ଶ୍ରମନ୍ଦିର ଆକାଶରେ ଅପୂର୍ବ ଦୃଶ୍ୟ: ସୋସିଆଲ ମିଡିଆରେ ଭାଇରାଲ, ମୁଖ୍ୟମନ୍ତ୍ରୀ ମଧ୍ୟ କଲେ ସେୟାର

1 min read

ପୁରୀ: ଗୁରୁବାର ଠାରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ପାଇପାରିବେ ଭଗବାନଙ୍କ ଦର୍ଶନ । ପ୍ରଥମେ ସେବାୟତଙ୍କ ପରିବାର ଦର୍ଶନ କରିବେ । ପରେ ପୁରୀବାସୀ ଓ ତା’ପରେ ସର୍ବସାଧାରଣ କରିପାରିବେ ଜଗା ଦର୍ଶନ । ଏଭଳି ସମୟରେ ଶ୍ରୀମନ୍ଦିର ଆକାଶରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ । ଶ୍ରୀମନ୍ଦିର ଆକାଶରେ ଥିବା ମେଘା ମାଳା ମଧ୍ୟରୁ ବିଛୁରିତ ହୋଇପଡ଼ୁଥିଲା ସୂର୍ଯ୍ୟଙ୍କ କିରଣ । ଯାହା ଆସି ଠିକ୍ ଶ୍ରୀମନ୍ଦିର ନୀଳଚକ୍ର ଉପରେ ପଡ଼ିଥିଲା । ଏଭଳି ମନରୋମ ଦୃଶ୍ୟ ଯାହାକୁ କ୍ୟାମେରାରେ କଏଦ କରିଥିଲେ ଯୁବ ଫଟୋଗ୍ରାଫର ସମରେନ୍ଦ୍ର ଦାଶ । ଏଭଳି ଦୃଶ୍ୟ ଯାହାକୁ ଥରେ ଆଉ ଥରେ ଦେଖିବାକୁ ଇଚ୍ଛା ହୁଏ ।

ତେବେ ଏଭଳି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଦେଖିବାକୁ ମିଳିଛି । ଏବଂ ଏଭଳି ସୁନ୍ଦର ଫଟୋ ଉତ୍ତୋଳନ ଲାଗି ମୁଖ୍ୟମନ୍ତ୍ରୀ ଫଟୋଗ୍ରାଫରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କରୋନା କଟକଣା କିଛିଟା କୋହଲ ହେବା ପରେ ଆସନ୍ତାକାଲିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ । ଏଭଳି ସମୟରେ ଏପରି ଅପୂର୍ବ ଦୃଶ୍ୟକୁ ଭକ୍ତ ଭଗାବନ ଲୀଲ ଭାବେ ଅଭିହିତ କରିଛନ୍ତି ।

Leave a Reply