ମନମୋହୁଛି ଭୀମକୁଣ୍ଡ ଜଳପ୍ରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ମୟୂରଭଞ୍ଜ: ସୌନ୍ଦର୍ଯ୍ୟରେ ଭରା ଭୀମକୁଣ୍ଡ ଜଳପ୍ରପାତ । ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡରେ ପର୍ଯ୍ୟଟକଙ୍କ ଭିଡ଼  । କିଏ ବଣ ଭୋଜି କରୁଛି ତ କିଏ ନାଚ ଗୀତରେ ବ୍ୟସ୍ତ । ପ୍ରକୃତିକଉ ମନୋଭରି ଉପଭୋଗ କରିବାରୁ ପହଞ୍ଚିଛନ୍ତି ଲୋକେ । ଅନନ୍ୟ ପ୍ରକୃତିର ଗନ୍ତାଘର ଭୀମକୁଣ୍ଡ। ଅପରୂପ ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରା ଜଳପ୍ରପାତ। ସବୁଜ ବନାନୀରେ ଭରପୁର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଭୀମକୁଣ୍ଡ। ମନୋରମ ପରିବେଶ ସାଙ୍ଗକୁ ବୈତରଣୀ ନଦୀର ସୁନୀଳ ଜଳପ୍ରପାତ ପର୍ଯ୍ୟଟକଙ୍କୁ କରେ ମନ୍ତ୍ରମୁଗ୍ଧ । ପ୍ରକୃତିକୁ ଆଉ ଟିକେ ନିକଟରୁ ଦେଖିବାକୁ ପହଞ୍ଚନ୍ତି ପର୍ଯ୍ୟଟକ । ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଚଳିତ ବର୍ଷ ମଧ୍ୟ  ଭୀମକୁଣ୍ଡରେ ଜମିଛି ଗହଳି । ପିକନିକ ପାଇଁ ପହଞ୍ଚିଛନ୍ତି ସ୍କୁଲ ପିଲା ।

ବଣ ଭୋଜି ସାଙ୍ଗକୁ ଜମୁଛି ନାଚ ଗୀତର ଆସର। ରାଜ୍ୟ ସରକାରଙ୍କ ଉଦ୍ୟମରେ ଭୀମକୁଣ୍ଡକୁ ଗମନା ଗମନ, ସେଠାରେ ପାନୀୟ ଜଳ ସୁବିଧା ସହ ଆହୁରି ଅନେକ ଉନ୍ନୟମୂଳକ କାମ ହୋଇଛି। ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ ପାଇଁ ଅର୍ଥ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ପର୍ଯ୍ୟଟକ କ୍ଷେତ୍ରର ଆହୁରି ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ଭୀମକୁଣ୍ଡ ଉନ୍ନୟନ କମିଟି ସଭାପତି।