ବ୍ୟାଙ୍କ ଛୁଟି: ଆଗାମୀ ୧୩ ଦିନ ଯାଏଁ ଦେଶର ଏହିସବୁ ସ୍ଥାନରେ ରହିବ ବ୍ୟାଙ୍କ ବନ୍ଦ..

1 min read

ନୂଆଦିଲ୍ଲୀ : ସମଗ୍ର ଦେଶରେ ନବରାତ୍ରୀ ସହ ଭିନ୍ନ ଉତ୍ସବର ଋତୁ ଆରମ୍ଭ ହୋଇଯାଇଛି | ଏହି ସମୟରେ, ଅନେକ ଦିନ ଧରି ବ୍ୟାଙ୍କଗୁଡିକ ବନ୍ଦ ହେବ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ୱେବସାଇଟ୍ ଅନୁଯାୟୀ, ସାରା ଦେଶରେ ବ୍ୟାଙ୍କଗୁଡିକ ୧୩ ଦିନ ଯାଏଁ ବନ୍ଦ ରହିବ | ତେବେ ଏହି ୧୩ ଟି ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଛି | ଯଦି ଆପଣ ମଧ୍ୟ ଆପଣଙ୍କର ବ୍ୟାଙ୍କ ଶାଖାକୁ ଯାଇ କିଛି କାମ କରିବାକୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖିନିଅନ୍ତୁ | ଏହା ଆପଣଙ୍କୁ ଅନାବଶ୍ୟକ ଅସୁବିଧାରୁ ନିଶ୍ଚୟ ରକ୍ଷା କରିବ |

ଅକ୍ଟୋବର ୨୦୨୧ ରେ ବ୍ୟାଙ୍କଗୁଡିକୁ ଦିଆଯିବାକୁ ଥିବା ମୋଟ ଛୁଟିଦିନର ତାଲିକା ଦିଆଯାଉଛି ଯାହା ବ୍ୟବହାରରେ ଆପଣ ସେହି ଅନୁଯାୟୀ ଆପଣଙ୍କର କାର୍ଯ୍ୟ ସମୟ ନିର୍ଦ୍ଧାରଣ  କରିପାରିବେ ଏବଂ ଆପଣ କିଛି ବି ସମସ୍ୟାର ସମ୍ମୁଖୀନ ହେବେ ନାହିଁ |  ଦ୍ୱିତୀୟ ଶନିବାର ହେତୁ ଅକ୍ଟୋବର ୯ ରେ ସାରା ଦେଶରେ ବ୍ୟାଙ୍କଗୁଡିକରେ ବନ୍ଦ ରହିଛି। ଏଥି ସହିତ,ରବିବାର ଛୁଟି ହେତୁ ଅକ୍ଟୋବର ୧୦ ରେ ଦେଶର ବ୍ୟାଙ୍କଗୁଡିକ ବନ୍ଦ ରହିବ। ଆପଣଙ୍କ ରାଜ୍ୟ ଅନୁଯାୟୀ, କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ତାହା ଜାଣନ୍ତୁ ଓ ଅକ୍ଟୋବର ୨୦୨୧ ରେ ବ୍ୟାଙ୍କ ଜନିତ ଥିବା କାମକୁ ତୁଟାନ୍ତୁ..

-ଦୁର୍ଗାପୂଜାର ମହାସପ୍ତମୀ ଯୋଗୁଁ ୧୨ ଅକ୍ଟୋବରରେ ଅଗରତାଲା ଓ କୋଲକତାରେ ବ୍ୟାଙ୍କ ବନ୍ଦ ରହିବ

-ଦୁର୍ଗାପୂଜାର ମହାଅଷ୍ଟମୀ ଯୋଗୁଁ ୧୩ ଅକ୍ଟୋବରରେ ଅଗରତାଲା,ଓଡିଶା ,କୋଲକତା,ଗ୍ୟାଙ୍ଗଟକ,ଗୋହାଟି,ପଟନା ଓ ରାଂଚୀ ଆଦି ସ୍ଥାନମାନଙ୍କରେ ବ୍ୟାଙ୍କ ବନ୍ଦ ରହିବ

