର୍ବରୁ ଘରକୁ କିଛି ଜିନିଷ ଆଣିବାକୁ ଶୁଭ ମାନାଯାଏ। ଏହି ଜିନିଷ ଆଣିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବଜାୟ ରହିଥାଏ ଏବଂ ଭଗବାନ ଶିବଙ୍କ ଆଶୀର୍ବାଦ ବର୍ଷିଥାଏ ।

ମହାଶିବରାତ୍ରିର ଶୁଭ ମୁହୂର୍ତ୍ତ

ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ୨୬ ଫେବୃଆରୀ ସକାଳ ୧୧:୦୮ ରୁ ଆରମ୍ଭ ହେଉଛି ଏବଂ ଫେବୃଆରୀ ୨୭ ତାରିଖ ସକାଳ ୦୮:୫୪ ରେ ଶେଷ ହେବ। ତେବେ ମହାଶିବରାତ୍ରି ୨୬ ଫେବୃଆରୀରେ ପାଳନ କରାଯିବ । ଏହି ଦିନ ୨୬ ଫେବୃଆରୀ ରାତି ୧୨:୦୯ ରୁ ୨୭ ଫେବୃଆରୀ ରାତି ୧୨:୫୯ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ପୂଜା କରି ପାରିବେ ।

ବର୍ଷିବ ମହାଦେବଙ୍କ ଆଶୀର୍ବାଦ

ଭଗବାନ ଶିବଙ୍କର ରୁଦ୍ରାକ୍ଷ ବହୁତ ପସନ୍ଦ । ଧାର୍ମିକ ବିଶ୍ୱାସ ଅନୁସାରେ, ରୁଦ୍ରାକ୍ଷର ଉତ୍ପତ୍ତି ଭଗବାନ ଶିବଙ୍କ ଲୁହରୁ ହୋଇଥିଲା । ଏପରି ପରିସ୍ଥିତିରେ, ଯଦି ଆପଣ ମହାଶିବରାତ୍ରି ପୂର୍ବରୁ ଆପଣଙ୍କ ଘରକୁ ରୁଦ୍ରାକ୍ଷ ଆଣନ୍ତି, ତେବେ ଏହା ଆପଣଙ୍କ ପରିବାର ଉପରେ ମହାଦେବଙ୍କ ଅସୀମ ଆଶୀର୍ବାଦ ମିଳିଥାଏ । ଏହା ବ୍ୟତୀତ, ଏହାକୁ ଘରେ ରଖିବା ଦ୍ୱାରା ରୋଗ, ଦୋଷ ଏବଂ ଦୁଃଖ ମଧ୍ୟ ଦୂର ହୁଏ ।

ଘରକୁ ଆଣନ୍ତୁ ଏସବୁ ଜିନିଷ

ମହାଶିବରାତ୍ରି ପୂର୍ବରୁ, ଆପଣ ପାରଦ ଶିବଲିଙ୍ଗକୁ ଘରକୁ ଆଣିପାରିବେ। ପ୍ରତିଦିନ ଏହି ଶିବଲିଙ୍ଗକୁ ପୂଜା କରନ୍ତୁ। ଏହା କରିବା ଦ୍ୱାରା, ବାସ୍ତୁ ଦୋଷ ଏବଂ ପିତୃ ଦୋଷ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିପାରିବ। ଏହା ବ୍ୟତୀତ, ମହାଶିବରାତ୍ରି ପୂର୍ବରୁ କିମ୍ବା ମହାଶିବରାତ୍ରି ଦିନ, ଆପଣ ସମ୍ପୂର୍ଣ୍ଣ ଶିବ ପରିବାରର ଫଟୋ ମଧ୍ୟ ଆପଣଙ୍କ ଘରକୁ ଆଣିପାରିବେ।

