ବିଜେପି ନେତାଙ୍କ ଜାଲ୍ ପ୍ରମାଣପତ୍ର କାରବାର, ସରପଞ୍ଚଙ୍କ ସମେତ ୫ ଗିରଫ

ବରଗଡ଼ : ମହଙ୍ଗା ପଡ଼ିଲା ନକଲି ଜାତିଗତ, ରେସିଡେଣ୍ଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ପ୍ରସ୍ତୁତି  କରିବା । ଆରଆଇ ଓ ଜଣେ ବିଜେପି ସମର୍ଥିତ ସରପଞ୍ଚଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ସୁକୁଡ଼ା ଆରଆଇ ସନ୍ଦୀପ ଶତପଥୀ ଓ ଡୁମେରପାଳିର ବିଜେପି ସମର୍ଥିତ ସରପଞ୍ଚ ମନୋରଞ୍ଜନ ଦୋରା । ମନୋରଞ୍ଜନ ରାଜ୍ୟ ବିଜେପିର ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ସମର୍ଥନରେ ନିର୍ବାଚନ ଲଢି ଜିତିଥିଲେ  । ଅନ୍ୟ ତିନି ଅଭିଯୁକ୍ତ ଉତ୍ତରପ୍ରଦେଶର ବିରପାଳ ସିଂ, ବବଳେଶ କୁମାର ଓ ରବିକାନ୍ତ । ଅଭିଯୁକ୍ତମାନେ ନକଲି ଜାତିଗତ, ରେସିଡେଣ୍ଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ ।Fake education certificates racket busted in Hyderabad, 1 1 held |  Hyderabad News - Times of India

ଉତ୍ତରପ୍ରଦେଶର ତିନି ଅଭିଯୁକ୍ତଙ୍କୁ ନକଲି ସାର୍ଟିଫିକେଟ ଦେଇଥିଲେ ଆରଆଇ ଓ ସରପଞ୍ଚ । ଫେକ ସାର୍ଟିଫିକେଟ ଜରିଆରେ ଓଡ଼ିଶାରେ ସରକାରୀ ଚାକିରି କରିବାକୁ ସେମାନେ ଆବେଦନ କରିଥିଲେ  । ଏନେଇ ଯାଞ୍ଚ ବେଳେ ଧରାପଡ଼ିବା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା  । ତେବେ ଆଉ କେତେ ଜଣଙ୍କୁ ଏପରି ନକଲି ସାର୍ଟିଫିକେଟ ଦେଇଛନ୍ତି  ଓ ରାକେଟରେ ଆଉ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ କରାଯାଉଛି  ।