spot_img
Home Blog Page 1017

ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା, କ୍ୟାବିନେଟ ବିସ୍ତାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିରେ ହଲଚଲ। ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା।କ୍ଯାବିନେଟ ବିସ୍ତାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଅପରାହ୍ନ ୪ଟାରେ ହୋଇପାରେ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା। ୭ ନୂଆ ମୁହଁଙ୍କୁ ମିଳିପାରେ ମନ୍ତ୍ରୀପଦ। ବିଜେପିରୁ ହୋଇପାରନ୍ତି ଅଧିକ ମନ୍ତ୍ରୀ। ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନୂଆ ରଣନୀତି ବୋଲି କୁହାଯାଉଛି।

ବିଜେପିରୁ ଜୀବେଶ ମିଶ୍ରା, ରାଜୁ ସିଂହ, ସଂଜୟ ସରାବଗୀ, କୃଷ୍ଣ କୁମାର ମଣ୍ଟୁ ଏବଂ ବିଜୟ ମଣ୍ଡଳ ମନ୍ତ୍ରୀ ହୋଇପାରନ୍ତି। ସେହିପରି ୨ ମନ୍ତ୍ରୀପଦ ସହଯୋଗୀ ଦଳକୁ ମିଳିପାରେ। ତେବେ ବିଧିବଦ୍ଧ ଭାବେ ଏହା ଏନଡିଏ ମେଣ୍ଟ ପକ୍ଷରୁ ଘୋଷଣା କରାଯାଇନାହିଁ। ବିହାରରେ ମୋଟ ୩୬ ଜଣ ମନ୍ତ୍ରୀ ହୋଇପାରନ୍ତି। ବିହାର ମନ୍ତ୍ରିମଣ୍ଡଳରେ ଏବେ ୩୦ ଜଣ ମନ୍ତ୍ରୀ ଅଛନ୍ତି। ଯେଉଁଥିରେ ବିଜେପିରୁ ୧୫, ଜେଡିୟୁର ୧୩, ହିନ୍ଦୁସ୍ତାନୀ ମୋର୍ଚ୍ଚାର ଜଣେ ଏବଂ ଜଣେ ସ୍ଵାଧୀନ ବିଧାୟକ ମନ୍ତ୍ରୀ ଅଛନ୍ତି। ଆଉ ୬ ଜଣ ସାମିଲ ହୋଇପାରନ୍ତି।

ତେବେ ବିଜେପିରୁ କୋଟାରୁ ମନ୍ତ୍ରୀ ଥିବା ଦିଲୀପ କୁମାର ଜୈସୱାଲ ମନ୍ତ୍ରୀପଦରୁ ଇସ୍ତଫା ଦେଇପାରନ୍ତି। ଏଭଳି ସ୍ଥିତିରେ ୭ ବିଧାୟକ ମନ୍ତ୍ରୀ ହୋଇପାରନ୍ତି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଆଲୋଚନା ପରେ ନୂଆମନ୍ତ୍ରି ନେଇ ସହମତି ହୋଇଥିବା ଶୁଣିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ଜାତୀୟ ସମୀକରଣ ପ୍ରସ୍ତୁତ କରିବାକୁ ଉଦ୍ୟମ କରାଯାଉଛି। ସେଥିଲାଗି ସବୁ ବର୍ଗରୁ ସଦସ୍ୟଙ୍କୁ ମନ୍ତ୍ରିପଦ ଦେବାକୁ ଉଦ୍ୟମ କରାଯାଇଛି। ଏହା ପୂର୍ବରୁ ଅନେକ ଥର କ୍ଯାବିନେଟ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରିନଥିଲା।

