ନନ୍ଦିଘୋଷ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସି ପଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଲିଙ୍ଗରାଜ ଅଘଟଣର ଶ୍ୱେତପତ୍ର ଜାରି କରନ୍ତୁ ସରକାର । ସରକାର ଭଗବାନଙ୍କ ନାଁରେ ଭୋଟ୍ ନେଉଛନ୍ତି । ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ପ୍ରଥମେ ବଡ଼ ଠାକୁର ପଡ଼ିଗଲେ । ହେଲେ ଆଜି ଯାଏ ତାହା କେଉଁଠି ପାଇଁ ଘଟିଲା ତାହା ଜଣାପଡ଼ିଲା ନାହିଁ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ପଡ଼ିଗଲା । କେଉଁ ଅଭାବରୁ ଏପରି ଅଘଟଣ ଘଟିଲା । ସରକାର କାହିଁକି ଯତ୍ନବାନ ହେଲେ ନାହିଁ । କାହିଁକି ଅବହେଳା କଲେ ସରକାର ? ଏ ଘଟଣାରେ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ଭକ୍ତ ଚରଣ ଦାସ । ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଏସବୁର ସମୀକ୍ଷା କଲେ କି ? ଓଡ଼ିଶାର ଦୁଇଟି ବଡ ମନ୍ଦିରରେ ଏପରି ଘଟଣା ଘଟିଲା । ସରକାର ଯତ୍ନବାନ ହେବା କଥା । ଭିଆଇପି ଭିଡ଼ କାହିଁକି ଏତେ ହେଲା । ସରକାର ଏତେ ଭିଆଇପି ସୃଷ୍ଟି କରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ।
ପୁଣି ଗଞ୍ଜାମରେ ଡିଜିଟାଲ ଆରେଷ୍ଟ, ଠକିନେଲେ କୋଟିଏରୁ ଅଧିକ
ନନ୍ଦିଘୋଷ ବ୍ୟୁରୋ: ଡିଜିଟାଲ ଆରେଷ୍ଟ କହି ୧ କୋଟି ଟଙ୍କା ଠକେଇ। ଗଂଜାମର ଜଣେ ନୌସେନା ଅଧିକାରୀଙ୍କଠାରୁ ଏହି ଠକେଇ ହୋଇଛି। ସେ ହେଲେ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁରର ପୂର୍ବତନ ନୌସେନା ଅଧିକାରୀ । ଅଭିଯୋଗ ଅନୁସାରେ ଗତ ୧୩ ତାରିଖ ଦିନ ଏକ ଫୋନ କଲ ଆସିଥିଲା । ଜଣେ ଦୁବୃର୍ତ୍ତ ନିଜକୁ ଇଡି ଅଫିସର କହି ନୌସେନା ଅଧିକାରୀଙ୍କ ଠାରୁ ବ୍ୟକ୍ତିଗତ ତଥ୍ୟ ମାଗିଥିଲା। ସବୁ ତଥ୍ୟ ନୌସେନା ଅଧିକାରୀ ସମ୍ପୃକ୍ତ ଦୁବୃର୍ତ୍ତକୁ ଦେଇଥିଲେ। କିଛି ସମୟ ପରେ ୱାଟସଆପରେ ଦୁବୃର୍ତ୍ତ ଜଣକ ନୌସେନା ଅଧିକାରୀଙ୍କୁ ଫୋନ କରି ନିଜକୁ ଦିଲ୍ଲୀ ପୋଲିସର ପରିଚୟ ଦେଇଥିଲା। ମନି ଲଣ୍ଡରିଂ ମାମଲାରେ ଆପଣଙ୍କ ନାମ ଅଛି ଆପଣ ଦିଲ୍ଲୀ ପୋଲିସ ଦ୍ବାରା ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି ନୌସେନା ଅଧିକାରୀଙ୍କୁ କହିଥିଲେ ଦୁବୃର୍ତ୍ତ ଓ ୧ କୋଟି ୮ ଲକ୍ଷ ଟଙ୍କା ମାଗିଥିଲେ ଦୁବୃର୍ତ୍ତମାନେ ।
ଅନ୍ୟ କୌଣସି ଉପାୟ ନ ପାଇ ଦୁବୃର୍ତ୍ତକୁ ୧ କୋଟି ୮ ଲକ୍ଷ ଟଙ୍କା ଦେଇ ଦେଇଥିଲେ ନୌସେନା ଅଧିକାରୀ । ଇପିଏଫ ଓ ସେୟାର ମାର୍କେଟରେ ନିବେଶ କରିଥିବା ୧ କୋଟି ୮ ଲକ୍ଷ ଟଙ୍କା ଉଠାଇ ଦୁବୃର୍ତ୍ତଙ୍କୁ ଦେଇଥିଲେ। ପରେ ଠକେଇର ଶିକାର ହୋଇଥିବା ଜାଣି ସେ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରଶାସନ ବାଲି ପକାଇ ନଥିବାରୁ ଘଟିଲା ଅଘଟଣ: ସୁଲୋଚନା ଦାସ
ନନ୍ଦିଘୋଷ ବ୍ୟୁରୋ: ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ଆହତ ହୋଇଥିବା ସେବାୟତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ବିଏମସି ମେୟର ସୁଲୋଚନା ଦାଶ ଓ ସ୍ଥାନୀୟ କର୍ପୋରେଟର । ସେବାୟତଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଦୁର୍ଘଟଣା ସମ୍ପର୍କରେ ବୁଝିଥିଲେ । ବର୍ଷ ବର୍ଷ ଧରି ସମର୍ଥା ସେବାୟତ ଜୀବନକୁ ବାଜି ଲଗାଇ ଦେଉଳ ଉପରକୁ ଯାଆନ୍ତି । ହେଲେ ତାଙ୍କ ପାଇଁ ବୀମା ମଧ୍ୟ ନାହିଁ । ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ସୁଲୋଚନା ଦାଶ । ଯୋଗେନ୍ଦ୍ର କହିଛନ୍ତି ଯେ ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି । ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି । ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢ଼ିବା ବେଳେ ହଠାତ୍ ଗୋଡ଼ ଖସିଗଲା । ଫଳରେ ସେ ଡେଇଁ ପଡ଼ିଲେ । ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା । ସେ ଡେଇଁବା ବେଳେ ବାଲି ନଥିବାରୁ ଗଭୀର ଆଘାତ ଲାଗିଲା। ଯାହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।
ସେବାୟତ ଖସି ପଡ଼ିବା ଘଟଣା : ପ୍ରଶାସନ ଅବହେଳାକୁ ଦାୟୀ କଲେ ଆହତ ସେବାୟତଙ୍କ ପୁଅ
ନନ୍ଦିଘୋଷ ବ୍ୟୁରୋ: ମହାଦୀପ ଧରି ଚୂଡ଼ାକୁ ଉଠିବା ବେଳେ ସେବାୟତ ଖସି ପଡ଼ିବା ଘଟଣାରେ ମନ୍ଦିର ପ୍ରଶାସନ ଅବହେଳାକୁ ଦାୟୀ କଲେ ଆହତ ସେବାୟତଙ୍କ ପୁଅ । ଆହତ ହୋଇଥିବା ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା କହିଛନ୍ତି, ବାପା ଏବେ ସୁସ୍ଥ ଅଛନ୍ତି । କଥା ହେଉଛନ୍ତି । ତାଙ୍କର ସିଟି ସ୍କାନ ହେବ । ମହାଦୀପରେ ଘିଅ ଅଧିକ ଥିଲା । ହାତରେ ଘିଅ ପଡିଯିବାରୁ ସେ ଖସି ପଡ଼ିଲେ। ବାପା ଖସି ପଡ଼ିଲା ପରେ, ବଡ ବାପାଙ୍କ ପୁଅ ମହାଦୀପ ନେଇ ଉପରକୁ ଗଲେ। ଗତ ୨୫ରୁ ୩୦ ବର୍ଷ ହେଲେ ବାପା ମହାଦୀପ ଉଠାଉଛନ୍ତି ବୋଲି କହିଛନ୍ତି ଯୋଗେନ୍ଦ୍ରଙ୍କ ପୁଅ । ତେବେ ଏଭଳି ଘଟଣା କେବେ ଘଟି ନଥିଲା ବୋଲି ସେ କହିଛନ୍ତି। ଏଥିପାଇଁ ସେ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି । ମହାଦୀପରେ ଘିଅର ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା । ସମର୍ଥା ସେବାୟତଙ୍କ ଉପରେ ପ୍ରଶାସନ ଧ୍ୟାନ ଦିଅନ୍ତୁ । ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆହତ ସେବାୟତଙ୍କ ପୁଅ । ସମର୍ଥା ନିଯୋଗ ସଂପାଦକ ପ୍ରଶାନ୍ତ ସମର୍ଥା ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
