spot_img
Home Blog Page 1006

ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ କେଉଁ ଟିମକୁ ସାମ୍ନା କରିବ ଟିମ୍  ଇଣ୍ଡିଆ?

ଚଳିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଗ୍ରୁପ-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ କ୍ବାଲିଫାଏ କରି ସାରିଛନ୍ତି । ଅନ୍ୟପକ୍ଷରେ ଗ୍ରୁପ-ବି’ରେ ଅଷ୍ଟ୍ରେଲିଆ ମଧ୍ୟ କ୍ବାଲିଫାଏ କରିଛି । ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଚତୁର୍ଥ ସେମି କ୍ବାଲିଫାୟରକୁ ବାଛିବ । ଆସନ୍ତା ୪ ତାରିଖରେ ପ୍ରଥମ ସେମି ଓ ୫ରେ ଦ୍ବିତୀୟ ସେମି ଖେଳାଯିବ । ତା ପୂର୍ବରୁ ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସେମିରେ କେଉଁ ଟିମକୁ ଭେଟିବ ଟିମ୍ ଇଣ୍ଡିଆ? ସେନଇ ଏବେ କିଛି ସ୍ପଷ୍ଟ ହୋଇ ନାହିଁ ।

ଏଥର ଚାମ୍ପିୟନ୍ସ ଟ୍ରଫିରେ ଗ୍ରୁପ-ଏ’ର ଟପ ଟିମ ସହ ଗ୍ରୁପ-ବି’ର ଦ୍ବିତୀୟ ସ୍ଥାନରେ ରହିଥିବା ଟିମ୍ ସହ ପ୍ରଥମ ସେମି ଖେଳାଯିବ । ସେହିପରି ଗ୍ରୁପ-ବି’ର ଟପ ଟିମ୍ ସହ ଗ୍ରୁପ-ଏ’ର ଦ୍ବିତୀୟ ସ୍ଥାନରେ ରହିଥିବା ଟିମ ସହ ଦ୍ବିତୀୟ ସେମି ଖେଳାଯିବ । ଭାରତ ଏବେ ଗ୍ରୁପ-ଏ’ରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଯଦି ନ୍ୟଜିଲାଣ୍ଡକୁ ହରାଇଦିଏ, ତେବେ ଟେବୁଲ ଟପକୁ ପହଞ୍ଚିଯିବ । ଗ୍ରୁପ-ବି’ରୁ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରୁ ଗୋଟିଏ ଟିମ୍ ସେମିକୁ ଯିବ । ଆଫଗାନିସ୍ତାନ ସେମିରେ ପହଞ୍ଚିବାର ସମ୍ଭାବନା କମ୍ ରହିଛି । ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ହରାଇଦିଏ, ତେବେ ଦକ୍ଷିଣ ଆଫ୍ରିକା ଗ୍ରୁପ-ବି ଟପ୍ପର ହୋଇଯିବ । ଏଭଳି ସ୍ଥିତିରେ ଭାରତ ଯଦି ନ୍ୟୁଜିଲାଣ୍ଡ ଠାରୁ ହାରିଯାଏ ତେବେ ପ୍ରଥମ ସେମିରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ହେବ । ଯଦି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ଡ୍ର ହେବ, ତେବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସେମି ଖେଳାଯିବ ।

ନିୟମ ଅବମାନନା କାରଣରୁ ଦୁଇଟି ଆର୍ଥିକ ସଂସ୍ଥା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା RBI

