ବିଜେପି ଉପରେ ନାଖୁସ ଦଳୀୟ ନେତ୍ରୀ, ଅପରାଜିତାଙ୍କ ପରେ କୁସୁମ କହିଲେ…

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଚାଲିଥିବା କ୍ଷମତା ଯୁଦ୍ଧର ନିଆଁ ଏବେ ସ୍ପଷ୍ଟ ପ୍ରତେୟମାନ । ପୁଣି ନେତୃତ୍ୱ ଉପରେ ଅସନ୍ତୋଷର ଆଭାସ । ରାଜ୍ୟ ବିଜେପି ସଙ୍ଗଠନ ଉପରେ ମହିଳା ବିଗ୍ରେଡ ନାଖୁସ୍ । ସୁନ୍ଦରଗଡ଼ ବିଧାୟିକା ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ।  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ  ସ୍ବରରେ ସ୍ବର ମିଳାଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଦଳ ନିର୍ବାଚନ ସମୟରେ ଯେଉଁଭଳି ପ୍ଲାନ କରିବା କଥା ତାହା କରି ପାରୁ ନାହିଁ ବୋଲି ବିଧାୟିକା ଅଭିଯୋଗ କରିଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖି ଅତ୍ୟଧିକ ଆତ୍ମବିଶ୍ବାସରେ ପୌର ନିର୍ବାଚନକୁ ହାଲୁକା ଭାବେ ଦଳ ନେଇଥିବା କହିଛନ୍ତି କୁସୁମ ଟେଟେ  ।

ନେତୃତ୍ୱଙ୍କ ଏପରି ଅବସ୍ଥା ପାଇଁ  ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା କହିଛନ୍ତି ବିଧାୟିକା । ନିଜ ନିଜର ଭିତରେ ପ୍ଲାନ୍ ରହିବା କଥା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାହା ଦେଖିଥିବେ ସେ ସେୟା କହିଥିବେ ବୋଲି କହିଛନ୍ତି କୁସୁମ ଟେଟେ । ଏହାସହ ରାଜ୍ୟ ନେତୃତ୍ବର ପରିବର୍ତ୍ତନ ନେଇ ବୁଲାଇ ବଙ୍କାଇ ଇସାରା ଦେଇଛନ୍ତି ବିଧାୟିକା । ନେତୃତ୍ବ ପରିବର୍ତ୍ତନ ନେଇ ହାଇକମାଣ୍ଡ ଶେଷ ନିଷ୍ପତ୍ତି ନେବେ । ୨୦୨୪ରେ ମିଶନ ୧୨୦ ଟାର୍ଗେଟ କିପରି ପୂରଣ ହେବ ସେନେଇ ହାଇକମାଣ୍ଡ ହିଁ ରୋଡମ୍ୟାପ ପ୍ରସ୍ତୁତ କରିବେ ବୋଲି କହିଛନ୍ତି  ଟେଟେ  ।

ସଂଗଠନରେ ସବୁକିଛି ଠିକ ଠାକ ଚାଲିନଥିବା କଥା ପ୍ରମାଣିତ ହୋଇଛି । ବିଜେପି ୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଭଳ ପ୍ରଦର୍ଶନ କରିତିବାବେଳେ ୨୯୭ଟି ଜିଲ୍ଲା ପରିଷଦ ଆସନ ହାତେଇଥିଲା । କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ଦଳର ଭୋଟ ପ୍ରତିଶତ ୩୦ ପ୍ରତିଶତ ହ୍ରାସ ଘଟିଲା । ଚଳିତ ୨୦୨୨ ବର୍ଷ ପଞ୍ଚାୟତ ନିର୍ବାଚନରେ ଦଳ କେବଳ ୪୨ ସିଟରେ ସିମୀତ ରହିଲା । ଏମିତିକି ପ୍ରଥମଥର ପାଇଁ ୩୦ଟି ଯାକ ଜିଲ୍ଲାରେ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଢିବାରେ ସଫଳ ହେଲା । ପୌର ନିର୍ବାଚନରେ ମଧ୍ୟ ବିଜେଡିର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି  । ଦଳକୁ ମିଳିଛି ଐତିହାସିକ ସମର୍ଥନ  ।

ତେବେ ବିଜେପିର ଏଭଳି ଏକ ବଡ଼ ବିଘଟନ ଦଳର ଅନ୍ତ୍ରକନ୍ଦଳକୁ ପଦାରେ ପକାଇଛି । କାରଣ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିଜେପି ଏବଂ ଅପରାଜିତା ଷଡ଼ଙ୍ଗୀ ଏକାଠି କାମ କରୁନଥିଲେ । ବଂର ଉଭୟେ ସମାନ୍ତରାଳ ଭାବେ କାର୍ଯ୍ୟ କରୁଥିଲେ । ଯେଉଁଥିପାଇଁ ଦଳ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି  । ସାଂସଦ ଷଡ଼ଙ୍ଗୀ ବିଜେପିର ରାଜ୍ୟ ନେତୃତ୍ୱ ପରିବର୍ତ୍ତନ କଥା ପରୋକ୍ଷରେ ଉଠାଇଥିଲେ  । ଅର୍ଥାତ ସାଂସଦ ଷଡ଼ଙ୍ଗୀ ଭୁବନେଶ୍ୱରରେ ଦଳର ପରାଜୟକୁ ନେଇ ବିଜେପି ନେତୃତ୍ୱଙ୍କୁ ଦୋଷାରୋପ କରିଥିଲେ  । ଏବେ ଅରପରାଜିତାଙ୍କ ଭଳି କୁସୁମ ଟେଟେ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ଆବାସ ଦେଇଛନ୍ତି  ।