ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ଵାବଲମ୍ବୀ ଧର୍ମଶାଳା ଗଙ୍ଗାଧରପୁର ଗାଁର ତାରା ପ୍ରସାଦ ରାୟ

ନନ୍ଦିଘୋଷ ବ୍ୟୁରୋ: ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ଵାବଲମ୍ବୀ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ଗାଁର ତାରା ପ୍ରସାଦ ରାୟ । ୫୦ ହଜାର ଲିଟର କାପସିଟିର ଦୁଇଟି ବଡ କୁଣ୍ଡରେ କରୁଛନ୍ତି ମାଛ ଚାଷ। ସରକାରଙ୍କ ମତ୍ସ୍ଯ ବିଭାଗ ପକ୍ଷରୁ ମିଳୁଛି ସମସ୍ତ ସହାୟତା । ପ୍ରଥମ ପର୍ଯ୍ଯାୟରେ କରିଛନ୍ତି ୨୦ ହଜାର ଟଙ୍କା ରୋଜଗାର। ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ମାଛ ଚାଷ ଦେଇଛି ରୋଜଗାର । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ଵାବଲମ୍ବୀ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ଗାଁର ତାରା ପ୍ରସାଦ ରାୟ । ଦୁଇଟି ବଡ଼ ବଡ଼ କୁଣ୍ଡରେ  କରିଛନ୍ତି ମାଛ ଚାଷ । ୫୦ ହଜାର ଲିଟର କାପାସିଟିର ପାଣି କୁଣ୍ଡରେ କରୁଛନ୍ତି ମାଛ ଚାଷ। ବିଶେଷ କରି ରୂପଚାନ୍ଦି, ସିଲଭର କପ ମାଛ ଚାଷ କରୁଛନ୍ତି ତାରା । ପ୍ରଥମ ପର୍ଯ୍ଯାୟରେ ୮୦ କେଜି ମାଛ ଜାଆଁଳ ଛଡା ଯାଇଛି। ଵାୟୋଫ୍ଲକ ପଦ୍ଧତିରେ ମାଛ ଯେଭଳି ସଠିକ ଭାବେ ବଢିପାରିବେ ସେଥିପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି । ଗ୍ରୀନ ଜାଲି ବ୍ଯବସ୍ଥା ସାଙ୍ଗକୁ ପାଣିର ପାରାମିଟର ଠିକ ରଖିବା ପାଇଁ ପାୱାର ଟେଷ୍ଟିଙ୍ଗ କରଯାଉଛି । ଅକ୍ସିଜେନର ବ୍ଯବସ୍ଥା ସାଙ୍ଗକୁ ଡ୍ରେନେଜର ମଧ୍ଯ ବ୍ଯବସ୍ଥା କରାଯାଇଛି ।

ତାରାଙ୍କୁ ବାୟୋଫ୍ଲକ ମାଛ ଚାଷ ନିମନ୍ତେ ସରକାରଙ୍କ ମତ୍ସ୍ଯ ବିଭାଗ ପକ୍ଷରୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ଏଥିସହିତ ମତ୍ସ୍ଯ ବିଭାଗ ଅଧିକାରୀ ମଧ୍ୟ ଏହାର ତଦାରଖ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଟଙ୍କା ରୋଜଗାର କରିଛନ୍ତି । ଆଗାମୀ ଦିନରେ ଏହି ମାଛ ବ୍ୟବସାୟକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ତାରା ।