ରାଉରକେଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

1 min read

ବିଜୁ ଜନତା ଦଳ ପକ୍ଷରୁ ଆଜି ରାଉରକେଲା ସହରର ବିଶ୍ରା ଛକ ନିକଟରୁ ଉଦିତନଗର ଛକ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେଡି ନେତା ଓ କର୍ମୀ ଏହି  ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ତଥା ରାଉରକେଲା ସହରବାସୀଙ୍କ ପାଇଁ କରିଥିବା ବିଭିନ୍ନ ଉନ୍ନତିମୂଳକ ଓ ଜନହିତକର କାର୍ଯ୍ୟକୁ ଏହି ଜନସମ୍ପର୍କ ଯାତ୍ରା ଅବସରରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା ।

ସେହିପରି ରାଉରକେଲା ସହରର ବିଭିନ୍ନ ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରିଥିବାବେଳେ, ବଳକା ରହିଥିବା ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରହିଥିବା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୂଚନା ଦେଇଛନ୍ତି । ରାଉରକେଲା ସରକାରୀ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୧୨୮ରୁ ୪ଶହକୁ  ବୃଦ୍ଧି କରାଯିବା ସହ ହସ୍ପିଟାଲରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯାଇଛି ।  ହସ୍ପିଟାଲର ସମସ୍ତ ସମସ୍ୟା ସମାଧାନ କରାଯାଉଥିବା କହିଛନ୍ତି ବିଧାୟକ ।

ଏହାସହ ରାଉରକେଲା ସହରର ରାସ୍ତା, ପାନୀୟ ଜଳ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହାନଗର ନିଗମ ଅଞ୍ଚଳର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ ଜାରି ରହିଥିବା ବିଧାୟକ ସାରଦା ପ୍ରସାଦ ନାୟକ ସୂଚନା ଦେଇଛନ୍ତି । ')}

Leave a Reply