ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା। କାଳ ବୈଶାଖୀ ବର୍ଷା, ପବନ ଉଜାଡି ଦେଲା ରବି ଫସଲ। । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳର ଘଟଣା। କିଛି ଦିନ ତଳେ ଟମାଟୋ ଚାଷ ନଷ୍ଟ ହୋଇଥିବା ବେଳେ ବର୍ତମାନ କାଳବୈଶାଖୀ ଉଜାଡି ଦେଇଛି ରବି ଫସଲ । ଏକର ଏକର ମୁଗଫସଲ ଶହ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ଚଳିତ ବର୍ଷ ଦେବୀ ନଦୀ ଅବବାହିକା ଶହ ଅସ୍ତରଙ୍ଗ ଅଞ୍ଚଳ ବେଗୁନିଆବସ୍ତ, ନଈଗୁଆଁ, ଓସ୍ତପୁର, ଝାରିଆ ସମେତ ବିଭିନ୍ନ ଗାଁରେ ହେକ୍ଟର ହେକ୍ଟର ବିଲରେ ମୁଗ ଚାଷ କରିଥିଲେ । ଅଧିକାଂଶ ଚାଷୀ ଅନ୍ୟ ଜାଗାକୁ ଲିଜ ଆକାରରେ ଆଣି ଋଣ କରି ଚାଷ କରିଥିଲେ । କାଳ ବୈଶାଖୀ ବର୍ଷା ପାଈଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଉପୁଡ଼ା ହୋଇନଥିବା ମୁଗ ଛୁଇଁରେ ପାଣି ପଶି ଯିବାରୁ ସେଥିରୁ ଗଜା ବାହାରିଲାଣି । ବିଲରୁ ପାଣି ନିଷ୍କାସନ ହେବାରେ ମଧ୍ୟ ସମୟ ଲାଗିବ। ଆଗକୁ ଆଉ ବର୍ଷା ହେଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଋଣ କରି ଫସଲ କରିଥିବା ଚାଷୀ କିଭଳି ଭାବେ ଋଣ ପ୍ରରିଷୋଧ କରିବେ ସନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼
ନନ୍ଦିଘୋଷ ବ୍ୟୁରୋ: ଶିଶୁ ମନ୍ଦିର ଛାତ୍ରଙ୍କୁ ଅମାନୁଷିକ ମାଡ଼ । ସମ୍ବଲପୁର ସ୍ଥିତ ଏକ ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଛି । ଶିକ୍ଷକ ରଶ୍ମି ରଂଜନ ନାୟକ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆହତ ଛାତ୍ରଙ୍କୁ ମେଡିକାଲରେ ଚିକିତ୍ସିତ ହେବାକୁ ପଡ଼ିଛି । ଏନେଇ ଛାତ୍ରଙ୍କ ଅଭିଭାବକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶିକ୍ଷକ ରଶ୍ମି ରଂଜନ ନାୟକ ପାଖାପାଖି ୧୦ରୁ ଅଧିକ ଛାତ୍ରଙ୍କୁ ମାଡ ମାରିଥିବା ଛାତ୍ର କହିଛନ୍ତି ।
ଆସିଲା ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ : ଛାତିରେ ଛୁରୀ ଭୁସି କରିଥିଲେ ହତ୍ୟା
ନନ୍ଦିଘୋଷ ବ୍ୟୁରୋ: ଆସିଲା ହତ୍ୟାର ଶିକାର ହୋଇଥିବା ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ। ପତ୍ନୀ ମୁସକାନ ରାସ୍ତୋଗୀ ଓ ପ୍ରେମିକ ସାହିଲ ଶୁକ୍ଳା ଅତି ବୀଭତ୍ସ ଭାବେ ସୌରଭଙ୍କୁ ହତ୍ୟା କରିଥିଲେ। ସୌରଭଙ୍କ ମୁଣ୍ଡକୁ କାଟି ଦିଆଯାଇଥିାବବେଳେ ହାତ ଦୁଇଟିକୁ ବି କାଟି ଦିଆଯାଇଥିଲା। ଦୁଇ ଗୋଡକୁ ପଛପଟୁ ବଙ୍କେଇ ଦିଆଯାଇଥିଲା। ଡ୍ରମ ଭିତରେ ଶବକୁ ପ୍ୟାକ କରିବା ଲାଗି ଏପରି କରାଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ନିଶା ଦେବା ପରେ ତାଙ୍କ ଛାତିରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଶରୀରରୁ ଚର୍ମ ଉତାରି ଦିଆଯିବା ପରେ ଶବକୁ ଏକ ଡ୍ରମରେ ପୂରାଇ ସିମେଣ୍ଟରେ ସିଲ୍ କରିଦିଆଯାଇଥିଲା। ପରେ ସେମାନେ ହିମାଚଳ ପ୍ରଦେଶ ସିମଲାକୁ ବୁଲିବାକୁ ଚାଲିଯାଇଥିଲେ। ଅପରାଧକୁ ଘୋଡ଼ାଇବା ଲାଗି ସୌରଭଙ୍କ ଫୋନରୁ ସେମାନେ ମେସେଜ ଦେଇଥିଲେ। ଗତ ମାର୍ଚ୍ଚ ୧୮ ତାରିଖରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା।


