spot_img
Home Blog Page 1007

ସରକାରୀ ଅର୍ଥ ହଡପ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ: ସରକାରୀ ଅର୍ଥ ହଡପ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ୪ ବର୍ଷ ଜେଲ । ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଣେ ଅଭିଯୁକ୍ତଙ୍କୁ ୪ ବର୍ଷ ସଶ୍ରମ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଦୋଷୀକୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତର କାନ୍ଦ୍ରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର କହଁର । ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସିଥିଲା । ଅଭିଯୁକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ଏହି ରାୟ ଶୁଣାଇଛନ୍ତି । ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପୁରନ୍ଦର ଦେହୁରୀ ଓ ସାରସ୍ବତ ମଲିକଙ୍କୁ ଅଦାଲତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ହୋଲି ପୂର୍ବରୁ ଝଟକା: ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

ହୋଲି ପୂର୍ବରୁ ତୈଳ କମ୍ପାନୀମାନେ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ପହିଲାରୁ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି କରାଯାଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମରେ ୬ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ୧୪.୨ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ବୃଦ୍ଧି ଘଟିନାହିଁ । ଏହାର ଦାମ୍ ସ୍ଥିର ରହିଛି । ଏହାର ଅର୍ଥ ହେଉଛି ଏହି ବୃଦ୍ଧି ଫଳରେ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ ।

ଗତ ମାସରେ ବଜେଟ ଦିନରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମରେ ୭ ଟଙ୍କା ହ୍ରାସ ଘଟିଥିଲା, ଏବେ ଚଳିତ ମାସରେ ୬ ଟଙ୍କା ବୃଦ୍ଧି ହୋଇଛି । IOCLର ଓ୍ବେବସାଇଟ ଅନୁସାରେ, ଦିଲ୍ଲୀରେ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡରର ଦାମ ଏବେ ୧୮୦୩ ଟଙ୍କା ହୋଇଯାଇଛି । ଏହା ଫେବୃଆରୀରେ ୧୭୯୭ ଓ ଜାନୁଆରୀରେ ୧୮୦୪ ଟଙ୍କା ରହିଥିଲା । ମୁମ୍ବାଇରେ କମର୍ସିଆଲ ସିଲିଣ୍ଡରର ପ୍ରାଇସ ୧୭୫୫.୫୦ ଟଙ୍କା ହୋଇଯାଇଛି । ଫେବୃଆରୀରେ ଏହା ୧୭୪୯.୫୦ ଟଙ୍କା ରହିଥିଲା ଓ ଜାନୁଆରୀରେ ଏହାର ଦାମ୍ ୧୭୫୬ ଟଙ୍କା ଥିଲା । ଏପରି ଭାବେ ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ୧୯୧୩ ଟଙ୍କାରେ ପହଞ୍ଚି ଯାଇଛି । ଫେବୃଆରୀରେ ଏହା ୧୯୦୭ ଟଙ୍କା ରହିଥିଲା ।

ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚି ପାରିବ କି ଆଫଗାନିସ୍ତାନ: କଣ ରହିଛି ସମୀକରଣ

ଅଷ୍ଟ୍ରେଲିଆ ୪ ଅଙ୍କ ପାଇବା ସହ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚି ଯାଇଛି । ଅନ୍ୟପକ୍ଷରେ ଆଫଗାନିସ୍ତାନ ୩ ଅଙ୍କ ପାଇବା ସହ ସେ ସେମିରେ ପହଞ୍ଚିବା ମୁସ୍କିଲ ହୋଇପଡ଼ିଛି । ତେବେ ଆଫଗାନିସ୍ତାନ ଟିମ୍ ପାଇଁ ସେମି ଖେଳିବାର କମ୍ ସମ୍ଭାବନା ରହିଛି । ଫେବୃଆରୀ ୨୮ରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ଟିମକୁ ବିଜୟ ପାଇଁ ୨୭୪ ରନ୍ ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ । ଉକ୍ତ ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆା ୧୨.୫ ଓଭରରେ ୧ ଓ୍ବିକେଟ ହରାଇ ୧୦୯ ରନ୍ ସଂଗ୍ରହ କରିଥିଲା । ତେବେ ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା ।

ମ୍ୟାଚ ବାତିଲ ହେବା କାରଣରୁ ଉଭୟ ଟିମଙ୍କୁ ୧-୧ ଅଙ୍କ ମିଳିଥିଲା । ଫଳରେ ଅଷ୍ଟ୍ରେଲିଆା ୪ ଅଙ୍କ ପାଇବା ସହ ସେମିରେ ପହଞ୍ଚି ଯାଇଥିଲା । ଅନ୍ୟପକ୍ଷରେ ୩ ଅଙ୍କ ପାଇଥିବା ଆଫଗାନିସ୍ତାନ ପାଇଁ ସେମିରେ ପହଞ୍ଚିବା ମୁସ୍କିଲ ହୋଇଯାଇଛି । ଆଜି ଖେଳାଯିବାକୁ ଥିବା ମ୍ୟାଚରେ ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ପରାସ୍ତ କରେ, ତେବେ ଭଲ ରନରେଟ ଆଧାରରେ ଦକ୍ଷିଣ ଆଫ୍ରିକା ସେମିରେ ପହଞ୍ଚିଯିବ । ଇଂଲଣ୍ଡ ଯଦି ବଡ଼ ବିଜୟ ହାସଲ କରେ, ତେବେ ଆଫଗାନିସ୍ତାନ ପାଇଁ ସମ୍ଭାବନା ସୃଷ୍ଟି ହୋଇପାରେ । ଏହାପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମିରେ ପହଞ୍ଚି ସାରିଛନ୍ତି । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପରେ କାହା ସହ କିଏ ସେମି ଖେଳିବ ତାହା ସ୍ପଷ୍ଟ ହୋଇଯିବ ।

ପୁଣି ହାତୀ ଆକ୍ରମଣରେ ଗଲା ଆଉ ଜଣଙ୍କ ଜୀବନ

ପୁଣି ହାତୀ ଆକ୍ରମଣରେ ଗଲା ଆଉ ଜଣଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ନୋମିରା ମୁଣ୍ଡା ସାହିରେ ଅଘଟଣ । ହାତୀ ଆକ୍ରମଣରେ ହରି ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ୧୮ ଟିକିଆ ହାତୀପଲ ନୋମିରା ଜଙ୍ଗଲରୁ ବାହାରି ମୁଣ୍ଡା ସାହିଦେଇ ଯିବା ସମୟରେ ଘଟିଛି ଏଭଳି ଅଘଟଣ । ହରି ମୁଣ୍ଡା ନିଜ ଘରୁ ବାହାରିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଦଳିଦେବା ସହ ଗୋଟିଏ ଘର ମଧ୍ୟ ଭାଙ୍ଗିଦେଇଥିଲା । ବନ କର୍ମଚାରୀ ପହଞ୍ଚି ବାମେବାରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।

ମାର୍ଚ୍ଚରୁ ମେ ଜଳିବ ଓଡିଶା: ସାରା ଓଡିଶାକୁ ଅରେଞ୍ଜ ମାର୍କ ଜାରିକଲା ଆଇଏମଡି

ଭୁବନେଶ୍ବର: ମାର୍ଚ୍ଚରୁ ମେ ଜଳିବ ଓଡିଶା । ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହିବ ପାରଦ । ଗ୍ରୀଷ୍ମପ୍ରବାହ ଦିନସଂଖ୍ୟା ସ୍ବାଭାବିକ ତୁଳନାରେ ଅଧିକ ଦିନ ରହିବ । ସାରା ଓଡିଶା କୁ ଅରେଞ୍ଜ ମାର୍କ ଜାରିକଲା ଆଇଏମଡି । ଗତ ବର୍ଷ ତୁଳନାରେ ଅଧିକ ତାତିବ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଡିଗ୍ରୀ ତାପାମତ୍ରା ସହ ସବୁଠୁ ଉତତ୍ପ ସହର ପାଲଟିଛି ଝାରସୁଗୁଡା । ସେହିଭଳି ପଛକୁ ରହିଛି ସୁନ୍ଦରଗଡ । ଏଠାରେ ୩୬.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବୌଦ୍ଧ 36.5°C , ବଲାଙ୍ଗୀରରେ 36.5°C, ଟିଟିଲାଗଡ଼ରେ 36.5°C ଓ ସମ୍ବଲପୁରରେ 36.4°C ରେକର୍ଡ କରାଯାଇଛି ।

ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କୁ ଝୁରୁଛି ଜନ୍ମମାଟି

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଲାଲବଜାରରୁ ସତ୍ୟନଗର ଶ୍ମଶାନ । କେହି କେବେ ଭାବିନଥିଲେ ୭୦ ଦଶକରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୪୮ ବର୍ଷ ଧରି ଲାଗି ରହିବ । କଲେଜ ରଙ୍ଗମଞ୍ଚରୁ ସିଲଭର ସ୍କ୍ରିନ ଯାଏ ସଫଳ ଅଭିଯାନ କିମ୍ବଦନ୍ତୀରେ ପରିଣତ ହେବ । ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ ରାଜ କରିବେ । ହେଲେ ତାଙ୍କ ଅଭିନୟ ଆଜି ସରିଯାଇଛି । ଜୀବନର ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି ଏହି ମହାନ କଳାକାର । ତାଙ୍କ ଅଭିନୟର ଶେଷଦୃଶ୍ଯ ପରେ ପଡିଛି ପରଦା । କିଛି ଦିନର ଅସୁସ୍ଥତା ପରେ ଗୁରୁବାର ରାତିରେ ଉତ୍ତମ ମହାନ୍ତି ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଅଭିମାନର ସହ ଓଡିଶା ସିନେମା ଶିଳ୍ପକୁ ଆସି ବିଦ୍ୟାରାଣ ପକାଇ ଚାଲିଗଲେ । ଆଉ ତାଙ୍କର ଦେହାନ୍ତକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବାରିପଦାବାସୀ । ଛକବଜାର ନିସ୍ତବ୍ଧ , ବନ୍ଧୁ ଓ ସହ କଳାକାରଙ୍କ ଆଖିରୁ ଶୁଖୁନି ଲୁହ । ଉତ୍ତମ ଜଣେ ଭଲ ଅଭିନେତା ସହ ଜଣେ ଭଲ ମଣିଷ ଥିଲେ l ଉତ୍ତମ ମହାନ୍ତିଙ୍କ ପୁତୁରା, ତାଙ୍କୁ ନିଜ ବାପା ତୁଲ୍ୟ ବୋଲି ସମ୍ବୋଧନ କରନ୍ତି । ସେ ଆଜି ନାହାଁନ୍ତି ସତ, ହେଲେ ବାରିପଦା ବାସଭବନ ତାଙ୍କୁ ଝୁରୁଛି।

ବାରିପଦା ଲାଲବଜାରରେ ବାପା ଗୋପାଳ ମହାନ୍ତି, ମା କାମିନୀକୁସୁମା ମହାନ୍ତିଙ୍କ ପୁଅ ଉତ୍ତମ ପିଲା ବେଳୁ ହିଁ ମିଷ୍ଟଭାଷୀ ଓ ମେଳାପୀ । ସ୍କୁଲ ଓ କଲେଜ ସବୁକିଛି ବାରିପଦାରେ ସାରିଛନ୍ତି । ପାଠ ପଢିବା ବେଳୁ ହିଁ ତାଙ୍କର କଳା ପ୍ରତି ରୁଚି ଥିଲା । ଯେଉଁଥିପାଇଁ ଅଭିମାନ ସିନେମାରେ ଡେବ୍ୟୁ କରିବା ପରେ ସେ ପାଠପଢିବାକୁ ଚାଲିଯାଇଥିଲେ । ପାଠ ସାରି ପୁଣି ଥରେ ସେ ଫେରିଥିଲେ ଓଲିଉଡକୁ । ତାଙ୍କର ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ଅସିତ ପତି ।

ଉତ୍ତମ ମହାନ୍ତି ଜଣେ ଦରଦୀ ମଣିଷ ଥିଲେ । ଭଦ୍ର ଓ ଶାନ୍ତ ପ୍ରକୃତିର । ନିଜ ସାହି ପଡିଶାର ସବୁ ଲୋକଙ୍କ ସହ ସାମ୍ବାଦିକଙ୍କ ସହ ତାଙ୍କର ଥିଲା ବେଶ ଘନିଷ୍ଠ ସମ୍ପର୍କ । ଦେହ ଭଲ ଥିବା ପର୍ଯ୍ୟନ୍ତ ସେ ବାରିପଦାରେ ସାଙ୍ଗସାଥିଙ୍କ ସବୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଦଉଡ଼ି ଯାଇଥିଲେ ତାଙ୍କ ସହ ଦିନେ କାମ କରୁଥିବା ସହକଳାକାର ଅନୁପ ଶାହା।  ଉତ୍ତମ ସିନା ସମସ୍ତଙ୍କୁ ଛାଡ଼ି ସବୁଦିନ ଚିର ନିଦ୍ରାରେ ଶୋଇଗଲେ କିନ୍ତୁ ତାଙ୍କର ବ୍ୟକ୍ତିତ୍ଵ ପ୍ରତିଟି ବାରିପଦାବାସୀଙ୍କ ମନରେ ଅଲିଭା ଛବି ହୋଇ ରହିଯାଇଛି ।

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଡିଜି, ଏଡିଜିପି, ଆଇଜିପି ରାଙ୍କର ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରେଦାନ କରିଛନ୍ତିରାଜ୍ୟ ସରକାର । ଏହାସହ ଟ୍ୱିନସିଟି ଡିସିପି ଓ ଅନ୍ୟ ଜିଲ୍ଲାଗୁଡ଼ିକର ଏସପିଙ୍କ ବଦଳି କରାଯାଇଛି । ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ।  ଟ୍ୱିନସିଟି ଡିସିପି ଓ ଅନ୍ୟ ଜିଲ୍ଲାଗୁଡ଼ିକର ଏସପିଙ୍କ ବଦଳି କରାଯାଇଛି ।  ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ  ଏସ୍‌.ଏମ୍‌. ନରୱାଣେଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।  ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ। ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତ କରାଯାଇଛି । ଆଇଜିପି ଅପରେସନ ଭାବେ ନିଯୁକ୍ତ ହୋଇଛନ୍ତି ଦୀପକ କୁମାର। ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି। ସେହିପରି ବିବେକାନନ୍ଦ ଶର୍ମା ରେଲୱେ ଏସପି ଭାବେ ନିଯୁକ୍ତ ହୋଇଥିବା ବେଳେ ବି ଗଙ୍ଗାଧରଙ୍କୁ ଡିଆଇଜି ସିଆଇଡି ସିବି ଭାବେ ବଦଳି କରାଯାଇଛି ।  ଚରଣ ସିଂ ମୀନା ହୋଇଛନ୍ତି ଡିଆଇଜି ପ୍ରୋଭିଜନିଂ, ଦକ୍ଷିଣାଞ୍ଚଳ ଆଇଜି ହେଲେ ନିତି ଶେଖର, ଅଖିଳେଶ୍ଵର ସିଂ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବଦଳି ହୋଇଥିବା ବେଳେ  ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗର ଡିଆଇଜି ଭାବେ ଉମାଶଙ୍କର ଦାଶଙ୍କୁ ବଦଳି କରାଯାଇଛି । ଅଙ୍କିତ କୁମାର ବର୍ମା ଭୁବନେଶ୍ଵର ଅତିରିକ୍ତ ଡିସିପି ହୋଇଥିବା ବେଳେ ରାହୁଲ ଗୋୟଲ ବୌଦ୍ଧ ଏସପି, ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଥିବା ବେଳେ ଅଭିଳାଷ ଜି ହୋଇଛନ୍ତି ବଲାଙ୍ଗୀର ଏସପି ।

ବିଶ୍ୱର ସବୁଠାରୁ ସୁରକ୍ଷିତ ବିମାନ କମ୍ପାନୀରେ କେଉଁ ଦେଶ ଆଗରେ ଅଛି ?