-ଦୁର୍ଗାପୂଜାର ମହାନବମୀ ଯୋଗୁଁ ୧୪ ଅକ୍ଟୋବର ଅଗରତାଲା,ଓଡିଶା,କୋଲକତା,ଗ୍ୟାଙ୍ଗଟକ୍,ଗୋହାଟି,କାନପୁର,ଲକ୍ଷ୍ନୌ,ଶ୍ରୀନଗର,ଥିରୁଅନନ୍ତପୁରମ୍,ପଟନା ଓ ରାଂଚୀରେ ବ୍ୟାଙ୍କ ବନ୍ଦ ରହିବ

-ଦଶହରାର ଅକ୍ଟୋବର ୧୫ ତାରିଖରେ ମଧ୍ୟ ଦେଶର ଅଧିକାଂଶ ସ୍ଥାନ ବନ୍ଦ ରହିବ,କିନ୍ତୁ ଏହିଦିନ ଇମ୍ଫାଲ ଓ ସିମଲାର ବ୍ୟାଙ୍କ ଗୁଡିକ କାର୍ଯ୍ୟକାରୀ ହେବ..

-ଦଶହରା ପରେ ଇଦ୍-ଏ-ମିଲାଦ ପାଇଁ ଅକ୍ଟୋବର ୧୯ ତାରିଖରେ ବ୍ୟାଙ୍କ ବନ୍ଦ ରହିବ,ଏହିଦିନ ଅହମଦାବାଦ,ବେଲାପୁର,ଭୋପାଳ,ଚେନ୍ନାଇ,କାନପୁର,ଡେରାଡୁନ୍,ହାଇଦ୍ରାବାଦ,ଜାମ୍ମୁକାଶ୍ମୀର,କୋଚୀ,ଦିଲ୍ଲୀ,ମୁମ୍ବାଇ,ନାଗପୁର,ରାୟପୁର,ଶ୍ରୀନଗର ଏହିସ୍ଥାନ ମାନଙ୍କରେ ବ୍ୟାଙ୍କ ବନ୍ଦ ରହିବ..

-ମହର୍ଷୀ ବାଲ୍ମିକୀ ଜୟନ୍ତୀ ଅକ୍ଟୋବର ୨୦ ତାରିଖରେ ଥିବାରୁ  ଅଗରତାଲା, ବେଙ୍ଗଲୁର,ଚଣ୍ଡିଗଡ,କୋଲକତା,ଓ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ

-ଇଦ୍-ଏ-ମିଲାଦ୍ ପରେ ୨୨ ଅକ୍ଟୋବର ପ୍ରଥମ ଜୁମ୍ମା ପର୍ବ ଥିବାରୁ ଜାମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ

-ପୁଣି ୨୩ ଅକ୍ଟୋବରକୁ ୪ର୍ଥ ଶନିବାର ଓ ୨୪ ଅକ୍ଟୋବରକୁ ରବିବାର ପଡୁଥିବାରୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ

-ସେହିଭଳି ମାସ ଶେଷରେ ୩୧ ଅକ୍ଟୋବର ରବିବାର ଥିବାରୁ ସାରାଦେଶରେ ବ୍ୟାଙ୍କ ବନ୍ଦ ରହିବ

ଏହି ପାର୍ବଣ ସମୟରେ ଦେଶସାରା ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲାବୁଲି କରିବାକୁ ମଧ୍ୟ ଯାଇଥାନ୍ତି..ତେଣୁକରି ବ୍ୟାଙ୍କ ଜନିତ ସମସ୍ୟା ନ ଉପୁଜୁ ବୋଲି ଏହି ତଥ୍ୟ ସମସ୍ତଙ୍କର କାମରେ ଆସିବ…

Leave a Reply