spot_img
Home Blog Page 1046

IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

ନନ୍ଦିଘୋଷ ବ୍ୟୁରୋ: ସାମନାକୁ ଆସିଲା ବଡ଼ ଖବର । IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ।  ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । CBI ରେଡକୁ ବିରୋଧ କରି ସେ ଏହି ଇସ୍ତଫା ଦେଇଥିବା ଜଣା ପଡ଼ିଛି । ତେବେ କହି ରଖୁଛୁ କି, ୧୯୯୫ ବ୍ୟାଚର IAS ଅଫିସର ବିଷ୍ଣୁପଦ । ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲାକୁ ନେଇ ତାଙ୍କ ଘରେ ପୂର୍ବରୁ ରେଡ୍ କରାଯାଇଥିଲା । ଆଉ ଆଜି ପୁଣିଥରେ ସକାଳୁ ସିବିଆଇର ଏକ ଟିମ୍ ରେଡ୍ କରିଛି ।

ସକାଳୁ  ୮ ଜଣିଆ ସିବିଆଇ ଟିମ୍ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଲାସୀ କରିଛି। ସୂଚନା ଅନୁସାରେ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି। ଏହି ସମୟରେ ସିବିଆଇ ଅଧିକାରୀଙ୍କ ସହିତ ବିଷ୍ଣୁପଦ ସେଠୀଙ୍କ ଯୁକ୍ତିତର୍କ ହୋଇଥିବାର ଦେଖା ଯାଇଥିଲା। ବିଷ୍ଣୁପଦ କହିଛନ୍ତି, ଏତଲା ନ ଥାଇ ବିନା କାରଣରେ ରେଡ କରାଯାଉଛି। ୩୦ ବର୍ଷ ହେଲା ସ୍ଵଚ୍ଛତାର ସହ କାମ କରୁଛି । ମତେ ହାରାସ୍ କରାଯାଉଛି । ପ୍ରୋଟୋକଲରେ ସିବିଆଇ ଆସିନାହିଁ । ଟିମରେ ଲେଡି ଅଫିସର ନାହାଁନ୍ତି । ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ  ଲିମିଟେଡର ଗୋଷ୍ଠୀ ମହାପ୍ରବନ୍ଧକ ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ଏପରିକି ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରିଛନ୍ତି । ତାଙ୍କ ପତ୍ନୀ ମଧ୍ଯ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଅଭିଯୋଗ କରିଛନ୍ତି । କହିଛନ୍ତି, କଲେଜକୁ ଯାଇ ଝିଅକୁ ମଧ୍ୟ ହାରାସ କରାଯାଇଛି । ପରିବାରକୁ ଧମକ ଦିଆଯାଉଛି । ଆମେ ନିଃସହାୟ ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ । ବ୍ରିଜ୍ ଆଣ୍ଡ ରୁଫ୍ ଲାଞ୍ଚ ମାମଲାରେ ଆଗରୁ କମ୍ପାନୀର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ଦୁଇ ଠିକାଦାର ଦେବଦତ୍ତ ମହାପାତ୍ର ଓ  ୩ ଜଣଙ୍କୁ ସିବିଆଇ ଗିରଫ  କରିଥିଲା। ସେମାନେ ଜାମିନକୁ ମିଳି ଯାଇଛି। ଏହି ମାମଲାରେ ଆଗରୁ ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇଥିଲେ। ତାଙ୍କୁ ଜେରା କରାଯାଇଥିଲା ।

ପୈତୃକ ଘରେ ଚଢ଼ାଊ, ଭଉଣୀ କହିଲେ ଖାଇବାକୁ ବି ଛାଡୁନାହାନ୍ତି

ସେପଟେ ବିଷ୍ଣୁପଦଙ୍କ ଭୋଗରାଇ ବ୍ଳକ୍ ନରସଂହପୁର ସ୍ଥିତ ପୈତୃକ ବାସଭବନରେ ୪ ଜଣିଆ ସିବିଆଇ ଟିମ ଚଢାଉ କରିଛନ୍ତି । ୪ ଜଣ ଅଧିକାରୀ ସକାଳୁ ଘର ଭିତର ପଟୁ ବନ୍ଦ କରି ଛାନବିନ ଚଳାଇଛନ୍ତି । କାହାରିକୁ କିଛି ଖାଇବା ପିଇବାକୁ ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁପଦଙ୍କ ଭଉଣୀ ଗୌରୀବାଳା ସେଠୀ । ସକାଳୁ CBI ଟିମ ଘର ବନ୍ଦ କରି ରେଡ କରିବା ଆଳରେ କାଗଜପତ୍ର ବାହାର କରିବା ସହିତ ସମସ୍ତ ଆସବାପତ୍ରକୁ ଅବ୍ଯବସ୍ଥିତ କରିଦେଇଛନ୍ତି । ଗୌରୀବାଲାଙ୍କ ସ୍ବାମୀଙ୍କୁ ମଧ୍ଯ ପଚରା ଉଚରା କରୁଛି ସିବିଆଇ । ଖାଇବାକୁ ନ ପାଇବାରୁ ମୁଣ୍ଡ ବୁଲାଇଲାଣି । ଘରେ ଥିବା ଗୃହପାଳିତ ବିଲେଇକୁ ଖାଇବା ପାଇଁ ଦେଉନାହାନ୍ତି । ପଚାରିଲେ କିଛି କହୁନାହାନ୍ତି । କେବଳ ଗିରଫଦାରୀର ଧମକ ଦେଉଛନ୍ତି ବୋଲି କହିଛନ୍ତି ଗୌରୀବାଲା ।

ମାଙ୍କଡ଼ର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ

ନନ୍ଦିଘୋଷ ବ୍ୟୁରୋ: ମାଙ୍କଡ଼ର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ । ମଣିଷ ମୃତ୍ୟୁ ପରେ ଯେପରି ଶବ ସତ୍କାର କରାଯାଇଥାଏ, ଠିକ ସେହିପରି ଗ୍ରାମବାସୀ ଓ ସ୍କୁଲର ଶିକ୍ଷକ ମାନେ ମିଶି ମାଙ୍କଡ଼ର ଶବ ସତ୍କାର କରିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୌରପାଳିକା ଅଧିନସ୍ଥ ଏଲଖା ଗାଁରେ । ଟ୍ରଲିକୁ ଫୁଲରେ ସଜାଇ ମାଙ୍କଡ଼ର ମୃତଦେହରେ ଘଣ୍ଟ ମୃଦଙ୍ଗ ସହ କୀର୍ତ୍ତନ କରି ହରିବୋଲ ଓ ଜୟ ବଜାରଙ୍ଗିବାଲି ନାରାରେ ଗାଁ ବୁଲାଇ ମଶାଣିକୁ ନେଇଥିଲେ । ଶେଷରେ ମଶାଣିରେ ମାଟି ଖୋଳି ଗ୍ରାମବାସୀମାନେ ମାଙ୍କଡ଼ର ମୃତଦେହକୁ ପୋତି ଦେଇଥିଲେ। ମାଙ୍କଡ଼ଟି ଏହି ଗାଁରେ ଦୀର୍ଘ ବର୍ଷ ହେବ ରହିଆସୁଥିଲା ଗାଁର ଲୋକମାନେ ମାଙ୍କଡ଼କୁ ଖାଇବାକୁ ଦେଉଥିଲେ । ମାଙ୍କଡ଼କୁ ଭଗବାନ ହନୁମାନଙ୍କ ରୂପ ଭାବି ଗ୍ରାମବାସୀମାନେ ପୂଜା କରୁଥିଲେ । ଗତକାଲି ମାଙ୍କଡ଼ଟିର ମୃତ୍ୟୁ ଘଟିଥିଲା । ସ୍କୁଲ ପଛ ପାଖରେ ମାଙ୍କଡ଼ଟି ମରି ପଡ଼ିଥିବା ଦେଖିଥିଲେ । ମାଙ୍କଡ଼ର ମୃତ୍ୟୁକୁ ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି । ମାଙ୍କଡ଼ର ଶବ ସତ୍କାର କରିବା ସହ ଦଶାହ କ୍ରିୟା କରିବେ ବୋଲି କହିଛନ୍ତି ।

