ଜମ୍ମୁର ଏୟାରଫୋର୍ସ ଷ୍ଟେସନରେ ବିଳମ୍ବିତ ରାତିରେ ବିସ୍ଫୋରଣ

1 min read
Blast Reported Inside Air Force Technical Airport Jammu

ଶ୍ରୀନଗର: ଜମ୍ମୁର ଟେକ୍ନିକାଲ୍ ଏୟାରପୋର୍ଟ ପରିସରରେ ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ରାତି ପ୍ରାୟ ୨ଟା ବେଳେ ୫ ମିନିଟ୍ ମଧ୍ୟରେ ୨ ଥର ବିସ୍ଫୋରଣ ହୋଇଥିବା ସୂଚନା ମିଳୁଛି । ଜମ୍ମୁ ପୋଲିସ ବିସ୍ଫୋରଣ କଥାକୁ ସ୍ପଷ୍ଟ କରିଛି । ବିସ୍ଫୋରଣରେ କିଛି ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅନୁସାରେ, ବିସ୍ଫୋରଣର ତୀବ୍ରତା ବହୁତ କମ୍ ଥିଲା ।

ସୁରକ୍ଷା ଦୃଷ୍ଟିରୁ ବୋମା ନିଷ୍କ୍ରିୟକାରୀ ଦଳ ଓ ଫରେନ୍ସିକ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣର ଶବ୍ଦ ବହୁ ଦୂର ଯାଏ ଶୁଭା ଯାଇଥିବା କୁହାଯାଉଛି । ବିସ୍ଫୋରଣ ସ୍ଥଳରେ ବାୟୁସେନାର ଷ୍ଟେସନ ହେଡ କ୍ୱାର୍ଟର ସହ ଜମ୍ମୁର ମୁଖ୍ୟ ବିମାନବନ୍ଦର ପରିସର ଆସୁଛି ।

Blast Reported Inside Air Force Technical Airport Jammu

ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଘଟଣାସ୍ଥଳରେ ବାୟୁସେନା, ଭାରତୀୟ ସେନା ଓ ଜମ୍ମୁ କାଶ୍ମୀର ପୋଲିସ ପହଞ୍ଚିଛି । ପୋଲିସ ଓ ସୁରକ୍ଷା ଏଜେନ୍ସି ଅଲଗା ଅଲଗା ଭାବେ ତଦନ୍ତ କରୁଛନ୍ତି । ତେବେ ଏହା ଆତଙ୍କବାଦୀଙ୍କ କାମ କି ନାହିଁ ତାହା ଜଣାପଡ଼ିନାହିଁ ।

Leave a Reply