ଧାର୍ଯ୍ୟ ସମୟ ପୂର୍ବରୁ ସରିଛି ଭୁବନେଶ୍ବରର ଦ୍ବିତୀୟ ଓ-ହବ୍

ଭୁବନେଶ୍ବର: ସମୟ ପୂର୍ବରୁ ସରିଲା ରାଜଧାନୀ ଭୁବନେଶ୍ବରର ତିନୋଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ । ସତ୍ୟନଗରରେ ବିଏମସି ଟାଓ୍ବାର, ରାଜଧାନୀର ଦ୍ବିତୀୟ ଓ-ହବ୍ ସାଙ୍ଗକୁ ଫିଫା ଅଣ୍ଡର-୧୭ ମହିଳା ବିଶ୍ବକପ୍ ପାଇଁ ପ୍ରସ୍ତୁତ କଳିଙ୍ଗ ଷ୍ଟାଡ଼ିୟମ । ଅଗଷ୍ଟ ୨୩ରେ ସବୁ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ ୫-ଟି ସଚିବ ଓ ଅନ୍ୟ ବିଭାଗୀୟ ଅଧିକାରୀ । ଅକ୍ଟୋବର ୧୫ ଦିଆଯାଇଥିଲା ଟାର୍ଗେଟ । ହେଲେ ସମୟ ପୂର୍ବରୁ ସରିଛି କାମ । ଏ ବାବଦରେ ନିଜ ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଗ୍ଲୋବାଲ ଆଇଟି ସେକ୍ଟର ସହ କଥା ହୋଇ ଓଡ଼ିଶାର ସମ୍ଭାବନା କଥା କହିଥିଲେ । ଆଇବିଏମ୍ ଓଡ଼ିଶାରେ ଶାଖା ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଡ଼େଲୟଟର କାର୍ଯ୍ୟାଳୟ ଖୋଲିବା ପାଇଁ ବାଟ ଫିଟିଛି । ଯାହାକୁ ଆଇଟି ମହଲରେ ସ୍ବାଗତ କରାଯାଇଛି ।

ଦୁବାଇରୁ ମୁମ୍ବାଇ, ହାଇଦ୍ରାବାଦରୁ ବେଙ୍ଗାଲୁରୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏସବୁ ସ୍ଥାନ ଗସ୍ତ କରି ପୁଞ୍ଜିପତିଙ୍କୁ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆମନ୍ତ୍ରଣ କରୁଛନ୍ତି । ଏହାସହ ଓଡ଼ିଶା ସରକାର ଶିଳ୍ପପତିମାନଙ୍କୁ କେଉଁ ପ୍ରକାର ସୁବିଧା ସୁଯୋଗ ଦେଉଛନ୍ତି ସେ ବାବଦରେ ବୁଝାଉଛନ୍ତି । ଇନଭେଷ୍ଟମେଣ୍ଟ ପାଇଁ ଓଡ଼ିଶା ଫେଭରିଟ୍ ସ୍ଥାନ ପାଲିଟିଥିବା ବେଳେ ସରକାରଙ୍କ ଫୋକସ ଏରିଆ ମଧ୍ୟରୁ ଆଇଟି ଶିଳ୍ପ ଅନ୍ୟତମ । ଆଇଟି କ୍ଷେତ୍ରରେ ଅନେକ ଅଭିବୃଦ୍ଧି ହୋଇଥିବା ବେଳେ ବିଶ୍ବର ପ୍ରସିଦ୍ଧ ଆଇଟି କମ୍ପାନୀ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଓ୍ବିପ୍ରୋ, ଟିସିଏସ୍, ସତ୍ୟମ, ଟେକ୍ ମାହିନ୍ଦ୍ରା, ଇନଫୋସିସ୍ ଭଳି କମ୍ପାନୀ ଓଡ଼ିଶାରେ ଥିବା ବେଳେ ଏବେ ଡ଼େଲଅଟ୍ ଆସିବ । ଏହାଦ୍ବାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ।

ଓଡ଼ିଶାର ଦକ୍ଷ ଆଇଟି ଇଞ୍ଜିନିୟରମାନେ ରାଜ୍ୟ ତଥା ଦେଶ ବାହାରେ ଆଇଟି କ୍ଷେତ୍ରରେ ସୁନାମ ଆଣୁଛନ୍ତି । ଏବେ ବିଶ୍ବର ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶା ଆସିଲେ ରାଜ୍ୟରେ ଅଧିକ ଆଇଟି ଏକ୍ସପର୍ଟ ବାହରିବା ସହ ନୂଆ ଉଦ୍ୟୋଗୀ ମଧ୍ୟ ସୃଷ୍ଟି ହୋଇପାରିବେ ।