ମେଡିକାଲରେ ପିନ୍ଧିଲେ ଶଙ୍ଖା ସିନ୍ଦୁର, ଭିଡ଼ିଓ କଲରେ କଲେ ସ୍ୱାମୀ ଦର୍ଶନ

ବ୍ରହ୍ମପୁର: କୋଭିଡ ବେଳେ ହୃଦୟ ଜିତିଛି ଏମିତି କିଛି ଚିତ୍ର  । ଯେତେବେଳେ କୋଭିଡ଼ ମହାମାରୀ  ସବୁକିଛି ବନ୍ଦ କରିଦେଇଛି  । ସେତେବେଳେ ଓଡ଼ିଆର ଅନ୍ୟନ ପର୍ବ ସାବିତ୍ରୀ ବନ୍ଦ ହୋଇ ଯାଇନାହିଁ  । କଟକଣା ମଧ୍ୟରେ ସମାପନ୍ନ ହୋଇଛି ପତ୍ନୀ ପତିର ଏହି ଅନ୍ୟନ ପରମ୍ପରା ।   ଜିଲା ପ୍ରଶାସନ ପ୍ରୋତ୍ସାହନରେ ଆଜି କୋଭିଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ମହିଳା ରୋଗୀଙ୍କୁ ବଣ୍ଟାଗଲା ଶଙ୍ଖା ସିନ୍ଦୁର।

ନର୍ସ ମାନେ ଚିକିତ୍ସିତ ହେଉଥିବା ମହିଳା ମାନଙ୍କୁ ନେଲ ପଲିଶ ଲଗାଇବା ସହ ଲାଲ ଶଙ୍ଖା ପିନ୍ଧାଇଥିଲେ। ଏଥି ସହ ମଥାରେ ଟିକିଲି ଓ ସିନ୍ଦୁର ଲଗାଇ ଦେଇଥିଲେ  ।
ମହିଳା ରୋଗୀ ମାନେ ଯେଭଳି ସେମାନଙ୍କ ସ୍ୱାମୀଙ୍କୁ ଦର୍ଶନ କରିବେ ସେଥିପାଇଁ ଭିଡ଼ିଓ କଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଥି ସହ ଡାକ୍ତର ନିହାର ସାହୁଙ୍କ ତତ୍ୱବଧାନରେ ହସ୍ପିଟାଲ ମ୍ୟାନେଜର ଅଶ୍ୱିନୀ ଦାସ, ଶିବାନୀ ଦାସ ପ୍ରମୁଖ ରହି ଫଳ ବଣ୍ଟନ କରିଥିଲେ।

ଚୁଡି, ଶଙ୍ଖା ଓ ଅନ୍ୟାନ୍ୟ ସାମଗ୍ରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ ହୋଇଥିଲା। ଏଥିସହ ପୁରୁଷ ରୋଗୀଙ୍କୁ ସେମାନଙ୍କ ସ୍ତ୍ରୀ ମାନଙ୍କ ସହ ଭିଡ଼ିଓ କଲ ଯୋଗେ କଥା ବାର୍ତା କରାଯାଇଥିଲା। ପୂର୍ବରୁ ମେଡିକାଲ ଭିତରେ ରୋଗୀଙ୍କୁ ସେଭିଂ କରିବା, ମହିଳା ରୋଗୀଙ୍କ ଚୁଟି ବେଣୀ ପକାଇବା,ପାଉଡର ଲଗାଇବା ଆଦି କରି ଘର ପରିବେଶ ଭଳି ସୁବିଧା ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟସରକାର ପ୍ରଶଂସା କରିଥିଲେ।

Leave a Reply