ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଦେଶ ଛାଡିବା ଉପରେ ରୋକ୍ ଲଗାଇଲେ କୋର୍ଟ

ଶ୍ରୀଲଙ୍କା: ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ରାଜପକ୍ଷେ ପରିବାରକୁ ଆଉ ଏକ ଝଟକା ଲାଗିଛି  । ପୂର୍ବରୁ ଲୋକଙ୍କ ଆକ୍ରୋସରୁ ବଞ୍ଚିବା ପାଇଁ ରାଷ୍ଟ୍ରପତି ପଦରେ ଥାଇ ଗୋତାବାୟା ରାଜପକ୍ଷେ ଦେଶ ଛାଡି ପଳାୟନ କରିଥିଲେ । ଏବେ ସୁପ୍ରିମକୋର୍ଟ ନୂଆ ଆଦେଶରେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଏବଂ ପୂର୍ବତନ ଅର୍ଥ ମନ୍ତ୍ରୀ ବେସିଲ ରାଜପକ୍ଷେ ଦେଶ ଛାଡି ଯାଇ ପାରିବେ ନାହିଁ ।

ତେବେ ବେସିଲ ରାଜପକ୍ଷେ ମହିନ୍ଦ୍ରାଙ୍କ ଭଲି ବିମାନବନ୍ଦର ଦେଇ ଦେଶ ବାହାରକୁ ପଳାୟନ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଯାତ୍ରୀମାନଙ୍କ ହଙ୍ଗାମା କାରଣରୁ ବିମାନବନ୍ଦରରୁ ଫେରିଯିବାକୁ ପଡିଥିଲା । ଅନ୍ୟପକ୍ଷରେ ଗତ କିଛିଦିନ ହେବ ମହିନ୍ଦ୍ରା ରାଜପକ୍ଷେଙ୍କ ଠିକଣା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ସେ ପୂର୍ବତନ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ଭଲି ଦେଶ ନଛାଡି ଯିବା ପାଇଁ ଶ୍ରୀଲଙ୍କା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେିଛନ୍ତି । ରାଜପକ୍ଷେ ପରିବାର ଦୀର୍ଘ ବର୍ଷ ହେବ ଶ୍ରୀଲଙ୍କାକୁ ନିଜ ଅକ୍ତିଆରରେ ରଖିଥିଲେ ।

ଏକଦା ସରକାରରେ ସବୁଠୁ ପଦରେ ରାଜପକ୍ଷେ ପରିବାର ରହିଥିଲା । ଗୋଟାବାୟା ରାଜପକ୍ଷେଙ୍କ ପାଇଁ ହିଁ ଦେଶରେ ଅର୍ଥନୀତି ଭୁଶୁଡି ପଡିଥିଲା, ଲୋକମାନେ ଖାଦ୍ୟ ସଙ୍କଟ ଭଳି ଅନେକ ସଙ୍କଟର ସାମ୍ନା କରୁଛନ୍ତି । ସୂଚନା ଥାଉକି ବିବାଦରେ ରହିଥିବା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦେଶରେ ବିରୋଧ ପରେ ଗୋତାବାୟା ଦେଶ ଛାଡି ସିଙ୍ଗାପୁର ପଳାୟନ କରିଥିଲେ । ତାଙ୍କର ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  ।