କୁରାନ୍ ବାଣ୍ଟୁଥିଲେ ରିଜୱାନ୍, ଜଣା ପଡ଼ିଲା ଏହାର କାରଣ…
ନନ୍ଦିଘୋଷ ବ୍ୟୁରୋ: ନିକଟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହୋଇଥିଲା ଚମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମୁକାବିଲା।ଚମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ହାରିବା ପରେ ପାକିସ୍ତାନୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ ମିଳିଛି । ଭାରତକୁ ଦୁବାଇରେ ହରାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଥିବା ପାକିସ୍ତାନର ସ୍ବପ୍ନକୁ ଧୂଳିସାତ କରିଛି ରୋହିତ ବାହିନୀ ।ଭାରତର ଏହି ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ଥାନ ଯାହାର ଅନେକ ଖବର ଗଣମାଧ୍ୟମ ସାମ୍ନାକୁ ଆସୁଛି । ତେବେ ଏହି ମ୍ୟାଚ ପରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ପାକିସ୍ତାନ ଅଧିନାୟକ ମହମ୍ମଦ ରିଜଓ୍ବାନ । ଏକ ଲଜ୍ଜ୍ୟାଜନକ ପରାଜୟ ର ଶିକାର ହୋଇତିବା ବେଳେ ତାଙ୍କ ଦଳ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବାଦ ପଡ଼ିଥିଲା। ଯାହାପରେ ଖଳାଳିଙ୍କୁ ନେଇ କରାଯାଉଛି ସମାଲୋଚନା ।
ନିକଟରେ, ପାକିସ୍ତାନ ଓପନର ଇମାମ ଉଲ ହକଙ୍କ ଏକ ଫଡକାଷ୍ଟ କ୍ଲିପ୍ ଭାଇରାଲ ହୋଇଥିଲା। ଏହି କ୍ଲିପରେ ସେ ରିଜୱାନଙ୍କ ବିଷୟରେ ବହୁତ କିଛି କହୁଛନ୍ତି। ରିଜୱାନ ପିଏସଏଲରେ ଖେଳାଳିମାନଙ୍କୁ କୁରାନ ବାଣ୍ଟିବା ସମୟରେ ତାଙ୍କ ସହିତ ଜଡିତ ଆଉ ଏକ ଘଟଣା ଘଟିଛି।
ମହମ୍ମଦ ରିଜୱାନ ଥରେ ମାଥ୍ୟୁ ହେଡେନଙ୍କୁ ଏକ କୁରାନ ଉପହାର ଦେଇଥିଲେ। ହେଡେନ୍ ନିଜେ ଥରେ କହିଥିଲେ ଯେ ସେ ପ୍ରତିଦିନ ଇଂରାଜୀ ଅନୁବାଦରେ ଏହି ପବିତ୍ର ଗ୍ରନ୍ଥ ପଢ଼ୁଥିଲେ। ହେଡେନ୍ ଆହୁରି କୁହନ୍ତି, ‘ଆମେ ଅଧ ଘଣ୍ଟା ଧରି କୋରାନ ଉପରେ ଆଲୋଚନା କଲୁ।’ ରିଜି (ରିଜୱାନ) ମୋର ପ୍ରିୟ ଲୋକଙ୍କ ମଧ୍ୟରୁ ଜଣେ, ସେ ଜଣେ ଚମତ୍କାର ବ୍ୟକ୍ତି। ବାବର ଆଜମ ମଧ୍ୟ ଜଣେ ବହୁତ ଭଲ ଖେଳାଳି ଏବଂ ବ୍ୟକ୍ତି। ହେଡେନ୍ ମଧ୍ୟ ଏକ ଘଟଣା ଉଲ୍ଲେଖ କରିଥିଲେ। ସେ କହିଲେ, ‘ମୁଁ ଜଣେ ଖ୍ରୀଷ୍ଟିଆନ, ମୁଁ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରେ, କିନ୍ତୁ ଇସଲାମକୁ ବୁଝିବାକୁ ଚାହେଁ।’ ଈଶ୍ୱର ଏବଂ ଆଲ୍ଲା ସମସ୍ତେ ଏକ। ଗୋଟିଏ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କରେ ଏବଂ ଅନ୍ୟଟି ମହମ୍ମଦଙ୍କୁ ଅନୁସରଣ କରେ।
ରିପୋର୍ଟରେ ଏହା ଅନେକ ଥର ପ୍ରକାଶ ପାଇଛି ଯେ ଅନେକ ପାକିସ୍ତାନୀ କ୍ରିକେଟର ଅଣ-ମୁସଲମାନଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକ ଧର୍ମାନ୍ଧତା ପାଇଁ ଜଣାଶୁଣା। ୱାକାର ୟୁନିସ, ସୋଏବ ଅଖତର, ସଇଦ ଅନୱର, ମହମ୍ମଦ ୟୁସୁଫଙ୍କ ପରି ଅନେକ କ୍ରିକେଟର ଅଣ-ମୁସଲମାନଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଛନ୍ତି। ଏହା ବ୍ୟତୀତ, ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ପୂର୍ବତନ କ୍ରିକେଟର ଦାନିଶ କାନେରିଆଙ୍କୁ ହିନ୍ଦୁ ହୋଇଥିବାରୁ ଦଳରେ ଅନେକ ଥର ଦୁର୍ବ୍ୟବହାର କରାଯାଇଥିଲା।
ଆମେରିକାରେ ଶିକ୍ଷାରତ ଭାରତୀୟ ଗ୍ରାଜୁଏଟଙ୍କ ଲାଗି ଟ୍ରମ୍ପଙ୍କ ବଡ଼ ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଗ୍ରାଜୁଏଟଙ୍କ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ଗୋଲ୍ଡ କାର୍ଡ ସିଟିଜେନସିପ୍ ଆଧାରରେ ବିଭିନ୍ନ ଆମେରିକୀୟ ବିଶ୍ବବିଦ୍ଯାଳୟର ଭାରତୀୟ ଗ୍ରାଜୁଏଟମାନଙ୍କୁ ଆମେରିକୀୟ ଫାର୍ମ ନିଯୁକ୍ତି ଦେଇପାରିବେ । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଆମେରିକାରେ ଶିକ୍ଷାଲାଭ କରୁଥିବା ପ୍ରତିଭାବାନ ଛାତ୍ରଛାତ୍ରୀ ଆମେରିକା ଛାଡିବା ଲାଗି ବାଧ୍ୟ ହେଉଛନ୍ତି । ତେବେ ଗୋଲ୍ଡ କାର୍ଡ ଯୋଗୁ ସେମାନେ ଆମେରିକାରେ ସୁଯୋଗ ପାଇପାରିବେ । ନିଜର ପ୍ରଥମ କ୍ଯାବିନେଟ ବୈଠକରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ବୈଠକରେ ଏକ୍ସ ମାଲିକ ଏଲନ ମସ୍କ, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ପ୍ରମୁଖ ଉପସ୍ଥିତ ଥିଲେ । ଗୋଲ୍ଡ କାର୍ଡ ସିଟିଜେନସିପ ନିୟମ ଆଧାରରେ ଯେଉଁ ବିଦେଶୀ ଧନୀ ନିବେଶକ ୫ ମିଲିୟନ ଡଲାର ଦେଇପାରିବେ ସେମାନଙ୍କୁ ଆମେରିକା ନାଗରିକତ୍ବ ମିଳିବା ଲାଗି କ୍ଷେତ୍ର ପ୍ରସ୍ତୁତ ହେବ । ଦେଶରେ ନାଗରିକତ୍ବ ସମ୍ପର୍କରେ ଦ୍ବନ୍ଦ୍ବ ରହୁଥିବାରୁ ଅନେକ ନାଗରିକ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରି ସୁଦ୍ଧା ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି କିମ୍ବା ଦେଶ ଛାଡୁଛନ୍ତି । ଦୀର୍ଘକାଳୀନ ରହଣୀ ଲାଗି ଉଦ୍ଦିଷ୍ଟ ଗ୍ରୀନକାର୍ଡ ପରି ଗୋଲ୍ଡ କାର୍ଡ ଯୋଗୁ ଅନେକ ବୈଧ ପ୍ରବାସୀ ଉପକୃତ ହେବେ । ବର୍ତ୍ତମାନର ନିୟମ ଅନୁସାରେ ଯେଉଁ ନିବେଶକ ଏକ ନିୟୁତି ଡଲାର ନିବେଶ କରିପାରିବେ ଏବଂ ୧୦ଟି ନିଯୁକ୍ତି ଦେଇପାରିବେ ସେମାନଙ୍କୁ EB-5 ଭିସା ଅନୁସାରେ ଆମେରିକାରେ ରହିବା ଲାଗି ଅନୁମତି ମିଳୁଛି । ଏହା ସହ ସେମାନଙ୍କୁ ଗ୍ରୀନକାର୍ଡ ଲାଗି ୫-୭ ବର୍ଷ ଅପେକ୍ଷା କରିବାକୁ ପଡୁଛି । ୧୯୯୦ରୁ ଆରମ୍ଭ ହୋଇଥିବା EB-5 ଭିସା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅବିଯୋଗ ହୋଇଆସୁଛି । ଗୋଲ୍ଡକାର୍ଡ ନୀତି ପରେ ଏହି ନିୟମ ହଟିଯାଇପାରେ । ଆସନ୍ତା ଏପ୍ରିଲରୁ ଗୋଲ୍ଡ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ପ୍ରାୟ ୧ କୋଟି କାର୍ଡ ମଞ୍ଜୁର ହେବା ସମ୍ଭାବନା ରହିଛି ।
