ସୁପ୍ରିମକୋର୍ଟରେ ବିବିସି ଡକ୍ୟୁମେଣ୍ଟ୍ରୀ ଫିଲ୍ମ ମାମଲା, ଶୁଣାଣି ତାରିଖ ଘୋଷଣା

ନୂଆଦିଲ୍ଲୀ:  ବିବାଦୀୟ ଡକ୍ୟୁମେଣ୍ଟ୍ରୀ ଫିଲ୍ମ ବିବିସିର ମାମଲା ବର୍ତ୍ତମାନ ସୁପ୍ରିମ କୋର୍ଟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟ୍ରୀ ଫିଲ୍ମ ।  ଏହି ବିବାଦୀୟ ଫିଲ୍ମ ଉପରେ କେନ୍ଦ୍ର ସରକାର ୟୁଟ୍ୟୁବରେ ରୋକ ଲଗାଇଥିଲେ । ଏହାର ପ୍ରତିବାଦରେ ସୁପ୍ରିମକୋର୍ଟରେ ଚାଲେଞ୍ଜ ହୋଇଥିଲା । ଏହି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି।

ବରିଷ୍ଠ ଓକିଲ ଏମଏଲ ଶର୍ମା ସୋମବାର ଚିଫ୍ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ବସିଥିବା ଖଣ୍ଡପୀଠରେ ପିଟିସନ ଦାୟର କରି  ମାମଲାର ଖୁବଶୀଘ୍ର ଶୁଣାଣି କରିବା ପାଇଁ ଅନୁରୋଧ କରିଛନ୍ତି । । ଏହି ମାମଲାରେ ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସ ଚନ୍ଦ୍ରଚୂଡ ଫେବୃୟାରୀ ୬ ତାରିଖିରେ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପିଟିସନରେ କୁହାଯାଇଛି ଯେ, ବିବିସିର ଡକ୍ୟୁମେଣ୍ଟ୍ରୀ ଫିଲ୍ମ ଉପରେ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ରୋକ ଅସମ୍ୱିଧାନିକ ଏବଂ ଇଚ୍ଛାଧିନ ଅଟେ । ଏହା ବ୍ୟତୀତ ଗୁଜୁରାଟ ଦଙ୍ଗାର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ପାଇଁ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ଦିଆଯାଇଥିବା ତଥ୍ୟର ଅନୁସନ୍ଧାନ ପାଇଁ ମଧ୍ୟ ଦାବି ହୋଇଛି।