TMC ନେତାଙ୍କୁ ହତ୍ୟା ଘଟଣାର ହେବ ସିବିଆଇ ଯାଞ୍ଚ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ତୃଣମୂଳ କଂଗ୍ରେସ ନେତା ଭାଜୁ ଶେଖଙ୍କ ହତ୍ୟା ଘଟଣାର ସିବିଆଇ ଯାଞ୍ଚ ହେବ । କଲିକତା ହାଇକୋର୍ଟ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଟିଏମସି ନେତାଙ୍କ ହତ୍ୟା ଓ ଏହା ପରବର୍ତ୍ତୀ ସଂଘଟିତ ନରସଂହାର ପରସ୍ପର ସହ ଜଡିତ ବୋଲି ହାଇକୋର୍ଟ କହିବା ସହ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତମାସରେ ଟିଏମସି ନେତା ଭାଦୁ ଶେଖଙ୍କ ହତ୍ୟା ପରେ ରାଜନୈତିକ ହିଂସାକାଣ୍ଡ ହୋଇଥିଲା । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ହିଂସାକାଣ୍ଡର ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି ହାଇକୋର୍ଟ । ଗତକାଲି ସିବିଆଇର ପ୍ରାଥମିକ ଯାଞ୍ଚ ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରିଛନ୍ତି ।