ସୁଶାନ୍ତଙ୍କ ପରିବାର ଚାହିଁଲେ ହେବ ସିବିଆଇ ତଦନ୍ତ : ନୀତିଶ

nitish

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । କଥିତ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ବାପା ଲିଖିତ ଅଭିଯୋଗ ଅଣିବା ପରେ ଏହାର ଯାଂଚ ଆରମ୍ଭ ହୋଇ ଯାଇଛି । ଏହି ମଧ୍ୟରେ ସାମ୍ନାକୁ ଆସିଛି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ୍ । ନୀତିଶ୍ କୁମାର ତାଙ୍କ ବୟାନରେ ଦର୍ଶାଇଛନ୍ତିଯେ, ଯଦି ସୁଶାନ୍ତଙ୍କ ବାପା ସିବିଆଇ ଯାଂଚ ପାଇଁ ଦାବି କରୁଛନ୍ତି ତେବେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇ ପାରିବ ।

 

ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ଦ ନୀତିଶ୍ କୁମାର କହିଛନ୍ତିଯେ, ଅଧିକାଂଶ ଲୋକ ସିବିଆଇ ଯାଂଚ ଦାବି କରୁ ଥିବାରୁ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାକୁ ସରକାର ଖୁବ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ଏଥିରେ ତାଙ୍କର କୌଣସି ଭୂମିକା ନଥିବା କଥା କହିଛନ୍ତି ନୀତିଶ୍ କୁମାର । ସୁଶାନ୍ତଙ୍କ ବାପା ଏହି ମାମଲା ରୁଜୁ କରିଛନ୍ତି ଏବଂ ପୋଲିସର କାମ ହେଉଛି ଏହାକୁ ଯାଂଚ କରିବା । ଏଥିରେ ବିହାରର କୌଣସି ଭୂମିକା ନାହିଁ । ଏହା ସହିତ ଯେଉଁମାନେ ମାମଲା ରୁଜୁ କରିଛନ୍ତି ଯଦି ସେମାନେ ସିବିଆଇ ଯାଂଚ ପାଇଁ ଦାବି କରନ୍ତି ତେବେ ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଇ ପାରନ୍ତି । ବିହାର ସରକାର ସିବିଆଇ ଯାଂଚ ପାଇଁ ସୁପାରିଶ୍ କରି ପାରନ୍ତି । ମହାରାଷ୍ଟ୍ର ପୋଲିସ୍ ଯାଂଚରେ ସହଯୋଗ କରୁନାହିଁକି ପ୍ରଶ୍ନର ଉତ୍ତରରେ ନୀତିଶ୍ କୁମାର କହିଛନ୍ତିଯେ, ମହାରାଷ୍ଟ୍ର ପୋଲିସ ପକ୍ଷରେ ଯାଂଚରେ ସହଯୋଗ କରିବା ଉଚିତ୍ ।

nitish
କହିରଖୁଛୁ, ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ଅଧିକାଂଶ ଲୋକ ସିବିଆଇ ଯାଂଚ ଦାବି କରୁଛନ୍ତି । ଗତ କିଛି ଦିନ ପୂବର୍ରୁ ବିଜେପି ନେତା ଶେହନବାଜ୍ ହୁସେନ୍ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆାଇ ଯାଂଚ ଦାବି କରିଥିଲେ । ତାଙ୍କ କହିବା ଅନୁସାରେ ସିବିଆଇ ଯାଂଚ ବିନା ଏହି ମାମଲାର ପର୍ଦ୍ଦାଫାଶ ହୋଇ ପାରିବ ନାହିଁ । ଏହି ମଧ୍ୟରେ ଶିବସେନାର ମନ୍ତ୍ରୀ ଅନିଲ ପରବ ମୁମ୍ବାଇରେ ବିହାର ପୋଲିସର ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଭିନ୍ନ କଥାକୁ ନେଇ ଉଡ଼ା ଖବର ଆସୁଥିବା ସେ କହିଛନ୍ତି । ତେବେ ଯାଂଚରେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବା କଥା ସେ କହିଛନ୍ତି ଓ ଏହା ସହିତ ବିହାର ପୋଲିସ ମୁମ୍ବାଇରେ ରହି ଯାଂଚ କରିବା କୗଣସି ଆବଶ୍ୟକତା ନଥିବା କଥା ମଧ୍ୟ କହିଛନ୍ତି । ମନ୍ତ୍ରୀଙ୍କ କହିବା ମୁତାବକ ଯେକୌଣସି ବ୍ୟକ୍ତି ସିବିଆଇ ଯାଂଚ ପାଇଁ ଦାବି କରୁଛନ୍ତି, କିନ୍ତୁ ସିବିଆଇ ଯାଂଚକୁ ନେଇ କିଛି ନିୟମ ରହିଛି । ଯଦି ସରକାର ସିବିଆଇ  ଯାଂଚର ଆବଶ୍ୟକତା ଅନୁଭବ କରିବେ ତେବେ ନିଷ୍ପତ୍ତି ନିଆଯିବ ।

Leave a Reply