ସରକାରଙ୍କ ସିବିଏସଇ ଦଶମ ପରୀକ୍ଷା ନୀତିକୁ ନେଇ ଦ୍ବନ୍ଦ୍ବ, ବର୍ଷିଲା ଓଡ଼ିଶା ଅଭିଭାବକ ସଂଘ

ନନ୍ଦିଘୋଷ ବ୍ୟୁରୋ : ସରକାରଙ୍କ ସିବିଏସଇ ପରୀକ୍ଷା ନୀତିକୁ ନେଇ ବର୍ଷିଲା ଓଡ଼ିଶା ଅଭିଭାବକ ସଂଘ । ସରକାର ଦୁଇ ପ୍ରକାର କଥା କହି ପାରିବେ ନାହିଁ । ପ୍ରଥମେ ଜାତୀୟ ଶିକ୍ଷା ନୀତି ୨୦୨୦ରେ କହିଲେ ବୋର୍ଡ ପରୀକ୍ଷା ଦ୍ୱାଦଶ ଶ୍ରେଣୀରେ ହେବ । ଏବେ କହୁଛନ୍ତି ଦଶମ ବୋର୍ଡକୁ ଫୋକସ କରି ଦୁଇ ଥର ପରୀକ୍ଷା ହେବ । ଏହାର ଅର୍ଥ କଣ ବୋଲି ପଚାରିଛି ଓଡ଼ିଶା ଅଭିଭାବକ ସଂଘ । ଏହା ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଆଗରୁ ପିଲାମାନେ ୧୦ ମାସ ପଢି ମାର୍ଚ୍ଚ ସୁଦ୍ଧା ପରୀକ୍ଷା ଦେଇ ମାସେ ନିଜ ପ୍ରତିଭାର ବିକାଶ କରୁଥିଲେ । ହେଲେ ଏବେ ସେ ସମୟ ମିଳିବ ନାହିଁ । କାରଣ ଫେବୃଆରୀ ଓ ମାର୍ଚ୍ଚରେ ଦଶମ ବୋର୍ଡ ପରୀକ୍ଷା ହେବ । ଏହା ପିଲାଙ୍କୁ ଆହୁରି ଚାପଗ୍ରସ୍ତ କରିବ । ସରକାର ନିଜ କଥାକୁ ନିଜେ ହିଁ ବିଭ୍ରାନ୍ତି କରୁଛନ୍ତି ବୋଲି ଅଭିଯୋଗ କରିଛି ଅଭିଭାବକ ସଂଘ । ସେହିପରି ସରକାରଙ୍କୁ ଘେରିଛି ଶିକ୍ଷା ଆନ୍ଦୋଳନର ଯୁଗ୍ମ ଫୋରମ । ସେମାନଙ୍କ ଅଭିଯୋଗ ହେଲା ସରକାରଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ।

ଦୁଇ ଥର ଦଶମ ବୋର୍ଡ ପରୀକ୍ଷା ନିଷ୍ପତ୍ତି ସରକାରଙ୍କ ଅସ୍ଥିରତାକୁ ସୂଚାଉଛି । ପ୍ରଥମେ କହିଲେ ଦ୍ୱାଦଶରେ ହେବ ବୋର୍ଡ । ଏବେ କହୁଛନ୍ତି CBSE ଦଶମରେ ଦୁଇ ଥର ବୋର୍ଡ ପରୀକ୍ଷା କରିବ । ଏହାଦ୍ବାରା ପିଲା ଚାପରେ ରହିବେ । କାରଣ ଦୁଇ ଥର ପରୀକ୍ଷାରେ ଫେଲ ହେଲେ ଜୁଲାଇରେ ଆଉ ଥରେ ପରୀକ୍ଷା ହେବ । ଏପରି ହେଲେ ଶିକ୍ଷା ବ୍ୟବସାୟ ପାଲଟିଯିବ । ବାରମ୍ବାର ଫର୍ମ ଫିଲ ଅପରେ ଟଙ୍କା ଖର୍ଚ୍ଚ ହେବାକୁ ପଡିବ । ସରକାରଙ୍କ ଏହା ଏକ ବ୍ୟୟ ବହୁଳ ନିଷ୍ପତ୍ତି ବୋଲି କହିଛି ଶିକ୍ଷା ଆନ୍ଦୋଳନର ଯୁଗ୍ମ ଫୋରମ ସଂଗଠନ ।

