ଭୁବନେଶ୍ୱର : ଆଜି ପଖାଳ ଦିବସ। ଓଡ଼ିଆ ଜାତିର ଗର୍ବ ଓ ବିଶେଷତ୍ବ ହେଉଛି ପଖାଳ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ । ଏବେ ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ପସ୍ତୁତ କରାଯାଉଛି । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ପଖାଳ ଦିବସ ପାଳନ କରନ୍ତି। ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଏ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ।
ଜନ ଏଫ. କେନେଡି ହତ୍ୟା ମାମଲା : ଅବଶିଷ୍ଟ ୮୦ ହଜାର ଫାଇଲ ହେଲା ସର୍ବସାଧାରଣ
ନନ୍ଦିଘୋଷ ବ୍ୟୁରୋ: ସର୍ବସାଧରଣ ହେଲେ ଆମେରିକାର ବହୁଚର୍ଚ୍ଚିତ ପୂର୍ବତନ ରାଷ୍ଟ୍ରପତି ଜନ ଏଫ. କେନେଡିଙ୍କ ହତ୍ୟା ସମ୍ପର୍କିତ ଅବଶିଷ୍ଟ ଫାଇଲ। ୧୯୬୩ରେ ଘଟିଥିବା ହତ୍ୟାକାଣ୍ଡର ଫାଇଲ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଥିଲେ ନୂଆ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ପ୍ରାୟ ୬୦ ବର୍ଷ ପରେ ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ଫାଇଲ ପ୍ରକାଶିତ ହୋଇଛି। ଏହା ସହ ମାର୍ଟିନ ଲୁଥର କିଙ୍ଗ୍ ଜୁନିଅରଙ୍କ ହତ୍ୟା ସମ୍ପର୍କିତ ଦସ୍ତାବିଜ ପ୍ରକାଶିତ ହୋଇଛି। ଆମେରିକା ନ୍ୟାସନାଲ ଆର୍କାଇଭ୍ସ ଆଣ୍ଡ ରେକର୍ଡ୍ସ ଆଡମିନିଷ୍ଟ୍ରେସନର ୱେବସାଇଟରେ ପୂର୍ବରୁ ସ୍ଥାନୀତ ହୋଥିଲା ୬୦ ଲକ୍ଷ ପୃଷ୍ଠାର ରେକର୍ଡ, ଫଟୋଗ୍ରାଫ, ମୋସନ ପିକ୍ଚର, ସାଉଣ୍ଡ ରେକର୍ଡିଂ ଆଦି ତଥ୍ୟ। ବର୍ତ୍ତମାନର ନୂଆ ନିର୍ଦ୍ଦେଶନାମା ଅନୁସାରେ ଆଉ ୮୦ ହଜାର ଫାଇଲ ରିଲିଜ ହୋଇଛି। ଗବେଷକମାନେ ଦାବି କରୁଛନ୍ତି ୩ ହଜାରରୁ ଅଧିକ ରେକର୍ଡ ଆଂଶିକ କିମ୍ବା ସାମଗ୍ରିକ ଭାବେ ପ୍ରକାଶିତ ହୋଇଛି। ଏଫବିଆଇ କହିଛି- ହତ୍ୟାକାଣ୍ଡ ନେଇ ୨ ହଜାର ୪୦୦ ନୂଆ ରେକର୍ଡର ସନ୍ଧାନ କରାଯାଇଛି। ଗତ ୧୯୬୩ ନଭେମ୍ବର ୨୨ ତାରିଖରେ କେନେଡିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବିଗତ ୧୯୬୩ ନଭେମ୍ବର ୨୨ରେ ଡଲାସରେ କେନେଡିଙ୍କୁ ଗୁଳି କରି ହତ୍ୟା କରିଥିଲେ ଲି ହାର୍ଭେ ଓସୱାଲଡ। ହତ୍ୟାକାଣ୍ଡର ୨ ଦିନ ପରେ ଓସୱାଲଡକୁ ଜେଲରୁ ସ୍ଥାନାନ୍ତର କରାଯାଉଥିବାବେଳେ ଏକ ନାଇଟକ୍ଲବ ମାଲିକ ଜ୍ୟାକ ରୁବି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାର ସମସ୍ତ ନଥିକୁ ଜାତୀୟ ଅଭିଲେଖାଗାରରେ ରଖିବା ଲାଗି ୧୯୯୦ ଦଶକରେ ନିଷ୍ପତ୍ତି ହୋଇଥିଲା।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦେଲେ ହେମାମାଳିନୀ
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ପ୍ରସଙ୍ଗ । ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ହେମାମାଳିନୀ । ସେ ସନାତନୀ ହିନ୍ଦୁ ଧର୍ମରେ ଅଛନ୍ତି ଏବଂ ସମସ୍ତ ନୀତି ନିୟମକୁ ପାଳନ କରୁଛନ୍ତି ବୋଲି କହିଛନ୍ତି ହେମା । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଅନେକଥର ଆସିଛନ୍ତି । ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଦେଇଛନ୍ତି । ହେମାମାଳିନୀ ଅଣହିନ୍ଦୁ ହୋଇ କିଭଳି ଶ୍ରୀମନ୍ଦିରରେ ପ୍ରବେଶ କଲେ ସେ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦିଆଯାଇଥିଲା । ହୋଲି ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ହେମାମାଳିନୀ ।
ହୁଳୁହୁଳିଆ ପୋଲ ନିକଟ ମୂଷା ନଈ ମଝିରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ
ନନ୍ଦିଘୋଷ ବ୍ୟୁରୋ: ପୁରୀ ହୁଳୁହୁଳିଆ ପୋଲ ନିକଟ ମୂଷା ନଈ ମଝିରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ପୁରୀ ତହସିଲଦାରଙ୍କ ଉପସ୍ଥିତିରେ ରାସ୍ତାକୁ ଉଛେଦ କରାଯାଇଛି । ମୂଷା ନଈ ମଝିରେ ବେଆଇନ ରାସ୍ତା ନିର୍ମାଣ କରାଯାଉଥିବା ନେଇ ପୁରୀ ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯିବା ସହ ତହସିଲଦାରଙ୍କ ଅଫିସ ସମ୍ମୁଖରେ ଅନଶନ କରାଯାଇଥିଲା ।ତେବେ ବିଭିନ୍ନ ଆଡୁ ବିରୋଧ ପରେ ପୁରୀ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନାଯୋଗ୍ୟ ମୂଷା ନଈ ନିକଟରେ ରେଳ ବିଭାଗର କୌଣସି କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟ ଆଜି ଟ୍ରକ ଏବଂ ଗାଡି ମୋଟର ଯିବା ଆସିବା କରିବା ଲାଗି ନଈ ମଝିରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିବା କହିଛନ୍ତି ସେଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତି । ତେବେ ଆଜି ପୁରୀ ତହସିଲଦାର ଏବଂ ପୋଲିସ ଉପସ୍ଥିତିରେ ମୂଷା ନଈ ମଝି ନିର୍ମାଣ କରାଯାଇଥିବା ରାସ୍ତାକୁ ଉଛେଦ କରାଯାଇଛି । ଜିଲ୍ଲା ପ୍ରଶାସନ ଠାରୁ ଏହି ରାସ୍ତା ନିର୍ମାଣ କରିବା କୌଣସି ଅନୁମତି ନିଆଯାଇନଥିବା କୁହାଯାଇଛି ।