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇ ରେଡ୍

ନନ୍ଦିଘୋଷ ବ୍ୟୁରୋ: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇ ରେଡ୍ । ବୁଧବାର ସକାଳୁ ୮ ଜଣିଆ ସିବିଆଇ ଟିମ୍ ପହଞ୍ଚି ତଲାସୀ କରିଛି । ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ସିବିଆଇ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ରେଡ୍ କରିଥିବା ଜଣାପଡିଛି । ତେବେ ଏତଲା ନଥାଇ ବିନାକାରଣରେ ରେଡ କରାଯାଉଛି ବୋଲି କହି ପ୍ରତିବାଦ କରିଛନ୍ତି ବିଷ୍ଣୁପଦ ସେଠୀ । ଏହାସହ ସେ କହିଛନ୍ତି କି, ମୁଁ ସ୍ବଚ୍ଛତାର ସହ ୩୦ ବର୍ଷ ହେବ କାମ କରୁଛି ମୋତେ ବିନା କାରଣରେ ଫସାଯାଉଛି । ଏବଂ ହାରାସମେଣ୍ଟ କରାଯାଉଥିବା ମଧ୍ୟ କହିଛନ୍ତି । ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ମୋ ଜୀବନ ପ୍ରତି ବିପଦ ଜୀବନ ପ୍ରତି ବିପଦ ଥିବା କହିଲେ ବିଷ୍ମୁପଦ ସେଠୀ ।

 

ଟଙ୍କାଟେରେ ଟମାଟୋ କିଲେ, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଆଗଲପୁର ଚାଷୀଙ୍କୁ କଲବଲ କରୁଛି ଟମାଟୋର ଅଭାବୀ ବିକ୍ରି। ଆଗଲପୁର ବ୍ଳକ ରୋଡରେ କିଲୋ ପ୍ରତି ଟଙ୍କାଟିଏରୁ ମଧ୍ୟ କମ ପଇସାରେ ବ୍ୟବସାୟୀ ମାଗୁଥିବା କହିଛନ୍ତି ଚାଷୀ। ଏକର ଏକର ଜମିରେ ଚାଷୀମାନେ ଟମାଟୋ ଚାଷ କରୁଥିବା ବେଳେ ବେପାରୀଙ୍କ ଠାରୁ ଏବେ ଶୋଷଣର ଶିକାର ହେଉଛନ୍ତି । ଏକର ପିଛା ଟମାଟୋ ଚାଷରେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏବେ  ଟମାଟୋ ଟ୍ରେ ପିଛା ୧୦ରୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ। ଏହି ପରିସ୍ଥିତିରେ ଅନେକ ଚାଷୀ ବିଲରେ ପାଣି ମଧ୍ୟ ଦେଉନାହାନ୍ତି  । କାରଣ ଟମାଟୋ ବିକ୍ରିର ପାଣି ଖର୍ଚ୍ଚ ବି ଉଠାଇ ପାରୁନି କି ଶ୍ରମିକ ଲଗାଇ ଟମାଟୋ ତୋଳିବା ମଧ୍ୟ ସମ୍ଭବ ହେଉପାରୁନି । ଫଳରେ ବିଲରେ ପଡି ପଡି ଷଢୁଛି ଚାଷୀ  । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଶୀତଳ ଭଣ୍ଡାର ଟିଏ ନାହିଁ ବୋଲି ଅଭିଯୋଗ କରିଛନ୍ତିୀ ଚାଷୀ। ଏତେ କମ ଦରରେ ଟମାଟୋ ବିକ୍ରି କଲୋ ଚାଷୀ ମୂଲ ଫେରି ପାଇବାଟା ତ ଦୂରର କଥା ଋଣ କିଭଳି ସୁଝିବ ସେନେଇ ମୁଣ୍ଡରେ ହାତ ଦେଇ ବସିଛି।

ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି। ଫାଲଗୁନ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା

ନନ୍ଦିଘୋଷ ବ୍ୟୁରୋ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପାଇଁ ୮ ଦଳ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର । ମାତ୍ର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଭାରତର ବୋଲିଂ କୋଚ ମଣି ମର୍କେଲ ଏବଂ କ୍ୟାମ୍ପରେ ନଜର ଆସିନାହାନ୍ତି । କୁହାଯାଉଛି କି, ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ଯେଉଁ କାରଣରୁ ସେ ଏବେ ଘରକୁ ଯାଇଛନ୍ତି । ମାତ୍ର ଏନେଇ କୌଣସି ଅଫିସିଆଲ ଭାବେ କୁହାଯାଇନାହିଁ । ତେବେ ବୁମରା ଦଳରେ ନଥିବାବେଳେ ସାମି ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଆଉ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମଣି ମର୍କେଲଙ୍କ ଅନୁପସ୍ଥିତି ଭାରତୀୟ ଦଳର ବୋଲିଂ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ କହି ରଖୁଛୁ କି, ଆସନ୍ତାକଳଇଠାରୁ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଥିବାବେଳେ ଭାରତର ପ୍ରଥମ ମ୍ୟାଚ ୨୦ ତାରିଖରେ ରହିଛି । ଭାରତ ବାଂଲାଦେଶକୁ ଭେଟିବାକୁ ରହିଛି । ପରେ ୨୩ ତାରିଖରେ ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ । ପାକିସ୍ତାନକୁ ଭେଟିବ ଭାରତ । ଯାହାକୁ ଦେଖିବାକୁ ପ୍ରଂଶସକମାନେ ଚାହିଁ ରହିଛନ୍ତି । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଟିମ୍ କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ସାମନା ସାମନି ହେଉଛନ୍ତି । ଏମାନଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ମ୍ୟାଚ ଖେଳାଯାଉନାହିଁ ।