ଘରେ ଲଗାନ୍ତୁ ଏହି ଗଛ

ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ, ଆପଣ ମହାଶିବରାତ୍ରି ପୂର୍ବରୁ ଆପଣଙ୍କ ଘରେ କିଛି ଗଛ ମଧ୍ୟ ଲଗାଇପାରିବେ । ଏହା ସହିତ, ସମଗ୍ର ଶିବ ପରିବାରର ଆଶୀର୍ବାଦ ଆପଣଙ୍କ ଘର ଉପରେ ରହିବ । ତୁମେ ତୁମ ଘରେ ବେଲ ଗଛ ଲଗାଇପାରିବ। ଏହି ଗଛ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ରହିଥାଏ।

ଦିଲ୍ଲୀ-ଏନସିଆର ପରେ ଭୂକମ୍ପରେ ଥରିଲା ବିହାର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ-ଏନସିଆର ପରେ ବିହାରରେ ଭୂକମ୍ପର ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିଲା । ସିୱାନ ଏହାର କେନ୍ଦ୍ର ଥିଲା। ଭୂମିକମ୍ପଟି ୮.୦୨ରେ ଅନୁଭୂତ ହୋଇଥିଲା । ଏହାର ଅଢ଼େଇ ଘଣ୍ଟା ପୂର୍ବରୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଦିଲ୍ଲୀର ଲୋକମାନଙ୍କୁ ଥରାଇ ଦେଇଥିଲା।

ଦିଲ୍ଲୀ-ଏନସିଆରରେ ୪.୦ ତୀବ୍ରତାର ଭୂମିକମ୍ପ ଯୋଗୁଁ ଘରର ବିଛଣା, ଝରକା ଏବଂ ଅନେକ ଜିନିଷ ଥରିବାକୁ ଲାଗିଥିଲା। ଗୁରୁଗ୍ରାମ-ଫରିଦାବାଦରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷୟକ୍ଷତି ହୋଇନାହିଁ । ଭୂମିକମ୍ପ ପରେ, ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଶାନ୍ତ, ସୁରକ୍ଷିତ ଏବଂ ସତର୍କ ରହିବାକୁ ନିବେଦନ କରିଥିଲେ ।

ଭୂମିକମ୍ପ କାହିଁକି ହୁଏ ?
ପୃଥିବୀ ଭିତରେ ପ୍ଲେଟଗୁଡ଼ିକର ଧକ୍କା ଯୋଗୁଁ ଭୂମିକମ୍ପ ହୁଏ । ଭୂତତ୍ତ୍ୱବିତ୍ମାନେ କୁହନ୍ତି ଯେ ଆମର ପୃଥିବୀ ୧୨ଟି ଟେକ୍ଟୋନିକ୍ ପ୍ଲେଟ ଉପରେ ଅବସ୍ଥିତ । ଏହି ପ୍ଲେଟଗୁଡ଼ିକ ଧକ୍କା ହେବା ସମୟରେ ନିର୍ଗତ ଶକ୍ତିକୁ ଭୂମିକମ୍ପ କୁହାଯାଏ। ବିଶେଷଜ୍ଞଙ୍କ ମତରେ, ପୃଥିବୀ ତଳେ ଥିବା ଏହି ପ୍ଲେଟଗୁଡ଼ିକ ବହୁତ ଧୀର ଗତିରେ ଘୂରୁଛନ୍ତି। ପ୍ରତିବର୍ଷ ଏହି ପ୍ଲେଟଗୁଡ଼ିକ ସେମାନଙ୍କ ସ୍ଥାନରୁ ୪.୫ ମିମି ଘୁଞ୍ଚି ଯାଆନ୍ତି। ଏହି ସମୟ ମଧ୍ୟରେ, ଗୋଟିଏ ପ୍ଲେଟ୍ ଅନ୍ୟ ଏକ ପ୍ଲେଟ୍ ଠାରୁ ଦୂରେଇ ଯାଏ, ଯେତେବେଳେ ଅନ୍ୟ ଏକ ପ୍ଲେଟ୍ ଅନ୍ୟ ଏକ ପ୍ଲେଟ୍ ତଳୁ ଖସିଯାଏ। ଏହି ସମୟରେ, ପ୍ଲେଟଗୁଡ଼ିକର ଧକ୍କା ଯୋଗୁଁ ଭୂମିକମ୍ପ ସୃଷ୍ଟି ହୁଏ ।

