ଭୁବନେଶ୍ୱର : ଖରା ବଢାଇ ଲାଣି ଟେନସନ୍ । ଦିନକୁ ଦିନ ଉପରମୁହାଁ ପାରଦ । ମୁଣ୍ଡ ଫଟା ଖରାରେ ହନ୍ତସନ୍ତ ଲୋକେ। ଦିନ ଦୁଇଟା ୩୦ ସୁଦ୍ଧା ଝାରସୁଗଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ୪୧.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । ୩୯.୮ ଡ଼ିଗ୍ରୀ ସହ ରାଉରକେଲା ଦ୍ବିତୀୟରେ ରହିଛି । ସେହିଭଳି ହୀରାକୁଦ ୩୮.୪ ଡ଼ିଗ୍ରୀ, କେନ୍ଦୁଝର ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି ୩୭.୪ ଡ଼ିଗ୍ରୀ ପାରଦ ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଅକଳନ କରାଯାଉଛି । ସେପଟେ ପାଞ୍ଚ ଜିଲାରେ ଅଧିକ ଖରା ସହିତ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଲପୁର , ସୋନପୁର ଓ ବୌଦ୍ଧ କୁ ରେଡ୍ ଓ୍ବାର୍ଣ୍ଣିଂରେ ଥିବା ବେଳେ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ଛଡା ରାଜ୍ୟର ଆଉ ୧୫ଟି ଜିଲା ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କେନ୍ଦ୍ରାପଡା, ପୁରୀ,ଗଞ୍ଜାମ ଆଦି ଜିଲ୍ଲାକୁ ଏଲୋ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ହସ୍ପିଟାଲରେ ମୃତ୍ୟୁକୁ ଅପେକ୍ଷା କରିଛି ଲସ୍କର ମୁଖ୍ୟ ହାଫିଜ୍ ସଇଦ୍, ଅଜ୍ଞାତ ଆତତାତୀୟଙ୍କ ଗୁଳିର ହୋଇଥିଲା ଶିକାର
ନନ୍ଦଘୋଷ ବ୍ୟୁରୋ: ପାକିସ୍ତାନରୁ ବଡ ଖବର ଆସୁଛି । ଲସ୍କର-ଇ-ତୋଏବା ମୁଖ୍ୟ ହାଫିଜ ସୟିଦ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ନିହତ ହୋଇଥିବା ଖବର ଆସୁଛି । ଏହା ସହିତ ଖବର ଆସୁଛି ଯେ, ହଫିଜ୍ ଏବେ ମଧ୍ୟ ଜୀବିତ ଅଛି ଓ ତାକୁ ସେନା ଡାକ୍ତରଖାନରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ସେ ପାକିସ୍ତାନର ଝେଲମରୁ ନିଜ ଆଶ୍ରୟସ୍ଥଳୀକୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣରେ ତା’ ଡାହାଣ ହାତ ତଥା ପୁତୁତୁରା ଅବୁ କାତାଲ ନିହତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ହାଫିଜ ସୟିଦ ପାକିସ୍ତାନସେନାର କୋର କମାଣ୍ଡର ମଙ୍ଗଲାଙ୍କୁ ଭେଟି ନିଜ ଆଡ୍ଡାକୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏହି ସମୟରେ ତା ସହିତ ତାହାର ଡାହାଣ ହାତ ବୋଲି କୁହାଯାଉଥିବା ଅବୁ କାତାଲ ମଧ୍ୟ ସାଥିରେ ଥିଲା । ଏହି ଆକ୍ରମଣରେ କାତାଲ ନିହତ ହୋଇଥିବା ବେଳେ ସଇଦ ଗୁରୁତର ଆହତ ହୋଇଥିଲା। ତାକୁ ନିକଟସ୍ଥ ରାୱଲପିଣ୍ଡିର ଏକ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
କିଏ ହାଫିଜ ସୟିଦ ?
ହାଫିଜ ସୟିଦ ଲସ୍କର-ଇ-ତୋଇବା ଓ ଜମାତ-ଉଦ-ଦାଓ୍ଵା (ଜେୟୁଡି)ର ପ୍ରତିଷ୍ଠାତା। ସେ ଭାରତରେ ହୋଇଥିବା ଅନେକ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ରହିଛି। ହାଫିଜ ସୟିଦ ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ, ଯେଉଁଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ ।
ଭାରତରେ କେଉଁକେଉଁ ଘଟଣା ପଛରେ ଥିଲା ହାଫିଜ୍ ?
୨୦୦୧: ସଂସଦ ଆକ୍ରମଣରେ ସମ୍ପୃକ୍ତି
୨୦୦୬: ମୁମ୍ବାଇ ଲୋକାଲ ଟ୍ରେନ୍ ବିସ୍ଫୋରଣ (୨୦୯ ଜଣଙ୍କ ମୃତ୍ୟୁ)
୨୦୦୮: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୧୬୬ ଜଣଙ୍କ ମୃତ୍ୟୁ)
୨୦୧୬: ଉରି ଆକ୍ରମଣ (୧୯ ଭାରତୀୟ ଯବାନ ସହିଦ)
୨୦୧୯: ପୁଲୱାମା ଆକ୍ରମଣ (୪୦ ସିଆରପିଏଫ୍ ଯବାନ ସହିଦ)
ଲସ୍କର-ଏ-ତୋଏବା ଓ ଆତଙ୍କବାଦ
୧୯୯୦ ଦଶକରେ ହାଫିଜ ସୟିଦ ଲସ୍କର-ଏ-ତୋଇବା ପ୍ରତିଷ୍ଠା କରିଥିଲା, ଯାହାକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସମର୍ଥନ କରିଥିଲା। ଏହି ସଂଗଠନ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ବେଳେ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ୨୦୦୨ରେ ଭାରତ ଓ ଆମେରିକା ଲସ୍କରକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ ହାଫିଜ ସୟିଦ ଜମାତ-ଉଦ-ଦାୱା (ଜେୟୁଡି) ନାମରେ ଏକ ନୂଆ ସଂଗଠନ ଗଠନ କରିଥିଲା। ତେବେ ଏହି ସଂଗଠନ ଆତଙ୍କବାଦ ସମ୍ବନ୍ଧୀୟ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।
ମିଳିତ ଜାତିସଂଘ ହାଫିଜ ସୟିଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିଛି ଏବଂ ଆମେରିକା ତାଙ୍କ ଉପରେ ୧୦ ନିୟୁତ ଡଲାର (ପାଖାପାଖି ୮୩ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଛି। ପାକିସ୍ତାନ ସରକାର ମଧ୍ୟ ତା ବିରୋଧେର ଲୋକଦେଖାଣିଆ ଭାବେ କିଛି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, କିନ୍ତୁ ତାକୁ ପାକ୍ ସେନା ସୁରକ୍ଷା ଯୋଗାଇ ଦେଉଥିଲା ।
୨୦୧୯ରେ ପାକିସ୍ତାନର ଏଫଏଟିଏଫର ଗ୍ରେ ଲିଷ୍ଟରେ ତାଙ୍କ ନାମ ଆସିବା ପରେ ପାକିସ୍ତାନ ହାଫିଜ ସୟିଦକୁ ଟେରର ଫଣ୍ଡିଂ ମାମଲାରେ ଗିରଫ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲା । ତେବେ ଏହା କେବଳ ଅନ୍ତର୍ଜାତୀୟ ଚାପର ପରିଣାମ ଥିଲା, କାରଣ ପାକିସ୍ତାନ ଏଥିପାଇଁ ଅନେକ ସମୟରେ ସୁରକ୍ଷା ଯୋଗାଇଥାଏ ।
ମେଳନ ପଡ଼ିଆରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ବ୍ୟକ୍ତି ଆହତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ହରିଅଙ୍କ ମେଳନ ପଡ଼ିଆରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ମେଳନ ପଡ଼ିଆକୁ ଦାନପୁରର ବିମାନ ଆସିଵା ସମୟରେ କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ । ଏନେଇ ଦାନପୁର ଗାଁର କିଛି ଲୋକ ବିରୋଧ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ।
ଘଟଣାକୁ ନେଇ ଦାନପୁର ଓ ହରିଅଙ୍କ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଲାଗିରହିଥିଲା । ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ମଧ୍ୟ ସ୍ଥିତିକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଗୋଷ୍ଠୀ ସଂଘର୍ଷ ଜାରି ରହିଥିଲା ।
ଏନେଇ ଦାନପୁରରୁ ଆସିଥିବା ୯ ଟି ବିମାନ ମେଳଣ ପଡିଆରୁ ଫେରି ଯାଇଥିଲେ । ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।…

