୨୧ ଦିନରେ ଭୀମସାର ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ବେଆଇନ ଅର୍ଥ ଆଦାୟ ଅଭିଯୋଗରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ

ସମ୍ବଲପୁର: ୨୧ ଦିନରେ ପହଞ୍ଚିଲା ଭୀମସାର ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କଲେଜ ଅଧ୍ୟକ୍ଷା ଲୀଳାରାଣୀ ସ୍ବାଇଁ ବେଆଇନ ଭାବେ ଅର୍ଥ ଆଦାୟ କରିଥିବା ଅଭିଯୋଗରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜର ଉନ୍ନତି ପାଇଁ ଆସିଥିବା ଅର୍ଥକୁ ଅଧ୍ୟକ୍ଷା ଲୁଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗ କଲେ ଛାତ୍ରଛାତ୍ରୀଙ୍କୁ ଫେଲ କରିବାକୁ ଅଧ୍ୟକ୍ଷା ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ନ୍ୟାୟ ପାଇଁ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଛନ୍ତି  । ଅଭିଯୋଗ ପରେ ତଦନ୍ତ ପାଇଁ ଗଠନ ହୋଇଥିବା ପାଞ୍ଚ ଜଣିଆ ତଦନ୍ତ କମିଟି ୧୫ ଦିନରେ ରିପୋର୍ଟ ଦେବା କଥା । ମାତ୍ର ୨୨ ଦିନ ବିତିଯାଇଥିଲେ ମଧ୍ୟ ରିପୋର୍ଟ ଦାଖଲ ହୋଇନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦୁଇଦିନ ପୂର୍ବରୁ ଛାତ୍ରଛାତ୍ରୀମାନେ ସମ୍ବଲପୁର ସର୍କିଟ ହାଉସରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଥିଲେ ।  ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply