ଭୁବନେଶ୍ୱରରେ ବିଗିଡ଼ିଲା ବାୟୁମଣ୍ଡଳ ସ୍ଥିତି

1 min read

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ବିଗିଡ଼ିଲା ବାୟୁମଣ୍ଡଳ ସ୍ଥିତି। ଆଜି ସକାଳେ 181 AQI ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣର ଦୁଇଟି ଷ୍ଟେସନ ରହିଛି। ଲିଙ୍ଗରାଜ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳରେ ସ୍ଥିତି ଉଦବେଗଜନକ ରହିଛି। ଏଠାରେ 228 AQI ରେକର୍ଡ କରାଯାଇଛି। ସେହିପରି ପଟିଆ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରୁ 134 AQI ରେକର୍ଡ ହୋଇଛି।  ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ବୋଲି ବିବେଚନା କରାଯାଉଥିବା ବେଳେ ୫୧ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ମଧ୍ୟରେ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ‘ଅତ୍ୟନ୍ତ ଖରାପ’ ଓ ୪୦୧ରୁ ୫୦୦ ମଧ୍ୟରେ ରହିଲେ ‘ଗୁରୁତର’ ବୋଲି ବିବେଚନା କରାଯାଏ। ସେପଟେ ତାଳେଚର 233 AQI, ବାଲେଶ୍ୱର 117 AQI, ରାଉରକେଲା 190 AQI ଓ ଅନୁଗୁଳ 171 AQI ରହିଛି। ଗତକାଲି ସୁଦ୍ଧା କଟକର ସ୍ଥିତି ଭଲ ଥିଲା। ହେଲେ ଆଜି ସକାଳେ ଏହା 126 AQI ହେବାରୁ ଚିନ୍ତା ବଢୁଛି। ଗତକାଲି ବାଣ ଫୁଟିବାରୁ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ଭୁବନେଶ୍ୱର ଏକ ଧଳା ଚାଦର ପରି ଦୃଶ୍ୟମାନ ହେଉଛି।