spot_img
Home Blog Page 1018

ମହାକୁମ୍ଭରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର: ଠିକ୍ ସମୟରେ ପୋଲିସ ପାଇଥିଲା ସୁରାକ

ପ୍ରୟାଗରାଜ: ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭର ସମାପନ ହୋଇସାରିଛି । ଏହି ପୂରା କାର୍ଯ୍ୟକ୍ରମରେ ୬୬ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ପାଇଁ ବହୁ ପୋଲିସଙ୍କୁ ମୁତୟନ କରାଯାଇଥିଲା । ଏଥିସହିତ ବହୁ ଏଜେନ୍ସି ମଧ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ କାମ କରୁଥିଲେ । ମହାକୁମ୍ଭର ୧୦ ଦିନ ପରେ ୟୁପି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି, ଯେ କି ମହାକୁମ୍ଭ ସମୟରେ କୌଣସି ବଡ଼ ଅଘଟଣ ଘଟାଇବା ପାଇଁ ପ୍ରସ୍ତୁତି ଚଳାଇଥିଲା ।

ପୋଲିସ ଅନୁସାରେ, ମହାକୁମ୍ଭ ସମୟରେ ଗଡ଼ବଡ଼ ଓ କୌଣସି ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଥିଲା । ସେଥିପାଇଁ ୟୁପି ଏସଟିଏସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଥିଲା । ପଞ୍ଜାବ ଓ ୟୁପି ପୋଲିସର ମିଳିତ ଅପରେସନରେ ବବ୍ବର ଖାଲସା ଓ ଆଇଏସଆଇର ଆତଙ୍କୀ ଲଜର ସମୀହଙ୍କୁ ଗିରଫ କରାଯାଇଥିଲା । ପୋଲିସ ଯେଉଁ ଆତଙ୍କୀକୁ ଧରିଛି, ସେନେଇ ସୂଚନା ମିଳିଥିଲା । କୁମ୍ଭମେଳାରେ ବଡ଼ ଅଘଟଣ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଥିଲା । ୟୁପିର କୌଶାମ୍ବୀ ଠାରୁ ଏହି ମିଳିତ ଅପରେସନ ଦ୍ବାରା ଗିରଫ କରାଯାଇଥିଲା ।

ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ପୂର୍ବରୁ ହିଁ ହିଷ୍ଟ୍ରିଶିଟର ଥିଲା, ଯେ କି ଅନେକ ଥର ହତିଆର ଓ ହିରୋଇନ ତସ୍କରୀ ମାମଲାରେ ଜେଲ ଯାଇଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ନିଜର କିଛି ସାଥୀଙ୍କ ନାମ ମଧ୍ୟ କହିଥିଲା । ପ୍ରଥମେ ପୋଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବାକୁ ପୂରା ପ୍ରୟାସ କରାଯାଇଥିଲା, ମାତ୍ର ସେ ଚକମା ଦେବାରେ ସଫଳ ହୋଇଥିଲା । ମହାକୁମ୍ଭରେ କିଛି ଅଘଟଣ ଘଟାଇବା ପରେ ପର୍ତ୍ତୁଗାଲ ଚାଲିଯିବାକୁ ଅଭିଯୁକ୍ତ ଯୋଜନା କରିଥିଲା ।

ଚାମ୍ପିୟନ୍ସ ଟ୍ରଫି ସେମିରେ ଦକ୍ଷିଣ ଆଫ୍ରିକାର ପରାଜୟ ପାଇଁ ICCକୁ ଦାୟୀ କଲେ ଡେଭିଡ ମିଲର

ICC ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଦକ୍ଷିଣ ଆଫ୍ରିକା ୫୦ ରନରେ ପରାସ୍ତ ହେବାକୁ ପଡ଼ିଛି । ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଅପରାଜିତ ଶତକ ହାସଲ କରିଥିଲେ ହେଁ ଦଳକୁ ବିଜୟୀ କରାଇ ପାରିନଥିଲେ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୬୩ ରନର ଟାର୍ଗେଟ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ୩୧୨ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର କରି ପରାଜିତ ହୋଇଥିଲା । ତେବେ ସେମିରେ ପରାଜୟ ପରେ ମିଲର ଏକ ବଡ଼ ବୟାନ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ପରାଜୟ ପାଇଁ ମିଲର ICCକୁ ଦାୟୀ କରିଛନ୍ତି ।

ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ମିଲର ICCର ଯାତ୍ରା ବ୍ୟବସ୍ଥା ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯାଉଛି, ଯେଉଁଥିରେ କି ଭାରତର ତା’ର ସବୁ ମ୍ୟାଚ ଦୁବାଇରେ ଖେଳୁଛି । ଅନ୍ୟ ସବୁ ଟିମ ପାକିସ୍ତାନରେ ମ୍ୟାଚ ଖେଳୁଛନ୍ତି । ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟର ଶେଷ ଗ୍ରୁପ ଷ୍ଟେଜ ମ୍ୟାଚ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନଥିଲା ଯେ, ସେମିରେ କିଏ କାହାକୁ ଭେଟିବ । ଏପରି ସ୍ଥିତିରେ ଗ୍ରୁପ-ବି’ର ଦୁଇ ଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆାକୁ ପାକିସ୍ତାନରୁ ଦୁବାଇ ଯିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡକୁ ଭାରତ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ପୁଣି ଥରେ ପାକିସ୍ତାନକୁ ଫେରିବାକୁ ପଡ଼ିଥିଲା, କାରଣ ଦକ୍ଷିଣ ଆଫ୍ରିକା ତା’ର ସେମିଫାଇନାଲ ଲାହୋରରେ ଖେଳିବାକୁ ଥିଲା । ଏହି ଅତିରିକ୍ତ ଯାତ୍ରାକୁ ମିଲର ଭୁଲ ବୋଲି ଦର୍ଶାଇଛନ୍ତି । ଫ୍ଲାଇଟ ପାଇଁ ମାତ୍ର ୧ ଘଣ୍ଟା ୪୦ ମିନିଟ ସମୟ ଥିଲା, ଏହାପରେ ବି ଯାତ୍ରା କରିବାକୁ ପଡ଼ିଥିଲା । ସକାଳ ଫ୍ଲାଇଟ ଥିବାରୁ ସକାଳୁ ଯାତ୍ରା କରିବାକୁ ପଡ଼ିଥିଲା । ଟିମ ଅପରାହ୍ଣ ୪ଟାରେ ଦୁବାଇରେ ପହଞ୍ଚିଥିଲା ଓ ସକାଳ ୭.୩୦ରେ ପୁଣି ଫେରିଥିଲା । ଖେଳାଳିଙ୍କ ପାଖରେ ଆରାମ କରିବା ଓ ସମ୍ପୂର୍ଣ୍ଣ ଠିକ୍ ହେବାକୁ ପର୍ଯ୍ୟାପ୍ତ ସମୟ ଥିଲା । ମାତ୍ର ଏହି ସ୍ଥିତି ବିଲକୁଲ ଆଦର୍ଶ ନଥିଲା ବୋଲି ମିଲର କହିଛନ୍ତି ।

ମହାକୁମ୍ଭରେ ଡଙ୍ଗା ଚଳାଇ ଗୋଟିଏ ପରିବାର ରୋଜଗାର କଲା ୩୦ କୋଟି ଟଙ୍କା, ଯୋଗୀ କହିଲେ..

ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜରେ ଶେଷ ହୋଇଛି ମହାକୁମ୍ଭ ମେଳା । ଏହି ଭବ୍ୟ ଏବଂ ଦିବ୍ୟ ମହାକୁମ୍ଭ ପାଇଁ ସରକାର 7 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଦେଶ ଏବଂ ବିଶ୍ୱର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମହାକୁମ୍ଭରେ ପହଞ୍ଚି ପବିତ୍ର ଗଙ୍ଗାରେ ବୁଡ଼ ପକାଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ୪୫ ବର୍ଷ ମଧ୍ୟରେ ମୋଟ ୬୬ କୋଟି ଲୋକ ମହାକୁମ୍ଭ ମେଳା ପରିଦର୍ଶନ କରିଥିଲେ। ଏହି ମେଳା ମାଧ୍ୟମରେ ଅନେକ ଲୋକ ପ୍ରସିଦ୍ଧ ହୋଇଥିଲେ, କିନ୍ତୁ ମହାକୁମ୍ଭ ସମୟରେ ଅନେକ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଥିଲେ। ତେବେ ଏହି କୁମ୍ଭମେଳାରେ ଅନେକ ଲୋକ ପ୍ରସିଦ୍ଧ ହୋଇଥିବାବେଳେ ଗୋଟିଏ ପରିବାର ଏହି ୪୫ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଛି । ତେବେ କେବଳ ଡଙ୍ଗା ଚଳାଇ ଏହି ପରିବାର ୩୦ କୋଟି ଟଙ୍କା ରୋଜଗାର କରିଛି ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁସାରେ, ଏକ ନାବିକ ପରିବାର ଡଙ୍ଗା ଚଲାଇ ପ୍ରତିଦିନ ହାରାହାରି 65 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ପ୍ରୟାଗରାଜରେ ମହାକୁମ୍ଭମେଳା ସମୟରେ ଡଙ୍ଗା ଚାଳକଙ୍କ ଶୋଷଣ ନେଇ ଏସପିଙ୍କ ଅଭିଯୋଗ ଉପରେ ଯୋଗୀ ଆଦିତ୍ୟନାଥ ବିଧାନସଭାରେ କହିଥିଲେ ଯେ ମୁଁ ଜଣେ ଡଙ୍ଗା ଚାଳକଙ୍କ ପରିବାରର କାହାଣୀ କହୁଛି।