ଅଳ୍ପକେ ଟଳିଗଲା ବଡ଼ ବିମାନ ଦୁର୍ଘଟଣା ; ରନୱେରେ ଚାଲିଆସିଲା ଆଉ ଏକ ଛୋଟ୍ ଜେଟ୍

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଟଳିଗଲା ବଡ଼ ବିମାନ ଦୁର୍ଘଟଣା। ଶିକାଗୋ ଏୟାରପୋର୍ଟରେ ଅବତରଣବେଳେ ପୁଣି ଟେକଅଫ୍ କଲା ସାଉଥୱେଷ୍ଟ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ। ବିମାନ ଅବତରଣ କରିବା ସମୟରେ ରନୱେରେ ଆଉ ଏକ ବିମାନ ଚାଲିଆସିଥିଲା। ଏହା ଦେଖି ତୁରନ୍ତ ପୁଣି ଉପରକୁ ଉଠିଥିଲା ଯାତ୍ରୀବାହୀ ବିମାନ। ଯାତ୍ରୀବାହୀ ବିମାନର ଲ୍ଯାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇ ଚକ ରନୱେକୁ ଛୁଇଁଥିବାବେଳେ ପୁଣି ବିମାନକୁ ଉପରକୁ ଉଠାଇବାକୁ ବାଧ୍ୟ ହୋଇଥିଲେ ପାଇଲଟ। ଯାତ୍ରୀବାହୀ ବିମାନର ପାଇଲଟଙ୍କ ବୁଦ୍ଧିମତାରୁ ଏକ ବଡ଼ ଦୁର୍ଘଟମାକୁ ରୋକାଯାଇପାରିଛି । ଯାତ୍ରୀବାହୀ ବିମାନ ଅବତରଣ ନକରି ପୁଣି ଟେକଅଫ୍ କରିବାକୁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ ।

ତେବେ କିଛି ସମୟ ପରେ ପୁଣି ବିମାନ ସୁରକ୍ଷିତ ଲ୍ଯାଣ୍ଡିଂ କରିଥିଲା। ଏୟାରଲାଇନ୍ସ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି।ପାଇଲଟ ଚାଳକ ଏସଓପି ଠିକ ଭାବେ ପାଳନ କରିଥିବା କହିଛନ୍ତି କର୍ତ୍ତୃପକ୍ଷ।ବିନା କୌଣସି କ୍ଷତିରେ ବିମାନ ସୁରକ୍ଷିତ ବିମାନବନ୍ଦରରେ ଓହ୍ଲାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ଭିଡିଓ। ନିକଟେର ଆମେରିକାରରେ ବିମାନ ଦୁର୍ଘଟଣା ବଢିବାରେ ଲାଗିଛି। ନିକଟରେ ଉତ୍ତର ଆମେରିକାରେ ୫ଟି ବିମାନ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗତ ୬ ଫେବୃଆରୀରେ ଆଲାସ୍କା କମ୍ୟୁଟର ପ୍ଲେନ କ୍ରାସ ହୋଇଖଥିଲା। ଯେଉଁଥିରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ୨୬ ଜାନୁଆରୀରେ ୱାସିଂଟନର ରୋନାଲ୍ଡ ରିଗନ ନ୍ୟାସନାଲ ଏୟାରପୋର୍ଟରେ ଏକ ଆର୍ମି ହେଲିକପ୍ଟର ସହ ଆମେରିକାନ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ଦେଇଥିଲା। ଏଥିରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୩୧ ଜାନୁଆରୀରେ ମେଡିକାଲ ଟ୍ରାନ୍ସପୋର୍ଟ ଜେଟ୍ ଫିଲେଡେଲଫିଆ ନିକଟରେ କ୍ରାସ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ ଜଣ ଆହତ ହୋଇଥିଲେ।୧୯ ଫେବୃଆରୀରେ ଏରିଜୋନା ବିମାନବନ୍ଦରରେ ଦୁଇ ଛୋଟ ବିମାନ ମଧ୍ୟରେ ଆକାଶରେ ଧକ୍କା ହୋଇଥିଲା। ଏଥିରେ କାନାଡାରେ ମଧ୍ୟ ଘଟିଥିଲା ବିମାନ ଦୁର୍ଘଟଣା। ଡେଲଟା ଫ୍ଲାଇଟ୍ ଟୋରୋଣ୍ଟୋର ପିଅରସନ୍ ବିମାନବନ୍ଦରରେ କ୍ରାସ ହୋଇଯାଇଥିଲା। ଯେଉଥିରେ ୨୧ ଜଣ ଆହତ ହୋଇଥିଲେ। ବିମାନ ସମ୍ପୂର୍ଣ୍ଣ ଓଲଟି ପଡିଥିଲା। ଅବତରଣ ସମୟରେ ଏଥିରେ ନିାଆଁ ଲାଗିଯାଇଥିଲା

