spot_img
Home Blog Page 1047

ଭାରତୀୟ ଜର୍ସିରେ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ସମସ୍ତ ଦଳର ନୂଆ ଜର୍ସି ଦେଖିବାକୁ ମିଳିଛି । ସମସ୍ତ ଦଳ ନିଜ ନିଜର ନୂଆ ଜର୍ସିରେ ଫଟୋସୁଟ କରିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟଟି ପାକିସ୍ତାନ ଆୟୋଜନ କରୁଥିବାବେଳେ ଏହା ହାଇବ୍ରିଡ୍ ମଡେଲରେ ଖେଳଯାଉଛି । ଭାରତର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ସେପଟେ ପ୍ରଥମରୁ ଚର୍ଚ୍ଚା ହେଉଥିଲା କି, ଭାରତୀୟ ଜର୍ସିରେ ପାକିସ୍ତାନର ନାମ ରହିବ କି ନାହିଁ । ଆଉ ଏବେ ଭାରତୀୟ ଜର୍ସିରେ ଆୟୋଜକ ପାକିସ୍ତାନର ନାମ ରହିଛି । ICCର ସମସ୍ତ ଇଭେଣ୍ଟରେ ଯେଉଁ ଦେଶ ଆୟୋଜନ କରିଥାଏ ସେହି ଦେଶର ନାମ ସମସ୍ତ ଦଳର ଜର୍ସିରେ ରହିଥାଏ । ଏଣୁ ଭାରତୀୟ ଦଳର ଜର୍ସିରେ ମଧ୍ୟ ପାକିସ୍ତାନର ନାମ ରହିଛି । ଭାରତୀୟ ଖେଳାଳିଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଫଟୋ ସବୁ ଏବେ ପ୍ରଂଶସକମାନେ ସେୟାର କରାଯାଉଛି ।

https://www.instagram.com/indiancricketteam/?utm_source=ig_embed&ig_rid=989522f0-714e-47e6-81da-367aa33d396b

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଟିମ୍ ଇଣ୍ଡିଆ ଏହି ICC ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଦିନ ଅର୍ଥାତ୍ 20 ଫେବୃଆରୀରୁ ତା’ର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚରେ ବାଂଲାଦେଶକୁ ଭେଟିବ, ଯାହା ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହା ପରେ, ଭାରତକୁ ୨୩ ଫେବୃଆରୀରେ ପାକିସ୍ତାନକୁ ଭେଟିବାକୁ ପଡିବ। ମାର୍ଚ୍ଚ ୨ ତାରିଖରେ, ଏହା ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ।

ଗରମରେ ଲାଗିବ ବ୍ରେକ୍, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: କାଲିଠୁ ଗରମରୁ ମିଳିବ ଆଶ୍ବସ୍ତି ।  ପଶ୍ଚିମା ଝଡ ଆଣିବ ବର୍ଷା । ଭିଜିବ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଘଡଘଡି ବିଜୁଳି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ନେଇ ବି ସତର୍କତା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ କାଲିଠୁ ଦୁଇ ଦିନ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ କାଲି  ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ସେହିପରି ୨୦ ରେ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାକୁ ସତର୍କତା ଜାରି କରାଯାଇଛି । ସେପଟେ ଆଜି ବି ରାଜ୍ୟରେ ଜାରି ରହିବ ତାତି । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହିବ ପାରଦ । ରାଜଧାନୀ ଭୁବନେଶ୍ବର ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମାଲକାନଗିରି, ଗଜପତି, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି  ଆକଳନ କରାଯାଇଛି । ଏହି ସବୁ ଜିଲ୍ଲାରେ ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ଦିନର ତାପମାତ୍ରା ରେକର୍ଡ ହୋଇପାରେ । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ତେଜ ପାଇଁ ତାତି ବୃଦ୍ଧି ପାଇଛି ।

ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନନ୍ଦିଘୋଷ ବ୍ୟୁରୋ: ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ  ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚ କେରଳ କ୍ୟାଡର ଆଇଏଏସ । ସେ କେନ୍ଦ୍ର ଗୃହମନ୍ତ୍ରାଳୟରେ କାର୍ଯ୍ୟ କରିଛନ୍ତି । ଗତବର୍ଷ ଜାନୁଆରୀ ୩୧ରେ ସେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ । ସେ ସଂସଦୀୟ ବ୍ଯାପାର ବିଭାଗ ସଚିବ ପଦ ବି ସମ୍ଭାଳିଥିଲେ । ବହୁ ଚର୍ଚ୍ଚିତ ଅଯୋଧ୍ଯା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କାର୍ଯ୍ୟାବଳୀର ସମୀକ୍ଷା ଲାଗି ୨୦୨୦ରେ ତାଙ୍କୁ ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ଚଳିତବର୍ଷ ବିହାର, ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଇସିଙ୍କ ଗୁରୁତ୍ବ ବଢିଛି । ସେପଟେ ଆଜି ଦାୟିତ୍ଵରୁ ଅବସର ନେବେ ରାଜୀବ କୁମାର।  ଗତ ମେ ୨୦୨୨ରେ ରାଜୀବ କୁମାରଙ୍କୁ ସିଇସି ପଦରେ ଅଭିଷିକ୍ତ କରାଯାଇଥିଲା । ରାଜୀବଙ୍କ ଅମଳରେ ହାଇପ୍ରୋଫାଇଲ ୨୦୨୪ଲୋକସଭା ନିର୍ବାଚନ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ଯପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ହରିୟାଣା, ଝାଡଖଣ୍ଡ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଆଦି ରାଜ୍ଯରେ ନିର୍ବାଚନ ହୋଇଥିଲା ।  ସିଇସି ପଦ ଲାଗି ପ୍ରାୟ ୪୮୦ଜଣଙ୍କ ନାଁ ଆସିଥିବା ବେଳେ ଜ୍ଞାନେଶ କୁମାରଙ୍କ ନାଁ ଚୟନ କରାଯାଇଛି ।

ଆଜିଠୁ +୨ ପରୀକ୍ଷା, ପ୍ରଥମ ଦିନରେ ହେବ ଓଡ଼ିଆ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା। ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା । ପରୀକ୍ଷା ଶୃଙ୍ଖଳିତ କରିବା ପାଇଁ CHSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ର ଓ ବାହାରେ ପୋଲିସ ମୁତୟନ ସହ ଜିଲ୍ଲା ପ୍ରଶାସନର ସହଯୋଗରେ ପରୀକ୍ଷା କରାଯାଇଛି। ରାଜ୍ୟର ୧୨ଶହ ୭୬ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେବେ। ୧୯ ତାରିଖରେ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। CHSE ପରିସରରେ ନିୟନ୍ତ୍ରଣ କକ୍ଷ କରାଯାଇଛି। ଯେଉଁଠି ଏକାସଙ୍ଗରେ ୫ଶହ ପରୀକ୍ଷା କେନ୍ଦ୍ରର ସ୍ଥିତି ସିସିଟିଭିରେ ଦେଖିହେବ। ଏଥର ପରୀକ୍ଷା ପାଇଁ ପଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି ।

ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଏକ ସ୍କ୍ୱାଡ୍ ସହ, ପର୍ଯ୍ୟବେକ୍ଷକ ସ୍କ୍ୱାଡ୍, ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍କ୍ୱା଼ଡ୍, ଜୋନାଲ, ସେଣ୍ଟ୍ରାଲ ସ୍କ୍ୱାଡ୍ ଗଠନ କରାଯାଇଛି । ଉତ୍ତରପତ୍ର ଓ ପ୍ରଶ୍ନପତ୍ର ସକାଳ ୮ଟା ୩୦ ମଧ୍ୟରେ ହବରୁ ପରୀକ୍ଷା କେନ୍ଦ୍ରରେ ପହଂଚିବ । ସକାଳ ୯ଟା ୩୦ରେ ପ୍ରଶ୍ନପତ୍ର ଖୋଲାଯିବ। ୯ଟା ୪୫ରେ ଉତ୍ତର ଖାତା ଦିଆଯିବ ଓ ୯ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। କେହି ବି ମୋବାଇଲ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ସାଇଲେଣ୍ଟ ମୋଡ଼ରେ ମୋବାଇଲ ଫୋନ ରଖିପାରିବେ। ଏବେ ନୂତନ ପରୀକ୍ଷା ଢାଞ୍ଚାରେ କ୍ୟାମେରା ଵ୍ୟଵସ୍ଥା ହୋଇଛି । ଯାହା ଫଳରେ ସ୍ଵଛତାର ସହ ପରୀକ୍ଷା ହେବ। ହବ୍ ବ୍ୟବସ୍ଥା ଯୋଗୁ ପ୍ରଶ୍ନପତ୍ର ଲିକର ସମ୍ଭାବନା ମଧ୍ୟ କମ ରହିଛି ।

ବିଦେଶ ଅତିଥୀଙ୍କ ପାଇଁ ଚଳଚଞ୍ଚଳ ଗଞ୍ଜାମ: ଆରମ୍ଭ ହୋଇଛି ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା

ଗଞ୍ଜାମ: ମାଇଲ ଦୂରରୁ ଛୁଟି ଆସିଛନ୍ତି ଅଲିଭ ରିଡଲେ । ଆରମ୍ଭ ହୋଇଛି ଏହି ବିରଳ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା । ଏଥିପାଇଁ ଚଳଚଞ୍ଚଳ ଗଞ୍ଜାମ ଋଷିକୂଲ୍ୟା ମୁହାଣ । ଅନୁକୂଳ ପାଗ ସହ ଦକ୍ଷିଣା ପବନ ଯୋଗୁ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରି ସମୁଦ୍ରକୁ ଫେରୁଛନ୍ତି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଏହି କଇଁଛମାନେ ଉପରକୁ ଉଠିଆସି ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପର୍ଯ୍ୟଟକ, ପରିବେଶବିତ୍ ମହଲରେ ଖୁସି ପ୍ରକାଶ ପାଇଥିବାବେଳେ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । କୁକୁର, ବିଲୁଆଙ୍କ ଠାରୁ ସୁରକ୍ଷା ଦେବାକୁ ଲଗାଜାଇଛି ତାରଜାଲି । କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରି ଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ୨୦୨୪ ରେ ଗଣଅଣ୍ଡାଦାନ ହୋଇନଥିବା ବେଳେ ଚଳିତବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖାଦେଇଛି । ଏଥିପାଇଁ ଗତବର୍ଷ ନଭେମ୍ବର ୧ ଠାରୁ ଚଳିତବର୍ଷ ମେ ୩୧ ପ୍ରଯ୍ୟନ୍ତ ଆର୍ଯ୍ୟପଲ୍ଲୀ ରୁ ପ୍ରୟାଗୀ ଯାଏଁ ୨୦ କିଲୋମିଟର ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦ଟି ସେଗମେଣ୍ଟ କରାଯାଇଛି । ଚଳିତ ବର୍ଷ ୬ ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ କରିବେ ବୋଲି ଆଶା ରଖିଛି ବନ ବିଭାଗ ।

