ରେଳବାଇ କ୍ଷେତ୍ରରେ ମୟୂରଭଞ୍ଜ ଅବହେଳା, ବିରୋଧ କଲା ବିଜେଡି

ମୟୂରଭଞ୍ଜ: ରେଳବାଇ କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲାକୁ ଲଗାତାର ଅବହେଳା କରିଆସୁଛି କେନ୍ଦ୍ର । କେନ୍ଦ୍ର ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ଜୋରଦାର ବିରୋଧ କରିଛି ବିଜେଡି । ବରିଷ୍ଠ ନେତା ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ବିଧାୟକ ସୁଦାମ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍ ଯୋଗ ଦେଇଛନ୍ତି  ।

ବାରିପଦା ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ମୟୂରଭଞ୍ଜ ଜିଲ୍ଲା ପ୍ରତି କେନ୍ଦ୍ର କରୁଥିବା ଅବହେଳାକୁ ଆଉ ବରଦାସ୍ତ କରାଯିବନି । ଜିଲ୍ଲାର ହକ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।