ଦିନେ ବିବାହ ପାଇଁ କରିଥିଲେ ଧର୍ମ ପରିବର୍ତ୍ତନ; ଜନ୍ମଦିନ ଅବସରରେ ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ଲଭଷ୍ଟାେରୀ ସମ୍ପର୍କରେ…

1 min read

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଆଜି ନିଜର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବର ନସରାଲିରେ ଜନ୍ମଗ୍ରହଣ କରିଥିଲେ ବଲିଉଡର ହି-ମ୍ୟାନ୍।

ଏହି ଅବସରରେ ଆସନ୍ତୁ ଜାଣିବା ଧର୍ମେନ୍ଦ୍ରଙ୍କ ସହ ହେମା ମାଲିନିଙ୍କ ଲଭଷ୍ଟାେରୀ ସମ୍ପର୍କରେ… ଦୁହେଁ ବିବାହ ପରେ ୪ ଦଶନ୍ଧିରୁ ଅଧିକ ସମୟ ଧରି ଏକାଠି ବୈବାହିକ ଜୀବନ ବିତାଉଛନ୍ତି।

କିଛି ଏହିପରି ଥଲା ଦୁହିଁଙ୍କର ପ୍ରଥମ ସାକ୍ଷାତ ଓ ପ୍ରେମ ସମ୍ପର୍କ-

ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ପ୍ରଥମେ ଫିଲ୍ମ ‘ତୁମ୍ ହସିନ୍ ମେନ୍ ଜୱାନ୍’ର ସେଟରେ ଦେଖା ହୋଇଥିଲା। ଯାହା ପରେ ଏହି ଯୋଡି ୪୦ରୁ ଅଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ୧୯୭୦ ଦଶକରେ ଯେତେବେଳେ ଦୁହେଁ ପ୍ରେମ ବନ୍ଧନରେ ଆବଦ୍ଧ ହୋଇଥିଲେ, ସେତେବେଳେ ଧର୍ମେନ୍ଦ୍ର ପ୍ରକାଶ କୗେରଙ୍କୁ ବିବାହ କରିସାରିଥିଲେ। ତାଙ୍କର ଚାରି ସନ୍ତାନ ମଧ୍ୟ ରହିଥିଲେ ।

ହେମା ମାଳିନୀଙ୍କୁ କେବଳ ଧର୍ମେନ୍ଦ୍ର ନୁହେଁ ଦୁଇଜଣ ସୁପରଷ୍ଟାର ଜିତେନ୍ଦ୍ର ଓ ସଞ୍ଜୀବ କପୁର ମଧ୍ୟ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ହେମା ମାଳିନୀଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ ଧର୍ମେନ୍ଦ୍ର ।

ଏକଦା ହେମା ମାଳିନୀ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ଯେତେବେଳେ ଧରମ ଜୀଙ୍କୁ ଦେଖିଲି, ମୁଁ ଜାଣିଲି ଯେ ସେ କେବଳ ମୋ ପାଇଁ ତିଆରି ହୋଇଛନ୍ତି । ମୁଁ ତାଙ୍କ ସହିତ ମୋ ଜୀବନ ବିତାଇବାକୁ ଚାହୁଁଥିଲି । ମୁଁ ମଧ୍ୟ ଚାହୁଁଥିଲି ଯେ ଏହି ବିବାହକୁ ନେଇ କାହାକୁ ଅସୁବିଧା ନହେଉ । ମୁଁ ତାଙ୍କୁ ବିବାହ କରିଥିଲେ ବି ତାଙ୍କର ପ୍ରଥମ ପତ୍ନୀ ଏବଂ ପିଲାମାନଙ୍କୁ ତାଙ୍କ ଜୀବନରୁ କେବେ ଅଲଗା କରିବାକୁ ଚାହିଁନି ।

ବିବାହ ପାଇଁ ଉଭୟ ଧର୍ମ ପରିବର୍ତ୍ତନ କରିଥିଲେ-
ଯେହେତୁ ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ । ଯେଉଁଥିପାଇଁ ହେମାଙ୍କୁ ବିବାହ କରିବା ପାଇଁ ଉଭୟଙ୍କୁ ପ୍ରଥମେ ଧର୍ମ ପରିବର୍ତ୍ତନ କରିବାକୁ ପଡିଥିଲା। ଧର୍ମ ପରିବର୍ତ୍ତନ ସମୟରେ ହେମା ତାଙ୍କ ନାମ ଆୟେଶା ଏବଂ ଧର୍ମେନ୍ଦ୍ର ତାଙ୍କ ନାମ ଦିଲାୱର ଖାନ ରଖିଥିଲେ । ତେବେ ଏହି ଷ୍ଟାର ଦମ୍ପତିଙ୍କର ଦୁଇ ଝିଅ ରହିଛନ୍ତି ।

Leave a Reply