ବିଧାନସଭାରେ ୱାଲଟିଅର ଡିଭିଜନ ତାତି: ପାତରଅନ୍ତର ନୀତି ନେଇ ବିଜେଡିର କଡ଼ା ସମାଲୋଚନା

ଭୁବନେଶ୍ବର: ୱାଲଟିଅର ପ୍ରସଂଗରେ ହୁଲସ୍ତୁଲ ବିଧାନସଭା । ଗୃହରେ ବିଜେଡିର ହଲ୍ଲାବୋଲ। ପୂର୍ବତଟ ରେଳପଥକୁ ବିକଳାଙ୍ଗ କଲା କେନ୍ଦ୍ର। ୧୦ ହଜାର କୋଟି ରାଜସ୍ବ ହରାଇବ ଓଡିଶା। ଶୂନ୍ୟକାଳରେ ଉଠିଲା ରେଲୱେ ତାତି। ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ରର ଓ ରାଜ୍ୟ ବିଜେପିକୁ ଘେରିଲେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ। କହିଲେ, ଚଳିତ ମାସ ୭ ତାରିଖ ଥିଲା ଓଡ଼ିଶା ପାଇଁ କଳା ଦିନ। ପୂର୍ବତଟ ରେଲୱେ ୨୫ରୁ ୩୦ ହଜାର କୋଟି ଟଙ୍କାର ଅବଦାନ ଦେଇଥାଏ। ହେଲେ କେନ୍ଦ୍ରର ବଜେଟ ତାକୁ ବିକଳାଙ୍ଗ କରିଦେଲା । ୱାଲଟିଅର ଡିଭିଜନକୁ ବିଲୀନ କରିଦିଆଗଲା କେନ୍ଦ୍ର କ୍ୟାବିନେଟରେ । ପୂର୍ବତଟ ରେଲୱେରୁ ନେଇ ଆନ୍ଧ୍ରପ୍ରଦେଶରେ ମିଶାଇ ଦିଆଗଲା।

ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଗଲା। ଯଦି ଆନ୍ଧ୍ର ପାଇଁ ଏହି ଜୋନ୍ କରାଗଲା ତେବେ ଓଡିଶା ପାଇଁ ମଧ୍ୟ କରାଯାଉ ବୋଲି ଦାବି କରିଛି ବିଜେଡି। ଅନ୍ୟ ରାଜ୍ୟ ପାଇଁ ଗୋଟିଏ ନିୟମ, ଓଡିଶା ପାଇଁ ଅଲଗା କାହିଁକି ବୋଲି ପ୍ରଶ୍ନ କରିଛି ଦଳ। ଏଥିପାଇଁ ଗୃହରେ ପ୍ରସ୍ତାବ ଅଣାଯାଉ। ଓଡିଶା ପାଇଁ ରାଜ୍ୟକୁ ସୁହାଇଲା ଭଳି ଜୋନ୍ କରିବାକୁ ଦାବି କରିଥିଲେ । ରେଳମନ୍ତ୍ରୀ ଓଡିଶାରୁ ଯାଇ ଓଡିଶା ପାଇଁ କିଛି କରୁନାହାନ୍ତି ଏହା ଦୁର୍ଭାଗ୍ୟର ବିଷୟ। ଅନ୍ୟ ରାଜ୍ୟ ପାଇଁ ଅନୁଦାନ ଗୋଟିଏ ଆମ ପାଇଁ ଆଉ ଗୋଟିଏ ବୋଲି ଅଭିଯୋଗ କରିଛି ବିଜେଡି।

ୱାଲଟିଅର ଡିଭିଜନକୁ ବିଶାଖାପାଟଣା ଡିଭିଜନରେ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। କେନ୍ଦ୍ର କ୍ୟାବିନେଟର ରିଜୋଲ୍ୟୁସନକୁ ଓଡ଼ିଶା ସ୍ବାର୍ଥ ବିରୋଧି କହି ଗୃହରେ ଚିରି ଦେଇଥିଲେ। ଏହି ନିଷ୍ପତ୍ତିରୁ ପୂର୍ବତଟ ରେଲୱେ ୧୦ ହଜାର କୋଟି ହରାଇବ। ରାଜ୍ୟ ସ୍ଵାର୍ଥ ନେଇ ବିଜେପିର ୨୦ ସାଂସଦ ମୁକ ବଧିର ହୋଇଯାଇଛନ୍ତି। ଯେଉଁ ମାପକାଠିରେ କେନ୍ଦ୍ର ଆନ୍ଧ୍ରକୁ ଦେଖୁଛି, ଓଡ଼ିଶାକୁ ସେହି ମାପ କାଠିରେ ଦେଖୁl ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିଜେଡି ଚୁପ୍ ବସିବନି। ରାଜ୍ୟ ସ୍ବାର୍ଥ ପାଇଁ ଆମେ ଲଢ଼େଇ କରିବୁ ବୋଲି କହିଛନ୍ତି ରଣେନ୍ଦ୍ର। ବିଜେଡିର ସ୍ଵରରେ ସ୍ଵର ମିଳାଇଛି କଂଗ୍ରେସ। ୱାଲଟିଅର ଡିଭିଜନ ମିଶ୍ରଣକୁ ଦୂର୍ଭାଗ୍ୟଜନକ କହିଛି ଦଳ।ସେପଟେ ବିରୋଧୀଙ୍କ ଅଭିଯୋଗ ନେଇ କେନ୍ଦ୍ର ପାଇଁ ଓକିଲାତି କରିଛନ୍ତି ବିଜେପି ବିଧାୟକ। ପୂର୍ବତଟ ରେଳବାଇରୁ ୱାଲଟିଅର ଡିଭିଜନକୁ ବାଦ ଦେଇ ଦକ୍ଷିଣ କେନ୍ଦ୍ରୀୟ ରେଲୱେରେ ମିଶ୍ରଣ ନିଷ୍ପତ୍ତିକୁ ନେଇ ସାରା ଓଡ଼ିଶାରେ ଉଦବେଶ ପ୍ରକାଶ ପାଇଛି । ହେଲେ ଡବଲ ଇଞ୍ଜିନ ସରକାର ନିଷ୍ପତ୍ତି ସପକ୍ଷରେ ଓକିଲାତି କରିଛି। ଯାହାକୁ ନେଇ ହୁଲସ୍ତୁଲ ବିଧାନସଭା ।

ଏଣିକି ସକାଳୁଆ ଚାଲିବ ଉଚ୍ଚ ଶିକ୍ଷାନୁଷ୍ଠାନ: SOP ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଏଣିକି ସକାଳୁଆ ଚାଲିବ ଉଚ୍ଚଶିକ୍ଷା ଅନୁଷ୍ଠାନ । SOP ଜାରି କଲା ଉଚ୍ଚଶିକ୍ଷା ବିଭାଗ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ସକାଳୁଆ କ୍ଲାସ୍ ଓ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଚୁର ପରିମାଣର ପାନୀୟ ଜଳ ଓ ORS ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କଲେଜରେ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟଏଡ୍ କିଟ୍ ରଖାଯିବ । ଗ୍ରୀଷ୍ମ ପ୍ରବାହ ମୁକାବିଲା, SOP ପାଳନ ତଦାରଖ ପାଇଁ ସ୍କ୍ବାଡ ଗଠନ ହେବ । ଏନେଇ ରାଜ୍ୟ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ।

ପାକିସ୍ତାନ ପାଖରେ କ’ଣ ଅର୍ଥ ନାହିଁ? ଭାରତ-ପାକିସ୍ତାନ ମ୍ୟାଚ ପାଇଁ PCB ମୁଖ୍ୟ ଭିଆଇପି ବକ୍ସ ଟିକେଟ ବିକ୍ରି କଲେ କାହିଁକି?

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆସନ୍ତା ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ ହାଇଭୋଲେଟଜ ମ୍ୟାଚ । ଏହି ମ୍ୟାଚ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଥିବା ବେଳେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦେଶର ପ୍ରମୁଖ ଖେଳାଳି । ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଚିଫ ମୋହସିନ ନକଭୀ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଦୁବାଇ ଯିବେ । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପିସିସି ଚିଫଙ୍କୁ ଏହି ମ୍ୟାଚ ପାଇଁ ୩୦ ସିଟ ଥିବା ଭିଆଇପି ହସ୍ପିଟାଲିଟି ବକ୍ସ ଅଫର ମିଳିଥିଲା । ତାହାକୁ ପିସିବି ଚିଫ ନିଜର ବନ୍ଧୁ ପରିଜନ ତଥା ପରିବାରବର୍ଗଙ୍କ ମ୍ୟାଚ ଦେଖିବାର ସୁଯୋଗ ଦେଇ ପାରିଥାନ୍ତେ । ମାତ୍ର ନକଭୀ ଫ୍ୟାନ୍ସଙ୍କ ସହ ଷ୍ଟାଣ୍ଡରେ ମ୍ୟାଚ ଦେଖିବାର ନିଷ୍ପତ୍ତି ନେଇଛନ୍ତି । ନକଭୀ ପିସିବିର ରେଭିନ୍ୟୁ ବଢ଼ାଇବା ପାଇଁ ଭିଆଇପି ବକ୍ସର ଟିକେଟ ବିକ୍ରି କରିବାକୁ ପଛାଇଥିଲେ ।

ଏକ ରିପୋର୍ଟ ମୁତାବକ, ନକଭୀ ଭିଆଇପି ବକ୍ସର ଅଫରକୁ ପ୍ରତ୍ୟାଖ୍ୟାନ କରି ଷ୍ଟାଣ୍ଡରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ମନ ବଳାଇଛନ୍ତି । ଦୁବାଇ ଷ୍ଟାଡିୟମରେ ଥିବା ଭିଆଇପି ବକ୍ସର ଦାମ ପାଖାପାଖି ୩.୪୭ କୋଟି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଅର୍ଥ ପାଇଁ ପିସିବି ଚିଫ କ’ଣ ଏପରି ନିଷ୍ପତ୍ତି ନେଇଛନ୍ତି? ପିସିବି ପାଖରେ କ’ଣ ଅର୍ଥର ଅଭାବ ରହିଛି ଯେ ଶେଷକ ଭିଆଇପି ବକ୍ସର ଟିକେଟ ବିକ୍ରି କରିବାକୁ ପଡ଼ିଲା?

NEET MDS 2025: ଫେବୃଆରୀ ୧୮ରୁ ଅନଲାଇନ୍ ଆବେଦନ ଆରମ୍ଭ, ଏପ୍ରିଲରେ ମିଳିବ ଆଡମିଟ୍ କାର୍ଡ

ନୀଟ ମାଷ୍ଟର ଅଫ୍ ଡେଣ୍ଟଲ ସଜର୍ରୀ ଏମଡି ପାଇଁ ରାଜିଷ୍ଟ୍ରେସନ ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏପ୍ରିଲ ୧୯ ତାରିଖ ଦ୍ବିପ୍ରହର ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ଆଡମିଟ କାର୍ଡ ଏପ୍ରିଲ ୧୫ରୁ ଡାଉନଲୋଡ କରାଯିବ । ନ୍ୟାସନାଲ ବୋର୍ଡ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସେସ (NBEMS) ଅନୁସାରେ, ନୀଟ ମାଷ୍ଟର ଅଫ୍ ଡେଣ୍ଟଲ ସର୍ଜରୀ ଏମଡିଏସ ପାଇଁ ରେଜିଷ୍ଟ୍ରେସନ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ଏପ୍ରିଲ ୧୯ ତାରିଖ ଦ୍ବିପ୍ରହର ୨ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ପ୍ରାର୍ଥୀମାନେ natboard.edu.in କୁ ଯାଇ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଫର୍ମ ଭରିପାରିବେ । ଆବେଦନ ପ୍ରକ୍ରିୟା କିପରି ହେବ, ସେନେଇ ପ୍ରାର୍ଥୀମାନେ ଜାଣିବା ଆବଶ୍ୟକ ।