ଫିଲ୍ମ ‘ଛାବା’କୁ ନେଇ ବିବାଦ, ୧୦୦ କୋଟି ଟଙ୍କାର ମାନହାନୀ ମାମଲା ପାଇଁ ଧମକ

ନନ୍ଦିଘୋଷ ବ୍ୟୁରୋ :  ଭିକି କୌଶଲଙ୍କ ଫିଲ୍ମ ‘ଛାବା’କୁ ନେଇ ସିନେମା ହଲରେ ହଇଚଇ ସୃଷ୍ଟଣି କରିଛି । ହେଲେ ଏବେ ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ଛତ୍ରପତି ସମ୍ଭାଜୀ ମହାରାଜାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଭୁଲ ଇତିହାସ ଦେଖାଯାଇଥିବା ନେଇ ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଅନେକ ଗୋଷ୍ଠୀ ଏନେଇ ଫିଲ୍ମକୁ ବିରୋଧ କରିଛନ୍ତି । ଏହି ବିବାଦ ଏତେ ବୃଦ୍ଧି ପାଇଛି ଯେ, ଛାବା ବିରୋଧରେ ୧୦୦କୋଟି ଟଙ୍କାର ମାନହାନି ମକଦ୍ଦମା କରିବାକୁ ଧମକ ମଧ୍ୟ ଦିଆଯାଇଛି । ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ମଧ୍ୟ କ୍ଷମା ମାଗିଛନ୍ତି ।

ଫିଲ୍ମରେ କ’ଣ ରହିଛି ଭୁଲ ?

ଭିକି କୌଶଲଙ୍କ ଫିଲ୍ମ  ଛାବା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ, ଯିଏ ତାଙ୍କ ପତି ଛତ୍ରପତି ଶିବାଜୀଙ୍କ ମୃତ୍ୟୁ ପରେ ମରାଠା ସାମ୍ରାଜ୍ୟ ସମ୍ଭାଳିଥିଲେ । ସେ ୧୬୮୧ରୁ ୧୬୮୯ ପର୍ଯ୍ୟନ୍ତ ମରାଠାମାନଙ୍କ ନେତୃତ୍ୱ ନେଇଥିଲେ ଏବଂ ଏହି ସମୟରେ ସେ ଅନେକ ଯୁଦ୍ଧ ମଧ୍ୟ କରିଥିଲେ । ଫିଲ୍ମରେ ଗାନୋଜି ଏବଂ କାନହୋଜି ନାମକ ଦୁଇଟି ଚରିତ୍ରକୁ ସମ୍ଭାଜୀ ମହାରାଜଙ୍କୁ ବିଶ୍ୱାସଘାତକତା କରୁଥିବା ଏବଂ ଔରଙ୍ଗଜେବଙ୍କ ସହ ହାତ ମେଳାଉଥିବା ଦେଖାଯାଇଛି । ଏହାକୁ ନେଇ ମରାଠା ଯୋଦ୍ଧା ଗାଣେଜି ଶିର୍କେ ଲବଂ କାନଜୋହି ଶିର୍କେଙ୍କ ବଂଶଧରମାନେ ବିରୋଧ କରିଛନ୍ତି ଏବଂ ଏହା ଇତିହାସକୁ ଭୁଲ ଭାବେ ଉପସ୍ଥାପନା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାଛଡା  ମହାରାଷ୍ଟ୍ରର ଅନେକ ଗୋଷ୍ଠୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶକ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ, ଫିଲ୍ମର ଚରିତ୍ରରେ କେବଳ ଜାନୋଜୀ ଏବଂ କାନହୋଜୀଙ୍କ ନାମ ଉଲ୍ଲେଖ କରିଛୁ । ଏଥିରେ ସେମାନଙ୍କ ଗାଁ ନାମ ବିଷୟରେ କୌଣସି ତଥ୍ୟ ଦେଖାଯାଇ ନାହିଁ । ଆମେ କୌଣସି ପରିବାରଙ୍କୁ ଆଘାତ ଦେବାକୁ ଚାହୁଁନାହୁଁ । ଯଦି ଫିଲ୍ମରେ କିଛି ଘଟଣା କାହାକୁ ଆଘାତ ଦେଇଛି, ତେବେ ମୁଁ ଏଥିପାଇଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି ।

ବିଏସଏଫ୍ ବାହିନୀଙ୍କୁ ବଡ଼ ସଫଳତା, ପଠାନକୋଟରେ ଅନୁପ୍ରବେଶକାରୀକୁ କଲେ ନିପାତ

ନନ୍ଦିଘୋଷ ବ୍ୟୁରୋ : ସୀମାରେ ସୁରକ୍ଷା ବାହିନୀଙ୍କର ବଡ଼ ସଫଳତା । ପଠାନକୋଟର ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ଜଣେ ଅନୁପ୍ରବେଶକାରୀକୁ ନିପାତ କରିଛନ୍ତି ବିଏସଏଫ ଯବାନ। ସୂଚନା ମୁତାବକ, ବୁଧବାର ସକାଳେ ଜଣେ ବ୍ୟକ୍ତି ପଠାନକୋଟ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ବିଏସଏଫ ଯବାନମାନେ ତାକୁ ଚେତାବନୀ ଦେଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ଆଗକୁ ବଢିଥିଲା। ଏହି ପରିସ୍ଥିତିରେ ବିପଦ ଆଶଙ୍କା କରି ଯବାନମାନେ ଅନୁପ୍ରବେଶକାରୀ ଉପରକୁ ଗୁଳି ଚଳାଇ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି  ।

 

ମହାକୁମ୍ଭରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା, ଜେଏମଏମର ସାଂସଦ ମହୁଆ ମାଜି ଗୁରୁତର ଆହତ

ନନ୍ଦିଘୋଷ ବ୍ୟୁରୋ : ମହାକୁମ୍ଭରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସାଂସଦ ମହୁଆ ମାଜି ଗୁରୁତର ଆହତ । ଏହି ଦୁର୍ଘଟଣାରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ତାଙ୍କ କାର ପାର୍କିଂରେ ଥିବା ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା  , ଯାହା ଫଳରେ ଗାଡିଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଛି । ଏବେ ତାଙ୍କୁଗୁରୁତର ଅବସ୍ଥାରେ ରାଞ୍ଚିର RIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଜେଏମଏମ୍ ସାଂସଦ ମହୁଆ ମାଜି ମହାକୁମ୍ଭରୁ ବୁଡ଼ପକାଇ ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ବୁଧବାର ଭୋର ୪ଟାରେ ଘଟିଛି । ତାଙ୍କ ସହ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ସାଙ୍ଗରେ ଥିଲେ । ଜାତୀୟ ରାଜପଥ-୩୯ର ଲାଟେହାରର ହୋଟୱାଗ୍ ଗାଁ ନିକଟରେ ରାସ୍ତା କଡ଼ରେ ଥିବା ଏକ ଟ୍ରକକୁ ପଛପଟୁ ଆସି ଧକ୍କା ଦେଇଥିଲା ମହୁଆଙ୍କ କାର୍ । ଦୁର୍ଘଟଣାରେ ଗାଡ଼ିଟିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହୁଆ ମାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା, ପରେ ତାଙ୍କୁ ରାଞ୍ଚି RIMSକୁ ପଠାଯାଇଛି। ତାଙ୍କ ହାତରେ ଥିବା ଫ୍ରାକ୍ଚରର ଚିତ୍ର ସାମ୍ନାକୁ ଆସିଛି।

ରୁଷ ଓ ୟୁକ୍ରେନ ମଧ୍ଯରେ ପ୍ରତିଷ୍ଠା ହୋଇପାରେ ଶାନ୍ତି !

ନନ୍ଦିଘୋଷ ବ୍ୟୁରୋ : ରୁଷ ଓ ୟୁକ୍ରେନ ମଧ୍ଯରେ ପ୍ରତିଷ୍ଠା ହୋଇପାରେ ଶାନ୍ତି। ଯୁଦ୍ଧର ଅନ୍ତ ଘଟାଇବା ଲାଗି ହସ୍ତକ୍ଷେପ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଡଲଡ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ ମାକ୍ରନ। ଖୁବ୍ କମ୍ ଦିନ ମଧ୍ଯରେ ଅସ୍ତ୍ରବିରତି ରାଜିନାମା ସ୍ବା୍କ୍ଷର ହେବ ବୋଲି ଆଶା କରିଛନ୍ତି ମାକ୍ରନ। ସମଗ୍ର ୟୁରୋପରୁ ପ୍ରତିନିଧିତ୍ବ କରୁଥିବା ମାକ୍ରନଙ୍କ ଏହି ବୟାନ ଶାନ୍ତି ପ୍ରତିଷ୍ଠା ଲାଗି ଖୋରାକ ଯୋଗାଇଛି। ଗତ ସପ୍ତାହରେ ସାଉଦିଆରବରେ ୟୁକ୍ରେନ ପ୍ରସଙ୍ଗ ନେଇ ରୁଷ ଓ ଆମେରିକା ମଧ୍ଯରେ ଆଲୋଚନା ହୋଇଥିଲା। ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିଲେ ଆମେରିକାର ଉଦ୍ଯମ କ୍ରମେ ୩ ବର୍ଷ ଧରି ଚାଲିଆସିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟିବା ଲାଗି ପ୍ରୟାସ କରାଯାଉଛି।

