ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ, ଗାଡ଼ି ଚଳାଚଳ ବନ୍ଦ ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ଆଜି ଅଖ ଚକ ବନ୍ଦ ସବୁ ବନ୍ଦ । ଭାରତ ବନ୍ଦ ପ୍ରଭାବରେ ଦୋକାନ ବଜାର ଠାରୁ ଗାଡ଼ି ଚଳାଚଳ ସବୁ ବନ୍ଦ ଦେଖିବାକୁ ମିଳିଛି । ଯାହାକୁ ନେଇ ଯାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏହି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚ ।

ଦେଶର ଆର୍ଥିକ ମାନ୍ଦାବସ୍ଥା ସହ ଅନ୍ୟ ସମସ୍ୟା ବିରୋଧରେ ଏହି ଆନ୍ଦୋଳନକୁ ପାଞ୍ଚଟି ବାମଦଳ, କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ବିଭିନ୍ନ ଟ୍ରେଡ୍‌ ୟୁନିୟନ ସମର୍ଥନ କରିଛନ୍ତି । ବାମପନ୍ଥୀ ଦଳ, ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରିଛି । ବ୍ୟାଙ୍କ, ଇନସ୍ୟୁରାନସ୍‌ କଂପାନୀ, ରେଳବାଇ, ରାଷ୍ଟ୍ର।ୟତ୍ତ ଉଦ୍ୟୋଗ ଆଗରେ ପିକେଟିଂ କରାଯାଉଛି ।

ବନ୍ଦର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ରାଉରକେଲା, ଭଦ୍ରକ, ଗଞ୍ଜାମ, ଖୋର୍ଦ୍ଧା, ଭଳି ବିଭିନ୍ନ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଛି ।  ଜରୁରୀକାଳୀନ ସେବା, ଓମଫେଡ୍‌ ଗାଡ଼ି, ପରୀକ୍ଷାର୍ଥୀଙ୍କୁ ଏହି ଆନ୍ଦୋଳନରୁ ବାଦ୍‌ ଦିଆଯାଇଛି ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ।

Leave a Reply