ନନ୍ଦିଘୋଷ ବ୍ୟୁରୋ : ନିକଟରେ ଆମେରିକାର ଚିକାଗୋର ମିଡୱେ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ସାଉଥ୍‌ୱେଷ୍ଟ ଏୟାରଲାଇନ୍ସର ଏକ ବୋଇଂ ୭୩୭-୮ଏଚ୍୪ ବିମାନ ଅବତରଣ ପାଇଁ ରନୱେ ନିକଟକୁ ଆସୁଥିବା ବେଳେ ହଠାତ୍ ବାମ ପାର୍ଶ୍ୱରୁ ଏକ ଘରୋଇ ଜେଟ୍ ଆସି ରନୱେ ଅତିକ୍ରମ କରିବାକୁ ଲାଗିଲା। କିନ୍ତୁ ବୋଇଂ ବିମାନର ପାଇଲଟଙ୍କ ତ୍ୱରିତ ପ୍ରତିକ୍ରିୟା ଏବଂ ଦକ୍ଷତା, ଏହି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦେଇଥିଲା। ସେ ତୁରନ୍ତ ବିମାନଟିକୁ ଉପରକୁ ଟାଣି ଆଣି ଦ୍ରୁତ ଗତିରେ ବେଗ ବଢ଼ାଇ ଦେଲେ, ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ।

ସାରା ବିଶ୍ୱରେ ଏପରି ଅନେକ ବିମାନ ଦୁର୍ଘଟଣା ଏବଂ ଏହାର ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପ୍ରତିଦିନ, ଆମେ ଖବରରେ ବିମାନ ଦୁର୍ଘଟଣା ସମ୍ପର୍କରେ ଖବର ଶୁଣିବାକୁ ପାଉଛୁ, ଯାହା ଯାତ୍ରୀଙ୍କ ମନରେ ସୁରକ୍ଷା ସମ୍ପର୍କରେ ପ୍ରଶ୍ନ ଉଠାଇଛି। ଏପରି ପରିସ୍ଥିତିରେ, କେଉଁ ଏୟାରଲାଇନ୍ସ ସବୁଠାରୁ ସୁରକ୍ଷିତ , ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ।

ଏକ ରିପୋର୍ଟରେ ୨୦୨୪ ମସିହାର ସବୁଠାରୁ ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ବିମାନ କମ୍ପାନୀଗୁଡ଼ିକର ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ, ଭାରତ ଏବଂ ଚୀନର ବିମାନ କମ୍ପାନୀଗୁଡ଼ିକୁ ପଛରେ ପକାଇ ଅନ୍ୟ ଅନେକ ଦେଶର ବିମାନ କମ୍ପାନୀଗୁଡ଼ିକ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ଏୟାରଲାଇନ୍ସ ଗୁଡ଼ିକ କେବଳ ସମୟାନୁବର୍ତ୍ତୀ ନୁହଁନ୍ତି ବରଂ ସୁରକ୍ଷା ମାନଦଣ୍ଡ ମଧ୍ୟ ପୂରଣ କରନ୍ତି।

ରିପୋର୍ଟ ଅନୁସାରେ, ଏରୋମେକ୍ସିକୋ (ମେକ୍ସିକୋ)କୁ ୨୦୨୪ ର ସବୁଠାରୁ ନିର୍ଭରଯୋଗ୍ୟ ବିମାନ କମ୍ପାନୀ ଭାବରେ ବିବେଚନା କରାଯାଇଛି। ଏହା ପରେ, ସାଉଦି ଆରବର ସାଉଦିଆ, ଆମେରିକାର ଡେଲଟା ଏୟାରଲାଇନ୍ସ, ଚିଲିର LATAM ଏୟାରଲାଇନ୍ସ ଏବଂ କାତାରର କାତାର ଏୟାରୱେଜ୍ ଏହି ତାଲିକାର ଶୀର୍ଷରେ ଅଛନ୍ତି।

୨୦୨୪ ର ଶ୍ରେଷ୍ଠ ୧୦ ଟି ନିରାପଦ ବିମାନ କମ୍ପାନୀ

ଏମଏକ୍ସ ଏରୋମେକ୍ସିକୋ (ମେକ୍ସିକୋ) ଏସଏ ସାଉଦିଆ (ସାଉଦି ଆରବ) ୟୁଏସ ଡେଲ୍ଟା ଏୟାରଲାଇନ୍ସ (ଆମେରିକା) ସିଏଲ LATAM ଏୟାରଲାଇନ୍ସ (ଚିଲି) କ୍ୟୁଏ କାତାର ଏୟାରୱେଜ୍ (କତାର) ବିଆର ଆଜୁଲ (ବ୍ରାଜିଲ) ସିଓ ଆଭିଆନକା (କଲମ୍ବିଆ) ଇଏସ ଆଇବେରିଆ (ସ୍ପେନ୍) ଏସଇ SAS (ସ୍ୱିଡେନ) ୟୁଏସ ୟୁନାଇଟେଡ୍ ଏୟାରଲାଇନ୍ସ (ଆମେରିକା) ।

ଏହି ଏୟାରଲାଇନ୍ସ ଗୁଡ଼ିକରେ ସବୁଠାରୁ ସୁରକ୍ଷିତ କ’ଣ ରହିଛି ? 

ଏହି ବିମାନ କମ୍ପାନୀଗୁଡ଼ିକ ସୁରକ୍ଷା ମାନଦଣ୍ଡ ସହିତ କୌଣସି ସାଲିସ କରନ୍ତି ନାହିଁ। ପ୍ରତ୍ୟେକ ଉଡ଼ାଣ ସୁରକ୍ଷିତ ହେବା ପାଇଁ ପାଇଲଟ ଏବଂ କର୍ମଚାରୀମାନଙ୍କୁ ନିରନ୍ତର ତାଲିମ ଦିଆଯାଇଥାଏ। ଏଠାରେ ବ୍ୟବହୃତ ବିମାନଗୁଡ଼ିକ ନୂତନ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । ଯାହା ଉଡ଼ାଣକୁ ଅଧିକ ସୁରକ୍ଷିତ ଏବଂ ଆରାମଦାୟକ କରିଥାଏ। ସେମାନଙ୍କର ବିମାନଗୁଡ଼ିକ ଠିକ୍ ସମୟରେ ଉଡ଼ାଣ ଏବଂ ଅବତରଣ କରେ, ତେଣୁ ଯାତ୍ରୀମାନଙ୍କୁ କୌଣସି ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ବିଗତ ବର୍ଷଗୁଡ଼ିକରେ, ଏହି ଏୟାରଲାଇନ୍ସର ଉଡ଼ାଣ ସହିତ ବହୁତ କମ୍ କିମ୍ବା କୌଣସି ଦୁର୍ଘଟଣା ଘଟିନାହିଁ। ସୁରକ୍ଷା ସହିତ, ଯାତ୍ରୀମାନଙ୍କର ସୁବିଧା ଏବଂ ଆରାମର ମଧ୍ୟ ଧ୍ୟାନ ଦିଆଯାଏ । ଯାହା ଯାତ୍ରାକୁ ସହଜ ଏବଂ ସୁନ୍ଦର କରିଥାଏ।

ଉତ୍ତର ଭାରତରେ ପ୍ରକୃତିର ମହାତାଣ୍ଡବ, ତିନି ରାଜ୍ୟରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ

ନନ୍ଦିଘୋଷ ବ୍ୟୁରୋ ; ଉତ୍ତରାଖଣ୍ଡ, ଜାମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ତିନି ରାଜ୍ଯରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ। କେଉଁଠି ହିମସ୍ଖଳନ ତ କେଉଁଠି ଭୂସ୍ଖଳନ। କେଉଁଠି ବି ପ୍ରବଳ ବର୍ଷା ଯୋଗୁ ଯାତାୟତ ବାଧାପ୍ରାପ୍ତ। ଉତ୍ତରାଖଣ୍ଡର ବଦ୍ରିନାଥରେ ହିମସ୍ଖଳନ ଯୋଗୁ ୬୦ ଶ୍ରମିକ ପୋତିହୋଇଯାଇଥିବା ସୂଚନା ମିଳିଛି। ତେବେ ସେମାନଙ୍କ ମଧ୍ଯରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି। ମାନା ଗ୍ରାମ ଓ ମାନା ପାସ୍ ମଧ୍ଯରେ ରହିଥିବା ବିଆରଓ ନିକଟରେ ଏହି ଅଘଟଣ ଘଟିଛି। ଶ୍ରମିକମାନେ ଏକ ଘରୋଇ ଏଜେନ୍ସିରେ କାମ କରୁଥିଲେ। ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତ ଶ୍ରମିକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହିମସ୍ଖଳନ ଯୋଗୁ ଗୌଚର, ସହସ୍ରଧାରା, ଡେରାଡୁନରେ ରେସ୍କ୍ଯୁ ଟିମଙ୍କୁ ପ୍ରସ୍ତୁତ ରଖାଯାଇଛି। ସେପଟେ ହିମାଚଳ ପ୍ରଦେଶ କୁଲୁରେ ଫ୍ଲାସ୍ ଫ୍ଲଡ ହୋଇଛି। ପବଳ ସ୍ରୋତରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ଅନେକ ଗାଡି ପୋତି ହୋଇଯାଇଛି। ଅଦିନିଆ ବର୍ଷାଜନିତ ତାଣ୍ଡବରେ କୁଲୁରେ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ। ତେଣେ ଜାମ୍ମୁ ଓ କାଶ୍ମୀରର କାଠୁଆରେ ବି ପ୍ରକୃତି ରଚିଛି ତାଣ୍ଡବ। ଫ୍ଲାସ ଫ୍ଲଡ ଯୋଗୁ ହୋଇଥିବା ଭୂସ୍ଖଳନରେ ୧୧ ଶ୍ରମିକ ପୋତି ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ଚେଷ୍ଟା ଜାରି ରହିଛି।

ହିମାଚଳ ପ୍ରଦେଶ କୁଲୁରେ ବାଦଲଫଟା ବର୍ଷା, ଯୋଗାଯୋଗ ବିଚ୍ଛିନ୍ନ

ନନ୍ଦିଘୋଷ ବ୍ୟୁରୋ ; ହିମାଚଳ ପ୍ରଦେଶ କୁଲ୍ଲୁ ଅଂଚଳରେ ବାଦଲଫଟା ବର୍ଷାରୁ ନାହିଁ ନଥିବା ସ୍ଥିତି। ମୂଷଳଧାରାରେ ବର୍ଷାରୁ ଭୂସ୍ଖଳନ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷାରେ ପାଣିରେ ଭାସିଗଲା କାର। ତଳିଆ ଅଂଚଳରେ ପାଣି ଭରି ଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରମୁଖ ସଡ଼କ ସମେତ ରାଜପଥକୁ ବନ୍ଦ କରାଯାଇଛି। ନଦୀ ଆଖପାଖ ରହୁଥିବା ଲୋକଙ୍କ ପାଇଁ ଆଲର୍ଟ ଜାରି କରିଛି ପ୍ରଶାସନ। ଲଗାତାର ତିନି ଦିନ ଧରି ଲାଗି ରହିଛି ବର୍ଷା। ହିମାଚଳପ୍ରଦେଶରେ କମରେ ୨ଶହରୁ ଅଧିକ ରାସ୍ତାକୁ ବନ୍ଦ କରାଯାଇଛି। କୁଲ୍ଲୁ, ଲାହୋଲ-ସ୍ପିତି, କିନ୍ନୋର, ଚମ୍ବା ଏବଂ ଶିମଲା ଜିଲ୍ଲାରେ ଅନେକ ଅଂଚଳ ବାହ୍ୟ ଅଂଚଳରୁ ବିଚ୍ଛିନ୍ନ ହୋଇଯାଇଛି। ଚମ୍ବା ଓ ଚମୋଲିରେ ସ୍କୁଲକୁ ବନ୍ଦ କରିବାକୁ ପଡିଛି। ତେବେ ସିବିଏସଇ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେଉଛି।.