ଅଭିଯୋଗକୁ ଖଣ୍ଡନ କଲେ ପିଟ୍ରୋଡା କହିଲେ, ‘ଭାରତରେ ମୋର କୌଣସି ଜମି ନାହିଁ’
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ( ବିଜେପି ) ର କିଛି ନେତାଙ୍କ ଦ୍ବାରା ଲଗାଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା। ପିଟାେଡ଼୍ରାଙ୍କ ଉପରରେ ଲାଗିଛି ବେଆାଇନ ଜମି ହଡ଼ପ କରିଥିବାର ଅଭିଯୋଗ । ଲାଗିଥିବା ,ହି ଅଭିଯୋଗକୁ ଖଣ୍ଡନ କରି ସେ ଦେଇଛନ୍ତି କଡ଼ା ଯବାବ ।
ବିଜେପି ନେତା ଏନଆର ରମେଶ ଅଭିଯୋଗ କରିଛନ୍ତି ଯେ ସାମ୍ ପିଟ୍ରୋଡା ବନ ବିଭାଗର ଅଧିକାରୀମାନଙ୍କ ସମେତ ପାଞ୍ଚ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହାୟତାରେ ବେଙ୍ଗାଲୁରୁର ୟେଲାହାଙ୍କାରେ ୧୫୦ କୋଟି ଟଙ୍କା ମୂଲ୍ୟର ୧୨.୩୫ ଏକର ସରକାରୀ ଜମି ବେଆଇନ ଭାବରେ ଅଧିଗ୍ରହଣ କରିଛନ୍ତି।ନିଜ ନାଁ ରେ ଲାଗିଥିବା ଏହି ଅଭିଯୋଗର ଉତ୍ତର ଦେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି, ଭାରତୀୟ ଗଣମାଧ୍ୟମ, ଟେଲିଭିଜନ ଏବଂ ପ୍ରିଣ୍ଟ ଉଭୟରେ ପ୍ରକାଶିତ ସମ୍ପ୍ରତି ଖବରକୁ ଦୃଷ୍ଟିରେ ରଖି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ମୋର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନାହିଁ। ଭାରତକୁ ମୁଁ ବହୁତ ଭଲ ପାଏ ତାକୁ ହଡ଼ପ କରିବା କଥା ମୁର୍ କେବେ ଚିନ୍ତା ବି କରିନି ।
ଏହା ବ୍ୟତୀତ, ଭାରତ ସରକାରଙ୍କ ସହିତ ମୋର କାର୍ଯ୍ୟକାଳ ସମୟରେ – ୧୯୮୦ ଦଶକରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହିତ ହେଉ କିମ୍ବା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଡକ୍ଟର ମନମୋହନ ସିଂହଙ୍କ ସହିତ – ମୁଁ କେବେ କୌଣସି ଦରମା ନେଇନାହିଁ, ଆମେରିକାରେ ରହୁଥିବା କଂଗ୍ରେସ ନେତା କହିଛନ୍ତି। ପିଟ୍ରୋଡା କହିଛନ୍ତି, “ଏହା ବ୍ୟତୀତ, ମୁଁ ସ୍ପଷ୍ଟ ଭାବରେ ଏହା ରେକର୍ଡରେ ରଖିବାକୁ ଚାହେଁ ଯେ ମୁଁ ମୋର ସମଗ୍ର ଜୀବନରେ – 83 ବର୍ଷ – କେବେବି ଭାରତରେ କିମ୍ବା ଅନ୍ୟ କୌଣସି ଦେଶରେ କୌଣସି ଲାଞ୍ଚ ଦେଇନାହିଁ କିମ୍ବା ଗ୍ରହଣ କରିନାହିଁ।” ଆଗକୁ ଏଭଳି ମିଛ ଆରୋପ ଲଗାଗଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କହୖିଛନ୍ତି ପିଟ୍ରାଡ଼ୋ ।
ଜାଣନ୍ତୁ ଗୋଟେ ମାସ ଚା’ କଫି ପିଇବା ଛାଡ଼ିଦେଲେ କଣ ହେବ ?