ଭାରତୀୟ ରିଜର୍ବ ବ୍ୟାଙ୍କ (RBI) ଅନେକ ସମୟରେ ନିୟମ ଅବମାନନା କାରଣରୁ କିଛି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ଏହା ମଧ୍ୟରେ RBI ଦୁଇଟି ସଂସ୍ଥା ଉପରେ ଆକ୍ସନ ନେଇଛି । ହଂକଂ ଆଣ୍ଡ ସଂଘାଈ ବ୍ୟାଙ୍କିଂ କର୍ପୋରେସନ (HSBC) ଉପରେର ୬୬.୬ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଏଥିସହିତ IIFL ସମସ୍ତା ଫାଇନାନ୍ସ ଲିମିଟେଡ ଉପରେ ୩୩ ଲକ୍ଷରୁ ଅଧିକ ଜରିମାନା ଲାଗୁ କରାଯାଇଛି । ନିୟମ ଅନୁପାଳନ ନ କରିବା କାରଣରୁ ଏହି ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଗ୍ରାହକଙ୍କ ନେଣଦେଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି ।

ଆରବିଆଇ ମୁତାବକ, କେଓ୍ବାଇସି ଓ ଜମା ଉପରେ ସୁଧ ଦର ସମ୍ବନ୍ଧିତ ନିୟମ ପାଳନ କରିନଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ HSBC ଉପରେ ୬୬.୬ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । IIFL ସମସ୍ତା ଫାଇନାନ୍ସ ଲିମିଟେଡ ନିୟମକୁ ସଠିକ୍ ଭାବେ ପାଳନ କରିନଥିବା ଜଣାପଡ଼ିଥିଲା । ସେଥିପାଇଁ ଏହି ସଂସ୍ଥା ଉପରେ ୩୩.୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ୨୦୨୩ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ HSBCର ଆର୍ଥିକ ସ୍ଥିତିକୁ କେନ୍ଦ୍ରୀୟ ବ୍ୟାଙ୍କ ନିରୀକ୍ଷଣ କରିଥିଲା । ମାତ୍ର ନିୟାମକ ଅନୁପାଳନ କରାଯାଇନଥିବା ଜଣାପଡ଼ିଥିଲା । ଏହାପରେ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ବ୍ୟାଙ୍କ ଆଣ୍ଟି-ମନି ଲଣ୍ଡରିଂକୁ ସମାପ୍ତ କରିବା ପାଇଁ ନିଜର ଗ୍ରୁପ କମ୍ପାନୀକୁ ଆଉଟସୋର୍ସ କରିଦେଇଥିଲା । କିଛି ଅଯୋଗ୍ୟ ସଂସ୍ଥାଙ୍କ ନାମରେ ସଞ୍ଚୟ ଖାତା ଖୋଲାଯାଇଥିଲା । ସେହିପରି IIFL ସମସ୍ତା ଫାଇନାନ୍ସ ଲିମିଟେଡ ଉପରେ ମଧ୍ୟ ସମାନ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ: ମହିଳା ନିର୍ଯାତନା ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧ ଗର୍ଜିଲା କଂଗ୍ରେସ। ମୋହନ ସରକାରଙ୍କ ବିରୋଧରେ ଭକ୍ତଙ୍କ ପ୍ରଥମ ପାୱାର ଶୋ। ଆଠ ମାସ ଭିତରେ ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ଟିମ କଂଗ୍ରେସ। ମହିଳା ସୁରକ୍ଷା ପାଇଁ ପ୍ତଥମେ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ମହିଳା କଂଗ୍ରେସ। ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ଏଯାଏଁ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇ ସାରିଲାଣି ବୋଲି ଅଭିଯୋଗ କରିଛି କଂଗ୍ରେସ।

ସହଦେବ ନାୟକ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସହଦେବ ନାୟକ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଶୁସେଇ ଓରଫ ସୁଶାନ୍ତ ନାୟକ ଗିରଫ। କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରୁ ସୁଶାନ୍ତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ସହଦେବଙ୍କୁ ସୁଶେଇ ହତ୍ୟା କରିବା ପରେ ନିଜ ଗାଡିକୁ ଛାଡି ଫେରାର୍ ହୋଇଯାଇଥିଲା। ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସଭାପତି ସହଦେବ ନାୟକକୁ ଅତି ବୀଭତ୍ସ ଭାବେ କରାଯାଇଥିଲା ହତ୍ୟା। ଜାତୀୟ ରାଜପଥ ଉପରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ହତ୍ୟାକାରୀ। ମାମଲାରେ ପୂର୍ବରୁ ୭ ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି ।

ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ ସାକ୍ଷାତ ପରେ ୟୁକ୍ରେନକୁ ସମର୍ଥନ କଲେ ବିଶ୍ବର କେଉଁ ସବୁ ରାଷ୍ଟ୍ର?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ସାକ୍ଷାତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ତେବେ ଆମେରିକାର ଶୀର୍ଷ ନେତାଙ୍କ ସହ ସାକ୍ଷାତ ପରେ ୟୁରୋପୀୟ ନେତାମାନେ ୟୁକ୍ରେନଙ୍କୁ ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି । ଟ୍ରମ୍ପଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ବିଶ୍ବର ୩୧ ଜଣ ନେତା ୟୁକ୍ରେନକୁ ସମର୍ଥନ କରିଛନ୍ତି । ଜେଲେନସ୍କି ହ୍ବାଇଟ ହାଉସରୁ ବାହାରିବା ପରେ ବିଭିନ୍ନ ଦେଶ ୟକ୍ରେନକୁ ସମର୍ଥନ କରିଛନ୍ତି । ଏନେଇ ୟୁକ୍ରେନ ତରଫରୁ ଏକ ବୟାନ ଜାରି କରାଯାଇ ଧନ୍ୟବାଦ ଅପର୍ଣ କରାଯାଇଛି ।

ଆମେରିକାରେ ଶୁକ୍ରବାର ଦିନ ବସିଥିବା ଏହି ବୈଠକରେ ଆମେରିକା-ୟୁକ୍ରେନ ସମ୍ବନ୍ଧ ମଜବୁତ ହେବା ନେଇ ଆଶା କରାଯାଉଥିଲା । ମାତ୍ର ଏହା ବଦଳରେ କୂଟନୈତିକ ଫଳାଫଳ ସାମ୍ନାକୁ ଆସିଥିଲା । ସହାୟତା ପ୍ରାପ୍ତ କରିବା ପାଇଁ ଜେଲେନସ୍କିଙ୍କ ଦୃଷ୍ଟିକୋଣ ଉପରେ ଟ୍ରମ୍ପ ଆଲୋଚନା କରିଥିଲେ । ମିଟିଂ ପରେ ୟୁରୋପୀୟ ନେତାମାନେ ୟୁକ୍ରେନ ପାଇଁ ନିଜର ସମର୍ଥନ ଜଣାଇଥିଲେ । ବ୍ୟକ୍ତିଗତ ଭାବେ ୟୁକ୍ରେନ ସହ ଛିଡ଼ା ହୋଇଥିବାରୁ ସବୁ ନେତାଙ୍କୁ ଜେଲେନସ୍କି ସୋସିଆଲ ମିଡ଼ିଆରେ ଧନ୍ୟବାଦ ଜଣାଇଥିଲେ ।

ୟୁକ୍ରେନକୁ ସମର୍ଥନ କରିଥିବା ଦେଶଗୁଡ଼ିକ ମଧ୍ୟରେ ସ୍ଲୋଭେନିଆ, ବେଲଜିୟମ, ଆୟରଲାଣ୍ଡ, ଅଷ୍ଟ୍ରିଆ, କାନାଡ଼ା, ରୋମାନିଆ, କ୍ରୋଏସିଆ, ଫିନଲାଣ୍ଡ, ଏସ୍ତୋନିଆ, ଲାଟଭିୟା, ନେଦରଲାଣ୍ଡ, ଫ୍ରାନ୍ସ, ଲକ୍ସମବର୍ଗ, ପର୍ତ୍ତୁଗାଲ, ସ୍ବିଡେନ, ଜର୍ମାନୀ, ଚେକ ରିପବ୍ଲିକ, ଲିଥଆନିଆ, ମାଲଦୀପ, ସ୍ପେନ, ପୋଲାଣ୍ଡ, ୟୁକେ ଓ ଇୟୁ ବ୍ଲକ ରହିଛନ୍ତି । ବିଭିନ୍ନ ଦେଶର ନେତାମାନେ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିଥିଲେ ।

