କରୋନାର ତୃତୀୟ ପ୍ରବାହ ସହ ଲଢ଼ିବାକୁ ପ୍ରସ୍ତୁତି, ୬ରୁ ୧୨ ବର୍ଷର ଛୁଆଙ୍କୁ ଦିଆଯିବ କୋଭାକ୍ସିନର ଦ୍ୱିତୀୟ ଡୋଜ୍

1 min read
Bharat Biotech Covaxin Trial On Children Second Dose Administered In 6 To 12 Years

ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ପ୍ରବାହ ଆଶଙ୍କା ଭିତରେ ଛୁଆଙ୍କୁ କୋଭିଡ୍ ଟିକା ଦେବା କାମ ଆଗେଇ ଚାଲିଛି । ଭାରତ ବାୟୋଟେକ୍ ଛୁଆଙ୍କ ଉପରେ ଜୁନରେ ଟିକାର ପରୀକ୍ଷଣ ଆରମ୍ଭ କରିଥିଲା । ଏବେ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷଣରେ ଭାଗ ନେଇଥିବା ଛୁଆଙ୍କୁ ଖୁବଶୀଘ୍ର ଦ୍ୱିତୀୟ ଡୋଜ୍ ଦେବା ପାଇଁ ପ୍ରସ୍ତୁତି ଚାଲିଛି ।

 Bharat Biotech Covaxin Trial On Children Second Dose Administered In 6 To 12 Years

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସରେ ପରୀକ୍ଷଣରେ ସାମିଲ୍ ହୋଇଥିବା ଛୁଆ ୬ରୁ ୧୨ ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯିବ । ଦ୍ୱିତୀୟ ଡୋଜ୍ ଦେବା କାମ ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରେ । ଚଳିତ ମାସର ଶେଷ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଆସିବା ନେଇ ଆଶା କରାଯାଉଛି । ଯେଉଁଥିରୁ ଜଣାପଡ଼ିବ ପିଲାଙ୍କ ଉପରେ କେତେ ପ୍ରଭାବଶାଳୀ ହେଉଛି ଟିକା ।

ତୃତୀୟ ଲହର ଆଶଙ୍କା ଭିତରେ ମେ ୧୨ରେ ସବଜେକ୍ଟ ଏକ୍ସପର୍ଟ କମିଟି ଛୁଆଙ୍କ ଉପରେ କୋଭାକ୍ସିନ୍ ଟ୍ରାଏଲ୍ ପାଇଁ ସୁପାରିସ୍ କରିଥିଲେ । ଏହାପରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପରୀକ୍ଷଣକୁ ମଞ୍ଜୁରୀ ଦେଇଥିଲେ ।

ଏହି ପରୀକ୍ଷଣ ଦେଶର ପ୍ରାୟ ୫୨୫ ଜଣ ଛୁଆଙ୍କ ଉପରେ ହୋଇଥିଲା । ଯେଉଁଥିରେ ୧୭୫-୧୭୫ ଲେଖାଏଁ ଛୁଆଙ୍କୁ ନେଇ ଗ୍ରୁପ୍ କରାଯାଇଥିଲା । ପ୍ରଥମ ଗ୍ରୁପରେ ୧୨ରୁ ୧୮ ବର୍ଷ ବୟସ୍କ ମଧ୍ୟରେ ୧୭୫ ଜଣ ସାମିଲ୍ ହୋଇଥିଲେ । ସେହିଭଳି ଦ୍ୱିତୀୟ ଗ୍ରୁପରେ ୬ରୁ ୧୨ ବର୍ଷ ବୟସ୍କ ମଧ୍ୟରେ ୧୭୫ ଜଣ ଓ ତୃତୀୟ ଗ୍ରୁପରେ ୨ରୁ ୬ ବର୍ଷ ବୟସ ମଧ୍ୟରେ ୧୭୫ ଜଣଙ୍କୁ ସାମିଲ୍ କରାଯାଇଥିଲା ।

 Bharat Biotech Covaxin Trial On Children Second Dose Administered In 6 To 12 Years

ପ୍ରଥମ ଡୋଜ୍ ନେଇଥିବା ଛୁଆଙ୍କୁ ୨୮ ଦିନର ଅନ୍ତରରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଏହାପରେ ପରୀକ୍ଷଣରୁ ମିଳିଥିବା ଫଳାଫଳ ଅନୁସାରେ ଛୁଆଙ୍କୁ ଟିକା ଦେବାକୁ ଅନୁମତି ମିଳିବ । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିବା ନେଇ ଆଶା ପ୍ରକାଶ କରିଥିଲେ । ଭାରତ ବାୟୋଟେକ୍ ବ୍ୟତୀତ ଜାୟଡସ୍ କାଡିଲା ମଧ୍ୟ ଛୁଆଙ୍କ ଉପରେ ଟିକାର ପରୀକ୍ଷଣ କରୁଛି ।

Leave a Reply