ଖୁବ୍ ଶୀଘ୍ର ବିଜେଡି ଗଠନ କରିବ ଝାରସୁଗଡ଼ା ଉପନିର୍ବାଚନ ପାଇଁ କମିଟି

ଝାରସୁଗଡ଼ା: ଖୁବ୍ ଶୀଘ୍ର ବିଜେଡି ଗଠନ କରିବ ଝାରସୁଗଡ଼ା ଉପନିର୍ବାଚନ ପାଇଁ କମିଟି । ଏ ନେଇ ଆଜି ଭୁବନେଶ୍ବରରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ସାରଦା ନାୟକ, ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।

ବୈଠକରେ ଉପନିର୍ବାଚନ ବିଜୟ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ତେବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗଠନ ହେବାକୁ ଯାଉଥିବା କମିଟିରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ଼ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି । ଏହି ଉପନିର୍ବାଚନ ଜିତିଲେ, ବରଗଡ଼ ଲୋକସଭାରୁ ବିଜେଡି ପାଇବ ପଞ୍ଚମ ମହିଳା ବିଧାୟିକା ।

ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣର ଉଦାହରଣ ସୃଷ୍ଟି କରୁଛି । ଏପରି ସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତନ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରୁ ଜିତିଥିବା ମହିଳା ବିଧାୟିକା ଅଳକା ମହାନ୍ତି ବି ନିର୍ବାଚନରେ ଦାୟିତ୍ବ ନିର୍ବାହ କରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ।