ବାଂଲାଦେଶରେ ଗତ ୮ବର୍ଷରେ ହିନ୍ଦୁଙ୍କ ଉପରେ ୩୬୦୦ଥର ଆକ୍ରମଣ, କାରଣ ମୋଦି ନୁହଁନ୍ତି ତ…

1 min read

ଢାକା: ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ । ଗତ ୬ମାସ ମଧ୍ୟରେ ହେଲାଣି ୨ ଥର ଆକ୍ରମଣ । ଏହି ଆକ୍ରମଣର କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ ନୁହେଁ ତ ? ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ପଶି ପାଖାପାଖି ୨୦୦ ଉଗ୍ରବାଦୀ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରିଛନ୍ତି ।  ଆକ୍ରମଣରେ ମନ୍ଦିରରେ ଲୁଟପାଟ କରିବା ସହ ଭଙ୍ଗାରୁଜା କରିଥିଲେ ।  ଇସ୍କନ ତରଫରୁ କୁହାଯାଇଛି ଯେ, ଏହି ଘଟଣା ୩ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ବାଂଲାଦେଶରେ ଇସ୍କନ ମନ୍ଦିର ଉପରେ ଆକ୍ରମଣ ପ୍ରଥମ ନୁହେଁ । ଗତ ୬ମାସ ମଧ୍ୟ ଏହି ଆକ୍ରମଣ ଦ୍ୱିତୀୟ ଥର । କିଛି ବର୍ଷ ହେବ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ  ବଢିବାରେ ଲାଗିଛି । ଆସନ୍ତୁ ଜାଣିବା ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣର କାରଣ ?

ବାଂଲାଦେଶରେ ଇସ୍କନ ମନ୍ଦିର ଉପରେ ବିଗତ ୧୩ବର୍ଷ ମଧ୍ୟରେ ୬ଥର ଆକ୍ରମଣ ହୋଇଛି

ହୋଲିର ଠିକ୍ ଗୋଟିଏ ଦିନ ପୂର୍ବରୁ, ୧୭ ମାର୍ଚ୍ଚରେ ରାଜଧାନୀ ଢାକାରେ ଇସ୍କନର ରାଧାକାନ୍ତ ମନ୍ଦିରରେ ୨୦୦ ଉଗ୍ରବାଦୀ ଆକ୍ରମଣ କରିଥିଲେ । ଏଥିରେ କିଛି ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ମନ୍ଦିରରୁ ଲୁଟ ହୋଇଥିବା ମଧ୍ୟ ସାମ୍ନାକୁ ଆସିଥିଲା । ଏହା ହେଉଛି ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ମଧ୍ୟରୁ ଗୋଟେ ।

ଗତ ବର୍ଷ ୧୩ ଅକ୍ଟୋବର ଦୁର୍ଗାପୂଜା ସମୟରେ ‘କୋରାନ’କୁ ଅପମାନ କରାଯାଇଥିବା ଭଳି ଏକ ମିଛ ଖବର ପରେ ଦେଶସାରା ହିନ୍ଦୁଙ୍କ ବିରୋଧରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା । ଏବଂ ଏନେଇ ହଜାର ହଜାର ଉଗ୍ରବାଦୀ ଦେଶର ଶତାଧିକ  ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ଗୋଟିଏ ବୌଦ୍ଧ ମଠରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ।

ଏହି ଆକ୍ରମଣରେ ହିନ୍ଦୁମାନଙ୍କର ଶତାଧିକ ଘର ଓ ଦୋକାନ ପୋଡି ପାଉଁସ ହୋଇଯାଇଥିଲା । ଏହି ଆକ୍ରମଣରେ ପ୍ରାୟ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ ।

ଏହାସହ ୧୫ ଅକ୍ଟୋବରରେ ଇସ୍କନର ନୌଆଖଲୀରେ ଥିବା ଏକ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୨ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ।

ବାଂଲାଦେଶରେ ଗତ ୧୩ ବର୍ଷରେ କେବଳ ଇସ୍କନ ଉପରେ ସର୍ବାଧିକ ୬ଥର ଆକ୍ରମଣ ହୋଇଛି ।

ବାଂଲାଦେଶର ଇସ୍କନ ମନ୍ଦିର ଉପରେ ଆକ୍ରମଣ ବୃଦ୍ଧି ପାଇଛି

୨୦୦୯: ଚିତ୍ରକୋଣ୍ଡାରେ ଇସ୍କନ ମନ୍ଦିର ଦ୍ୱାରା ପରିଚାଳିତ ଏକ ଅନାଥ ଆଶ୍ରମ ଉପରେ ଆକ୍ରମଣ  । ଅନାଥ ଆଶ୍ରମରେ ଥିବା ଲୋକଙ୍କୁ ମାରପିଟ୍ କରାଯିବା ସହ ସେମାନଙ୍କ ଆସବାବପତ୍ର ଏବଂ ଦେବାଦେବୀ ମୂର୍ତ୍ତିଗୁଡ଼ିକୁ ଭଙ୍ଗି ଦିଆଯାଇଥିଲା ।  ଉଗ୍ରବାଦୀମାନେ ମନ୍ଦିର ଏବଂ ଅନାଥ ଆଶ୍ରମକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ।

୨୦୧୫: ଇସ୍କନ ମନ୍ଦିର, ଦିନାଜପୁର ଉପରେ ଜମାତ-ଉଲ୍-ମୁଜାହିଦ୍ଦିନର ବାଂଲାଦେଶର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଜଣ ଆହତ ହୋଇଥିଲେ।

୨୦୧୬: ସିଲହଟରେ ଥିବା ଇସ୍କନ ମନ୍ଦିର ଉପରେ ଉଗ୍ରବାଦୀ ଆକ୍ରମଣ କରିଥିଲେ ଯେଉଁଥିରେ ଅତି କମରେ ୧୦ ଜଣ ଆହତ ହୋଇଥିଲେ ।

୨୦୧୮ ଇସ୍କନ ଢାକା ପକ୍ଷରୁ ବାହାରିଥିବା ରଥଯାତ୍ରା ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୬ ଜଣ ଭକ୍ତ ଆହତ ହୋଇଥିଲେ  ।

୨୦୨୦ ଅଂସରର ଅଲ-ଇସଲାମ ଗୋଷ୍ଠୀ ଇସ୍କନ ମନ୍ଦିର ଢାକା ଉପରେ ଆକ୍ରମଣର ଯୋଜନା କରିଥିଲେ, କିନ୍ତୁ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

୨୦୨୧ ଦୁର୍ଗା ପୂଜା ସମୟରେ ମୁସଲମାନମାନେ ନୋଆଖଲିର ଇସ୍କନ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏଥିରେ ୨ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ।

୨୦୨୨ମାର୍ଚ୍ଚ ୧୭ ରେ, ଢାକାସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ୨୦୦ ଉଗ୍ରବାଦୀ ଆକ୍ରମଣ କରିଥିଲେ,ଯେଉଁଥିରେ ୩ଜଣ ଭକ୍ତ ଆହତ ହୋଇଥିଲେ।