spot_img
Home Blog Page 1023

ବିଜୁ ଜୟନ୍ତୀରେ ବର୍ଷିଲେ ନବୀନ, ବିଜୁବାବୁଙ୍କୁ ଅସମ୍ମାନିତ କରିଛନ୍ତି ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ବିଜୁବାବୁଙ୍କ ଜୟନ୍ତୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ବିଜୁ ବାବୁ ଥିଲେ ଟଲ୍ ମ୍ୟାନ, ଲାର୍ଜ ହାର୍ଟ। କିନ୍ତୁ ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି ରାଜ୍ୟର ବିଜେପି ସରକାର। ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନାମ  ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ୩୦ ବର୍ଷ ଧରି ରାଜ୍ୟ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି। ଏବେ କିନ୍ତୁ ବିଜେପି ସରକାର ପଞ୍ଚାୟତିରାଜ ଦିବସକୁ ବଦଳାଇ ଦେଲେ। କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବ ନାହିଁ। ପାରାଦୀପ ପୋର୍ଟ ବଦଳାଇ ପାରିବ କି ସୁନାବେଡା ହାଲ୍ କୁ ବନ୍ଦ କରିପାରିବେ କି, ଏନଟିପିସି ବନ୍ଦ କରିପାରିବେ କି । ଏହା ଛୋଟ ଚିନ୍ତାଧାରା ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ଦୁର୍ଭାଗ୍ୟଜନକ ଯେ ବିଜେପି ଶାସନକୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇ ବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନ ବନ୍ଦର ନାଁ ବଦଳାଇ ବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲାନି।

ଏହାସହ ନବୀନ କହିଛନ୍ତି, ବିଜୁ ବାବୁ ରାଜନୀତିକୁ ଆସିଥିଲେ ଲୋକଙ୍କ ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ award କଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ ବିଜୁ ବାବୁ। ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ। ଇତିହାସ ବଦଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି। ଲୋକେ ଏହାର ଜବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି। U CANT CHANGE GLORIOUS LEGACY । ସରକାର ଆସିବ ଯିବ, କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ। ଓଡ଼ିଆ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ଧର୍ମାନ୍ତରିତ ମା’ ପୁଅ ଉପରେ ହିନ୍ଦୁ ଧର୍ମ ଛାଡ଼ିବାକୁ ପକାଉଥିଲେ ଚାପ,ଶିକୁଳିରେ ବନ୍ଧା ପୁଅକୁ ଉଦ୍ଧାର କଲେ ମାଲିକ

ନନ୍ଦିଘୋଷ ବ୍ୟୁରୋ: ଧର୍ମ ପରିବର୍ତ୍ତନ ପାଇଁ ନିଜ ପୁଅକୁ ଶିକୁଳି ବାନ୍ଧିଥିଲେ ମା’ । ଭିଡିଓ ଭାଇରାଲ ହେବା ପରେ ଉଦ୍ଧାର ହୋଇଛି ପୁଅ । ତେବେ ଏମିତି ଏକ ଖବର ଖଡ଼ବାର ସଞ୍ଜୟ ନଗରରୁ ଆସିଛି । ତାଙ୍କୁ ମା ଏବଂ ପାଳିତ ବାପା ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ । ମାତ୍ର ସେ ଅରାଜି ହେବାରୁ ତାଙ୍କୁ ବାନ୍ଧି ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ବାପା ଫେରାର ରହିଛନ୍ତି । ତେବେ ପୂର୍ବରୁ ମା ଏବେ ପୋଲିଓ ହେପାଜତରେ ରହିଥିବାବେଳେ ଓଲଟା ପୁଅଙ୍କ ନାଁ ଅଭିଯୋଗ ଆଣିଥିଲେ କି, ସେ ନିଶା ଖାଇ ଅଘଟଣ ଘଟାଉଥିବା ଭୟରେ ଏଭଳି ବାନ୍ଧି ରଖିଛୁ । ଯାହାକୁ ନେଇ ପୋଲିସ ଏବେ ଘଟଣାର ତଦନ୍ତ ଜାରି କରିଛି ।

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଏହି ବାଳକଟି କହିଛନ୍ତି କି, ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବାବେଳେ ମା ଦ୍ବିତୀୟ ବିବାହ କରିଛନ୍ତି । ସେ ନିଜର ଧର୍ମ ପରିବର୍ତ୍ତନ କରିଥିବାବେଳେ ସାବତ ବାପାଙ୍କ ସହ ମିଶି ମା ବାରମ୍ବର ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଛନ୍ତି ଏବଂ ଅକଥନୀୟ ନିର୍ଯାତନା ମଧ୍ୟ ଦେଉଛନ୍ତି । ତେବେ ସୋମବାର ସଂନ୍ଧ୍ୟାରୁ ତାଙ୍କ ହାତଗୋଡ଼ ବାନ୍ଧି ଉପାସରେ ଘରେ ରଖିଥିଲେ । ତେବେ ଚାଲାକ କରି ବାଳକଟି ଏକ ଭିଡିଓ କରି କାମ କରୁଥିବା ମାଲିକଙ୍କ ନିକଟକୁ ପଠାଇଥିଲେ ଏବଂ ଫୋନ ଯୋଗେ ସବୁ ସତ ବଖାଣିଥିଲେ । ପରେ ପୋଲିସ ସହାୟତାରେ ଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଦୁବାଇରୁ କେମିତି ୧୪ କିଲୋରୁ ଅଧିକ ସୁନା ଆଣିଲେ କନ୍ନଡ଼ ଅଭିନେତ୍ରୀ ?

ନନ୍ଦିଘୋଷ ବ୍ୟୁରୋ: କନ୍ନଡ଼ ଅଭିନେତ୍ରୀ ରାନ୍ୟାଙ୍କୁ ଏୟାରପୋର୍ଟରୁ ଗିରଫ କରାଯାଇଛି । ବାଙ୍ଗାଲୋରର କାମ୍ପାଗୋଡ଼ା ଏୟାରପୋର୍ଟରୁ ସୁନା ଆଣୁଥିବା ଅଭିଯୋଗରେ ଗିରଫ କରାଯାଇଛି । ତେବେ ସେ ଦୁବାଇରୁ ଲୁଚାଇ ୧୪.୮ କିଲୋ ସୁନା ଆଣୁଥିଲେ । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତେବେ ପ୍ରଶ୍ନ ଉଠିଛି କି ଏତେ ପରିମାଣର ସୁନା ସେ କେମିତି ଆଣୁଥିଲେ ? ପୋଲିସ ଏହିସବୁ ସୁନା ଜବତ କରିବା ପାଇଁ ବହୁ ଖୋଜାଖୋଜି କରିଥିବା କହିଛି । ତେବେ ସେ ଚାଲାକର ସହ ବହୁ ସୁନା ନିଜେ ଲଗାଇଥିବାବେଳେ ପୋଷାକରେ ମଧ୍ୟ ସୁନା ଲଗାଇ ଆଣିଥିଲେ । ଧରା ପଡ଼ିଥିବା ସୁନାର ବଜାର ମୂଲ୍ୟ ୧୨ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ଅଭିନେତ୍ରୀଙ୍କଠାରୁ ସୁନା ଉଦ୍ଧାର କରିବା ପାଇଁ ପୋଲିସକୁ ବହୁତ କଷ୍ଟ ହୋଇଥିଲା। ପ୍ରଥମେ ପୋଲିସ ବୁଝିପାରିଲା ନାହିଁ ଯେ ଅଭିନେତ୍ରୀ ସୁନା କେଉଁଠି ଲୁଚାଇ ରଖିଥିଲେ। ଯେତେବେଳେ ଡିଆରଆଇ ଅଧିକାରୀମାନେ ତଦନ୍ତ ଆରମ୍ଭ କଲେ, ରାନ୍ୟା ତାଙ୍କ ପୋଷାକରେ ସୁନା ବାରଗୁଡ଼ିକୁ ଲୁଚାଇ ରଖିଥିଲେ। ତାଙ୍କୁ ବାହାର କରିଦିଆଗଲା। ଯେତେବେଳେ ପୋଲିସ ଜ୍ୟାକେଟ୍ ଟି ଖୋଜିଥିଲା, ସେଥିରୁ ମଧ୍ୟ ସୁନା ମିଳିଥିଲା। ପୋଲିସ ରାନ୍ୟାଙ୍କ ବେଲ୍ଟରୁ ସୁନା ମଧ୍ୟ ଉଦ୍ଧାର କରିଛି। ତେବେ ବାରମ୍ବାର ସେ ବିଦେଶ ଯାତ୍ରା କରୁଥିବାବେଳେ ତାଙ୍କ ଉପରେ ନଜର ରଖାଯାଇଥିଲା । ପରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ (ଡିଆରଆଇ)ଙ୍କ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ରୋହିତଙ୍କୁ କହିଥିଲେ ମୋଟା, ଏବେ କୋହଲିଙ୍କୁ ନେଇ କହିଲେ…

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ କଂଗ୍ରେସ ନେତ୍ରୀ ସମା ମହମ୍ମଦ ଦେଇଥିବା ପ୍ରତିକ୍ରିୟାକୁ ନେଇ ବେଶ ସମାଲୋଚନାର ଶିକାର ହୋଇଛନ୍ତି । ଶମା କହିଥିଲେ ଯେ ରୋହିତ ଶର୍ମା ମୋଟା। ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ। ସେ ନିଶ୍ଚିତ ଭାବରେ ଭାରତର ସବୁଠାରୁ ଅକାରଣ ଅଧିନାୟକ। ବିବୃତ୍ତିକୁ ନେଇ ବିବାଦ ବଢ଼ିବା ପରେ, ସେ ତାଙ୍କ ପୋଷ୍ଟକୁ ହଟାଇ ଦେଇଥିଲେ। ପରେ ସେ ସ୍ପଷ୍ଟ କରି କହିଥିଲେ, ‘ଏହା ଜଣେ ଖେଳାଳିଙ୍କ ଫିଟନେସ୍ ବିଷୟରେ ଏକ ସାଧାରଣ ଟ୍ୱିଟ୍ ଥିଲା।’ ଏହା ଶରୀରକୁ ଲଜ୍ଜାଜନକ ନୁହେଁ। ଏହା ଜଣେ ଖେଳାଳିଙ୍କ ଫିଟନେସ୍ ବିଷୟରେ। ମୁଁ ସବୁବେଳେ ବିଶ୍ୱାସ କରେ ଯେ ଜଣେ ଖେଳାଳି ଫିଟ୍ ରହିବା ଉଚିତ। ତେଣୁ, ମୁଁ ଭାବିଲି ତାଙ୍କର ଓଜନ ଟିକେ ଅଧିକ ଥିଲା, ସେଥିପାଇଁ ମୁଁ ଟ୍ୱିଟ୍ କରିଥିଲି।

ଏବେ କିନ୍ତୁ ବିରାଟ କୋହଲି ବେଶ ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ କୋହଲି ଦମଦାର ପ୍ରଦର୍ଶନ କରେ ଟ୍ବିଟ କରି ତାଙ୍କୁ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ। ବିରାଟ କୋହଲିଙ୍କ ଦ୍ଵାରା କି ଚମତ୍କାର ପ୍ରଦର୍ଶନ। ICC ନକଆଉଟ୍ ମ୍ୟାଚ୍‌ରେ ତାଙ୍କର ୮୪ ରନ୍ ର ଇନିଂସ ଏବଂ ୧୦୦୦ ରନ୍ ପୂରଣ କରିବା ପାଇଁ ତାଙ୍କୁ ବହୁତ ବହୁତ ପ୍ରଶଂସା।

 

ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ଯାକାଣ୍ଡ। ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ କେତେକ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେରେ ହାଣିଛନ୍ତି। ଘଟଣାସ୍ଥଳରେ ହିଁ ତାର ମୃତ୍ଯୁ ହୋଇଛି। ଆଜି ସକାଳୁ ରବି ଘରେ ଥିବା ବେଳେ ତାଙ୍କ ଘର ଉପରକୁ ପ୍ରଥମେ ବୋମା ମାଡ଼ କରାଯାଇଥିଲା। ରବି ଘରୁ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ରବି ଦାସ ନାମରେ ବିଭିନ୍ନ ଥାନାରେ ଅନେକ ସଂଗୀନ ମାମଲା ରହିଥିଲା। ହତ୍ୟା, ରାହାଜାନି, ମଦ କାରବାର ପରି ଅଭିଯୋଗ ଥିଲା। କିଛି ଦିନ ତଳେ ସେ ଜେଲରୁ ବାହାରିଥିଲା।

ଭାରତ-ଚୀନ-କାନାଡ଼ା- ମେକ୍ସିକୋ ନାଁ ନେଇ ଏମିତି କହିଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ସଂସଦରେ ସମ୍ବେଧିତ କରିଛନ୍ତି । ନିଜର ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ଅଭିଭାଷଣମାନ ଦେଇଥିବା ଦେଖିବାକୁ ମିଳିଛି । ବାକ୍ ସ୍ବାଧିନତା ଏବଂ ଶୁଳ୍କ ଉପରେ ଗୁରୁତ୍ବାରୋପ କରିଛନ୍ତି । ତେବେ ଟ୍ୟାକ୍ସ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି । ତେବେ ସେ ଭାରତର ନାମ ମଧ୍ୟ ନେଇଛନ୍ତି । କହିଛନ୍ତି କି,  ଭାରତ-ଚୀନ-କାନାଡ଼ା- ମେକ୍ସିକୋ ଆମ ଉପରେ ଉପରେ ଅଧିକ ଟିକସ ଲଗାନ୍ତି । କିନ୍ତୁ ଭାରତ ଦ୍ବାରା ଲାଗୁ କରାଯାଇଥିବା ଟିକସ ନ୍ୟାୟସଙ୍ଗତ ନୁହେଁ । ଏହାଏକ ଭଲ ନୁହେଁ । ଯେଉଁ ଦେଶ ଆମ ଉପରେ ଅଧିକ ଟିକସ ଲାଗୁ କରିବ ଆମେ ମଧ୍ୟ ସେମାନଙ୍କ ଉପରେ ଅଧିକ ଟିକସ ଲାଗୁ କରିବୁ  ।

ବିଜୁ ବାବୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସ ରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।

ବିଜୁ ବାବୁଙ୍କ ଜୟନ୍ତୀରେ କଟକରେ ମିନି ମାରାଥନ

ନନ୍ଦିଘୋଷ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ଭେଟରାନ ସ୍ପୋର୍ଟସ ପର୍ସନ୍ସ ଆସୋସିଏସନ ଆନୁକୂଲ୍ୟରେ କଟକରେ ଏକ ମିନି ମାରାଥନ ଓ ୱାକାଥନ ପ୍ରତିଯୋଗିତା ଆୟୋଜିତ ହୋଇଛି। ୧୯ ବର୍ଷ ହେବ ଆୟୋଜିତ ହୋଇ ଆସୁଥିବା ଏହି ମାରାଥନରେ କଟକର ବିଭିନ୍ନ ସ୍କୁଲର ସପ୍ତମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବୟସ୍କ ପୁରୁଷ ଓ ମହିଳାଙ୍କ ପାଇଁ ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜୁ ପଟ୍ଟନାୟକ ଜଣେ ଭଲ କ୍ରୀଡାବିତ ଥିବାରୁ ଯୁବପୀଢିକୁ ଅନୁପ୍ରାଣିତ କରିବା ପାଇଁ ଏଭଳି ମିନି ମାରାଥନ ଆୟୋଜନ କରାଯାଇଥିବା କହିଛନ୍ତି, ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଗୁଣି ଗାରେଡ଼ିକୁ କେନ୍ଦ୍ରକରି ୨ ପରିବାର ମୁହାଁମୁହିଁ : ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ୨ ପରିବାର ମୁହାଁମୁହିଁ ହୋଇଛନ୍ତି । ଏଥରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି  । ତୁଷୁରା ଥାନା ଆଠଗାଁରେ ଘଟିଛି ଏଭଳି ଆଭାବନୀୟ ଘଟଣା । ମୃତକ ଜଣକ ହେଲେ ଶ୍ୟାମ ବାଗ । ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି ପୋଲିସ । ଘଟଣାସ୍ଥଳରେ  ଛାନଭିନ ଆରମ୍ଭ କରିଛି ତୁଷୁରା ପୋଲିସ । ଗୁଣି ଗାରେଡ଼ି ସନ୍ଦେହରେ  ଘଟିଛି ଏଭଳି ଅଘଟଣ।

 

ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ କି ରୋହିତ ? ଜାଣନ୍ତୁ କଣ କହିଲେ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଟିକେଟ୍ ହାତେଇଛି ଭାରତ । ତେବେ ଦୀର୍ଘଦିନ ଧରି ରୋହିତଙ୍କ ଅବସର ଘୋଷଣାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା । ଯଦିଓ ସେ ସେତେବେଳେ ଖରାପ ଫର୍ମ ଦେଇ ଗତି କରୁଥିଲେ । ମାତ୍ର ଏବେ ଆଭରେଜ ଖେଳ ପ୍ରଦର୍ଶନ କରୁଥିବାବେଳେ ଦଳ ଚାମ୍ପିୟନ୍ସ ଟ୍ରଫିରେ ଟାଇଟଲ ହାତେଇବା ପରେ ଅବସର ନେବେ ବୋଲି କୁହାଯାଉଛି । ଟି-୨୦ ବିଶ୍ବକପ ପରେ ରୋହିତ ଟି-୨୦ରୁ ଅବସର ଘୋଷଣା କରିଥିଲେ । ଆଉ ଏବେ ଦିନିକିଆରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ଏବେ ଦଳ ତାଙ୍କ ଅଧିନାୟକତ୍ବରେ ଦଳ ଯେଭଳି ପ୍ରଦର୍ଶନ କରୁଛି ଏହାକୁ ନେଇ ଆପଣମାନେ କୁହନ୍ତୁ ସେ ଅବସର ନେବା ଉଚିତ୍ କି ? ଗୌତମ ଗମ୍ଭୀର କହିଛନ୍ତି ଯେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ପାଖେଇ ଆସୁଛି… ଏବେ ଏହା ବିଷୟରେ ମୁଁ କ’ଣ କହିବି? କିନ୍ତୁ ମୁଁ ଗୋଟିଏ କଥା କହିବି ଯେ ଯଦି ତୁମର ଅଧିନାୟକ ଏହି ପ୍ରକାରର ଗତିରେ ବ୍ୟାଟିଂ କରନ୍ତି, ତେବେ ଏହା ଡ୍ରେସିଂ ରୁମକୁ ଏକ ବାର୍ତ୍ତା ଯେ ତାଙ୍କ ଭିତରେ ଏବେ ବି କ୍ରିକେଟ୍ ବାକି ଅଛି। ଗମ୍ଭୀର କହିଛନ୍ତି ଯେ ରୋହିତ ବଡ଼ ଇନିଂସ ଖେଳି ନଥିଲେ ମଧ୍ୟ ତାଙ୍କର ଇନିଂସ ପ୍ରଭାବଶାଳୀ ଥିଲା। ଆମେ ସମାନ ଆଧାରରେ ଆମର ଖେଳାଳିମାନଙ୍କୁ ମୂଲ୍ୟାଙ୍କନ କରୁ।