ନନ୍ଦିଘୋଷ ବ୍ୟୁରୋ: ଚା’ କଫି ଏକ ଅଭ୍ୟାସ । ଯଦି ଏହାକୁ ପିଅନ୍ତୁ ଛାଡ଼ିବା ବେଳକୁ ଭାରି କଷ୍ଟ ହୋଇଥାଏ । ଏପରିକି ଅନେକ ଲୋକ ଅଛନ୍ତି ଯେଉଁମାନେ କୁହନ୍ତି କି ଟାଇମରେ ଚା’ ନପିଇଲେ ମୁଣ୍ଡ ବିନ୍ଧା ହୋଇଥାଏ । ଏଣୁ ଏହି ଅଭ୍ୟାସକୁ ଛାଡ଼ିବା କେତେ କଷ୍ଟ ତାହା ଆପଣମାନେ ବେଶ ଭଲଭାବେ ବୁଝି ପାରୁଥିବେ । ତେବେ ଚା ଏବଂ କଫି ଶରୀର ପାଇଁ ଲାଭଦାୟକ, ଯଦି ଏହା ସଠିକ୍ ଭାବରେ ପ୍ରସ୍ତୁତ କରାଯାଏ ଏବଂ ସୀମିତ ପରିମାଣରେ ସେବନ କରାଯାଏ। କିନ୍ତୁ ଯଦି ଆପଣ ଏହାକୁ ଆବଶ୍ୟକତାଠାରୁ ଅଧିକ ପିଅନ୍ତି କିମ୍ବା ଭୁଲ ଉପାୟରେ ପ୍ରସ୍ତୁତ କରନ୍ତି, ହାହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।
ଆପଣ ଅତ୍ୟଧିକ ଚା କିମ୍ବା କଫି ପିଇବାର କ୍ଷତି ବିଷୟରେ ନିଶ୍ଚୟ ଶୁଣିଥିବେ। ଚା ଏବଂ କଫି ଉଭୟରେ କ୍ୟାଫିନ୍ ମିଳିଥାଏ, ତେଣୁ ଏହାକୁ ଅଧିକ ପିଇବା ଦ୍ବାରା ବିଶେଷକରି ରାତିରେ ଏବଂ ନିଦରେ ସମସ୍ୟା ସୃଷ୍ଟି କରିପାରେ। ଅତ୍ୟଧିକ ଚା ଏବଂ କଫି ପିଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୋଇପାରେ। ଏସିଡ୍ ରିଫ୍ଲକ୍ସ ଏବଂ ହାର୍ଟବର୍ଣ୍ଣ ସମସ୍ୟା ହୋଇପାରେ। ତେବେ ଯଦି କିଛି ଏଭଳି ଭାବି ଆପଣ ଚା ପିଇବା ଛାଡ଼ି ଦିଅନ୍ତି ତାହେଲେ କେଉଁ ଅସୁବିଧାର ସମ୍ମୁଖୀନ ହେବେ ? ନଜର ପକାନ୍ତୁ ଏହାକୁ ନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଏସିଡିସି ସମସ୍ୟା କମିବ
ବିଶେଷଜ୍ଞଙ୍କ ମତରେ ଯଦି ଆମେ ଗୋଟିଏ ମାସ ପାଇଁ ଚା କିମ୍ବା କଫି ପିଇବା ବନ୍ଦ କରିଦେବା, ତେବେ ଏହା ଏସିଡିଟି ସମସ୍ୟାକୁ କମ କରିବାରେ ଏବଂ ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରିବ।
ଭଲ ନିଦ
ଚା ଏବଂ କଫିରେ କ୍ୟାଫିନ୍ ଥାଏ, ଯାହା ନିଦକୁ ବାଧା ଦେଇପାରେ । ବିଶେଷକରି ସନ୍ଧ୍ୟାରେ ପିଇଲେ ଏହା ଅଧିକ ଦେଖା ଦେଇଥାଏ। ଯଦି ଆପଣ ଗୋଟିଏ ମାସ ପାଇଁ ଚା କିମ୍ବା କଫି ଛାଡ଼ିଦିଅନ୍ତି, ତେବେ ଆପଣ ଆପଣଙ୍କ ନିଦ ପୂର୍ବ ଅପେକ୍ଷା ଭଲ ହେବ ।
ଚିନ୍ତା ଦୂର ହେବ
ବିଶେଷଜ୍ଞମାନେ କୁହନ୍ତି ଯେ ଯେଉଁମାନଙ୍କର ଚିନ୍ତା ଅଛି କିମ୍ବା ଯେଉଁମାନେ ବହୁତ ହାଇପର, ଅର୍ଥାତ୍ ପ୍ରତ୍ୟେକ କାମ ପାଇଁ ଶୀଘ୍ର ଥାଆନ୍ତି। ଗୋଟିଏ ମାସ ପାଇଁ ଚା କିମ୍ବା କଫି ନ ପିଇବା ଦ୍ୱାରା ଚିନ୍ତା ଏବଂ ହାଇପରଆକ୍ଟିଭିଟି ସମସ୍ୟା ହ୍ରାସ ପାଇପାରେ।
ରକ୍ତଚାପରେ ଉନ୍ନତି