ମଦ ପିଇବାକୁ ଟଙ୍କା ଦେଲାନି ବୋଲି, ଜେଜେମାଆଙ୍କୁ ମାରିଦେଲା ନାତି

ନନ୍ଦିଘୋଷ ବ୍ୟୁରୋ: ମଦ ପିଇବାକୁ ଟଙ୍କା ନଦେବାରୁ କାଠଫାଳିଆରେ ପିଟି ପିଟି ଜେଜେମାଆକୁ ମାରିଦେଲା ନାତି।  ଢେଙ୍କାନାଳ କଙ୍କଡାହାଡ଼ ଥାନା ବାଲିସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ଜେଜେ ମାଆ ଶ୍ରୀମତୀ ବେୱା। ଶାଶୁକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ମାଆ । ଗୁରୁତର ଅବସ୍ଥାରେ ମାଆ ଚମ୍ପା ସିଂହଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲିସାହି ଗାଁର ଲିକୁ ସିଂହ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି। ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଜେଜେମାଆଙ୍କୁ ଟଙ୍କା ମାଗିଥିଲା  । ଟଙ୍କା ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ କାଠଫାଳିଆରେ ଜେଜେମାଙ୍କୁ ମାଡ଼ ମାରିଥିଲା । ମନ ଶାନ୍ତି ନହେବାରୁ ଜେଜେମାଆ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ନନ୍ଦିଘୋଷ ବ୍ୟୁରୋ: ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ କମିଟିରେ ଏହି ନିଷ୍ପତ୍ତି ହୋଇଛି। ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏହି ସମନ୍ଵୟ ବୈଠକ ହୋଇଥିଲା। ବୈଠକରେ ଜାଗର ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଆସନ୍ତା ୨୬ ତାରିଖ ହେବ ଜାଗର। ଭୋର୍ ୩ଟାରୁ ରାତି ସାଢ଼େ ୧୧ଟା ଓ ରାତି ସାଢ଼େ ୧୧ଟାରୁ ପରଦିନ ସକାଳ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବି ସ୍ଥିର ହୋଇଛି। ଲିଙ୍ଗରାଜଙ୍କ ଜାଗରକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଓ ଭକ୍ତଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଭକ୍ତମାନେ ଯେମିତି ବିନା ସମସ୍ଯାରେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ, ତା ଉପରେ ବୈଠକରେ ଫୋକସ୍ କରାଯାଇଛି। ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ। ଅଗ୍ନିଶମ ବାହିନୀ, ଜରୁରୀ ସ୍ଵାସ୍ଥ୍ୟ ସେବା ପାଇଁ ସ୍ଵତନ୍ତ୍ର ଟିମ୍ ମଧ୍ୟ ପ୍ରସ୍ତୁତ ରହିବେ। ବ୍ୟାରିକେଡ୍ ଲଗାଯିବା ସହିତ ପାନୀୟ ଜଳ ବ୍ୟବସ୍ଥା, ସୁଲଭ ଶୌଚାଳୟ, ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍କାଉଟ ଗାଇଡ୍‌, ରେଡକ୍ରସ୍‌, ଏନସିସି କ୍ଯାଡେଟଙ୍କୁ ନିୟୋଜିତ କରାଯିବ। ମନ୍ଦିରର ଏକ କିଲୋମିଟର ପରିଧି ଭିତରେ ସିସିଟିଭି ଲଗାଯିବ। ମନ୍ଦିର ସେବାୟତ ଓ ଭିଆଇପିଙ୍କ ପାଇଁ ପୃଥକ୍ ଦ୍ଵାର ବ୍ୟବହାର କରାଯିବ। ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା, ସେବାୟତ, ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଅବତରଣ ବେଳେ ଓଲଟିଲା ଡେଲଟା ଏୟାରଲାଇନ୍ସ ବିମାନ

ନନ୍ଦିଘୋଷ ବ୍ୟୁରୋ: ପୁଣି କାନାଡ଼ାରୁ ଆସିଲା ବିମାନ ଦୁର୍ଘଟଣାର ଖବର । ଅବତରଣ ବେଳେ ଓଲଟିଲା ହେଲଟା ଏୟାରଲାଇନ୍ସ ବିମାନ । ତେବେ ବିମାନରେ ୮୦ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି । ଟରେଣ୍ଟ ଏୟାରପୋର୍ଟରେ ଏହି ଅଘଟଣ ଘଟିଛି । ତେବେ ଏହି ସମୟର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ତାହା ସ୍ପଷ୍ଠ ହୋଇନାହିଁ । ଏହି ଦୁର୍ଘଟଣାରେ ୧୮ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଋଷ-ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ : ଆଜି ସାଉଦି ଆରବରେ ବୈଠକ

ନନ୍ଦିଘୋଷ ବ୍ୟୁରୋ: ରୁଷ-ୟୁକ୍ରେନରେ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ନେଇ ଆଜି ବସୁଛି ବୈଠକ। ସାଉଦି ଆରବ ମଧ୍ୟସ୍ଥତାରେ ବସିବ ପ୍ରଥମ ବୈଠକ। ଏଥିରେ ଆମେରିକା ଓ ରୁଷର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ନେଇ ବାଟ ଖୋଲିବା ସମ୍ଭାବନା ରହିଛି। ଆମେରିକା ଏବଂ ରୁଷର କୂଟନୈତିକ ପ୍ରତିନିଧି ସାଉଦି ଆରବରେ ଏହି ଆଲୋଚନା କରିବେ। ଆଲୋଚନାକୁ ନେଇ ଆମେରିକାର ନୂତନ ବୈଦେଶିକ ନୀତିର ଆରମ୍ଭ ବୋଲି କୁହାଯାଉଛି। ଯେଉଁଠାରେ ରୁଷକୁ ଛାରକାର କରିବା ବଦଳରେ ସହମତି ନେଇ ବାଟ ଖୋଜିବାରେ ଏହି ଆଲୋଚନା ସହାୟକ ହେବ। ଏହି ବୈଠକ ପରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ନେଇ ବାଟ ସଫା ହୋଇଯିବ। ସେପଟେ ଏହି ବୈଠକକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଆପତ୍ତି ଉଠାଇଛନ୍ତି। ୟୁକ୍ରେନ ପ୍ରତିନିଧିତ୍ଵ ବିନା ଶାନ୍ତି କଥାବାର୍ତ୍ତା ନେଇ  ହୋଇପାରିବନାହିଁ ବୋଲି କରିଛନ୍ତି ଜେଲେନସ୍କି। ୟୁକ୍ରେନର ଭାଗିଦାରୀ ବିନା ଆଲୋଚନାର ପରିଣାମରକୁ ସେ ଅସ୍ଵୀକାର କରିବେ ବୋଲି ଚେତାଇ ଦେଇଛନ୍ତି। ଯଦି କିଭ ଏହି ଆଲୋଚନାରେ ସାମିଲ ହେବ ନାହିଁ ତେବେ ଏହି ବୈଠକ ବ୍ୟର୍ଥ ହେବ ବୋଲି କହିଛନ୍ତି ଜେଲେନସ୍କି। ସାଉଦିରେ ବସୁଥିବା ଏହି ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଜାତୀୟ ପରାମର୍ଶଦାତା ମାଇକ ୱାଲ୍ଟଜ ଏବଂ ଷ୍ଟିଭ ବିଟକଫ୍ ସାମିଲ ହେବେ। ଏହି ଟିମ ରୁଷ ପ୍ରତିନିଧି ମଣ୍ଡଳ ସହ ଆଲୋଚନା କରିବ। ରୁଷ ପ୍ରତିନିଧି ମଣ୍ଡଳୀରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋବ ଏବଂ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ପରାମର୍ଶଦାତା ୟୁରୀ ଉଶାକୋଭ ସାମିଲ ହେବେ