spot_img
Home Blog Page 1005

ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼: ଦୁଇଜଣଙ୍କୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଈ

ନୟାଗଡ଼: ନୟାଗଡ଼ର ଫତେଗଡ଼ରେ ଘଟିଥିବା ଦୁଇ ନାବାଳକଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ବାପାଙ୍କ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ନେଇ ପ୍ରଥମରୁ କୁହାଯାଇଥିଲା । ମାତ୍ର ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ । ଦୁଇ ନାବାଳକଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ସେମାନଙ୍କର ଆଈ କହିଛନ୍ତି । ପିଲାମାନଙ୍କୁ ତାଙ୍କ ବାପା ତଡ଼ି ଦେଇଥିବା ମାମୁଁଙ୍କୁ ଆଗରେ କହିଥିଲେ । ଘରକୁ କୁଣିଆ ଆସିବେ ବୋଲି ବାପା କହିଥିଲେ । ସାନ ପୁଅ ଘରେ ଥିବା ବେଳେ ବଡ଼ ପୁଅ ଖେଳ ପଡ଼ିଆକୁ ଯାଇଥିଲେ । ପିଇସା-ପିଉସୀ, ଜେଜେ ମା, ବାପା ସମସ୍ତେ ମିଶି ଦୁଇ ନାବାଳକଙ୍କୁ ମାରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ଆଈ ।

ଏହି ମୃତ୍ୟୁ ଘଟଣାକୁ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଜଣେ ଚତର୍ଥରେ ପଢ଼ୁଥିଲେ । ଘଟଣାର ଏବେ ତଦନ୍ତ  ଚାଲିଛି, ତଦନ୍ତ ସରିଲେ ସବୁ ସ୍ପଷ୍ଟ ହେବ । ସାଇଣ୍ଟିଫିକ୍ ପରୀକ୍ଷା ଓ ଶବବ୍ୟବଚ୍ଛେଦ ହେବା ପରେ ସବୁ ଜଣାପଡ଼ିବ । ବାପାଙ୍କ ଉପରେ ଲୋକଙ୍କର ସନ୍ଦେହ ରହିଛି । ସେଥିପାଇଁ ବାପାଙ୍କୁ ଅଟକ ରଖାଯାଇଛି । ସୂଚନାଯୋଗ୍ୟ ଯେ, ୩ ବର୍ଷ ତଳେ ଦୁଇ ନାବାଳକଙ୍କ ମା’ଙ୍କର ବିୟୋଗ ଘଟିଥିଲା । ବାପା ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଦେଖିବାରୁ ଦୁଇ ନାବାଳକ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ପୋଲିସ ଦୁଇଜଣଙ୍କ ଶବକୁ ଜବତ କରିଥିଲା । ଜଣଙ୍କର ବୟସ ୧୪ ଓ ଅନ୍ୟ ଜଣଙ୍କର ବୟସର ୧୧ ବର୍ଷ ।

ଏକାଧିକ କାର୍ଡରେ ସମାନ ନମ୍ଵର ରହିଛି: ଭୋଟର ଆଇଡିକୁ ନେଇ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି, ସାରା ଦେଶରେ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠିଛି। ଏହା ଉପରେ ଆଲୋଚନା ହେବା ଦରକାର। ସମସ୍ତ ବିରୋଧୀ ଦଳ ଚାହୁଁଛନ୍ତି ଆଲୋଚନା ହେଉ।କାରଣ କିଛି ଦିନ ତଳେ ଏକାଧିକ ଭୋଟର ପରିଚୟ ପତ୍ରର ସମାନ ନମ୍ଵର ଥିଲା। ଏହା ଦ୍ଵାରା ଭୋଟରେ ଜାଲିଆତି କରାଯିବାର ଆଶଙ୍କା ରହିଛି। ତାଙ୍କୁ ଟିଏମସି ମଧ୍ୟ ସମର୍ଥନ କରିଛି। ସାଂସଦ ସୌଗାତ ରାୟ କହିଛନ୍ତି, ତାଙ୍କ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଁଛି। ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଆଗରୁ ମଧ୍ୟ ଅବଗତ କରାଯାଇଛି। ଆସନ୍ତାକାଲି ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଭେଟିବାର ଅଛି।