ଭୂମିକମ୍ପ ଅନୁଭବ ହେଲେ କଣ କରିବେ ?
-ଭୂମିକମ୍ପର ଝଟକା ଅନୁଭବ କରିବା ମାତ୍ରେ, ବିଳମ୍ବ ନକରି ତୁରନ୍ତ ଖୋଲା ସ୍ଥାନକୁ ଯାଆନ୍ତୁ
-ବଡ଼ କୋଠା, ଗଛ, ବିଦ୍ୟୁତ୍ ଖୁଣ୍ଟ ଇତ୍ୟାଦିଠାରୁ ଦୂରରେ ରୁହନ୍ତୁ
-ବାହାରକୁ ଯିବା ପାଇଁ କେବେବି ଲିଫ୍ଟର ବ୍ୟବହାର କରନ୍ତୁ ନାହିଁ । କେବଳ ସିଡ଼ି ବ୍ୟବହାର କରି ତଳକୁ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ।
-ଭୂମିକମ୍ପ ସମୟରେ, ଝରକା, ଆଲମାରୀ, ପଙ୍ଖା ଏବଂ ଉପରେ ରଖାଯାଇଥିବା ଭାରୀ ଜିନିଷଗୁଡ଼ିକ ଠାରୁ ଦୂରରେ ରୁହନ୍ତୁ  ।

ଡବଲ ଇଞ୍ଜିନ ଡବଲ ପ୍ରତାରଣା; ଯୋଗୀଙ୍କୁ ଅଖିଲେଶଙ୍କ କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: ଯୋଗୀ ସରକାରଙ୍କୁ ଅଖିଳେଶ ଯାଦବଙ୍କ ଟାର୍ଗେଟ । ମହାକୁମ୍ଭର ଅବ୍ୟବସ୍ଥାକୁ ନେଇ କଡା ସମାଲୋଚନା । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମହାକୁମ୍ଭକୁ ନେଇ ଯୋଗୀ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରି କହିଛନ୍ତି ଯେ ଏହା ଡବଲ ଇଞ୍ଜିନ ସରକାର ନୁହେଁ ବରଂ ଡବଲ ପ୍ରତାରଣା ସରକାର । ୧୦୦ କୋଟି ଲୋକଙ୍କ ପାଇଁ ବ୍ୟବସ୍ଥା କରି ନିଜେ କେବଳ ପ୍ରଶଂସା ସାଉଁଟିଛନ୍ତି । ସେମାନେ ଏହାକୁ ନେଇ ଏମିତି ପ୍ରଚାର କଲେ ଯେପରି କୁମ୍ଭ ପୂର୍ବରୁ କେବେ ହୋଇନଥିଲା  ।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କାନପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯାହା ପରେ ସେ ଇଟାୱା ଯାଉଥିଲେ। ଏହି ସମୟରେ, ଔରୈୟା ଜିଲ୍ଲାରେ ଅଖିଳେଶ ଯାଦବଙ୍କୁ ଦଳୀୟ କର୍ମୀମାନେ ରାଜପଥରେ ଅଟକାଇ ସ୍ୱାଗତ କରିଥିଲେ। ସେମାନଙ୍କ ମଧ୍ୟରେ ବରିଷ୍ଠ ଏସପି ନେତା ଲାଲଜୀ ଶୁକ୍ଲା ତାଙ୍କ ସମର୍ଥକମାନଙ୍କ ସହିତ ଉପସ୍ଥିତ ଥିଲେ। ଅଖିଳେଶ ଯାଦବ ଏଠାରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ ମାଲ୍ୟାର୍ପଣ କରିଥିଲେ। ଏହି ସମୟରେ, ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ, ଅଖିଳେଶ ମହାକୁମ୍ଭର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ।

