ବ୍ୟକ୍ତିଗତ ଟିପ୍ପଣୀ ଦେଇ ୨ ମହିଳାଙ୍କୁ ହତୋତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ବିଜେଡିର କଡ଼ା ଜବାବ । ପ୍ରେସମିଟ୍ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ମହିଳାଙ୍କ ସମ୍ମାନ ଉପରେ ଦେଇଥିବା ଟିପ୍ପଣୀକୁ କଡ଼ା ସମାଲୋଚନା । ବ୍ୟକ୍ତିଗତ ଟିପ୍ପଣୀ ଦେଇ ୨ ମହିଳାଙ୍କୁ ହତୋତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଝାରସୁଗୁଡା ଉପନିର୍ବାଚନବେଳେ ଦୀପାଳିଙ୍କୁ ମଧ୍ୟ ବିଜେପି ଏକ ଗୋଷ୍ଠୀ ଅପମାନିତ କଲେ । ଯାହାର ଫଳ ଝାରସୁଗୁଡା ଉପ ନିର୍ବାଚନରେ ବିଜେପିକୁ ମିଳିସାରିଛି ।

ତେବେ ମିଶନ ଶକ୍ତି ମାଆଙ୍କ ଉପରେ ଆପଣଙ୍କ ଏତେ ରାଗ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଓଡ଼ିଶାର ଲୋକ ଶାନ୍ତ, ସରଳ ଓ ସ୍ୱାଭିମାନୀ । ୨୦୨୨ ପଞ୍ଚାୟତ ନିର୍ବାଚନରେ ଲୋକେ ଏହାର ଜବାବ ଦେଇଛନ୍ତି । ଏଥିରୁ ଆପଣ ବୁଝିଯିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର । ତେଣୁ ମହିଳାଙ୍କୁ ସମ୍ମାନ ଦେବା ବିଜେପି ଶିକ୍ଷା କରିବା ଆବଶ୍ୟକ । ଯଦି ନବୁଝନ୍ତି ନିର୍ବାଚନରେ ଲୋକେ ଜବାବ ଦେବେ ।