ରାଜଧାନୀର ନୂଆ ରୂପ, ୩ ଦିନ ପରେ ଫୁଟବଲ୍ ବିଶ୍ବକପ୍

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଫୁଟବଲ୍ ଫିବର୍ । ଫୁଟବଲ୍ ବିଶ୍ବକପ ପାଇଁ ବିଶ୍ୱର ଶ୍ରେଷ୍ଠ ଟିମଗୁଡ଼ିକର ମେଳି ଜମିଥିବାବେଳେ ଭୁବନେଶ୍ବରକୁ ନୂଆ ରୂପ ଦିଆଯାଇଛି । ମାତ୍ର ୩ ଦିନ ପରେ ଫିଫା ବିଶ୍ବକପ । ବିଭିନ୍ନ ଓ୍ବାଲରେ ବିଶ୍ବକପ ଥିମ ଥିବା ଆର୍ଟ, ବ୍ୟାନର ଓ ଫ୍ଲେକ୍ସ ଦେଖିବାକୁ ମିଳିଛି । ଷ୍ଟାଡ଼ିୟମକୁ ସମ୍ବଲପୁରୀ ବନ୍ଧକଳା ଡିଜାଇନ ଚିତ୍ର କରାଯିବା ସହ ସିଟ୍ ଗୁଡ଼ିକୁ ମଧ୍ୟ ସଜାଇଛି ।

ବିଶ୍ବକପ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ୧୧ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର-୧୭ ପିଫା ମହିଳା ବିଶ୍ବକପ ଟକ୍କର । ପ୍ରଥମ ଥର ପାଇଁ ରାଜଧାନୀରେ ପିଫା ବିଶ୍ବକପ ଖେଳାଯିବାକୁ ଯାଉଥିବା ବେଳେ ଏଥିପାଇଁ ଭୁବନେଶ୍ବରକୁ ନୂଆ ରୂପ ଦିଆଯାଇଛି । ରାଜଧାନୀର ବିଭିନ୍ନ ରାସ୍ତ କଡ଼କୁ ସୁନ୍ଦର ରୂପ ଦିଆଯାଇଛି । ବିଭିନ୍ନ ଓ୍ୱାଲରେ ଫିଫା ବିଶ୍ୱକପ ଥିମ ଥିବା ଆର୍ଟ, ବ୍ୟାନର ଓ ଫ୍ଲେକ୍ସ ଦେଖିବାକୁ ମିଳିଛି । ଏହାସହ ବିଭିନ୍ନ ଦଳକୁ ସ୍ୱାଗତ ପାଇଁ ସେଭେନ୍ତ ବାଟାଲିୟନଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଫିଫାର ଲୋଗୋ ସାଙ୍ଗକୁ ବିଭିନ୍ନ ଦଳର ଖେଳାଳିଙ୍କ ବ୍ୟାନର ଦେଖିବାକୁ ମିଳିଛି ।

ଏତିକି ନୁହେଁ ବିଭିନ୍ନ ବସରେ ମଧ୍ୟ ଫିଫା ବିଶ୍ୱକପ ଷ୍ଟିକର ଲଗାଯିବା ସହ ଏହାକୁ ସୁନ୍ଦର ରୂପ ଦିଆଯାଇଛି । ଅନ୍ୟପଟେ ଓଡ଼ିଶାର ଆଇଡେଣ୍ଟିଟିକୁ କିପରି ଖେଳ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯିବ ସେ ନେଇ କଳିଙ୍ଗ ଷ୍ଟାଡ଼ିୟମକୁ ସମ୍ବଲପୁରୀ ବନ୍ଧକଳା ଡିଜାଇନ ଚିତ୍ର କରାଯିବା ସହ ସିଟ୍ ଗୁଡ଼ିକୁ ମଧ୍ୟ ସଜାଇଛି । ଓଡ଼ିଶା କେବଳ ଖେଳ ପାଇଁ ନୁହେଁ କଳା ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ କିପରି ସାରା ବିଶ୍ୱରେ ପରଚିୟ ଲାଭ କରିପାରିବ ସେ ନେଇ ବିଶ୍ୱକପ ମାଧ୍ୟମରେ ପ୍ରୟାସ କରାଯାଇଛି ।

ଉଦଘାଟନୀ ମ୍ୟାଚ ସହ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୬ଟି ମ୍ୟାଚ । ତେବେ ବାକି ମ୍ୟଚ ଗୋଆ ଓ ନଭି ମୁମ୍ବାଇରେ ଖେଳାଯିବ । ତେବେ ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଗୋଟିଏ ମୁଖ୍ୟ ପଡ଼ିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ବେଳେ, କଳିଙ୍ଗ ଷ୍ଟାଡ଼ିୟମ ବାହାରେ ଆଉ ୪ଟି ଅଭ୍ୟାସ ପଡ଼ିଆରେ ବିଭିନ୍ନ ଟିମ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମ ସହ ବ୍ରାଜିଲ, ମୋରକ୍କୋ ଓ ୟୁଏସଏ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଆସନ୍ତା ୨ ଦିନ ଭିତରେ ବାକି ଟିମ ମଧ୍ୟ ପହଞ୍ଚିବେ । ଉଦଘାଟନୀ ମ୍ୟାଚରେ ୟୁଏସଏକୁ ଭେଟିବ ଭାରତ । ରାତି ୮ଟାରେ ଖେଳାଯିବ ମ୍ୟାଚ । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ୱକପ ଖେଳାଯିଉଥିବାର ସମସ୍ତଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି ।