ଓଡ଼ିଶାର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛି ବିଜେପି: ବିଜେଡି

ଭୁବନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ।

ଲେଖାଶ୍ରୀ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ହଟାଇବାକୁ ନିଷ୍ପତ୍ତି ନେବା ନିନ୍ଦନୀୟ । ବିଜେପି ସରକାର ଓଡ଼ିଶାର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ।

ଆଗକୁ ସେ କହିଛନ୍ତି, ‘ଓଡ଼ିଆ ଜାତି ଓ ଅସ୍ମିତାର ପ୍ରତୀକ ହେଉଛନ୍ତି ବିଜୁ ବାବୁ। ତାଙ୍କ ଅବଦାନ ଓ ତାଙ୍କ ନାଁକୁ ହଟାଇବାକୁ ଚେଷ୍ଟା ନକରି ଭଲ କାମ ଜରିଆରେ  ଓଡିଶାବାସୀଙ୍କ ପ୍ରିୟ ପାତ୍ର ହୁଅ ।’

ପ୍ରବାଦ ପୁରୁଷଙ୍କ ନାଁ ଜନମାନସରୁ ନହଟାଇବାକୁ ଲେଖାଶ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ କହିଛନ୍ତି, ସରକାରରେ କ’ଣ ଚାଲିଛି ମୁଖ୍ୟମନ୍ତ୍ରୀଙ୍କୁ ଜଣାନାହିଁ । କ୍ରୀଡା ବିଭାଗ ବିଜ୍ଞପ୍ତି ପ୍ରକାଶ କରୁଛି, ହେଲେ ମୁଖ୍ଯମନ୍ତ୍ରୀ ଜାଣୁନାହାନ୍ତି । ବିଜେପି ଇତିହାସକୁ ନିଜ ବାଟରେ ଲେଖିବାକୁ ଚେଷ୍ଟା ନକରୁ । ବିଜୁ ବାବୁଙ୍କ କର୍ମ ଓ ଅବଦାନକୁ ସମ୍ମାନ ଦିଅ ଓଡ଼ିଶାବାସୀଙ୍କ ଭାବାବେଗକୁ କୁଠାରଘାତ କରନି ।