ମହାଶିବରାତ୍ରିରେ ଉଜାଗର କାହିଁକି ରୁହନ୍ତି, କ’ଣ ରହିଛି ଏହା ପଛର ବୈଜ୍ଞାନିକ କାରଣ?

ଭୋଲେନାଥଙ୍କ ଅଗଣିତ ଭକ୍ତମାନଙ୍କର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ମହାଶିବରାତ୍ରି ଦିନ ପ୍ରଭୁ ଶିବଙ୍କୁ ସମର୍ପିତ କରାଯାଇଥାଏ । ମହାଶିବରାତ୍ରିରେ ଉଜାଗର ରହି ମହାଦେବଙ୍କୁ ଆରାଧନା କରୁଥିବା ଭକ୍ତମାନଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ । ଭଗବାନଙ୍କ ଶିବଙ୍କ ମହାନ ପର୍ବ ମହାଶିବରାତ୍ରିକୁ ନେଇ ପୁରାଣରେ ଅନେକ ତଥ୍ୟ ରହିଛି । ସେହିପରି ମହାଶିବରାତ୍ରିରେ ଉଜାଗର କାହିଁକି ରୁହନ୍ତି ତା’ ପଛର ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ମହାଶିବରାତ୍ରିର ଶାବ୍ଦିକ ଅର୍ଥ ହେଉଛି ’ଶିବଙ୍କ ମହାନ ରାତି’ । ଧାର୍ମିକ ମାନ୍ୟତା ମୁତାବକ, ମହାଶିବରାତ୍ରି ବ୍ରତ କରୁଥିବା କୁଆଁରୀ ଯୁବତୀଙ୍କୁ ସେମାନଙ୍କର ମନ ପସନ୍ଦର ବର ପ୍ରାପ୍ତ ହୋଇଥାଏ । ସେହିପରି ବିବାହିତା ମହିଳାମାନଙ୍କୁ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ମହାଶିବରାତ୍ରିର ରାତିରେ ଉଜାଗର ରହିବାକୁ ନେଇ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି । ଚଳିତ ବର୍ଷ ଫେବୃଆରୀ ୨୬ରେ ମହାଶିବରାତ୍ରି ଉତ୍ସବ ପାଳନ ହେଉଛି । ଏହି ଦିନ ଭକ୍ତି ଭାବରେ ଭଗବାନ ଶିବଙ୍କ ପୂଜା କଲେ ସେ ଭକ୍ତଙ୍କ ଉପରେ ବେଶ ପ୍ରସନ୍ନ ହୋଇଥାନ୍ତି ଓ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।

ମହାଶିବରାତ୍ରିର ରାତିକୁ ନେଇ କିଛି ଧାର୍ମିକ ମହତ୍ତ୍ବ ରହିଛି । ଏହି ଦିନ ଭୋଲେନାଥ ବୈରାଗ୍ୟ ଜୀବନ ଛାଡ଼ି ମା’ ପାର୍ବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦିନ ମାତା ପାର୍ବତୀ ଓ ଭୋଲେନାଥ ରାତିରେ ଭ୍ରମଣରେ ବାହାରିଥାନ୍ତି । ଏପରି ସ୍ଥିତିରେ ଯେଉଁମାନେ ରାତିରେ ଉଜାଗର ରହି ମହାଦେବଙ୍କ ଆରାଧନା କରିଥାନ୍ତି, ସେମାନଙ୍କର ସବୁ ଦୁଃଖ ହରଣ ହୋଇଥାଏ ଓ ସେମାନଙ୍କ ଜୀବନରେ ଖୁସିର ଆଗମନ ହୋଇଥାଏ ।

ସେହିପରି ମହାଶିବରାତ୍ରିର ରାତିକୁ ନେଇ ବୈଜ୍ଞାନିକ ମହତ୍ତ୍ବ ମଧ୍ୟ ରହିଛି । ମହାଶିବରାତ୍ରିର ରାତିରେ ବ୍ରହ୍ମାଣ୍ଡରେ ଗ୍ରହ ଓ ନକ୍ଷତ୍ରମାନଙ୍କ ଏପରି ସ୍ଥିତି ହୋଇଥାଏ ଯେ, ସେମାନଙ୍କ ଠାରୁ ଏକ ଖାସ୍ ଉର୍ଜାର ପ୍ରବାହ ହୋଇଥାଏ । ଏହି ରାତିରେ ଉତ୍ତର ଗୋଲାର୍ଦ୍ଧ ଏପରି ଅବସ୍ଥାରେ ରହିଥାଏ ଯେ, ମଣିଷର ଅନ୍ତରର ଶକ୍ତି ପ୍ରାକୃତିକ ଭାବେ ଉପର ଆଡ଼କୁ ଯିବାରେ ଲାଗିଥାଏ । ମାନ୍ୟତା ଅଛି ଯେ, ପ୍ରକୃତି ସ୍ବୟଂ ମମଣିଷକୁ ତା’ର ଆଧ୍ମାତ୍ମିକ ଶିଖର ପର୍ଯ୍ୟନ୍ତ ନେବାରେ ସହାୟକ ହୋଇଥାଏ । ଏଥିପାଇଁ ମହାଶିବରାତ୍ରିର ରାତିରେ ଉଜାଗର ରହି ମେରୁଦଣ୍ଡର ହଡ଼କୁ ସିଧା କରି ଧ୍ୟାନମୁଦ୍ରାରେ ବସିବାକୁ କୁହାଯାଇଥାଏ ।

କ’ଣ ରହିଛି ମହାଶିବରାତ୍ରିର ପୂଜା ବିଧି

  • ମହାଶିବରାତ୍ରି ଦିନ ସକାଳ ଶୀଘ୍ର ଉଠି ସ୍ନାନ କରି ଶୁଭ ମୁହୂର୍ତ୍ତରେ ପୂଜା କରନ୍ତୁ । ଏହି ଦିନ ରାତିର ଚତୁର୍ଥ ପ୍ରହରରେ ପୂଜା କରାଯାଇଥାଏ । ମାତ୍ର ନିଶିତା ମୁହୂର୍ତ୍ତରେ ପୂଜା କରିବା ସବୁଠାରୁ ଶୁଭ ହୋଇଥାଏ ।
  • ପାଇଁ ପାଇଁ ସଫା କପଡ଼ା ପିନ୍ଧନ୍ତୁ ଓ ଶିବ-ପାର୍ବତୀଙ୍କ ଧ୍ୟାନ କରନ୍ତୁ । ଏକ ସଫା ସ୍ଥାନରେ ଚୌକି ରଖନ୍ତୁ ଓ ଧଳା କପଡ଼ା ବିଛାଇ ଦିଅନ୍ତୁ ।
  • ଚୌକି ଉପରେ ଶିବ ପାର୍ବତୀଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଆପଣମାନେ ମନ୍ଦିରକୁ ଯାଇ ମଧ୍ୟ ଶିବଲିଙ୍ଗର ପୂଜା କରିପାରିବେ । ସର୍ବପ୍ରଥମେ ଶିବଲିଙ୍ଗରେ ଗଙ୍ଗାଜଳ, କଞ୍ଚା କ୍ଷୀର, ଆଖୁରସ, ଦହି ଆଦି ଅଭିଷେକ କରନ୍ତୁ । ତା’ପରେ ଘିଅରେ ଦୀପ ଜଳାଇ ବିଧି-ବିଧାନ ଅନୁସାରେ ଶିବଜୀ ଓ ମା’ ପାର୍ବତୀଙ୍କ ପୂଜା କରନ୍ତୁ ।
  • ଶିବଙ୍କୁ ଚନ୍ଦନର ଟିକା ଲଗାନ୍ତୁ ଓ ତାଙ୍କୁ ବେଲପତ୍ର, ଭାଙ୍ଗ, ଫୁଲ, ମିଷ୍ଟାନ୍ନ ଆଦି ସାମଗ୍ରୀ ଅର୍ପଣ କରନ୍ତୁ । ମାତା ପାର୍ବତୀଙ୍କୁ ମଧ୍ୟ ସିନ୍ଦୁର ଲଗାନ୍ତୁ ଓ ପୂଜା କରନ୍ତୁ । ଏଥିସହିତ ମାତାଙ୍କୁ ସୁହାଗର ସାମଗ୍ରୀର ମଧ୍ୟ ଅର୍ପିତ କରନ୍ତୁ ।
  • -ଏବେ ଭଗବନାଙ୍କୁ ଭୋଗ ଲଗାନ୍ତୁ ଓ ତା’ପରେ ଶିବଜୀଙ୍କ ଆରତୀ କରନ୍ତୁ । ଏହି ଦିନ ଶିବଜୀଙ୍କ ପ୍ରିୟ ମନ୍ତ୍ରକୁ ଜପ କରିବାକୁ ଭୁଲନ୍ତୁ ନାହିଁ ।

ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁ ଆହତ ସାଙ୍ଗକୁ ଦଳାଚକଟା ସ୍ଥିତି ; ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର : ପଦାରେ ପଡିଲା ପ୍ରଶାସନର ପାରିବା ପଣିଆ। ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଠେଲାପେଲା। ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଠେଲାପେଲା ପରିସ୍ଥିତି। ଠେଲାପେଲାରେ କିଛି ଭକ୍ତ ଆହତ ହୋଇଛନ୍ତି । ମନ୍ଦିର ଦକ୍ଷିଣ ଘର ନିକଟରେ ଠେଲାପେଲା ହୋଇଥିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ସାଧାରଣ ଭକ୍ତ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ରହିଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଠେଲାପେଲାରେ କିଛି ଶିଶୁ ବି ଫସିଥିବା ସୂଚନା ମିଳିଛି। ମନ୍ଦିରରେ ଭିଆଇପି ପାସ୍ ନାମରେ ବାହାର ଲୋକଙ୍କୁ ସୁଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଗୋଟିଏ ହୋଇଯାଇଥିବା ଦେଖାଯାଇଛି। ଅବ୍ୟବସ୍ଥା ଯୋଗୁ ବରିଷ୍ଠ ନାଗରିକମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ପ୍ରଭୁଙ୍କ ଦର୍ଶନ ଲାଗି ଲିଙ୍ଗରାଜ ପୀଠରେ ପରିଲକ୍ଷିତ ହୋଇଛି ଗହଳି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରିବା ପରେ ହୋଇଛି ସାହାଣମେଲା ଦର୍ଶନ। ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ସେବାୟତ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।

କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ପିଟିପିଟି ହତ୍ୟା

ଚାନ୍ଦବାଲି : ଦିନକୁ ଦିନ ବଢିଚାଲିଛି କୋଇଲା ମାଫିଆଙ୍କ ଦୌରାତ୍ମ୍ୟ। ଚୋରା କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ପିଟିପିଟି ହତ୍ୟା। ଏଭଳି ଏକ ଘଟଣା ଦେକିବାକୁ ମିଳିଛି ଚାନ୍ଦବାଲି ତିହିଡି ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ। ଛତ୍ରପଦା ଗ୍ରାମରେ ଅବନୀ ନାୟକ ନାମକ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ନିକଟସ୍ଥ ଧାମରା ରେଳପଥରୁ କୋଇଲା ଚୋରୀକୁ ବିରୋଧ କରୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ୧୦ରୁ ଉର୍ଦ୍ଧ୍ବ କୋଇଲା ବୋଝେଇ ପିକପ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିଲା , ଯାହାକୁ ସେ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ କୋଇଲା ମାଫିଆଙ୍କ ସହ ଅବନୀଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଅବନି ନିଜକୁ ବଞ୍ଚାଇବାକୁ ଯାଇ କୋଇଲା ମାଫିଆଙ୍କୁ ଆକ୍ରମଣ କରିଥିଲେ । ଶେଷରେ ଛଅ ରୁ ସାତ ଜଣ କୋଇଲା ମାଫିଆ ମିଶି ତାଙ୍କୁ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଅବନୀଙ୍କର ମୃତ୍ୟୁ ହୋଇଥିଲା।