ଉତ୍ତରାଖଣ୍ଡ ହିମସ୍ଖଳନ: ଏବେ ବି ବରଫ ତଳେ ଫସି ରହିଛନ୍ତି ୮ ଶ୍ରମିକ, ଜାରି ରହିଛି ରେସକ୍ୟୁ ଅପରେସନ

ଚମୋଲୀ: ଉତ୍ତରାଖଣ୍ଡର ଚମୋଲୀରେ ଏହା ମଧ୍ୟରେ ହିମସ୍ଫଳନକୁ ୨୪ ଘଣ୍ଟା ହୋଇସାରିଲାଣି । ଏବେ ବି ବରଫ ତଳେ ୮ ଜଣ ଶ୍ରମିକ ଫସି ରହିଛନ୍ତି । ୪୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ବର୍ଡର ରୋଡ ଅର୍ଗାନାଇଜେସନ ପ୍ରାଜେକ୍ଟରେ ମୋଟ ୫୭ ଜଣ ଲୋକ କାମ କରୁଥିବା ବେଳେ ସେଥିମଧ୍ୟରୁ ଦୁଇଜଣ ଛୁଟିରେ ଥିଲେ । ସମସ୍ତେ ହିମସ୍ଖଳନ ଦ୍ବାରା ପ୍ରଭାବିତ ହୋଇଥିଲେ । ତେବେ ୪୭ ଜଣଙ୍କୁ ଉଦ୍ଧାର କରାଯାଇ ସାରିଛି ଓ ୮ ଜଣ  ଏବେ ବି ଫସି ରହିଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେସକ୍ୟୁ ଅଭିଯାନକୁ ନେଇ ସିଏମ୍ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ।

ଫସି ରହିଥିବା ଶ୍ରମିକମାନଙ୍କୁ ରେସକ୍ୟୁ କରିବା ପାଇଁ ITBP, BRO, SDRF ଓ NDRFର ଟିମ ଅପରେସନରେ ସାମିଲ ରହିଛନ୍ତି । ଏଭଳି ସ୍ଥିତିରେ ମୌସୁମୀ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେନା ହେଲିକପ୍ଟର Mi-17 ହେଲିକପ୍ଟର ଷ୍ଟାଣ୍ଡ ବାଏରେ ରହିଛି । ମୌସୁମୀ ଠିକ ହୋଇଗଲେ, ରେସକ୍ୟୁ ଅପରେସନ ଦ୍ରୁତ ଭାବେ କରାଯିବ । ସିଏମ୍ ଧାମୀ ଚମୋଲୀରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ସହ ଅପରେସନ ବାବଦରେ ବୁଝିଥିଲେ ।  ବରଫ ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅଭିଯାନ ଜାରି ରହିଥିବା ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳ ପାଖାପାଖି ୬.୩୦ ସମୟରେ ହିମସ୍ଖଳନ ଆସିଥିଲା ।