ନାବିକ ପରିବାର ପାଖରେ ମୋଟ ୧୩୦ଟି ଡଙ୍ଗା ଅଛି। ମହାକୁମ୍ଭମେଳାର ୪୫ ଦିନ ମଧ୍ୟରେ ସେ ୩୦ କୋଟି ଟଙ୍କା ଲାଭ କରିଛନ୍ତି… ଅର୍ଥାତ୍ – ପ୍ରତ୍ୟେକ ଡଙ୍ଗାରୁ ସେ ୨୩ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଯଦି ଦୈନିକ ହିସାବ କରାଯାଏ, ତେବେ ନାବିକ ପରିବାର ଗୋଟିଏ ଡଙ୍ଗା ଚଲାଇ 5୦ରୁ ୫୨ ହଜାର ଟଙ୍କା ରୋଜଗାର କରୁଥିଲେ।

’ରଙ୍ଗ ବଦଳିଲେ ଶିକ୍ଷାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ’

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟର ରଙ୍ଗ ଗେରୁଆ କରାଯିବାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ରଙ୍ଗ ବଦଳିଲେ ଶିକ୍ଷାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ । ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ସଜଡ଼ାଗଲେ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି କହିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ  । ରଙ୍ଗ ପରିବର୍ତ୍ତନ କରିବାରେ ସରକାର ଯେତିକି ଅର୍ଥ ବ୍ୟୟ କରିବାକୁ ଯାଉଛନ୍ତି ସେହି ଅର୍ଥରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ ଭିତ୍ତିଭୂମି ସଜାଡିବା ତଥା ଅନ୍ୟାନ୍ୟ ଆଵଶ୍ୟକତା ପୂରଣ କରିବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ସେହିପରି ଭଲ ମଧ୍ୟାହ୍ନଭୋଜନ ଦେଲେ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ହେବ ବୋଲି କହିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା। ସେପଟେ ବିଜେପି ସରକାରଙ୍କ ଏହା ପିଲାଳିଆମୀ ଓ ବାଚାଳାମି  କହି ବର୍ଷିଲା ଓଡିଶା ସିଟିଜେନସ ଫୋରମ । ଫାଇଭଟି ଅଧୀନରେ ସ୍କୁଲର ବିକାଶ ହୋଇଥିଲା । ତେଣୁ ରଙ୍ଗ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଓଡିଶା ସିଟିଜେନସ ଫୋରମର ସଭାପତି ଚିନ୍ମୟ ଦାସ ।

ରାଜସ୍ଥାନ କୋଟାରେ ପୁଣି ଜୀବନ ହାରିଲେ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ କୋଟାରେ ଜଣେ ଏମବିବିଏସ ଶେଷ ବର୍ଷ ଛାତ୍ର କରିଛନ୍ତି ଆତ୍ମହତ୍ୟା। ଗତ ୩ ବର୍ଷ ଧରି ସେ କୋଟାରେ ରହୁଥିଲେ। ଛାତ୍ରାବାସ ପ୍ରକୋଷ୍ଠରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ନିଜର ଆଶାନୁରୂପ ଭାବେ ସେ ସଫଳତା ହାସଲ କରିପାରୁ ନଥିବାରୁ ମାନସିକ ବିଷାଦରେ ରହୁଥିଲେ। ସୁଇସାଇଡ ନୋଟରେ ସେ ବାପା, ମାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ବାପା ମାଙ୍କ ଆଶା ପୂରଣ କରିପାରି ନଥିବାରୁ ସେ ଦୁଃଖିତ ଥିବା ସୁଇସାଇଡ ନୋଟରେ କହିଛନ୍ତି। କୋଟା ମେଡିକାଲ କଲେଜରେ ପଢୁଥିବା ଏହି ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ଖବର ଜଣାପଡିବା ପରେ ମହାବୀର ନଗର ପୋଲିସ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପିତାମାତାଙ୍କୁ ଛାତ୍ରଙ୍କ ମରଶରୀର ହସ୍ତାନ୍ତର କରାଯାଇଛି। ଚଳିତ ବର୍ଷ କୋଟାରେ ୬ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗତ ଜାନୁଆରୀରେ ନିଟ ଓ ଜେଇଇ ଲାଗି ପ୍ରସ୍ତୁତ ହେଉଥିବା ୨ ଛାତ୍ର ଆତ୍ମହତ୍ୟା କରିଥିଲେ। ଗତବର୍ଷ ୨୦ ଛାତ୍ର ଓ ୨୦୨୩ରେ ୨୭ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ବିଜୁବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ BJDର ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା କଲେନାହିଁ ଛୁଟି ଘୋଷଣା। ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳର ଗର୍ଜନ। କୋଟି ଓଡ଼ିଆଙ୍କ ହୃଦୟର ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ ଓ ନେତା।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ପ୍ରସଙ୍ଗ । ଏନେଇ ସାରା ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ଯାଜପୁରରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି । ବିଜୁ ପ୍ରେମୀମାନେ ଏକାଠି ହୋଇ ବିକ୍ଷୋଭ କରୁଛନ୍ତି । ଯାଜପୁର ମୁନ୍ସିପାଲଟି ଓ ବ୍ଲକରେ ବିଜୁବାବୁଙ୍କ ପ୍ରତି ଘୋର୍ ଅସମ୍ମାନକୁ ପ୍ରତିବାଦ କରୁଛନ୍ତି ଯାଜପୁରବାସି । ସେପଟେ ଯାଜପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି ।

ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ପୁସ୍ତକ ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ବର ରେଡକ୍ରସ ଭବନରେ ପଲିଟିକାଲ୍ ଥିଙ୍କର ଫୋରମ୍ ପକ୍ଷରୁ ଉନ୍ମୋଚିତ ହୋଇଛି। ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଆ ସ୍ବାଭିମାନର ପ୍ରତୀକ ଥିଲେ ବିଜୁ ବାବୁ । ଓଡ଼ିଶା କିପରି ଶିଳ୍ପ ସମୃଦ୍ଧ ହେବ । ଓଡ଼ିଶାର ଆର୍ଥିକ ବିକାଶ ପାଇଁ ବିଜୁ ବାବୁ ଚିନ୍ତା କରୁଥିଲେ । ପାରାଦୀପ ବନ୍ଦର , ରାଉଲକେଲା ଶିଳ୍ପ କାରଖାନା, ବୁର୍ଲା ମେଡ଼ିକାଲ କଲେଜ, ଗ୍ରାମାଞ୍ଚଳରେ ବିକାଶ, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ସଶକ୍ତ କରିବା ପାଇଁ ବିଜୁ ପଟ୍ଟନାୟକ ଆପ୍ରାଣ ଉଦ୍ୟମ କରିଥିଲେ । ଦୃଢ଼ ନେତୃତ୍ୱ ସୃଷ୍ଟି ପାଇଁ ବିଜୁ ପଟ୍ଟନାୟକ ଆହ୍ବାନ ଦେଉଥିଲେ । ବିଜୁ ବାବୁଙ୍କ ବ୍ୟକ୍ତିତ୍ବ କେବଳ ଦେଶରେ ସିମିତ ନଥିଲେ ବିଜୁ ବାବୁ ଥିଲେ ଇଣ୍ଡୋନେସିଆର ଭୂମିପୁତ୍ର । ବିଜୁ ଥିଲେ ଦୁର୍ଦ୍ଦଶ ପାଇଲଟ୍ , ବିଚକ୍ଷଣ ରାଜନେତା, ଦୁରଦର୍ଶୀ । ଓଡ଼ିଶା ହେଉଛି ଖଣିଜ ସମ୍ପଦ ଭରା ରାଜ୍ୟ।  ବିଜୁ ବାବୁ ଜାଣିଥିଲେ ଖଣିଜ ସମ୍ପଦକୁ ଉପଯୋଗ କରି ଓଡ଼ିଶା ବିକାଶକୁ ଗତି ଦେବା ପାଇଁ ଲୁହାପଥର ଆବଶ୍ୟକ। ହେଲେ ଓଡ଼ିଶାରେ ଭଲ ରାସ୍ତାଟିଏ ନଥିଲା। ତେଣୁ ପାରାଦୀପ ବନ୍ଦରର ଠାରୁ ଦଇତାରୀକୁ ଯୋଡିବା ପାଇଁ ବିଜୁ ବାବୁ ପାରାଦ୍ଵୀପ ଏକ୍ସପ୍ରେସ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସେହି ପାରାଦ୍ଵୀପ ଏକ୍ସପ୍ରେସ ନିର୍ମାଣ ହୋଇଛି । ଓଡ଼ିଶାରେ ଯୁଦ୍ଧ ବିମାନ ଯନ୍ତ୍ରାଂଶ ତିଆରି କାରଖାନା ପାଇଁ ବିଜୁ ପଟ୍ଟନାୟକ ଜିଦ୍ ଧରିଥିଲେ ଆଜି କୋରାପୁଟରେ ନିର୍ମାଣ ହୋଇଛି।‌