ଡବଲ ଇଞ୍ଜିନ ସରକାରଙ୍କ ଡବଲ ପ୍ରତାରଣା

ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାକୁ ଟାର୍ଗେଟ କରି ଅଖିଳେଶ ଯାଦବ କହିଛନ୍ତି ଯେ ରେଳବାଇର ବିଫଳତା ଯୋଗୁଁ ଦିଲ୍ଲୀର ଲୋକମାନେ ପ୍ରାଣ ହରାଇଛନ୍ତି । ଏହି ସରକାର ଅଯୋଗ୍ୟ ସରକାର । ଦିଲ୍ଲୀରେ କେତେ ଭକ୍ତ ପ୍ରାଣ ହରାଇଛନ୍ତି ତାହାର ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣାନାହିଁ । ସେ କହିଥିଲେ ଯେ ପ୍ରୟାଗରାଜ ମହାକୁମ୍ଭରେ ୧୦୦ କୋଟି ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ୬୦ କୋଟି ଲୋକ ସ୍ନାନ କରିସାରିଛନ୍ତି । ତେବେ ଏହି ଅସୁବିଧା କାହିଁକି ? କାହିଁକି ଏତେ ଲୋକ ପ୍ରାଣ ହରାଇଲେଣି  ।

ଅଖିଳେଶ ଯାଦବ କହିଛନ୍ତି ଯେ ଏପର୍ଯ୍ୟନ୍ତ ଲୋକମାନେ ରାସ୍ତାରେ ପ୍ରାଣ ହରାଉଥିଲେ ଏବଂ ଏବେ ଦଳାଚକଟାରେ ଜୀବନ ହରାଉଛନ୍ତି । ନିଖୋଜ ଲୋକଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ଏବଂ ଏବେ ରେଳବାଇର ବିଫଳତା ଯୋଗୁଁ ଦିଲ୍ଲୀବାସୀଙ୍କ ଜୀବନ ଯାଇଛି । ଯେଉଁମାନେ ୧୦୦ କୋଟି ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, ଏବଂ ଏଥିପାଇଁ  ନିଜକୁ ଗୌରବାନ୍ୱିତ ଅନୁଭବ କରୁଛନ୍ତି ସେମାନଙ୍କୁ ଏହି ତ୍ରୁଟି କାହିଁକି ଦେଖାଯାଉନି ।

ଆପାର୍ଟମେଣ୍ଟରୁ ଲୁଟ କରୁଥିବା ବେଳେ ଏନକାଉଣ୍ଟର, ଲୁଟେରାର ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ବର : ସକାଳୁ ସକାଳୁ ରାଜଧାନୀରେ ଏନକାଉଣ୍ଟର । ଡକାୟତି ଉଦ୍ୟମ ବେଳେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଏନକାଉଣ୍ଟର କରିଛି ପୋଲିସ । ରାଜଧାନୀ ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି । ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ୍ ଅନାରେକୁ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଅର୍ଜୁନ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ପୁଲିସ୍ ଏନକାଉଣ୍ଟରର ଶିକାର ହୋଇଛି । ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୪ ଜଣ ଫେରାର ମାରିଛନ୍ତି ।

ଗତ ରାତିରେ ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅର୍ଜୁନ ଓ ତାର ଗ୍ୟାଙ୍ଗ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଏମାନେ ଲୁଟ୍ ପାଇଁ ଯୋଜନା କରୁଥିଲେ। ପୋଲିସକୁ ଦେଖି ପଳାଇବାକୁ ଚେଷ୍ଟା କରିବା ପରେ ପୋଲିସ ସେମାନଙ୍କୁ ଗୋଡ଼ାଇଥିଲା। ବାଲିଅନ୍ତା କେନାଲ ବନ୍ଧ ପାଖରେ ପୋଲିସ ଉପରକୁ ସେମାନେ ପ୍ରଥମେ ଗୁଳି ଚଳାଇଥିଲେ। ଗୁଳିର ଜବାବ ଗୁଳିରେ ଦେଇଥିଲା ପୋଲିସ । ଅର୍ଜୁନର ଗୋଡ଼ରେ ଗୁଳି ବାଜିଛି । ତେଣୁ ସେ ତଳେ ପଡ଼ିଯିବା ପରେ ପୋଲିସ ତାକୁ କାବୁ କରିଛି । ତାର ୪ ଜଣ ସହଯୋଗୀ ଫେରାର ହୋଇ ଯାଇଛନ୍ତି । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।