ଜମି କେଳେଙ୍କାରୀ ମାମଲାରେ ଜୟ ପଣ୍ଡାଙ୍କୁ ଉତ୍ତର ମାଗିଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ

1 min read

ଭୁବନେଶ୍ୱର: ଓଡ଼ିଶା ଇନଫ୍ରାଟେକର ଜମି କେଳେଙ୍କାରୀ ପ୍ରସଙ୍ଗ । ଘଟଣାରେ ବୈଜୟନ୍ତ ପଣ୍ଡା ଉତ୍ତର ରଖିବାକୁ ଦାବି କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।  କାହିଁକି ସେ ଗରିବ ଓ ଅନୁସୂଚିତ ଜାତି ଚାଷୀଙ୍କୁ ଠକିଛନ୍ତି ? କାହିଁକି ରବି ସେଠୀଙ୍କୁ ଦଳିତଙ୍କ ଜମି କିଣିବାକୁ ବାଧ୍ୟ କରିଥିଲେ ? ଏଭଳି ଆଉ କେତେ ଲୋକଙ୍କ ଜମି ଠକି କରି କିଣାଯାଇଛି ? ଏସବୁ ପ୍ରସଙ୍ଗରେ ଟ୍ୱିଟ କରି ଉତ୍ତର ଦାବି କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ସେପଟେ ସାରୁଅ ଜମି ଜାଲିଆତି ମାମଲାରେ ବଢିଲା ଜଗି ଓ ଜୟ ପଣ୍ଡାଙ୍କ ଅଡୁଆ । ମାମଲାକୁ ରଦ୍ଦ କରିବାକୁ ହୋଇଥିବା ମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ । ସାରୁଅ ଜମି ଜାଲିଆତିର ମାମଲା କ୍ରାଇମବ୍ରାଞ୍ଚ ନେଲା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତକ ଅପରାଧିକ ଶାଖା ପ୍ରେସମିଟ କରି ଜାଲିଆତି ହୋଇଥିବା କଥା କହିଥିଲା  । ଗିରଫ ଭୟରେ  ୫ ତାରିଖରେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରେ ସମର୍ଥ ହୋଇଥିଲେ ଜଗି ଓ ଜୟ ପଣ୍ଡା  । ଏହା ସହିତ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ  । ଯାହାକି ଗତକାଲି ଯାଏଁ ସୁରକ୍ଷିତ ଥିଲା  । ଆଜି  ଏହି ମାମଲାର ଶୁଣାଣି ହେବ  ।

Leave a Reply