ପାର୍ସଲ ବୋମା ବିସ୍ଫୋରଣ ଘଟଣା:ଅଭିଯୁକ୍ତ ପୁଞ୍ଜିଲାଲର ବୟାନ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା। ପାଟଣାଗଡ଼ SDJM କୋର୍ଟରେ ହାଜର ହେଲା ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ମାମଲାରେ ୬୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ପୁଞ୍ଜିଲାଲର କୋର୍ଟରେ ବୟାନ ରେକର୍ଡ ହୋଇଛି। ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବା ସମ୍ଭାବନା ରହିଛି। ପୁଞ୍ଜିଲାଲର ବୟାନ ରେକର୍ଡ ଲାଗି ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ କୋର୍ଟକୁ ନିଆଯାଇଥିଲା । ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲା । ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲକୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛି  । ୨ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସରିଲା ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୧୯ରୁ ଖାତା ଦେଖା

ନନ୍ଦିଘୋଷ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ପରୀକ୍ଷା ସାରି ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରରୁ ହସହସ ମୁହଁରେ ବାହାରିଛନ୍ତି । ସମସ୍ତ ପରୀକ୍ଷା ଭଲ ହୋଇଛି ବୋଲି କହିଛନ୍ତି । ଚଳିତ ଥର ମାଟ୍ରିକ, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ୫ ଲକ୍ଷ ୨୨ ହଜାର ୩୬୬ ପରୀକ୍ଷାର୍ଥୀ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ମେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି ।

ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ । କେବଳ ଏତିକି ନୁହେଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଗସ୍ତ ଭଣ୍ଡୁର ଲାଗି ବି କରିଛନ୍ତି ଉଦ୍ୟମ । ଲଣ୍ଡନଗସ୍ତରେ ଥିବା ଜୟଶଙ୍କର ଉଚ୍ଚସ୍ତରୀୟ ଆଲୋଚନା ସାରି ଚେଟମ ହାଉସରୁ ବାହାରିବା ମାତ୍ରେ ଖଲିସ୍ତାନୀ ସମର୍ଥକ ନାରାବାଜି କରିବା ସହ ତାଙ୍କୁ ବିରୋଧ କରିଥିଲେ । ଭାରତୀୟ ପତାକାକୁ ସେମାନେ ଅସମ୍ମାନ ପ୍ରଦର୍ଶନ କରିବା ସହ ଚିରିଦେଇଥିଲେ । ଏହା ସହ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର୍ ଆଡକୁ ମାଡିଆସିଥିଲା । ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ତାକୁ ଅଟକ ରଖିଛି । ଚେଟମ ହାଉସରେ ଆଲୋଚନା ଚାଲିଥିବାବେଳେ ବି ଆନ୍ଦୋଳନରତ ଖଲିସ୍ତାନୀ ସମର୍ଥକମାନେ ବି ଖଲିସ୍ତାନ ସପକ୍ଷବାଦୀ ନାରାବାଜି କରିବା ଦେଖାଯାଇଥିଲା । ମାର୍ଚ୍ଚ ୪ରୁ ମାର୍ଚ୍ଚ ୯ ଯାଏ ବ୍ରିଟେନ ଗସ୍ତରେ ଅଛନ୍ତି ଜୟଶଙ୍କର । ଜୟଶଙ୍କର ଓ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡାଭିଡ ଲାମିଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ସହଯୋଗ, କୌଶଳଗତ ସମନ୍ବୟ, ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହା ସହ ବାଣିଜ୍ୟ, ଶିକ୍ଷା, ପ୍ରଯୁକ୍ତି ଓ ବୈଷୟିକ ସହଯୋଗ ସମ୍ପର୍କରେ ବି ଦୁଇ ନେତା ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ଯରେ ପାକିସ୍ତାନ ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି ।