ବିହାର ନିର୍ବାଚନ: ୧ ହଜାର ୪୬୩ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ 

ପାଟଣା: ବିହାରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କରୋନା କଟକଣା ମଧ୍ୟରେ ଭୋଟର ବାଛୁଛନ୍ତି ନିଜର ନେତା । ଆଜି ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ଭୋଟିଂ ଚାଲିଥିବା ବେଳେ ୧ ହଜାର ୪୬୩ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ  । ପ୍ରାର୍ଥୀଙ୍କ ମଧ୍ୟରେ ୧ ହଜାର ୩୧୬ ଜଣ ପୁରୁଷ ଓ ୧୪୬ ଜଣ ମହିଳା ଅଛନ୍ତି । ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବାବେଳେ ବିଜେପି ୪୬ ଓ ଜେଡୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛନ୍ତି ।

ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପାଟନାର ୭ଟି, ଭାଗଲପୁରର ୫ଟି, ଖଗଡିଆର ୪ଟି, ପୂର୍ବ ଚମ୍ପାରନର ୩ଟି, ପଶ୍ଚିମ ଚମ୍ପାରନର ୩ଟି, ସମସ୍ତିପୁରର ୫, ବୈଶାଳୀର ୪, ଶିବହାରର ୩, ଶରନର ୧୦, ବେଗୁସରାଇର ୭, ଗୋପାଳଗଞ୍ଜର ୬, ଦରଭଙ୍ଗାର ୫, ସିଓ୍ବାନର ୮, ମଧୁବନିର ୫, ସୀତାମାଢିର ୪, ମୁଜାଫରପୁରର ୫ଟି ଆସନରେ ଚାଲିଛି ନିର୍ବାଚନ ।

୨୦୧୫ ନିର୍ବାଚନରେ ଏହି ୯୪ଟି ଆସନ ମଧ୍ୟରୁ ଜେଡୟୁ ୩୦, ଆରଜେଡି ୩୩, କଂଗ୍ରେସ ୭ଟି ଓ ଏନଡିଏକୁ ୨୨ଟି ଆସନ ମିଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର  ।

Leave a Reply