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀରେ ଚଢ଼ାଉ ହେବ: STF ଡିଆଇଜି ପିନାକ ମିଶ୍ରଙ୍କ ସୂଚନା

ଭୁବନେଶ୍ବର: ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀରେ ଚଢ଼ାଉ ହେବ । ଏ ନେଇ ସୂଚନା ଦେଇଛନ୍ତି STF ଡ଼ିଆଇଜି ପିନାକ ମିଶ୍ର। କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ଡେରା ପକାଇଛନ୍ତି ସେ ନେଇ ଚାଲିଛି ଖୋଳତାଡ଼। ଏ ନେଇ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ତେବେ କଥା ହେଉଛି, ଅନୁପ୍ରବେଶକାରୀଙ୍କ ମାଷ୍ଟରମାଇଣ୍ଡ କିଏ ? କିଏ ସେମାନଙ୍କୁ ଓଡିଶା ଆଣୁଥିଲା ? ଜାଲ ଡକ୍ୟୁମେଣ୍ଟ କିଏ ପ୍ରସ୍ତୁତ କରୁଥିଲା ? ସେ ନେଇ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। STF ସ୍କାନରରେ ରହିଛନ୍ତି ଶତାଧିକ ଦଲାଲ । ଗତକାଲି ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ ହୋଇଥିଲେ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ। ଗିରଫ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ୍ ସମାଗ୍ରୀ ଜବତ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିଲେ । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଥିଲା ଏସଟିଏଫ । ଏମାନେ ବିନା ଭିସା ଓ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲେ ।

ମାର୍ଚ୍ଚ ୧୪ରେ ଘଟିବ ଦୁର୍ଲ୍ଲଭ ଘଟଣା: ଆକାଶରେ ଦୃଶ୍ୟମାନ ହେବ ଲାଲ ରଙ୍ଗର ଚନ୍ଦ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୧୪ରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ । ୧୩ ତାରିଖ ରାତିରେ ଓ ୧୪ ତାରିଖ ସକାଳେ ଏହା ଦେଖିବାକୁ ମିଳିବ । ସେହିଦିନ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମଧ୍ୟ ହେବ, ଯାହାକି ଜ୍ୟୋତିର୍ବିଜ୍ଞାନ ଇତିହାସରେ ଏକ ଦୁର୍ଲ୍ଲଭ ଘଟଣା ହେବାକୁ ଯାଉଛି । କାରଣ ଏଥର ଚନ୍ଦ୍ର ରକ୍ତ ଲାଲ ରଙ୍ଗରେ ଦୃଶ୍ୟମାନ ହେବ । ବୈଜ୍ଞାନିକମାନେ ଏହାକୁ ସୁପର ଲୁନର ଇଭେଣ୍ଟ କହିଥାନ୍ତି । କାରଣ ପୂର୍ଣ୍ଣଗ୍ରହଣ ହେବ ଓ ଚନ୍ଦ୍ରର ରଙ୍ଗ ରକ୍ତ ଲାଲ ରଙ୍ଗ ହେବ । ଯେତେବେଳେ ଧରିତ୍ରୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବା ଆଂଶିକ ଭାବେ ଢାଙ୍କି ଦେଇଥାଏ, ସେତେବେଳେ ଚନ୍ଦ୍ରଗଗ୍ରହଣ ହୋଇଥାଏ । ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ପୃଥିବୀ ରହିଲେ ମଧ୍ୟ ଚନ୍ଦ୍ରଗ୍ରହଣ ହୋଇଥାଏ । ଚନ୍ଦ୍ର ନିଜର କକ୍ଷରେ ୫ ଡିଗ୍ରୀ ଝୁଲି ରହିଛି । ଏଥିପାଇଁ ଫଲ ମୁନ ଧରିତ୍ରୀର ଛାଇ ବା ଟିକେ ଉପରେ ବା ତଳେ ରହିଥାଏ । ମାତ୍ର ଚନ୍ଦ୍ରର ନିଜ କକ୍ଷରେ ଦୁଇଟି ସ୍ଥିତିରେ ଆସିଥାଏ । ଉପରକୁ ନୁହେଁ କି ତଳକୁ ନୁହେଁ, ଯେତେବେଳେ ଧରିତ୍ରୀ ଓ ସୂର୍ଯ୍ୟ ଏକ ହରିଜଣ୍ଟାଲ ପ୍ଲେନରେ ରହିଥାନ୍ତି ।  ଅର୍ଥାତ ଗୋଟିଏ ଲାଇନରେ ରହିଲେ ଏପରି ସ୍ଥିତିରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିଥାଏ ।

ଯେତେବେଳେ ଚନ୍ଦ୍ର ଧରିତ୍ରୀର ଛାଇ ଦ୍ବାରା ସମ୍ପୂର୍ଣ୍ଣ ଭାବେ ଢାଙ୍କି ହୋଇଯିବ, ସେତେବେଳେ ସୂର୍ଯ୍ୟରଶ୍ମୀ ପଡ଼ିପାରେ ନାହିଁ । ତେଣୁ ତାହା ଅନ୍ଧାର ହୋଇଥାଏ । ମାତ୍ର ଚନ୍ଦ୍ର କେବେ ବି ପୂରାପୂରି କଳା ହୋଇନଥାଏ । ଏହା ଲାଲ ରଙ୍ଗ ଦୃଶ୍ୟମାନ ହୋଇଥାଏ । ସେଥିପାଇଁ ଅନେକ ସମୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣକୁ ଲାଲ ବା ରକ୍ତ ଚନ୍ଦନ ମଧ୍ୟ କୁହାଯାଏ । ସୌରରଶ୍ମୀରେ ସବୁ ପ୍ରକାରର ଭିଜିବଲ ରଙ୍ଗ ରହିଥାଏ । ଧରିତ୍ରୀର ବାୟୁମଣ୍ଡଳରେ ଥିବା ଗ୍ୟାସ ଏହାକୁ ନୀଳ ରଙ୍ଗ ଦେଖାଇଥାଏ । ଲାଲ ରଙ୍ଗର ଓ୍ବେଭଲେନ୍ଥ ଏହାକୁ ପାର କରିଯାଇଥାଏ । ଏହାକୁ ରେଲିଗ ସ୍କେଟରିଂ କୁହାଯାଏ । ଏଥିପାଇଁ ଆପଣଙ୍କୁ ଆକାଶ ନୀଳ ଓ ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ଲାଲ ରଙ୍ଗ ଦେଖାଯାଇଥାଏ । ଚନ୍ଦ୍ରଗ୍ରହଣ ସମୟରେ ଧରିତ୍ରୀର ବାୟୁମଣ୍ଡଳର ଲାଲ ର୍ଗର ଓ୍ବେଭଲେନ୍ଥ ପାସ କରିଥାଏ । ଏହା ବାୟୁମଣ୍ଡଳରର କାରଣରୁ ବୁଲିଯାଇ ଚନ୍ଦ୍ର ଆଡ଼କୁ ଯାଇଥାଏ । ଏହି ନୀଳ ରଙ୍ଗ ଫିଲ୍ଟର ହୋଇଥାଏ । ଏହି କାରଣରୁ ଚନ୍ଦ୍ରର ରଙ୍ଗ ଦେଖିବାକୁ ଲାଲ ହୋଇଥାଏ ।

ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଜେପି ଚାହୁଁଛି, ଓଡ଼ିଶାକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି: ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟେଗାଳ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋରଦାର ଭାବେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟେଗାଳ ହେବାରୁ ବାଚସ୍ପତି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁତଲବୀ ରଖିଥିଲେ ।

ତେବେ ଜୟ ନାରାୟଣଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେଡି ବିଧାୟକମାେନ ଜୋରଦାର ବିରୋଧ କରିଥିଲେ । ଜୟ ନାରାୟଣ ମିଶ୍ର ଦିନେ ବିରୋଧୀ ଦଳ ନେତା ଥିଲେ । ଏବେ ସେ ବରିଷ୍ଠ ବିଧାୟକ । ସମ୍ବଲପୁରର ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ, ସେଠି ବନ୍ଦେ ଉତ୍କଳ ଜନନୀକୁ ଅପମାନ କରାଗଲା । ଏହି ଅପମାନକୁ ବରଦାସ୍ତ କରାଯିବନି । ବିଜେଡି ଏହାକୁ ନିନ୍ଦା କରୁଛି । ଅକ୍ଷମଣୀୟ ଭାବେ ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଧାୟକ ଯାହା କହିଲେ, ତାହା କେନ୍ଦ୍ରର ଆଭିମୁଖ୍ୟ । ମାତ୍ର ଏହା ଓଡ଼ିଆ ଅସ୍ମିତା ବିରୋଧୀ । ଏହା ଆମ ମହାପୁରୁଷଙ୍କ ପ୍ରତି ଅପମାନ । ରବି ନାୟକ ବି ଏ ଯାଏଁ ଏହାକୁ ଖଣ୍ଡନ କରିନାହାନ୍ତି । କେହି ସ୍ପଷ୍ଟୀକରଣ ଦେଇନାହାନ୍ତି । ଏହା ବିଜେପିର ଏଜେଣ୍ଡା ଓଡ଼ିଶାକୁ ଭାଗ ଭାଗ କରିବାକୁ । ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ କିଛି ନ କହିଲେ ଆମେ ଏ କଥାକୁ ଆମେ ଗାଁ ଗାଁରେ ପହଞ୍ଚାଇବୁ । ଓଡ଼ିଶାକୁ ଭାଙ୍ଗିବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି । ଓଡ଼ିଆ ଅସ୍ମିତା କହୁଥିବା ବିଜେପି ନିଜ ସତୀତ୍ୱ ପ୍ରମାଣିତ କରୁ । ଗୃହ ବାହାରେ ବି ଏହାକୁ ନିନ୍ଦା କରାଯାଇଛି । ଗୃହ ଭିତରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ସରକାର ଉପରେ ଅନ୍ୟ ବିଜେଡି ବିଧାୟକମାେନ ମଧ୍ୟ ବର୍ଷିଥିଲେ ।

ଏକ ଅଭାବନୀୟ ଘଟଣା! ବାପାଙ୍କ ଦ୍ବିତୀୟ ବିବାହକୁ ନେଇ ଆତ୍ମହତ୍ୟା କଲେ ଦୁଇ ନାବାଳକ ପୁଅ

ନୟାଗଡ଼: ଏ ଦୁନିଆରେ ମା’ର ସ୍ଥାନ କେହି ନେଇ ପାରିବେ ନାହିଁ । ସେଥିପାଇଁ କମ୍ ବୟସରୁ ଯଦି କାହାର ମା’ଙ୍କ ବିୟୋଗ ଘଟେ, ଉକ୍ତ ସନ୍ତାନ ଅନାଥ ହୋଇଗଲା ବୋଲି ସମସ୍ତେ କହିଥାନ୍ତି । ତେବେ ମା’ କେବଳ ମା’, ତାର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ । ଅନ୍ୟ କାହାକୁ ପିଲାମାନେ ମା’ ବୋଲି କିପରି ଡାକିବେ? ବାପା ଯଦି ଦ୍ବିତୀୟ ବିବାହ କରିବେ ତାହାକୁ ପିଲାମାନେ କିପରି ଗ୍ରହଣ କରିବେ? ଏପରି ଏକ ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି

ସୂଚନା ସୂଚନା ମୁତାବକ, ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୨ ନାବାଳକ ପୁଅ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ବାପାଙ୍କ ଦ୍ଵିତୀୟ ବିବାହକୁ ନେଇ ଦୁଇ ନାବାଳକ ପୁଅ ଜୀବନ ହାରିଛନ୍ତି । ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ୩ ବର୍ଷ ତଳେ ଗାଁର ପ୍ରକାଶ ମହାନ୍ତିଙ୍କ ପତ୍ନୀଙ୍କ ବିୟୋଗ ହୋଇଥିଲା। ତାଙ୍କର ୨ ଜଣ ପୁଅ ଅଛନ୍ତି। ବଡ଼ ପୁଅକୁ ୧୪ ବର୍ଷ ହୋଇଥିବା ବେଳେ ସାନପୁଅକୁ ୧୧ ବର୍ଷ। କିଛି ଦିନ ହେଲା ପ୍ରକାଶଙ୍କ ଦ୍ଵିତୀୟ ବିବାହ କଥା ଉଠିଥିଲା। ଗତକାଲି ଏକ ପ୍ରସ୍ତାବ ମଧ୍ୟ ଆସିଥିଲା। ଏହି କାରଣରୁ ପ୍ରକାଶଙ୍କ ଦୁଇ ନାବାଳକ ପୁଅ ଆତ୍ମହତ୍ଯା କରିଥିବା ପ୍ରକାଶଙ୍କ ବାପା କହିଛନ୍ତି। ପୋଲିସ ଦୁଇ ମୃତଦେହକୁ ଜବତ କରିଛି। ପ୍ରକାଶଙ୍କୁ ଅଟକ ରଖି ପଚରା ଉଚରା କରୁଛି। ନିଜର ଜନ୍ମିତ ମା’କୁ ଏହି ଦୁଇ ନାବାଳକ କେତେ ଯେ ଭଲ ପାଉଥିଲେ ତାହା ଆଜି ପ୍ରମାଣିତ ହୋଇଛି  ।

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଆୟୋଜକ ପାକିସ୍ତାନ କ୍ରିକେଟର ବୋର୍ଡର ଅଧିକାରୀ କାହିଁକି ଅନୁପସ୍ଥିତ ଥିଲେ ?

ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରେ ପୁରସ୍କାର ବିତରଣ ଉତ୍ସବ ଅବସରରେ ଦେଖିବାକୁ ମିଳିଥିଲା ଏକ ବଡ଼ ବିବାଦ । ଉକ୍ତ ସମାରୋହରେ ଆୟୋଜକ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ଏହି ପୂରା ମାମଲାକୁ ନେଇ ଏବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସ୍ପଷ୍ଟିକରଣ ରଖିଛି । ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ଭାରତ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ହାତେଇ ଇତିହାସ ରଚିଥିଲା । ତେବେ ଏହି ଆଇସିସି ଇଭେଣ୍ଟର ପୁରସ୍କାର ବିତରଣ ଉତ୍ସବରେ କୌଣସି ପିସିବି ଅଧିକାରୀ ଉପସ୍ଥିତ ନ ରହିବା ଏବେ ବଡ଼ ବିବାଦ ସୃଷ୍ଟି କରିଛି । ଫାଇନାଲ ମ୍ୟାଚ ପରେ ମଞ୍ଚ ଉପରେ ପିସିବିର କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଥିଲା ।

