ବାତ୍ୟା ‘ୟାସ’ ସମୀକ୍ଷା କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ୟାସ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହିତ ସେ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟି ପାଇଁ ଜିଲ୍ଲାରେ କିଭଳି ପ୍ରସ୍ତୁତ ରହିଛି, ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଣବ ପ୍ରକାଶ ଦାସ । ପ୍ରଥମେ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ଯାଇ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି ୨୪ ଘଣ୍ଟା ସଜାଗ ରହି ଲୋକଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ।

ସେହିପରି ଜିଲ୍ଲାରେ ବାତ୍ୟା ୟାସ ର ସୁପରିଚାଳନା ପାଇଁ ବରିଷ୍ଠ ଆଇ ଏ ଏସ ଅଧିକାରୀ ସୁରେଶ କୁମାର ବଶିଷ୍ଠ ବାରିପଦା ଠାରେ ପହଞ୍ଚିଵା ପରେ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଏସ ପି ସ୍ମିତ ପି ପରମାର ଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ପରେ ପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସଚୀବ ସୁରେଶ କୁମାର ବଶିଷ୍ଠ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଵୁଲି ଦେଖିବା ସହିତ ବାରିପଦା ଠାରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ।

Leave a Reply