ଯେଉଁମାନଙ୍କର ଚା କିମ୍ବା କଫି ପିଇବା ଯୋଗୁଁ ଉଚ୍ଚ ରକ୍ତଚାପ ଥାଏ, ସେମାନଙ୍କ ପାଇଁ ଏହା ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିପାରିବ। ଏହା ବ୍ୟତୀତ, ଅତ୍ୟଧିକ ଚା କିମ୍ବା କଫି ପିଇବା ଦ୍ୱାରା ଆମର ନ୍ୟୁରୋଟ୍ରାନ୍ସମିଟର ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିପାରେ। ତେଣୁ, ଚା କିମ୍ବା କଫିର ସେବନ ହ୍ରାସ କରିବା ଦ୍ୱାରା, ନ୍ୟୁରୋଟ୍ରାନ୍ସମିଟରଗୁଡ଼ିକ ସ୍ୱାଭାବିକ ହୋଇଯିବେ ଏବଂ ଏଥିରେ ଖୁସି ହରମୋନ ସକ୍ରିୟ ହୋଇଯିବ।
ପୁଣେରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ବିରୋଧରେ ସୂଚନା ଦେଲେ ଲକ୍ଷେ ଟଙ୍କା ଦେବ ପୋଲିସ୍
ନନ୍ଦିଘୋଷ ବ୍ୟୁରୋ: ପୁଣେରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ମହାରାଷ୍ଟ୍ରରେ ହଇଚଇ। ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ଘୋଷଣା କରିଛି ୧ ଲକ୍ଷ ଟଙ୍କା। ପୁଣେର ଏକ ପୋଲିସ ଷ୍ଟେସନରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସ୍ବରଗେଟ ବସଷ୍ଟାଣ୍ଡରେ ପାର୍କିଂ କରିଥିବା ଏକ ବସରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଦତ୍ତାତ୍ରେୟ ନାମରେ ଆଗରୁ ଚୋରି, ଡକାୟତି, ଚେନ ଲୁଟିବା ଆଦି ଅନେକ ଅପରାଧିକ ରେକର୍ଡ ଥିବା ପୋଲିସ କହିଛି। ୨୦୧୯ରେ ସେ ଜାମିନରେ ଆସିଥିଲା। ତାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ପୋଲିସ ରେଡ କରିଛି। ଏହା ସହ କ୍ରାଇମବ୍ରାଞ୍ଚର ୮ ସଦସ୍ୟଙ୍କ ସହ ଏକ ୧୩ ଜଣିଆ ଟିମ ଗଠନ କରାଯାଇଛି। ତେବେ ଅଭିଯୁକ୍ତ ମାସ୍କ ପିନ୍ଧିଥିବାରୁ ତାକୁ ବର୍ତ୍ତମାନ ଚିହ୍ନିବା କଷ୍ଟକର ହୋଇଛି ବୋଲି କହିଛନ୍ତି ପୁଣେ ଡିସିପି ସ୍ମାର୍ତନା ପାଟିଲ। ଗତ ମଙ୍ଗଳବାର ଭୋର ୬ଟାରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ମହିଳାଜଣକ ସତାରା ଜିଲ୍ଲାକୁ ଯିବା ଲାଗି ବସକୁ ଅପେକ୍ଷା କରିଥିବାବେଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୌଶଳ କ୍ରମେ ମହିଳାଙ୍କୁ ଅଭିଯୁକ୍ତଜଣକ ବସ୍ ଭିତରକୁ ନେଇ ଯାଇ ଗେଟ୍ ବନ୍ଦ କରିଦେଇଥିଲା। ଏହି ଘଟଣା ପରେ ପୋଲିସ ନିକଟରେ ଏଫଆଇଆର ଦେଇଥିଲେ ମହିଳ। ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ବସଷ୍ଟାଣ୍ଡରେ ଦୁର୍ବଳ ସୁରକ୍ଷା ବ୍ଯବସ୍ଥା ରହିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବ ବୋଲି କହିଛନ୍ତ ମହାରାଷ୍ଟ୍ର ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର। ଏହି ଘଟଣାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏନସିପି-ଏସପି ଓ ଏଆଇଏମଆଇଏମ।
ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି, ଅଭିଯୋଗ ଆଣିଲେ ନିର୍ବାଚିତ ଆପ ବିଧାୟକ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି। ଏନେଇ ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା। ବିଧାନସଭା ଭିତରେ ପ୍ରବେଶ ନକରିବା ଲାଗି ପ୍ରବେଶ ପଥରେ ବ୍ଯାରିକେଡ ଲଗାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ। ବିଧାନସଭା ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଧାୟକ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ କେନ୍ଦ୍ର କରି ବିଧାନସଭାରେ ହଟ୍ଟଗୋଳ କରିବା କାରଣରୁ ୨୧ ଆପ୍ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିଲେ ବାଚସ୍ପତି। ବିଜେପିର ସରକାର ଗୃହରେ ଏକଛତ୍ରବାଦୀ ନୀତି ଆପଣାଉଛନ୍ତି ବୋଲି ଦଳ କରିଛି ଅଭିଯୋଗ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ଗୃହରୁ କରାଯାଇଥିଲା ସସପେଣ୍ଡ। ପ୍ରତିବାଦରେ ଗୃହରେ ଆପ୍ ବିଧାୟକମାନେ ନାରାବାଜି କରିଥିଲେ। ସିଏଜି ରିପୋର୍ଟରେ ଆପ୍ ସରକାର ଅମଳର ସିସମହଲ ନିର୍ମାଣ, ମଦନୀତି, ମୋହଲା କ୍ଲିନିକ ଆଦି ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା ।
भाजपा वालों ने सरकार में आते है तानाशाही की हदें पार कर दी।
‘जय भीम’ के नारे लगाने के लिए तीन दिन के लिए आम आदमी पार्टी के विधायकों को सदन से निलंबित किया। और आज “आप” विधायकों को विधान सभा परिसर में घुसने भी नहीं दिया जा रहा।
ऐसा दिल्ली विधान सभा के इतिहास में कभी नहीं हुआ कि…
— Atishi (@AtishiAAP) February 27, 2025
ବିଜେପି ଏକଛତ୍ରବାଦର ସୀମା ଅତିକ୍ରମ କରିଛି: ଆତିଶୀ
ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଟ୍ୱିଟ୍ କରି କହିଥିଲେ ଯେ ବିଜେପି କ୍ଷମତାକୁ ଆସିବା ପରେ ଏକଛତ୍ରବାଦର ସୀମା ପାର କରିଛନ୍ତି। ‘ଜୟ ଭୀମ’ ସ୍ଲୋଗାନ ଦେବା ପାଇଁ ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ତିନି ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ଏବଂ ଆଜି ଆପ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ। ଦିଲ୍ଲୀ ବିଧାନସଭା ଇତିହାସରେ ଏପରି କେବେ ଘଟିନାହିଁ । ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ବୋଲି ଆତିଶୀ କହିଛନ୍ତି । ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବାବେଳେ ପୁଣିଥରେ ଜୟଭୀମ ନାରା ଦେଇଥିବା ଦେଖିବାକୁ ମିଳିଛି ।