ଏନେଇ ଆଇସିସି ମୁଖପାତ୍ର କହିଛନ୍ତି, ପିସିବି ମୁଖ୍ୟ ମୋହସୀନ ନକଭୀ ଦୁବାଇ ଯାତ୍ରା କରିନଥିଲେ । ବୋର୍ଡର ଅଧିକାରୀଙ୍କୁ ପ୍ରଜେଣ୍ଟେସନ ସେରେମନି ପାଇଁ ଡକାଯାଇ ପାରିଥାନ୍ତା । ପିସିବିର କୌଣସି ବି ପଦାଧିକାରୀ ସେଥିପାଇଁ ଉପଲବ୍ଧ ନଥିଲେ । ଯେହେତୁ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲା, ତେଣୁ ପିସିବିର ଅଧିକାରୀ ସେଠାରେ ଉପସ୍ଥିତ ହେବାର ଥିଲା ।  ଅନ୍ୟପକ୍ଷରେ ପୂର୍ବତନ ପାକିସ୍ତାନୀ ପେସର ଶୋଏବ ଅଖତର ନିଜର ଏକ୍ସ ଆକାଉଣ୍ଟରେ ଭିଡିଓ ଶେୟାର କରି ଲେଖିଥିଲେ, ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଜିତିଲା, ମାତ୍ର ପିସିବିର କୌଣସି ପ୍ରତିନିଧି ଫାଇନାଲ ମ୍ୟାଚ ପରେ ସେଠାରେ ଉପସ୍ଥିତ ନଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ ଆୟୋଜନ କରୁଥିଲା । ସେଠାରେ କୌଣସି ପିସିବି ଅଧିକାରୀ କାହିଁକି ନଥିଲେ ତାହା ସେ ଜାଣିନାହାନ୍ତି ବୋଲି ଅଖତର ଲେଖିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ମୋଟ କେତୋଟି ICC ଟାଇଟଲ ଜିତିଛି?

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟ୍ରଫି ହାସଲ କରିଛି । ଏହି ବିଜୟ ସହ ଭାରତ ସପ୍ତମ ଥର ପାଇଁ ଆଇସିସି ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇଛି । ଚାମ୍ପିୟନ୍ସ ଟ୍ରଫିରେ ଏହା ହେଉଛି ଭାରତର ତୃତୀୟ ବିଜୟ । ଭାରତୀୟ ଟିମ ୨୦୦୩ ଓ ୨୦୨୩ ଦିନିକିଆ ବିଶ୍ବକପ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୯-୨୧ ଓ ୨୦୨୧-୨୩ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ (WTC)ର ଫାଇନାଲରେ ପହଞ୍ଚିଥିଲା । ଯଦି ମୋଟ ଆଇସିସି ଟାଇଟଲ କଥା ବିଚାର କରିବା ତେବେ ଅଷ୍ଟ୍ରେଲିଆ ସବୁଠାରୁ ସଫଳ ଟିମର ମାନ୍ୟତା ଲାଭ କରିଛି । ଅଷ୍ଟ୍ରେଲିଆା ୬ ଥର ଦିନିକିଆା ବିଶ୍ବକପ (୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫, ୨୦୨୩), ଥରେ ଟି-୨୦ ବିଶ୍ବକପ (୨୦୨୧), ଦୁଇଥର ଚାମ୍ପିୟନ୍ସ ଟ୍ରଫି (୨୦୦୬, ୨୦୦୯), ଥରେ WTC (୨୦୨୧-୨୩) । ଏପରି ଭାବେ ଅଷ୍ଟ୍ରେଲିଆା ୧୦ଟି ଆଇସିସି ଟ୍ରଫିରେ ବିଜୟୀ ହୋଇଛି ।

ଭାରତ ୧୯୮୩ରେ ଦିନିକିଆ ବିଶ୍ବକପ ବିଜୟୀ ହୋଇଥିଲା । ଏହାପରେ ୨୦୦୨ ଚାମ୍ପିୟନ୍ସ ଟ୍ରଫିରେ ଶ୍ରୀଲଙ୍କା ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ୨୦୦୭ ଟି-୨୦ ବିଶ୍ବ କପ ଜିତିଥିଲା । ୨୮ ବର୍ଷ ପରେ ଶ୍ରୀଲଙ୍କାକୁ ହରାଇ ୨୦୧୧ ଦିନିକିଆ ବିଶ୍ବକପ ଚାମ୍ପିୟନ ହୋଇଥିଲା । ୨୦୧୩ରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଦକ୍ଷିଣ ଆଫ୍ରିକାକୁ ହରାଇ ୨୦୨୪ ଟି-୨୦ ବିଶ୍ବକପ ଜିତିଥିଲା । ନ୍ୟୁଜିଲାଣ୍ଡକୁ ହରାଇ ୨୦୨୫  ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଏପରି ଭାବେ ଭାରତ ମୋଟ ୭ ଥର ଆଇସିସି ଟ୍ରଫି ଜିତିଛି ।

ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ଜୋରଦାର ବିରୋଧ: ବିଧାନସଭାରେ ବିଜେଡି ଓ କଂଗ୍ରେସ ବିଧାୟକଙ୍କ କଡ଼ା ପ୍ରତିବାଦ

ଭୁବେନଶ୍ବର: ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଥିଲା । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋରଦାର ଭାବେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟେଗାଳ ହେବାରୁ ବାଚସ୍ପତି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁତଲବୀ ରଖିଥିଲେ ।

ନାରୀ ସମାଜକୁ ନ୍ୟାୟ ନ ମିଳିବ ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ, ରାଜ୍ୟରେ ଡବଲ କରପସନ ହେଉଛି, ଡବଲ କ୍ରାଇମ ହେଉଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଥାସମ୍ଭବ ଉତ୍ତର ରଖନ୍ତୁ ବୋଲି କଂଗ୍ରେସ କହିଛି । ସ୍ବଚ୍ଛ, ନିର୍ମଳ ଶାସନ କରିବ ବୋଲି ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିଲା, ମାତ୍ର ଶାସନକୁ ଆସିବା ପରେ ସରକାର ସେ କ୍ଷେତ୍ରରେ ବିଫଳ ହୋଇଛି କଂଗ୍ରେସ ବିଧାୟକମାନେ କହିଥିଲେ ।

ସେହିପରି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି ବିଜେଡି । ସମ୍ବଲପୁରରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ଅପମାନିତ କରାଯାଇଥିଲା । ଏହାକୁ ବିଜେଡି ବରଦାସ୍ତ କରୁନାହିଁ । ଓଡ଼ିଶାକୁ ଭାଗ ଭାଗ କରିବା ପାଇଁ ବିଜେପି ବିଧାୟକ ମନ୍ତବ୍ୟ ଦେବା ନିହାତି ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ବିଜେଡି ବିଧାୟକ ରାଜା ସ୍ବାଇଁ । ସେହିପରି ବିଜେପି ସରକାରର ବିଭିନ୍ନ ଅପାରଗତାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ବର୍ଷିଥିଲେ । ସେହିପରି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ବିଜେପି ସରକାର ସବୁବେଳେ ଓଡ଼ିଆ ଅସ୍ମିତାକୁ ପଦାଘାତ କରୁଛି ବୋଲି କହିଥିଲେ ବିଜେଡି ବିଧାୟକ ଶାରଦା ଜେନା ।

ସରପଞ୍ଚଙ୍କ ନାଁରେ ଲୁଟ୍ ଅଭିଯୋଗ: ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ନୀଳଗିରି: ସରପଞ୍ଚଙ୍କ ନାଁରେ ଆସିଛି ଲୁଟ୍ ଅଭିଯୋଗ। ନୀଳଗିରି ଥାନା ଅଧିନ କଣ୍ଟାବଣିଆ ଗାଁରୁ ଚୋରି ହୋଇଛି। ମେଗାଜଳ ପ୍ରକଳ୍ପ ପାଣିଟାଙ୍କି ପରିସରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି। ଅଟୋ ଭର୍ତ୍ତି ଜିନିଷ ସହ ଗାଡିକୁ ଅଟକ ରଖିଛନ୍ତି ଅଞ୍ଚଳବାସୀ। ଚୋରି ନେଇ ଧୋବଶିଳା ସରପଞ୍ଚଙ୍କ ସହିତ ତାଙ୍କ ସହଯୋଗୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ସରପଞ୍ଚଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।