ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ‘ଚୋର-ଚୋର’ ନାରା: ଗିରଫ ହୋଇପାରନ୍ତି ଇମ୍ରାନ

1 min read

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ‘ଚୋର’ ନାରା ନେଇ ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ଇମ୍ରାନଙ୍କ ସମେତ ପ୍ରାୟ ୧୫୦ଜଣଙ୍କ ବିରୋଧ ମାମଲା ରୁଜୁ ହୋଇଛି । କ୍ଷମତାସୀନ ପାର୍ଟି ପିଏମ୍ଏଲ୍-ଏନ୍‌ ଅଭିଯୋଗ କରିଛି ଯେ, ଯାହା କିଛି ବି ହେଉଛି ସେଥିପାଇଁ କେବଳ ଇମ୍ରାନ ଖାନ ହିଁ ଦାୟୀ । ତାଙ୍କ ଇସାରାରେ ହିଁ ସବୁକିଛି ହେଉଛି ।

ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମଦୀନାରେ ବିଭିନ୍ନ ନାରାବାଜି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବ । ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଥାଉକି, ସାଉଦିର ମଦିନାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ବିରୋଧରେ ‘ଚୋର୍-ଚୋର୍’ ନାରା ଲଗାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇଙ୍ଗିତରେ ଏ ସମସ୍ତ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପାକ୍‌ ଗୃହମନ୍ତ୍ରୀ ।

ଗତ ଶନିବାର ଦିନ ପାକିସ୍ତାନର ଫୈସଲାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ସମେତ ତାଙ୍କ ସରକାରରେ ମନ୍ତ୍ରୀ ରହିସାରିଥିବା ଫଓ୍ବାଦ ଚୌଧୁରୀ ଏବଂ ଶେଖ ରସିଦ, ପୂର୍ବତନ ଡେପୁଟି ସ୍ପିକର କାସିମ୍‌ ସୁରୀ, ଇମ୍ରାନ ଖାନଙ୍କ ସହଯୋଗୀ ଅନିଲ ମୁସରତ ଏବଂ ସାହିବଜାଦା ଜାହାଙ୍ଗୀରଙ୍କ ସମେତ ଅନ୍ୟ ୧୫୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ନାରା ଦେଇ ମସଜିଦକୁ ଇମ୍ରାନ ଖାନ ଏବଂ ତାଙ୍କ ସମର୍ଥନ ଅପବିତ୍ର କରିଥିବା କହିଛନ୍ତି ନଇମ୍‌ ଭଟ୍ଟୀ ।

ଏଥିସହିତ ପଢ଼ନ୍ତୁ: ହସ୍ପିଟାଲ୍ ବେଡରେ ଡିସକୋ ଡ୍ୟାନସର୍, କ’ଣ ହୋଇଛି ମିଥୁନଙ୍କର?