ଏହି ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ସାଧାରଣ, EWS ଓ OBC ପ୍ରାର୍ଥୀଙ୍କଙ୍କୁ ୩୫୦୦ ଟଙ୍କା ଜମା କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଏସଟି ଓ PWD ପ୍ରାର୍ଥୀଙ୍କ ପାଇଁ ଏହି ରାଶି ୨୫୦୦ ଟଙ୍କା ରଖାଯାଇଛି । ଏହି ପରୀକ୍ଷାର ଫଳାଫଳ ମେ ୧୯ରେ ଜାରି କରାଯିବ । ଆବେଦନ ସରିବା ପରେ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୭ ମଧ୍ୟରେ ସଂଶୋଧନ କରାଯିବ । ଯଦି ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ସଂଶୋଧନ କରିନପାରନ୍ତି, ତେବେ ମାର୍ଚ୍ଚ ୨୭ରୁ ୩୧ ପର୍ଯ୍ୟନ୍ତ ଅନ୍ତିମ ସୁଯୋଗ ଦିଆଯିବ ।

ଲାଲୁ ଯାଦବଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଦାବି କଲେ ତେଜସ୍ବୀ

ପାଟନା: ରାଜେଡି ନେତା ତେଜସ୍ବୀ ଯାଦବ ଆଜି ଏକ ବଡ଼ ଦାବି କରିଛନ୍ତି । ତାଙ୍କର ପିତା ତଥା ପାର୍ଟିର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ତେଜସ୍ବୀ । ସମାଜରର ତଳସ୍ତରରେ ରହିଥିବା ଲୋକଙ୍କ ପାଇଁ ଲାଲୁ ସ୍ବର ଉତ୍ତୋଳନ କରିଛନ୍ତି । ସହରସା ଜିଲ୍ଲାର ସୋନବର୍ଷାରେ ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତେଜସ୍ବୀ ଏପରି କହିଛନ୍ତି ।  ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ କରିଥିଲେ । ସେତେବେଳେ ଭାଜପା ଏହାର ବିରୋଧ କରିଥିଲା । ଏବେ ସେହି ଦଳ ତାଙ୍କୁ ଭାରତ ରତ୍ନ ଦେଉଛି । ଏହା ହେଉଛି ସମାଜବାଦର ଶକ୍ତି ବୋଲି ତେଜସ୍ବୀ କହିଛନ୍ତି ।

ତେଜସ୍ବୀ କହିଛନ୍ତି, ତାଙ୍କ ପିତାଙ୍କ ସହିତ କର୍ପୁରୀ ଠାକୁରଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା । କର୍ପୁରୀ ଠାକୁରଙ୍କ ଦେହାନ୍ତ ସମୟରେ ତାଙ୍କର ମୁଣ୍ଡ ଲାଲୁ ଜୀ’ଙ୍କ କୋଳରେ ରହିଥିଲା । ଲାଲ ଜୀ ନିଜେ କର୍ପୁରୀଙ୍କୁ ହସ୍ପିଟାଲ ନେଇଥିଲେ । ଚାଚା (ନୀତିଶ କୁମାର) ଭାଜପା ସହ ହାତ ମିଳାଇଥିଲେ, ଯେ କି ପାଟନା ହାଇକୋର୍ଟରେ ସଂରକ୍ଷଣ ବୃଦ୍ଧିକୁ ସମାପ୍ତ କରିବା ପାଇଁ ପରଦା ପଛରେ କାମ କରୁଥିଲେ । ସରକାରେ ଲକ୍ଷାଧିକ ପଦ ଖାଲି ରହିଛି, ମାତ୍ର ଦଳିତ ଓ ପଛୁଆବର୍ଗଙ୍କୁ ସେମାନଙ୍କର ହକ ମିଳୁନାହିଁ । ଏଥର ବିଧାନସଭା ନିର୍ବାଚନରେ କେବଳ ନେତାଙ୍କ ସୁପାରିଶ ଆଧାରରେ ଟିକେଟ ମିଳିବ ନାହିଁ ବୋଲି ତେଜସ୍ବୀ କହିଥିଲେ ।