ମାର୍କେଟ ସ୍ଥିତି ଖରାପ ଥିଲେ ବି ପିଏଫରେ ସୁରକ୍ଷିତ ରହିବ ଆପଣଙ୍କ ଅର୍ଥ

ବିଭିନ୍ନ ସମୟରେ ମାର୍କେଟ ସ୍ଥିତିରେ ଉପର-ତଳ ହୋଇଥାଏ । ଏପରି ସମୟରେ ଗ୍ରାହକଙ୍କ ନିବେଶ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ । ଆଜିକାଲିର ବଜାରରେ ବିଭିନ୍ନ ପ୍ରକାରର ନିବେଶ ବିକଳ୍ପ ରହିଥିବା ବେଳେ ସେଥିମଧ୍ୟରୁ ପିଏଫ ଏକ ସୁରକ୍ଷିତ ଅପ୍ସନ । ପିଏଫରେ ଆପଣଙ୍କ ନିବେଶ ସୁରକ୍ଷିତ ରହିବ । ପିଏଫ ବ୍ୟତୀତ ଅନେକ ପ୍ରକାରର ସ୍କିମ ରହିଛି, ଯେଉଁଥିରେ ନିବେଶ କଲେ ବଜାର ଖସିବା-ଉଠିବା ସହ ତାହା ପ୍ରଭାବିତ ହୋଇନଥାଏ । ଗତ ଶୁକ୍ରବାର ଦିନ ଶେୟାର ବଜାର ଏକ ରେକର୍ଡ କରିଛି । ଗତ ୫ ମାସ ଧରି ବଜାର ନିମ୍ନମୁଖୀ ହେବାରେ ଲାଗିଥିଲା । ଫେବୃଆରୀ ମାସର ଅନ୍ତିମ କାରବାର ଦିନରେ ଶେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୧୪,୦୦ରୁ ଅଧିକ ଅଙ୍କ ଖସିଯାଇଥିଲା । ନିଫ୍ଟୀରେ ମଧ୍ୟ ବମ୍ପର ବିକ୍ରି ଦେଖିବାକୁ ମିଳିଥିଲା ।

ଏହି କାରଣରୁ ବଡ଼ ବଡ଼ କମ୍ପାନୀମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଥିଲେ ଓ ବଡ଼ ବଡ଼ ଶେୟାର ଲାଲ ହୋଇଯାଇଥିଲା । ସାଧାରଣ ଭାବେ ଶେୟାର ବଜାରରେ ନିବେଶ କରୁଥିବା ଲୋକମାନେ ଭଲ ରିଟର୍ଣ୍ଣ ଆଶା କରିଥାନ୍ତି । ବର୍ତ୍ତମାନ ସମୟରେ ବଜାରର ଅବସ୍ଥା ଖରାପ ରହିଥିବାରୁ ଏହା ନିବେଶକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ମଧ୍ୟ କିଛି ନିବେଶ ଅପ୍ସନ ରହିଛି, ଯେଉଁଥିରେ ନିବେଶ କଲେ ବଜାର ଖସିଲେ ବି କୌଣସି ପ୍ରଭାବ ପଡ଼ିବନି । ଏହି ପରିପ୍ରେକ୍ଷୀରେ ପିଏଫରେ ନିବେଶ ମଧ୍ୟ ଏକ ବଡ଼ ଅପ୍ସନ ।

ଶୁକ୍ରବାର ଦିନ ଇପିଏଫଓ ବାବଦରେ ନିଷ୍ପତ୍ତି ନେଉଥିବା ସର୍ବୋଚ୍ଚ ସଂସ୍ଥା କେନ୍ଦ୍ରୀୟ ବୋର୍ଡ ଅଫ୍ ଟ୍ରଷ୍ଟିଜ ତରଫରୁ ମିଟିଂ ବସିଥିଲା । ସରକାର ପିଏଫ ସୁଧ ହାର ବଢ଼ାଇବେ ବୋଲି ଆଶା କରାଯାଉଥିଲା । ମାତ୍ର ସିବିଡିଟି ସୁଧ ହାର କାଏମ ରହିଥିଲା । ଅର୍ଥାତ ପିଏଫରୁ ୮.୨୫ ସୁଧ ହାର ମିଳିବ । ଶେୟାର ବଜାରରେ ଗୋଟିଏ ପଟେ ନିବେଶକଙ୍କ ଅର୍ଥ ଡୁବିଯାଉଥିବା ବେଳେ ଅନ୍ୟପଟେ ପିଏଫ ପରି ଏକାଧିକ ନିବେଶ ସୁଯୋଗ ରହିଛି । ଏଥିରେ ଗ୍ରାହକଙ୍କୁ ଏକ ଫିକ୍ସ ସୁଧ ମିଳିବ । ବଜାର ଦୁର୍ବଳ ଥିଲେ ବି ଆପଣଙ୍କ ନିବେଶ ଉପରେ ତା’ର ପ୍ରଭାବ ପଡ଼ିବନି । ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପିଏଫ ଏକ ବରଦାନ ସଦୃଶ ହୋଇଥାଏ ।

ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ: ଦୁଇଜଣଙ୍କୁ ଉଦ୍ଧାର କଲା ପୋଲିସ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଭୁଇଁବୃତି ପଞ୍ଚାୟତର ରାମେଶ୍ବରପୁର ଗାଁରେ କଙ୍ଗାରୁ କୋର୍ଟ । ଚୋରି ଅଭିଯୋଗରେ ଦୁଇ ଦିନ ହେବ ଏକ ଘରେ ବନ୍ଧା ହୋଇ ରହିଥିବା ୨ ଜଣଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁସାରେ, ରାମମେଶ୍ବରପୁର ଗାଁର ସୁରେଶ ନାୟକଙ୍କ ଘରେ ପଶି ଗହଣାଗାଣ୍ଠି ସହିତ କିଛି ଟଙ୍କା ଚୋରି କରିଥିଲେ ଜଣେ ନାବାଳକ ସହ ଜଣେ ଯୁବକ। ଯାହାକୁ ସନ୍ଦେହ କରି ଦୁଇ ଦିନ ତଳେ ସୁରେଶଙ୍କ ପରିବାର ଜଣକୁ ଧରିଥିଲେ । ସଂପୃକ୍ତ ଯୁବକ ଜଣ ଚୋରି କରିଥିବା ମାନିବା ପରେ ଅନ୍ୟ ଜଣେ ସାମିଲ ଥିବା କହିଥିଲା। ତେବେ ଅନ୍ୟ ଜଣକୁ ଧରିବା ସହ, ଦୁଇ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରି ଏକ ଅଙ୍ଗନବାଡି ଘର ଭିତରେ ବନ୍ଦୀ କରିଥିଲେ। ବନ୍ଧା ହେବାର ଦୁଇ ଦିନ ପରେ କୌଣସି ସୂତ୍ରରୁ ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।

ତୀର୍ଥଯାତ୍ରୀଙ୍କ ବସକୁ ପିଟିଲା ହାଇଓ୍ବା: ଦୁର୍ଘଟଣାରେ ୧୦ ରୁ ଅଧିକ ଆହତ

ଭଦ୍ରକ: ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ସିରିଜ ଦୁର୍ଘଟଣା । ଟାଟାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସଟି ଛତାବର ନିକଟରେ ଟାୟାର ବଦଳାଇଥିବା ବେଳେ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀଙ୍କ ବସକୁ ପଛରୁ ପିଟିଲା ବାଲି ବୋଝେଇ ହାଇଓ୍ବା । ପଛକୁ ବାଲି ବୋଝେଇ ହାଇଓ୍ବାକୁ କଣ୍ଟେନର ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତର ଓ ଆହତକୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୫ଜଣ ଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ବିଜେଡି ପକ୍ଷରୁ ଚେରୁପାଲି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବିଜେଡି ପକ୍ଷରୁ ଚେରୁପାଲି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା । ଚେରୁପାଲି ସ୍କୁଲ ସମ୍ମୁଖରୁ ପଦଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପହଁଚିଥିଲା । ଏଥିରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଏହି ପଞ୍ଚାୟତରେ ବିଗତ ଦିନମାନଙ୍କରେ ଅନେକ କାମ ହୋଇଛି ଓ ବାକି ରହିଯାଇଥିବା କାମ ପୂରଣ ହେବ ବୋଲି ବିଧାୟକ କହିଛନ୍ତି । ଏହି ପଞ୍ଚାୟତରେ ଚାଷୀଙ୍କ ପାଇଁ ଲିପ୍ ପଏଣ୍ଟ ଗୁଡିକ ଯୋଗାଇ ଦେଇଥିବାରୁ ଚାଷୀମାନେ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କ ସହିତ ଗ୍ରାମବାସୀ ଯୋଗ ଦେଇଥିଲେ ।