କଙ୍କଡା ଧରିବାକୁ ଯାଇଥିଲେ, ମାଡ଼ି ବସିଲା ମହାବଳ

Tiger run and attack on the field
କୋଲକାତା: କଙ୍କଡା ଧରିବାକୁ ଯାଇଥିବାବେଳେ ମହାବଳ ମୁହଁରେ ହେଲେ ଶିକାର । ବାଘ ଆକ୍ରମଣରେ ଜଣେ ହରାଇଛି ପ୍ରାଣ । ପଶ୍ଚିମବଙ୍ଗ ୨୪ ପରଗଣା ଜିଲ୍ଲା କୁଲତାଲି ବ୍ଲକ କାଣ୍ଟାମାରୀ ଗ୍ରାମର ୭ ଜଣ ବ୍ୟକ୍ତି କଙ୍କଡ଼ା ଧରିବାକୁ ଯାଇଥିଲେ ସୁନ୍ଦରବନ ନଦୀକୁ । ସେମାନେ କଙ୍କଡା ଧରି ଆସିବାବେଳେ ନଦୀରେ ଜୁଆର ଥିବାରୁ ଫେରି ନପାରି ଗତକାଲି ଏକ ସ୍ଥାନରେ ରହିଯାଇଥିଲେ ।
ଆଜି ସକାଳେ ସେମାନେ ଗାଁକୁ ଫେରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦିଲୀପ ନାମକ ଜଣେ ଯୁବକ ନଦୀରେ ମୁହଁ ଧୋଉଥିବାବେଳେ ହଠାତ ଏକ ମହାବଳ ବାଘ ତାଙ୍କୁ ଝାମ୍ପି ନେଇଥିଲା । ଆତଙ୍କିତ ସହଯୋଗୀ ଠେଙ୍ଗା ଧରି ଜଙ୍ଗଲକୁ ଖୋଜିବାକୁ ଯାଇ ଦିଲ୍ଲୀପଙ୍କ ମୃତ ଶରୀର ଦେଖିଥିଲେ । ପରେ ସେମାନେ ଶବକୁ ଧରି ଗ୍ରାମକୁ ଫେରିଥିଲେ । ଜଙ୍ଗଲ ଅଧିକାରୀଙ୍କ କଥା ନମାନି ସେମାନେ ବାଘ ବହୁଳ ଅଞ୍ଚଳରେ ପଶିଥିଲେ ।