ଆନ୍ଧ୍ରକୁ ଖୋଲା ଚାଲେଞ୍ଜ, ମୁଖ୍ୟମନ୍ତ୍ରୀ ଆସିଲେ ବି ଫରକ ପଡ଼ିବନି

କୋଟିଆ: କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପଟାଙ୍ଗୀ ବିଜେଡି ବିଧାୟକ ପିତମ ପାଢ଼ୀଙ୍କ ଖୋଲା ଚ୍ୟାଲେଞ୍ଜ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କୋଟିଆ ଆସିଲେ କିଛି ଫରକ ପଡ଼ିବ ନାହିଁ। କୋଟିଆ ଲୋକ ଓଡ଼ିଶାରେ ଥିଲେ ଓ ଅଛନ୍ତି। ଆନ୍ଧ୍ର କେବଳ ଭତ୍ତା ଓ ଚାଉଳ ବାଣ୍ଟୁଛି, ଫଟୋ ଉଠାଇ ଭାଇରାଲ କରୁଛି।
ଓଡ଼ିଶା ସରକାର କୋଟିଆରେ ସ୍କୁଲ, ହସ୍ପିଟାଲ, ଥାନା, ଭୁବନେଶ୍ୱରଠାରୁ ଭଲ ରାସ୍ତା କରିଛନ୍ତି । ଆନ୍ଧ୍ରପ୍ରଦେଶ କହୁଛି, କୋଟିଆରେ ସେମାନଙ୍କ ପଞ୍ଚାୟତ ଅଫିସ ଅଛି । ହେଲେ ସେମିତି କିଛି ନାହିଁ ବୋଲି ବିଧାୟକ ପିତମ ପାଢୀ କହିଛନ୍ତି।